ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୬୭.୭୨କୋଟିକୁ ବୃଦ୍ଧି

ଗତ ୨୪ଘଣ୍ଟାରେ ୫୮ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି

ଦେଶରେ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ

ଗତ ୨୪ଘଣ୍ଟା ମଧ୍ୟରେ ୪୨,୬୧୮ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ

ଭାରତରେ ବର୍ତ୍ତମାନ ସକ୍ରିୟ ମାମଲା ୪, ୦୫, ୬୮୧ ରହିଛି,
ସର୍ବମୋଟ ମାମଲାର ୧. ୨୩ ପ୍ରତିଶତ

ସାପ୍ତାହିକ ପଜିଟିଭିଟି ହାର (୨.୬୩ ପ୍ରତିଶତ) ଗତ ୭୧ ଦିନରେ ତିନି ପ୍ରତିଶତରୁ କମ୍

Posted On: 04 SEP 2021 9:29AM by PIB Bhubaneshwar

ଆଜି ସକାଳ ସାତଟା ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୫୮, ୮୫, ୬୮୭ ଟିକାକରଣ ସହିତ ଦେଶର ସର୍ବମୋଟ ଟିକାକରଣ ୬୭.୭୨କୋଟି(୬୭,୭୨,୧୧, ୨୦୫)କୁ ଅତିକ୍ରମ କରିଛି । ଟିକାକରଣର ଏହି ଲକ୍ଷ୍ୟ ୭୦, ୮୮,୪୨୪ ଅଧିବେଶନ ମାଧ୍ୟମରେ ହାସଲ କରାଯାଇଛି ।

ଆଜି ସକାଳ ସାତଟା ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁସାରେ ସର୍ବମୋଟ ଟୀକାକରଣର ବିବରଣୀ ନିମ୍ନରେ ପ୍ରଦତ୍ତ ହୋଇଛି:

 

 

HCWs

1st Dose

1,03,60,248

2nd Dose

84,49,196

 

FLWs

1st Dose

1,83,28,477

2nd Dose

1,34,55,994

 

Age Group 18-44 years

1st Dose

26,70,05,166

2nd Dose

3,20,99,433

 

Age Group 45-59 years

1st Dose

13,52,11,337

2nd Dose

5,70,43,478

 

Over 60 years

1st Dose

8,89,60,985

2nd Dose

4,62,96,891

Total

67,72,11,205

ସମଗ୍ର ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଏହାର ପରିସରକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

ଗତ ୨୪ଘଣ୍ଟା ମଧ୍ୟରେ ୩୬, ୩୮୫ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟଲାଭ ହେବା ଫଳରେ ଦେଶରେ ସର୍ବମୋଟ ଆରୋଗ୍ୟ ଲାଭ କରିଥିବା  ରୋଗୀଙ୍କ ସଂଖ୍ୟା ୩, ୨୧, ୦୦, ୦୦୧କୁ ବୃଦ୍ଧି ପାଇଛି ।

(ମହାମାରୀ ଆରମ୍ଭ ହେବା ପରଠାରୁ)

ଆରୋଗ୍ୟ ହାର ୯୭.୪୩ ପ୍ରତିଶତକୁ ବୃଦ୍ଧି ପାଇଛି ।

https://static.pib.gov.in/WriteReadData/userfiles/image/image002NRY9.jpg

କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ନିରନ୍ତର ଏବଂ ସହଯୋଗାତ୍ମକ ପ୍ରଚେଷ୍ଟାର ପରିମାଣ ସ୍ୱରୂପ ଗତ ୬୯ଦିନରେ ଲଗାତାର ଭାବେ ଦୈନିକ ୫୦,୦୦୦ରୁ କମ୍ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୪୨, ୬୧୮ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003W6V9.jpg

ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪, ୦୫, ୬୮୧ ଅଟେ । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଶର ସର୍ବମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାର ୧. ୨୩ ପ୍ରତିଶତ ଅଟେ ।

https://static.pib.gov.in/WriteReadData/userfiles/image/image004IQHB.jpg

ସମଗ୍ର ଦେଶରେ କୋଭିଡ ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୭, ୦୪, ୯୭୦ ନମୁନା ପରୀକ୍ଷା କରାଯାଇଛି । ଭାରତରେ ଏପର୍ଯ୍ୟନ୍ତ ସର୍ବମୋଟ ୫୨.୮୨ କୋଟିରୁ ଅଧିକ (୫୨,୮୨,୪୦,୦୩୮) ପରୀକ୍ଷଣ କରାଯାଇସାରିଛି ।

ସମଗ୍ର ଦେଶରେ ଏପଟେ କୋଭିଡ ପରୀକ୍ଷଣ କ୍ଷମତାରେ ବୃଦ୍ଧି କରାଯାଇଥିବାବେଳେ, ସେପଟେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୩ ପ୍ରତିଶତ ରହିଛି, ଯାହା ଗତ ୭୧ ଦିନରେ ୩ପ୍ରତିଶତରୁ କମ୍ ଅଟେ । ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୨. ୫୦ ପ୍ରତିଶତ ରହିଛି । ଦୈନିକ ପଜିଟିଭିଟି ହାର ଲଗାତାରା ୮୯ ଦିନରେ ୫ପ୍ରତିଶତରୁ ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005U4WJ.jpg

*****

NS / SLP



(Release ID: 1752119) Visitor Counter : 179