ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି 37.07 କୋଟି ଡୋଜରୁ ଅଧିକ ଟିକା

ଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲମାନଙ୍କ ପାଖରେ ଉପଲବ୍ଧ ଅଛି 1.66 କୋଟିରୁ ଅଧିକ ଡୋଜ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2021 10:33AM by PIB Bhubaneswar

ସାରା ଦେଶରେ କୋଭିଡ-19 ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜୁନ 21, 2021ରୁ ସାର୍ବଜନୀନ କୋଭିଡ-19 ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର୍ଯ୍ୟାୟ ସାର୍ବଜନୀନ କୋଭିଡ-19 ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ 75 ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମସ୍ତ ଉତ୍ସ ମାଧ୍ୟମରେ 37.07 କୋଟି ଡୋଜରୁ ଅଧିକ (37,07,23,840) ଟିକା ଉପଲବ୍ଧ କରାଇଛନ୍ତି ଏବଂ ଆହୁରି 23,80,000 ଡୋଜ ଟିକା ଏବେ ପାଇପଲାଇନରେ ରହିଛି ।

ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ 35,40,60,197 ଡୋଜ ଟିକା (ଆଜି ସକାଳ 8ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲମାନଙ୍କ ନିକଟରେ ଆହୁରି 1.66 କୋଟି (1,66,63,643) ଡୋଜରୁ ଅଧିକ କୋଭିଡ ଟିକା ବଳକା ଏବଂ ଅବ୍ୟବହୃତ ଭାବେ ସେମାନଙ୍କ ନିକଟରେ ଉପଲବ୍ଧ ଅଛି ।

 

**********

TRP/


(ରିଲିଜ ଆଡି: 1733056) ପରିଦର୍ଶକ କାଉଣ୍ଟର : 401