ପ୍ରତିରକ୍ଷା ମନ୍ତ୍ରଣାଳୟ
ଡିଆରଡିଓ ପକ୍ଷରୁ ଆକାଶ –ଏନଜିର ସଫଳ ପରୀକ୍ଷଣ
ତିନି ଦିନ ଭିତରେ ଦ୍ୱିତୀୟ ଉଡାଣ ପରୀକ୍ଷଣ
ଉଚ୍ଚସ୍ତରୀୟ ଗତିରେ ଆସୁଥବା ଏବଂ ପ୍ରବଳ ବେଗରେ ପ୍ରବାହିତ ପବନ ଭଳି ବିପଦକୁ ରୋକିବାରେ ସଂପୂର୍ଣ୍ଣ ସଫଳ
ଭାରତୀୟ ବାୟୁ ସେନାର ସୁରକ୍ଷା କ୍ଷମତାରେ ଅଭୂତପୂର୍ବ ଯୋଗଦାନ କରିବ
ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଡିଆରଡ଼ିଓକୁ ବଧେଇ
Posted On:
23 JUL 2021 3:43PM by PIB Bhubaneshwar
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୨୩ ଜୁଲାଇ, ୨୦୨୧ ତାରିଖ ଦିନ ପୂର୍ବାହ୍ନ ୧୧.୪୫ ମିନିଟରେ ଓଡ଼ିଶା ଉପକୂଳ ସମନ୍ୱିତ ପରୀକ୍ଷଣ ରେଞ୍ଜ, ଚାନ୍ଦିପୁରଠାରୁ ନୂତନ ପିଢ଼ିର ଆକାଶ (ଆକାଶ- ଏନଜି) କ୍ଷେପଣାସ୍ତ୍ରର ସଫଳ ଉଡାଣ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଅତି ଦ୍ରୁତଗତିଯୁକ୍ତ ମାନବରହିତ ଆକାଶମାର୍ଗର ଲକ୍ଷ୍ୟ ବିରୁଦ୍ଧରେ କରାଯାଇଥିଲା ଯାହାକୁ କ୍ଷେପଣାସ୍ତ୍ର ଦ୍ୱାରା ସଫଳତାପୂର୍ବକ ଇଣ୍ଟରସେପ୍ଟ କରାଯାଇଥିଲା । ଉଡାଣ ପରୀକ୍ଷଣ ଦ୍ୱାରା ସ୍ୱଦେଶୀ ମଲ୍ଟି- ଫଙ୍କସନ୍ ରାଡ଼ାର ଏବଂ କମାଣ୍ଡ, କଣ୍ଟ୍ରୋଲ ଏବଂ କମ୍ୟୁନିକେଶନ ସିଷ୍ଟମ ସହିତ କ୍ଷେପଣାସ୍ତ୍ର ସହିତ ସଂଯୁକ୍ତ ସଂପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀର କାର୍ଯ୍ୟଦକ୍ଷତାକୁ ମାନ୍ୟତା ପ୍ରଦାନ କରାଯାଇ ସାରିଛି । ଏହିସବୁ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ଅତି ପ୍ରତିକୂଳ ପାଗ ସ୍ଥିତିରେ ପରୀକ୍ଷଣ କରାଯାଇଥିଲା ଯାହା ଫଳରେ ଏହି ଅସ୍ତ୍ର ପ୍ରଣାଳୀକୁ ଯେକୌଣସି ପାଗରେ କାର୍ଯ୍ୟଦକ୍ଷତାର କ୍ଷମତାକୁ ସିଦ୍ଧ କରିଛି ।
ଆଇଟିଆର, ଚାନ୍ଦିପୁର ଦ୍ୱାରା ମୁତୟନ ଅନେକ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ହାସଲ କରାଯାଇଥିôା ଡାଟା ମାଧ୍ୟମରେ ଏହିସବୁ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ଗ୍ରହଣ କରାଯାଇଛି । ଭାରତୀୟ ବାୟୁସେନାର ଅଧିକାରୀମାନଙ୍କର ଏକ ଟିମ୍ ଏହି ପରୀକ୍ଷଣକୁ ଲକ୍ଷ୍ୟ କରିଥିଲେ ।
ଜୁଲାଇ ୨୧, ୨୦୨୧ ତାରିଖ ଦିନ ବିନା ସିକରଯୁକ୍ତ କ୍ଷେପଣାସ୍ତ୍ରକୁ ସଫଳତାପୂର୍ବକ ଉଡାଣ ପରୀକ୍ଷଣ କରାଯାଇଥିଲା ଏବଂ ମିଶନର ସମସ୍ତ ଆବଶ୍ୟକତା ପୂରଣ କରାଯାଇଥିଲା ।
https://pib.gov.in/PressReleasePage.aspx?PRID=1737569
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ତିନିଦିନ ବ୍ୟବଧାନରେ ଆକାଶ –ଏନଜିର ଦ୍ୱିତୀୟ ସଫଳ ଉଡାଣ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ଉଦ୍ଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ଦ୍ୱାରା ଭାରତୀୟ ବାୟୁସେନାର ଆକାଶମାର୍ଗ ସୁରକ୍ଷା କ୍ଷମତା ଅଭୂତପୂର୍ବ ଭାବେ ବୃଦ୍ଧି ହୋଇଥିବା ସାବ୍ୟସ୍ତ ହୋଇପାରିଛି ।
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଆକାଶ ଏନଜିର ସଫଳ ପରୀକ୍ଷଣ ନିମନ୍ତେ ସେଥିରେ ସଂପୃକ୍ତ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଭୀଷଣ ଗତିରେ ଆସୁଥିବା ଏବଂ ଅତି ତୀବ୍ର ପବନ ଭଳି ବିପଦକୁ ରୋକିବାର କ୍ଷମତା ଏହି କ୍ଷେପଣାସ୍ତ୍ର ପରୀକ୍ଷଣରୁ ସାବ୍ୟସ୍ତ ହୋଇଛି ।
SS
(Release ID: 1738513)
Visitor Counter : 241