ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଡ଼ିବିଟି- ଆଇଏଲଏସ ଦ୍ୱାରା ଆତ୍ମ ସ୍ରାବିତ ହେନ୍ତାଳବଣ ପ୍ରଜାତିର ଏକ ଲବଣ ସହିଷ୍ଣୁ ପ୍ରଜାତିର ସମ୍ପୂର୍ଣ୍ଣ ଜିନୋମ୍‍ ଅନୁକ୍ରମ ପ୍ରକ୍ରିୟା ସମ୍ପାଦନ

Posted On: 10 JUL 2021 9:30AM by PIB Bhubaneshwar

ଜୈବପ୍ରଯୁକ୍ତି ବିଭାଗ ଅଧୀନରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଏବଂ ତାମିଲନାଡ଼ୁର ଏସଆରଏମ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତିଷ୍ଠାନର ଅତ୍ୟାଧୁନିକ ଜୀବ ବିଜ୍ଞାନ ପ୍ରଯୁକ୍ତି ସହଭାଗୀତା ପ୍ଲାଟଫର୍ମ ପ୍ରଥମ ଥର ପାଇଁ ଏକ ଅତ୍ୟଧିକ ଲବଣ ସହିଷ୍ଣୁ ଏବଂ ଲବଣ ସ୍ରାବିତ ବାସ୍ତବ ହେନ୍ତାଳବଣରେ ଅବସ୍ଥାନ କରୁଥିବା ପ୍ରଜାତିର ସମ୍ପୂର୍ଣ୍ଣ ଜିନୋମ୍‍ ଅନୁକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି । ଏହି ନୂତନ ପ୍ରଜାତିର ନାମ ଏଭିସିନିଆ ମେରିନା

ହେନ୍ତାଳବଣ ଏବ ବିଶେଷ ପ୍ରଜାତି ଗୋଷ୍ଠୀର ଯାହାକି ଅନ୍ତ-ଜଳୀୟ ମୁହାଣ କର୍ଦ୍ଦମାକ୍ତ କ୍ଷେତ୍ରରେହିଁ ଦୃଶ୍ୟ ହୋଇଥାନ୍ତି ଏବଂ ସେମାନେ ଅତିମାତ୍ରାରେ ଲବଣାକ୍ତ ଅବସ୍ଥାରେ ହିଁ ବଞ୍ଚିରହିଥାନ୍ତି ଯାହାଙ୍କର ଅନେକ ପ୍ରକାର ଅନୁକଳନୀୟ ତନ୍ତ୍ରି ରହିଛି । ହେନ୍ତାଳବଣ ତଟୀୟ କ୍ଷେତ୍ର ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ସଂସାଧନ ଭାବେ ବିବେଚିତ ହୋଇଆସୁଛି ଏବଂ ପାରିସ୍ଥିତିକ ତଥା ଆର୍ଥିକ ମୂଲ୍ୟ ଦୃଷ୍ଟିରୁ ମଧ୍ୟ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ଏହା ସାମୁଦ୍ରିକ ତଥା ସ୍ଥଳଭାଗର ପାରିସ୍ଥିତିକ ତନ୍ତ୍ର ମଧ୍ୟରେ ଏକ ଚେନ୍‍ ନିର୍ମାଣ କରିଥାଏ, ତଟରେଖାକୁ ସୁରକ୍ଷିତ ରଖିଥାଏ ଏବଂ ବିଭିନ୍ନ ପ୍ରକାର ସ୍ଥଳୀୟ ଜୀବମାନଙ୍କୁ ମଧ୍ୟ ଆବାସସ୍ଥଳୀ ପ୍ରଦାନ କରିଥାଏ ।

ଏଭିସିନିଆ ମେରିନାଭାରତର ଉପକୂଳବର୍ତ୍ତୀ ସମୁଦ୍ର କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ସବୁଠାରୁ ବଡ଼ ପ୍ରଜାତି ଯାହାକୁ ହେନ୍ତାଳବଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଏକ ଲବଣ ସ୍ରାବିତ ଏବଂ ଅସାଧାରଣ ଭାବେ ଏହାର ଲବଣ ସହିଷ୍ଣୁ କିଷମର ଯାହା ସମୁଦ୍ର ଜଳରେ ୭୫% ପର୍ଯ୍ୟନ୍ତ ଅତି ଉତ୍ତମ ରୂପେ ବଞ୍ôଚବା ସହ ବୃଦ୍ଧି ପାଇଥାଏ ଏବଂ  >୨୫୦%  ସାମୁଦ୍ରିକ ଜଳକୁ ସହ୍ୟ କରିଥାଏ । ଏହି ଦୁର୍ଲଭ ବୃକ୍ଷର ଏଭଳି ପ୍ରଜାତିର ଯାହା ନିଜ ଦେହରେ ଲବଣ ପ୍ରବେଶକୁ ନିଷ୍କାସିତ କରିବାର ଅସାଧାରଣ କ୍ଷମତା ରହିଛି ଏବଂ ଏହା ବ୍ୟତୀତ ଏହାର ଲବଣ ଗ୍ରନ୍ଥୀ ମାଧ୍ୟମରେ ୪୦% ଲବଣ ଉତ୍ସର୍ଜନ କରିବାର କ୍ଷମତା ରହିଛି ।

