ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ବାୟୁମଣ୍ଡଳର ଓଜୋନସ୍ତରରୁ ହାଇଡ୍ରୋ ଫ୍ଲରୋକାର୍ବନ ନିଷ୍କାସନ ସଂକ୍ରାନ୍ତ ମଣ୍ଟ୍ରିଲ ପ୍ରୋଟୋକଲର କିଗାଲୀ ସଂଶୋଧନ ଅନୁମୋଦନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

୨୦୨୩ ମସିହା ସୁଦ୍ଧା ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ହାଇଡ୍ରୋପ୍ଲରୋକାର୍ବନ ଓଜୋନସ୍ତରରୁ ଦୂରୀକରଣ ନେଇ ଜାତୀୟ ମାର୍ଗଦର୍ଶିକା

Posted On: 18 AUG 2021 4:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୁମଣ୍ଡଳର ଓଜୋନସ୍ତରରୁ ହାଇଡ୍ରୋଫ୍ଲୁରୋକାର୍ବନ ଦୂର କରିବା ନେଇ ମଣ୍ଟ୍ରିଲ ପ୍ରୋଟୋକଲ ଅନ୍ତର୍ଗତ କିଗାଲୀ ସଂଶୋଧନ ଅନୁମୋଦନକୁ ମଞ୍ଜୁରୀ ମିଳିଛି । ରାୱାଣ୍ଡାର କିଗାଲୀଠାରେ ଅକ୍ଟୋବର ୨୦୧୬ରେ ଅନୁଷ୍ଠିତ ୨୮ତମ ବୈଠକରେ ଏହି ସଂକଳ୍ପ ଗୃହୀତ ହୋଇଥିଲା ।

ସୁବିଧା-(କ) ହାଇଡ୍ରୋଫ୍ଲୁରୋସେଣ୍ଟ କାର୍ବନ(ଏଚଏଫସି)ର ବିଲୋପ ଯୋଗୁଁ ଗ୍ରୀନହାଉସ ଗ୍ୟାସ ନିର୍ଗମନ ରୋକାଯିବା ସହ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାରୁ ଲୋକଙ୍କୁ ମୁକ୍ତି ମିଳିବ । 

(ଖ) ହାଇଡ୍ରୋଫ୍ଲୁରୋକାର୍ବନ ବ୍ୟବହାର ଓ ଛାଡୁଥିବା କାରଖାନାଗୁଡିକ ସହମତିରେ ହୋଇଥିବା ଚୁକ୍ତିଭିତ୍ତିରେ ଏହାକୁ ପର୍ଯ୍ୟାୟକ୍ରମେ ପରିତ୍ୟାଗ କରି, ଅଣ (ଏଚଏଫସି) ହାଇଡ୍ରୋଫ୍ଲୁରୋକାର୍ବନ ଓ କମ୍ ବୈଶ୍ୱିକ ଉତ୍ତପ୍ତୀକରଣ ବୈଷୟିକ ଜ୍ଞାନର ଉପଯୋଗ କରିବେ ।

 

ତ୍ୱରାନ୍ୱିତ ନିୟମ ଓ ଲକ୍ଷ୍ୟ-

(କ) ୨୦୨୩ ମସିହା ସୁଦ୍ଧା ପ୍ରତ୍ୟେକ ଶିଳ୍ପସଂସ୍ଥା ସହ ଆଲୋଚନା ପରେ ଦେଶରୁ ହାଇଡ୍ରୋଫ୍ଲୁରୋକାର୍ବନ ନିର୍ଗମନ ହ୍ରାସ ପାଇଁ ପଦକ୍ଷେପ ନିଆହେବ ।

(ଖ) ବର୍ତ୍ତମାନ ରହିଥିବା ନ୍ୟାୟିକ ବ୍ୟବସ୍ଥା ତଥା ଓଜୋନସ୍ତରରୁ ଏହାର ହ୍ରାସ ସଂକ୍ରାନ୍ତ ନିୟନ୍ତ୍ରଣ ନିୟମଗୁଡିକୁ ସଂଶୋଧନ କରି କିଗାଲୀ ସଂଶୋଧନ ଅନୁସାରେ ୨୦୨୪ ମସିହା ମଧ୍ୟଭାଗ ସୁଦ୍ଧା ହାଇଡ୍ରୋଫ୍ଲୁରୋକାର୍ବନ ନିର୍ଗମନ ହ୍ରାସ ଦିଗରେ ପଦକ୍ଷେପ ନିଆଯିବ ।

 

କର୍ମନିଯୁକ୍ତି ସମେତ ମୁଖ୍ୟ ପ୍ରଭାବ

(କ) ହାଇଡ୍ରୋଫ୍ଲରୋକାର୍ବନ ହ୍ରାସ ଦ୍ୱାରା ଗ୍ରୀନହାଉସ ଗ୍ୟାସ ସହ ସମାନ ୧୦୫ ମିଲିୟନ ଟନ୍ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ ଯୋଗୁଁ ୨୧୦୦ ମସିହା ସୁଦ୍ଧା ୦.୫ ଡ୍ରିଗୀ ସେଲସିୟସ ପର୍ଯ୍ୟନ୍ତ ବୈଶ୍ୱିକ ତାପମାତ୍ରା ହ୍ରାସ ସାଙ୍ଗକୁ ଓଜୋନସ୍ତରକୁ ମଧ୍ୟ ସୁରକ୍ଷା ଦେବ ।

