ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଘୂର୍ଣ୍ଣିଝଡ ‘ଗୁଲାବ’ କବଳରୁ ଉଦ୍ଧାର ଏବଂ ରିଲିଫ ଯୋଗାଣ ପାଇଁ ଭାରତୀୟ ନୌସେନାର ଜାହାଜ ଏବଂ ବିମାନ ପ୍ରସ୍ତୁତ

प्रविष्टि तिथि: 26 SEP 2021 12:14PM by PIB Bhubaneswar

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଗୁଲାବ' ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ ବୋଲି ଆଶା କରାଯାଉଛି, ଭାରତୀୟ ନୌସେନା ଘୂର୍ଣ୍ଣିଝଡର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି । ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ଓଡିଶା ଉପକୂଳ ଦାୟିତ୍ୱରେ ଥିବା ନୌସେନା ଅଧିକାରୀ ଘୂର୍ଣ୍ଣିଝଡର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ କରିଆସୁଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

 

ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଦଳ ଏବଂ ବୁଡାଳି ଦଳ ତୁରନ୍ତ ସହାୟତା ଯୋଗାଇବାକୁ ଓଡିଶା ଏବଂ ବିଶାଖାପଟନମରେ ପ୍ରସ୍ତୁତ ହୋଇ ଅଛନ୍ତି । ନୌସେନାର ଦୁଇଟି ଜାହାଜ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ (ଏଚ୍‍ଏଡିଆର) ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ରହିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ, ଆହତଙ୍କୁ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ନାଭାଲ୍ ଏୟାର ଷ୍ଟେସନ୍‌, ବିଶାଖାପାଟନମରେ ଆଇଏନ୍‍ଏସ୍‍ ଡେଗା ଏବଂ ଚେନ୍ନାଇ ନିକଟ ଆଇଏନ୍‍ଏସ୍‍ ରାଜଲିରେ ନୌସେନାର ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି ।

HS


(रिलीज़ आईडी: 1758246) आगंतुक पटल : 278
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Bengali