ଶକ୍ତି ମନ୍ତ୍ରଣାଳୟ

ଚାରିବର୍ଷ ପୂରଣ କଲା ସୌଭାଗ୍ୟ ଯୋଜନା


ସୌଭାଗ୍ୟ ଯୋଜନା ଆରମ୍ଭ ଠାରୁ ୨.୮୨ କୋଟି ଘରକୁ ବିଦ୍ୟୁତ ସେବା

ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଘରଗୁଡିକୁ ଚିହ୍ନଟ କରିବା ପାଇଁ ଏକ ଉତ୍ସର୍ଗୀକୃତ ଦେୟମୁକ୍ତ ହେଲପଲାଇନ

Posted On: 25 SEP 2021 9:41AM by PIB Bhubaneshwar

 

ସୌଭାଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠାରୁ ଚଳିତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୨. ୮୨ କୋଟି ଘରକୁ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇଛି । 

୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୧୮ମାସ ମଧ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨. ୬୩କୋଟି ଉତ୍ସୁକ ଗ୍ରାହକଙ୍କ ଘରକୁ ରେକର୍ଡ ସମୟ ମଧ୍ୟରେ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇଥିଲା । ପରେ ପରେ ସାତଟି ରାଜ୍ୟ ଯଥା- ଆସାମ, ଛତିଶଗଡ, କର୍ଣ୍ଣାଟକ, ମଣିପୁର, ରାଜସ୍ଥାନ ଓ ଉତ୍ତରପ୍ରଦେଶର ୩୧ମାର୍ଚ୍ଚ ୨୦୧୯ ଚିହ୍ନଟ ପୂର୍ବରୁ ଅନିତ୍ସୁକ ଥିବା ୧୮.୮୫ଲକ୍ଷ ବିଦ୍ୟୁତିକରଣ ହୋଇ ନ ଥିବା ଘର ମାଲିକ ପରେ ସଂଯୋଗ ନେବାକୁ ଇଚ୍ଛା ପ୍ରକଟ କରିବାରୁ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି ।

 ସୌଭାଗ୍ୟ ହେଉଛି ବିଶ୍ୱର ସର୍ବବୃହତ ବିଦ୍ୟୁତିକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ସେପ୍ଟେମ୍ବର ୨୦୧୭ରେ ସୌଭାଗ୍ୟ ଯୋଜନା ଘୋଷଣା କରିଥିଲେ । ଦେଶରେ ସାର୍ବଜନୀନ ବିଦ୍ୟୁତିକରଣ ଥିଲା ଯୋଜନାର ଲକ୍ଷ୍ୟ । ଦେଶର ସମସ୍ତ ଗ୍ରାମାଞ୍ଚଳ ଘର ଓ ସହରାଞ୍ଚଳର ପ୍ରତ୍ୟେକ ଗରିବ ଲୋକଙ୍କ ଘରକୁ ବିଜୁଳି ଯୋଗାଇବା ଥିଲା ମୂଳଲକ୍ଷ୍ୟ । ନବଭାରତରେ ବିଦ୍ୟୁତ ଶକ୍ତି ଯୋଗାଣ ଜରିଆରେ ସମାନତା, ଦକ୍ଷତା ବୃଦ୍ଧି ଓ ନିରନ୍ତର ଯୋଗାଣ ପାଇଁ ସଂକଳବଦ୍ଧ ହେବା ଯୋଜନାର ଉଦ୍ଦେଶ୍ୟ ବୋଲି ଯୋଜନା ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । 