ନେଚର କମ୍ୟୁନିକେଶନ୍ସ ବାୟୋଲୋଜିର ସଦ୍ୟତମ ସଂଖ୍ୟାରେ ପ୍ରକାଶିତ ଏହି ଗବେଷଣାତ୍ମକ ଅଧ୍ୟୟନ ରିପୋର୍ଟ ଅନୁସାରେ ୮୮ ବିନ୍ଦୁ ଏବଂ ୨୫୨ ସଂସ୍ପର୍ଶରୁ ପ୍ରାପ୍ତ ୩୧ ଗୁଣସୂତ୍ରରେ ଆନୁମାନିତ ୪୬୨.୭ ଏମବି ଏ ସାମୁଦ୍ରିକ ଜିନୋମର ୪୫୬.୬ ଏମବିଏ (୯୮.୭% ଜିନୋମ କଭରେଜ୍‍)ର ସଂଯୋଜନ ଦ୍ୱାରା ଏଭଳି ଧାରଣା ଜଣାପଡ଼ିଛି । ପୃଷ୍ଠଭୂମିରେ ଜିନୋମର ୦.୨୬% ପ୍ରତିଶତ ଥିଲା, ଯେଉଁଥିରୁ ଏହା ଏକ ଉଚ୍ଚ ସ୍ତରୀୟ ସଂଯୋଗ ବୋଲି ସିଦ୍ଧ ହୋଇପାରିଛି । ଏହି ଅଧ୍ୟୟନ ମାଧ୍ୟମରେ ଏକତ୍ରିତ କରାଯାଇଥିବା ଏ ସାମୁଦ୍ରିକ ଜିନୋମ ପ୍ରାୟତଃ ପୂଣ୍ଣ ହୋଇସାରିଛି ଏବଂ ଏହା ଯେକୌଣସି ହେନ୍ତାଳବଣ ପ୍ରଜାତି ନିମନ୍ତେ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଥିବା ବିଶ୍ୱସ୍ତରର ଏବଂ ଭାରତର ପ୍ରଥମ ରିପୋର୍ଟ ଭାବେ ସନ୍ଦର୍ଭ ଗ୍ରେଡ଼ ଜିନୋମ ଭାବେ ଗ୍ରହଣ କରାଯାଇପାରେ ।

ଏହି ଅଧ୍ୟୟନରେ ନୂତନତମ ଜିନୋମ ଅନୁକ୍ରମଣ ଏବଂ ସଂଯୋଜନ ପ୍ରଯୁକ୍ତିକୁ ନିୟୋଜିତ କରାଯାଇଛି ଏବଂ ୩୧,୪୭୭ ପ୍ରୋଟିନ୍‍ କୋଡ଼ିଂ ଜିନ୍‍ ଓ ଏକ ସେଲିନୋମ୍‍କୁ ଚିହ୍ନଟ କରାଯାଇଛି ଯେଉଁଥିରେ ୩୨୪୬ ଲବଣତା- ପ୍ରତିକ୍ରିୟାଶୀଳ ଜିନ୍‍ ଏବଂ ୬୧୪ ପେୟୋଗାତ୍ମକ ଭାବେ ମାନ୍ୟତାପ୍ରାପ୍ତ ଲବଣାକ୍ତ ସହିଷ୍ଣୁତା ଜିନ ହୋମୋଲୋଗ ସାମିଲ ରହିଛି । ଏହି ଗବେଷଣାରୁ ୬୧୪ଟି ଜିନର ଚିହ୍ନଟ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଛି ଯେଉଁଥିରେ ୧୫୯ ପ୍ରତିଲେଖନ କାରକ, ଯାହା ଜିନ୍‍ର ସମରୂପକ ଓ ଯାହାକି ଟ୍ରାନ୍ସଜେନିକ୍‍ ପ୍ରଣାଳୀ ମାଧ୍ୟମରେ ଲବଣ ସହିଷ୍ଣୁତା ନିମନ୍ତେ କାର୍ଯ୍ୟାତ୍ମକ ଭାବେ ମାନ୍ୟ ବୋଲି ଗ୍ରହଣ କରାଯାଇଥାଏ, ତାହା ଏଥିରେ ସାମିଲ ରହିଛି ।