(ଖ) କିଗାଲୀ ରାଜିନାମା ଅନୁସାରେ ଏଚଏଫସି ହ୍ରାସ ଓ କମ୍ ବୈଶ୍ୱିକ ଉତ୍ତପ୍ତିକରଣ  ନିୟମ ମାନିବା ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ 

(ଗ) ଏଚଏଫସି ହ୍ରାସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦ୍ୱାରା ଭାରତ ସରକାର ଆର୍ଥିକ ଓ ସାମାଜିକ ଲକ୍ଷ୍ୟ ହାସଲ କରିବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ।

 (ଘ) ଏଥିପାଇଁ ଘରୋଇ ଉପକରଣ ନିର୍ମାଣର ସମ୍ଭାବନା ଥିବାବେଳେ, ଅନେକ ଗତାନୁକୂଳିକ ବୈଷୟିକ ଜ୍ଞାନ ସମ୍ଭୁତ ଉପକରଣ ପାଇଁ ସହାୟକ ହେବ ।

ସବିଶେଷ ବୃତ୍ତାନ୍ତ-

(କ) କିଗାଲୀ ସଂଶୋଧନ ଅନୁସାରେ ମଣ୍ଟ୍ରିଲ ପ୍ରୋଟୋକଲ ଅନ୍ତର୍ଭୁକ୍ତ ଦେଶଗୁଡିକ ଏଚଏଫସିର ବ୍ୟବହାର ଓ ଉତ୍ପାଦନ ହ୍ରାସ କରିବେ ।

(ଖ) ହାଇଡ୍ରୋଫ୍ଲରୋକାର୍ବନ ଅଣ ଓଜୋନସ୍ତରରେ ଏଚଏଫସି ହ୍ରାସ କରିଥିବା ବିକଳ୍ପ ଭାବେ ବ୍ୟବହାର କରାଯାଉଥିଲା । ଏଚଏଫସି ଷ୍ଟଟୋସ୍ପେରିକ ଓଜୋନସ୍ତର ହ୍ରାସ କରିପାରୁ ନ ଥିଲେ ମଧ୍ୟ ଅଧିକ ଉତ୍ତପ୍ତିକରଣ ଯୋଗୁଁ ଜଳବାୟୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

(ଗ) ବାତାନୁକୂଳିତ କ୍ଷେତ୍ରରେ ଏଚଏଫସିର ମୁଖ୍ୟ ଭୂମିକା ଥିବା ଦୃଷ୍ଟିରୁ ମଣ୍ଟ୍ରିଲ ପ୍ରୋଟୋକୋଲ ରାଜିନାମାରେ ଅଂଶଗ୍ରହଣକାରୀ ଦେଶଗୁଡିକ ୨୦୪୦ ସୁଦ୍ଧା ଏହାର ପର୍ଯ୍ୟାୟକ୍ରମେ ହ୍ରାସ ପାଇ ରାଜି ହୋଇଥିଲେ ।

(ଘ) ଭାରତ ଚାରିଟି ପର୍ଯ୍ୟାୟରେ ୨୦୪୭ ସୁଦ୍ଧା ଏହାର ହ୍ରାସ ପାଇଁ ଯୋଜନା କରିଛି ।

(ଙ) ମଣ୍ଟ୍ରିଲ ପଟ୍ରୋକଲରେ ସାର୍ବଜନୀନ ସମର୍ଥନ ରହିଛି ।

୧. ବାୟୁମଣ୍ଡଳରେ ଓଜୋନସ୍ତର ସୁରକ୍ଷା ପାଇଁ ମଣ୍ଟ୍ରିଲ ପ୍ରଟୋକଲ ଏକ ଆନ୍ତର୍ଜାତିକ ପରିବେଶ ରାଜିନାମା ।

୨. ଭାରତ ଏହି ପ୍ରଟୋକଲରେ ୧୯ ଜୁନ ୧୯୯୨ରେ ସାମିଲ ହେଲା । ବର୍ତ୍ତମାନର କ୍ୟାବିନେଟ ଅନୁମୋଦନ ଦ୍ୱାରା କିଗାଲୀ ରାଜିନାମାକୁ ପୁଣି ସ୍ୱୀକୃତି ଦେଇଛି ।

୩. ମଣ୍ଟ୍ରିଲ ପ୍ରୋଟୋକୋଲ ସୂଚୀ ଅନୁସାରେ ଭାରତ ସଫଳତାର ସହ ଏହାର ଲକ୍ଷ୍ୟ ପୂରଣ କରିଛି ।

 

*****

SM / SLP



(Release ID: 1747215) Visitor Counter : 90