ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଜାଦୀ କା ଅମୃତ ମହୋତ୍ସବର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଗୃହ ସଚିବ

ପୋଷ୍ଟ କରାଯିବା ଦିନାଙ୍କ: 21 AUG 2021 5:36PM by PIB Bhubaneswar

  ୧୫ ଅଗଷ୍ଟ ୨୦୨୩ରେ ସମାପ୍ତ ହେବାକୁ ଥିବା ଆଜାଦୀ କା ଅମୃତ ମହୋତ୍ସବ ପାଳନ ସମ୍ପର୍କରେ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ଆଜି ବୈଠକ ସମୟରେ କେନ୍ଦ୍ରଶାସିତ ପ୍ରଦେଶଗୁଡିକର ମୁଖ୍ୟ ଶାସନ ସଚିବ / ପ୍ରଶାସକଙ୍କ ପରାମର୍ଶଦାତାମାନେ ସମ୍ବନ୍ଧିତ କେନ୍ଦ୍ରଶାସିତ ପ୍ରଦେଶଗୁଡିକର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଲୋକପାତ କରି ଏକ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ବିଷୟ ବସ୍ତୁର ବିବରଣୀ ପ୍ରଦାନ କରିଥିଲେ ।

ଆଉ ମଧ୍ୟ, ଏଭଳି କାର୍ଯ୍ୟକ୍ରମ ଗୁଡିକୁ ଭଲଭାବେ ଆୟୋଜନ କରିବା ପାଇଁ ବୈଠକରେ ସଦସ୍ୟମାନେ ବିଭିନ୍ନ ପ୍ରକାରର ମତାମତ ମଧ୍ୟ ଦେଇଥିଲେ । ସ୍ୱତନ୍ତ୍ରତା ସଂଗ୍ରାମୀମାନଙ୍କ ସମ୍ପର୍କୀତ ଏହି କାର୍ଯ୍ୟକ୍ରମଗୁଡିକରେ  ବୈଶିଷ୍ଟ୍ୟ ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଯେ, ଏଭଳି ସମସ୍ତ କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ବ୍ୟାପକ ଭାଗିଦାରୀ ହେବା ଉଚିତ ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ସେହିଭଳି ଢଙ୍ଗରେ କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ କେନ୍ଦ୍ର ଗୃହ ସଚିବ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ଗୃହ ଅଞ୍ଚଳଗୁଡିକୁ ଅନୁରୋଧ କରିଥିଲେ

ଏହା ପୂର୍ବରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ଗୃହ ମନ୍ତ୍ରଣାଳୟ ଦ୍ୱାରା ହେବାକୁ ଥିବା ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ବିଚାରବିମର୍ଷ ପାଇଁ କେନ୍ଦ୍ର ଗୃହ ସଚିବ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳଗୁଡିକର ମହାନିର୍ଦ୍ଦେଶକ, ଲ୍ୟାଣ୍ଡ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଅନ୍ୟାନ୍ୟ ସଂଗଠନଗୁଡିକର ମୁଖ୍ୟଙ୍କ  ସହିତ ଗତ ଅଗଷ୍ଟ ୧୯ତାରିଖ ୨୦୨୧ ଦିନ ଏକ ବୈଠକର ଅଧ୍ୟକ୍ଷତା ମଧ୍ୟ କରିଥିଲେ ।

 

*****

 

NS / SLP

 


(ରିଲିଜ ଆଡି: 1747939) ପରିଦର୍ଶକ କାଉଣ୍ଟର : 346
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Punjabi , Tamil