ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଇନଷ୍ଟିଚୁଟ୍‍ ଅଫ୍‍ କଷ୍ଟ୍‍ ଆକାଉଣ୍ଟସ୍‍ ଅଫ୍‍ ଇଣ୍ଡିଆ (ଆଇସିଓଆଏଆଇ) ଏବଂ ଏସୋସିଏସନ ଅଫ୍‍ ଚାର୍ଟାର୍ଡ଼ ସାର୍ଟିଫାଏଡ୍‍ ଆକାଉଣ୍ଟାଣ୍ଟସ୍‍ (ଏସିସିଇଏ), ବ୍ରିଟେନ୍‍ (ୟୁକେ) ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରୀ ପ୍ରଦାନ

प्रविष्टि तिथि: 08 JUL 2021 7:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ  ଇନଷ୍ଟିଚୁଟ୍‍ ଅଫ୍‍ କଷ୍ଟ୍‍ ଆକାଉଣ୍ଟସ୍‍ ଅଫ୍‍ ଇଣ୍ଡିଆ (ଆଇସିଓଆଏଆଇ) ଏବଂ ଏସୋସିଏସନ ଅଫ୍‍ ଚାର୍ଟାର୍ଡ଼ ସାର୍ଟିଫାଏଡ୍‍ ଆକାଉଣ୍ଟାଣ୍ଟସ୍‍ (ଏସିସିଇଏ), ବ୍ରିଟେନ୍‍ (ୟୁକେ) ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ର ଭୟ ରାଷ୍ଟ୍ରର ଉପରୋକ୍ତ ସଂସ୍ଥାନର ସଦସ୍ୟମାନଙ୍କୁ ପାରସ୍ପରିକ ଅତ୍ୟାଧୁନିକ ଏଣ୍ଟ୍ରି ଉପଲବ୍ଧ କରାଇବ । ଏଥି ନିମନ୍ତେ ଅନ୍ୟ ବ୍ୟାବସାୟିକ ସଂସ୍ଥାନ ଦ୍ୱାର ଯୋଗ୍ୟତା ହାସଲ କରିବା ପ୍ରକ୍ରିୟାରେ ଅଧିକାଂଶ ବିଷୟରେ ଉନ୍ନୀତ ହେବାକୁ ବାଧ୍ୟତାରୁ ମଧ୍ୟ ଛାଡ଼ କରିବ । ଏହା ବ୍ୟତୀତ, ଉଭୟ ସଂସ୍ଥାନର ସଦସ୍ୟମାନଙ୍କୁ ସଂଯୁକ୍ତ ଗବେଷଣା ଏବଂ ପେଶାଗତ ବିକାଶର ଗତିବିଧିକୁ ଜାରି ରଖିବା ଦିଗରେ ସହାୟତା ଉପଲବ୍ଧ କରାଇବ ।

ପ୍ରଭାବ: ଏହି ବୁଝାମଣା ପତ୍ରକୁ ମଞ୍ଜୁରୀ ପ୍ରଦାନ କରାଯିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ଅନୁସନ୍ଧାନ ତଥା ପ୍ରକାଶନ ସମ୍ପର୍କୀତ ସୂଚନା ଆଦାନ ପ୍ରଦାନ ଦିଗରେ ଧ୍ୟାନ କେନ୍ଦ୍ରୀତ କରିବାକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହା ଫଳରେ ଉଭୟ ଦେଶର ଅଧିକାର କ୍ଷେତ୍ରରେ ସୁଶାସନ ପ୍ରକ୍ରିୟା ଅଧିକ ମଜଭୁତ ହୋଇବାରିବ । ଉଭୟ ପକ୍ଷ କଷ୍ଟ ଆକାଉଣ୍ଟାନ୍ସି ପେଶା ସଂପର୍କୀତ ସଂଯୁକ୍ତ ଅନୁସନ୍ଧାନ ଆରମ୍ଭ କରିବେ, ଯେଉଁଥିରେ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗାତ୍ମକ ଅନୁସନ୍ଧାନ ମଧ୍ୟ ସାମିଲ କରାଯାଇପାରିବ । ଏହି ବୁଝାମଣାପତ୍ର ଦୁଇ ଦେଶର ଅଧିକାର କ୍ଷେତ୍ରରେ ପେଶାଦାର ଲୋକମାନଙ୍କ ଆତଯାତକୁ ମଧ୍ୟ ସହାୟତା ପ୍ରଦାନ କରିବ ଏବଂ ଭାରତ ଓ ବିଦେଶରେ କଷ୍ଟ ଆକାଉଣ୍ଟାନ୍ସିର ରୋଜଗାର କ୍ଷମତାକୁ ବୃଦ୍ଧି କରିବ ।

ବିବରଣ:

