ପୋଷ୍ଟ କରାଯିବା ଦିନାଙ୍କ:
14 AUG 2021 11:27AM by PIB Bhubaneswar
୨୦୨୧ ସ୍ୱାଧୀନତା ଦିବସ ଅବସରରେ ମୋଟ ୧୩୮୦ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି ।
ଏମାନଙ୍କ ମଧ୍ୟରେ ସାହସିକତା ପାଇଁ ରାଷ୍ଟ୍ରପତି ପଦକ (ପିପିଏମ୍ଜି) ୨ଜଣ ପାଇଥିବାବେଳେ ସାହସିକତାପାଇଁ ପୁଲିସ୍ ପଦକ (ପିଏମ୍ଜି) ୬୨୮ଜଣ ପାଇଛନ୍ତି । ସେହିଭଳି ସମ୍ମାନଜନକ ସେବାପାଇଁ ରାଷ୍ଟ୍ରପତି ପୁଲିସ ପଦକ (ପିପିଏମ୍) ୮୮ଜଣ ପାଇଥିବାବେଳେ ଉଲ୍ଲେଖନୀୟ ସେବାପାଇଁ ରାଷ୍ଟ୍ରପତି ପୁଲିସ୍ ପଦକ (ପିଏମ୍) ୬୬୨ଜଣଙ୍କୁ ଦିଆଯାଇଛି ।
୬୨୮ ସାହସିକତା ପୁରସ୍କାର ମଧ୍ୟରୁ ୦୧ ପପିଏମ୍ଜି ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ୦୧ ପିପିଏମ୍ଜି ସିଆରପିଏଫ୍ (ମରଣତ୍ତୋର) ଭାବେ ପ୍ରଦାନ କରାଯାଇଛି, ଜାମ୍ମୁ କାଶ୍ମୀର ଅଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ଲାଗି ୩୯୮ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ୧୫୫ଜଣଙ୍କୁ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଅଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ପାଇଁ, ୨୭ଜଣଙ୍କୁ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ପାଇଁ ପୁରସ୍କୃତ କରାଯାଇଛି । ସାହସିକତା ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୨୫୬ ଜଣ ଜାମ୍ମୁ-କାଶ୍ମୀର ପୋଲିସର, ୧୫୧ ଜଣ ସିଆରପିଏଫ୍, ୨୩ ଜଣ ଆଇଟିବିପି ଏବଂ ୬୭ ଜଣ ଓଡିଶା ପୋଲିସର, ୨୫ ଜଣ ମହାରାଷ୍ଟ୍ରର ଏବଂ ୨୦ ଜଣ ଛତିଶଗଡର ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ / କେନ୍ଦ୍ରଶାସିକ ଅଞ୍ଚଳ ଏବଂ ସିଏପିଏଫ୍ ର ରହିଛନ୍ତି ।
Release ID: 1745698
HS