ଏହି ଗବେଷଣା ଏଇଥିପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି, କାରଣ, ବୈଶ୍ୱିକ ସ୍ତରରେ କୃଷି ଉତ୍ପାଦକତା ସୀମିତ ପାଣିର ଉପଲବ୍ଧତା ଏବଂ ମୃତ୍ତିକା ଓ ପାଣିର ଲବଣାକ୍ତକରଣ ଭଳି ଅଜୈବିକ ଚାପ କାରକମାନଙ୍କ ଭଳି କାରଣଗୁଡ଼ିକୁ ପ୍ରଭାବିତ କରୁଛି । ଶୁଷ୍କ କ୍ଷେତ୍ରରେ ଫସଲ ଉତ୍ପାଦନ ନିମନ୍ତେ ପାଣିର ଉପଲବ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଛି ଯାହାକି ବିଶ୍ୱର ମୋଟ ଭୂମି କ୍ଷେତ୍ରର ଯ୪୦  ପ୍ରତିଶତ । ବିଶ୍ୱବ ସ୍ତରରେ ଲବଣତା ଯ୯୦୦  ମିଲିୟନ ହେକ୍ଟେୟର (ଭାରତରେ ଆନୁମାନିକ ୬.୭୩ ମିଲିୟନ ହେକ୍ଟେୟର) ଏବଂ ସେଥଯୋଗୁ ପ୍ରତିବର୍ଷ ଆନୁମାନିକ ୨୭ ବିଲିୟନ ଆମେରିକୀୟ ଡଲାର କ୍ଷତି ସହ୍ୟ କରିବାକୁ ପଡ଼ିଥାଏ । ଅଧ୍ୟୟନରୁ ମିଳିଥିବା ଜିନୋମିକ୍‍ ସଂସାଧନର ଗବେଷକମାନଙ୍କ ନିମନ୍ତେ ତଟୀୟ କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଫସଲ ପ୍ରଜାତିମାନଙ୍କୁ ଶୁଷ୍କ ଏବଂ ଲବଣାକ୍ତ ଜଳ ସହିଷ୍ଣୁ ଧରଣର ବିହନ ବିକାଶ ନିମନ୍ତେ ଚିହ୍ନଟ କରାଯାଇଥିବା ଜିନର କ୍ଷମତାର ଅଧ୍ୟୟନ କରିବା ନିମନ୍ତେ ମାର୍ଗ ପ୍ରଶସ୍ତ କରିବ । ଭାରତରେ ମୋଟ ୭,୫୦୦ କିଲୋମିଟର ତଟୀୟ କ୍ଷେତ୍ର ରହିଛି ଏବଂ ଏହା ବ୍ୟତୀତ ଦୁଇଟି ପ୍ରମୁଖ ଦ୍ୱୀପ ବ୍ୟବସ୍ଥା ନିମନ୍ତେ ମଧ୍ୟ ଏହି ଅଧ୍ୟୟନର ଫଳାଫଳ ମହତ୍ତ୍ୱ ବହନ କରେ ବୋଲି ଅନୁମାନ କରାଯାଉଛି ।

ଡିବିଟି ସମ୍ପର୍କରେ:

ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜୈବପ୍ରଯୁକ୍ତି ବିଭାଗ କୃଷି, ସ୍ୱାସ୍ଥ୍ୟ ସେବା, ପ୍ରାଣୀ ବିଜ୍ଞାନ, ପରିବେଶ ଓ ଉଦ୍ଦ୍ୟୋଗରେ ଏହାର ବିସ୍ତୃତ ଓ ଅନୁପ୍ରୟୋଗ ମାଧ୍ୟମରେ ଭାରତରେ ଜୈବ ପ୍ରଯୁକ୍ତି ପାରିସ୍ଥିତିକୀ ତନ୍ତ୍ରର ବିକାଶକୁ ପ୍ରୋତ୍ସାହନ ପ୍ରଦାନ ଓ ବୃଦ୍ଧି କରିଥାଏ । 

ଡିବିଟି- ଆଇଏଲଏସ ସମ୍ପର୍କରେ:

ଜୀବ ବିଜ୍ଞାନ ସଂସ୍ଥାର ଜୀବନ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗୁଣବତ୍ତାଯୁକ୍ତ ବିବିଧ ବିଷୟକ ଗବେଷଣା କରାଯିବାର ଏକ ବ୍ୟାପକ ଦୃଷ୍ଟିକୋଣ ରହିଛି । ଏହାର ଲକ୍ଷ୍ୟ ମାନବ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଜୀବନ, କୃଷି ଏବଂ ପରିବେଶର ସାମଗ୍ରିକ ବିକାଶ ଏବଂ ଉନ୍ନତି କରିବା । ଏହି ସଂସ୍ଥାନର ଘୋଷିତ ଉଦ୍ଦେଶ୍ୟିକାରେ ମାନବ ସମାଜର ପ୍ରଗତି ଦିଗରେ କାର୍ଯ୍ୟ କରିବା ତଥା ଭବିଷ୍ୟତର ଭାରତ ନିମନ୍ତେ କୁଶଳୀ ମାନବ ସଂସାଧନର ସୃଜନ କରିବା ଉଲ୍ଲେଖ ରହିଛି ।

 

*****

 

SS



(Release ID: 1734541) Visitor Counter : 275