ଏହି ବୁଝାମଣା ପତ୍ର ଏପଂ ସଂସ୍ଥାନର ସଦସ୍ୟମାନଙ୍କୁ ପେଶାଗତ ସ୍ତରର ବିଷୟରେ ନ୍ୟୂନତମ ଅଙ୍କ ହାସଲ କରି ଅନ୍ୟ ସଂସ୍ଥାନର ପୂର୍ଣ୍ଣ ସଦସ୍ୟତାର ସ୍ଥିତି ପ୍ରାପ୍ତ କରିବା ଏବଂ ଉଭୟ ଅଧିକାର କ୍ଷେତ୍ରରେ ପେଶାଦାରଙ୍କ ଆତଯାତକୁ ସୁବିଧାଜନକ କରିବାର ମାର୍ଗକୁ ଅଧିକ ପ୍ରଶସ୍ତ କରିବ ।

ପୃଷ୍ଠଭୂମି:

ଇନଷ୍ଟିଚୁଟ୍‍ ଅଫ୍‍ କଷ୍ଟ୍‍ ଆକାଉଣ୍ଟାଣ୍ଟସ୍‍ ଅଫ୍‍ ଇଣ୍ଡିଆର ସ୍ଥାପନା ପ୍ରଥମ ଥର ପାଇଁ ୧୯୪୪ରେ କମ୍ପାନୀ ଅଧିନିୟମ ଅଧୀନରେ ଏକ ପଞ୍ଜୀକୃତ  କମ୍ପାନୀ ଭାବେ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କଷ୍ଟ ଆକାଉଣ୍ଟାନ୍ସିର ପେଶାକୁ ବୃଦ୍ଧି କରିବା, ନିନିୟମିତ କରିବା ତଥା ବିକଶିତ କରିବା । ୧୯୫୯ ମସିହା ମେ ୨୮ ତାରିଖ ଦିନ ସଂସ୍ଥାନର ସ୍ଥାପନା ସଂସଦର ଏକ ବିଶେଷ ଅଧିନିୟମ ଅର୍ଥାତ୍‍, କଷ୍ଟ ଆକାଉଣ୍ଟାଣ୍ଟ୍‍ ଅଧିନିୟମ, ୧୯୫୯ ଦ୍ୱାରା କଷ୍ଟ ଆଣ୍ଡ୍‍ ୱାର୍କ୍ସ ଆକାଉଣ୍ଟାଣ୍ଟ ପେଶାକୁ ନିମୟମନ କରିବା ନିମନ୍ତେ ଏକ ସାମ୍ବିଧାନିକ ପେଶାଦାରୀ ସଂସ୍ଥା ଭାବେ କରାଯାଇଥିଲା । ଏହି ସଂସ୍ଥାନ ଭାରତର ଏକମାତ୍ର ମାନ୍ୟତାପ୍ରାପ୍ତ ସାମ୍ବିଧାନକି ପେଶାଦାର ସଂଗଠନ ଏବଂ ଲାଇସେନ୍ସିଂ ସଂସ୍ଥା ଯାହା ବିଶେଷ ଭାବେ କଷ୍ଟ୍‍ ଏବଂ ୱାର୍କ୍ସ ଆକାଉଣ୍ଟାନ୍ସିରେ ବିଶେଷ ଧ୍ୟାନ ରଖିଥାଏ । ଆସୋସିଏସନ୍‍ ଅଫ୍‍ ଚାର୍ଟାର୍ଡ ସାର୍ଟିଫାଏଡ୍‍ ଆକାଉଣ୍ଟ୍‍ସ୍‍ (ଏସିସିଏ)ର ସ୍ଥାପନା ୧୯୦୪ ମସିହାରେ ହୋଇଥିଲା ଯାହା ତତ୍କାଳୀନ ଇଂଲଣ୍ଡ ଏବଂ ୱେଲ୍ସ ଆଇନ ଅଧୀନରେ ୧୯୪୭ରେ ରୟାଲ ଚାର୍ଟର ଦ୍ୱାରା ସମାବିଷ୍ଟ କରାଯାଇଥିଲା । ଏହା ପେଶାଦାର ଲେଖାକାରମାନଙ୍କ ନିମନ୍ତେ ଏକ ବୈଶ୍ୱିକ ସଂସ୍ଥା ଯାହାର ସମଗ୍ର ବିଶ୍ୱରେ ୨,୨୭,୦୦୦ରୁ ଅଧିକ ସମ୍ପୂର୍ଣ୍ଣ ଯୋଗ୍ୟତାପ୍ରାପ୍ତ ସଦସ୍ୟ ଏବଂ ୫,୪୪,୦୦୦ ଭାବୀ ସଦସ୍ୟ ଅଛନ୍ତି ।

 

 

*****

SS

 


(रिलीज़ आईडी: 1734199) आगंतुक पटल : 212
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Punjabi , Gujarati , Telugu , Kannada , Malayalam