ଏହି ପ୍ରକଳ୍ପ ବାବଦ ଇନ୍ଧନ ମୋଟ୧୬ହଜାର ୩୨୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିବାବେଳେ ମୋଟ ବଜେଟ୍ ସର୍ପୋଟ (ଜିବିଏସ୍‌) ୧୨,୩୨୦କୋଟି ଟଙ୍କା ଥିଲା । ଗ୍ରାମାଞ୍ଚଳ ଘରଗୁଡିକ ବାବଦ ଖର୍ଚ୍ଚ ୧୪ହଜାର ୨୫ କୋଟି ଟଙ୍କା ଥିବା ବେଳେ ମୋଟ ବଜେଟ୍ ସପୋର୍ଟ(ଜିବିଏସ୍‌) ୧୦, ୫୦୭,୫୦ କୋଟି ଥିଲା ।ସହରାଂଚଳ ଘରଗୁଡିକ ନିମନ୍ତେ ଖର୍ଚ୍ଚ ଆକଳନ ୨,୨୯୫ କୋଟି ଟଙ୍କା ଥିବା ବେଳେ ଜିବିଏସ୍ ୧,୭୩୨.୦୫କୋଟି ଥିଲା । ଭାରତ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଥିପାଇଁ ପାଣ୍ଠି ଯୋଗାଇ ଦେଇଥିଲେ । 

ଗ୍ରାମାଞ୍ଚଳରେ ବିଦ୍ୟୁତ ମୌଳିକ ଭିତ୍ତିଭୂମି ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଦିନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା (DDUGJY) ରୁ ହିଁ ଏହି ଯାତ୍ରା ଆରମ୍ଭ ହୋଇଥିଲା ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତା ବୃଦ୍ଧି ସହ ବର୍ତ୍ତମାନ ରହିଥିବା ବିଦ୍ୟୁତ ଭିତ୍ତିଭୂମିର ଉନ୍ନୀତକରଣ, ଫିଡରମିଟରିଂ ସହ ଗୁଣାତ୍ମକ ବିକାଶ ଥିଲା ମୁଖ୍ୟ ଉଦ୍ଦେଶ୍ୟ । 

ଦେଶର ସାର୍ବଜନୀନ ବିଦ୍ୟୁତିକରଣ ପାଇଁ ପ୍ରଧାନମନ୍ତ୍ରୀ ସହଜ ବିଜଲୀ ହରଘର ଯୋଜନା-ସୌଭାଗ୍ୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଘରକୁ ବିଦ୍ୟୁତ ଶକ୍ତି ଯୋଗାଇବା ତଥା ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ତାହା ଦେଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ସର୍ଭିସ କେବୁଲ ଜରିଆରେ ଘରର ନିକଟତମ ବିଜୁଳି ଖୁଣ୍ଟରୁ ଘର ପରିସରକୁ ବିଦ୍ୟୁତ ଯୋଗାଣ, ଏନର୍ଜୀମିଟର ସ୍ଥାପନା, ଏଲଇଡି ବଲବ ସହ ଗୋଟିଏ ବଲବ ପର୍ଯ୍ୟନ୍ତ ତାର ଯୋଗାଣ ଓ ଗୋଟିଏ ମୋବାଇଲ ଚାର୍ଜ ପଏଣ୍ଟ ଏହି ଯୋଜନାର ଅନ୍ତର୍ଭୁକ୍ତ ।

ଆଗକୁ ଆହୁରି ବାକି ଅଛି 

ଯୋଜନାର ମୌଳିକ ଲକ୍ଷ୍ୟ ହାସଲ ହୋଇଗଲେ ମଧ୍ୟ ସୌଭାଗ୍ୟ ଟିମ୍ ସମସ୍ତଙ୍କୁ ଅହୋରାତ୍ର ଗୁଣାତ୍ମକ ଆଲୋକ ଯୋଗାଇବା ନେଇ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରତ୍ୟେକ ରାଜ୍ୟକୁ ସେମାନଙ୍କ ରାଜ୍ୟରେ ବିଦ୍ୟୁତିକରଣ ହୋଇ ନ ଥିବା ଘରଗୁଡିକୁ ଚିହ୍ନଟ କରିବା ସ୍ୱତନ୍ତ୍ର ଅଭିଯାନ ଚଳାଇବା ନିମେନ୍ତ ଅନୁରୋଧ କରାଯାଇଛି । ଏଥିପାଇଁ ଏକ ନିଶୁଳ୍କ ଉତ୍ସର୍ଗୀକୃତ ହେଲ୍ପ ଲାଇନ ମଧ୍ୟ ଆରମ୍ଭ କରାଯାଇଛି ।

 

*****

SM / SLP



(Release ID: 1758066) Visitor Counter : 274