କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଭାରତ ଓ ଗାମ୍ବିଆ ପ୍ରଜାତନ୍ତ୍ର ମଧ୍ୟରେ କାର୍ମିକ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାର ନବୀକରଣ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପ୍ରଦାନ

Posted On: 30 JUN 2021 4:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର କାର୍ମିକ, ଜନ ଅଭିଯୋନ ଓ ପେନସନ୍‍ ମନ୍ତ୍ରଣାଳୟର ପ୍ରଶାସନିକ ସୁଧାର ଓ ଜନ ଅଭିଯୋନ ବିଭାଗ  ଏବଂ  ଗାମ୍ବିଆ ପ୍ରଜାତନ୍ତ୍ରର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଲୋକସେବା ଆୟୋଗ ମଧ୍ୟରେ କାର୍ମିକ ପ୍ରଶାସନ, ଏବଂ ପ୍ରଶାସନିକ ସଂସ୍କାର ନବୀକରଣ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ (ଏମଓୟୁ)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ପ୍ରଭାବ: ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ରଙ୍କୁ କାର୍ମିକ ପ୍ରଶାସନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଯୋଗାଇବ ଏବଂ କେତେକ ସର୍ବୋତ୍ତମ ପ୍ରଥା ତଥା ପ୍ରକ୍ରିୟାକୁ ଆପଣାଇବା, ଏଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟିକରିବା ତଥା ନୂତନତ୍ୱର ମାଧ୍ୟମରେ ଶାସନ ପ୍ରଣାଳୀରେ ସୁଧାର ଆଣିବାରେ ସକ୍ଷମ କରାଇବ ।

ଆର୍ଥିକ ପ୍ରଭାବ: ଏହି ବୁଝାମଣା ପତ୍ର କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତ୍ୟେକ ରାଷ୍ଟ୍ର, ନିଜ ନିଜ ବ୍ୟୟଭାର ବହନ କରିବେ । ବ୍ୟୟର ବାସ୍ତବିକ ପରିମାଣ, ବୁଝାମଣା ଜ୍ଞାପନ ଅଧୀନରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ନିର୍ଭର କରିବ ।

ବିବରଣୀ:

ଏହି ବୁଝାମଣା ପତ୍ର ଅଧୀନରେ ସହଯୋଗର ନିମ୍ନଲିଖିତ କ୍ଷେତ୍ରଙ୍କୁ ସାମିଲ କରାଯାଇଛି । କିନ୍ତୁ ସହଯୋଗ କେବଳ ଏହିସବୁ କ୍ଷେତ୍ର ମଧ୍ୟରେ ସୀମିତ ରହିବ ନାହିଁ ।

କ)ସରକାରରେ ପ୍ରଦର୍ଶନ ପ୍ରବନ୍ଧନ ପ୍ରଣାଳୀରେ ସଂସ୍କାର

ଖ)ଅଂଶଦାୟୀ ପେନସନ୍‍ ଯୋଜନାର କାର୍ଯ୍ୟାନ୍ୱୟନ

ଗ)ସରକାରୀ ଚାକିରୀରେ ଯୋଗଦେବାକୁ ଅନଲାଇନ ପ୍ରକ୍ରିୟା (ଇ-ନିଯୁକ୍ତି)

ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା କାର୍ମିକ ପ୍ରଶାସନ ଏବଂ ଶାସନ କ୍ଷେତ୍ରରେ ସଂସ୍କାର ନିମନ୍ତେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜଭୁତ କରିବା ଏବଂ ଏହାକୁ ଆଗକୁ ବୃଦ୍ଧି ହେବା ଦିଗରେ କାର୍ଯ୍ୟକରିବା । ଏଥିରେ ଭାରତର ବିଭିନ୍ନ ଏଜେନ୍ସସି ଏବଂ ଗାମ୍ବିଆ ପ୍ରଜାତନ୍ତ୍ରର ଏଜେନ୍ସିମାନଙ୍କ ମଧ୍ୟରେ ପାରସ୍ପରିକ କଥାବାର୍ତ୍ତାରେ ସୁବିଧା ହେବ ।ଏହା ବ୍ୟତୀତ, ଗାମ୍ବିଆ ସରକାରରେ ପ୍ରଦର୍ଶିତ ପ୍ରବନ୍ଧନ ପ୍ରଣାଳୀରେ ସୁଧାର, ଅଂଶଦାୟୀ ପେନସନ୍‍ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବା ଏବଂ ସରକାରୀ ନିଯୁକ୍ତି ନିମନ୍ତେ ଅନଲାଇନ୍‍ ପ୍ରକ୍ରିୟା ଭଳି କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଲାଗି ଭାରତ ସହିତ ଗାମ୍ବିଆ ସରକାର ଇଚ୍ଛା ପ୍ରକଟ କରିଛନ୍ତି

ଗାମ୍ବିଆ ପ୍ରଜାତନ୍ତ୍ର ସହିତ ଏହି ବୁଝାମଣା ପତ୍ର ସ୍ୱାକ୍ଷର ଦ୍ୱାରା କାର୍ମିକ ପ୍ରଶାସନ ଏବଂ ଶାସନ ସୁଧାରରେ ନବୀକରଣ ଉପରେ ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ ନିମନ୍ତେ ଆଇନଗତ ଢାଞ୍ଚା ପ୍ରଦାନ କରାଯିବ ଯଦ୍ୱାରା କାର୍ମିକ ପ୍ରଶାସନ ଏବଂ ଶାସନ ସୁଧାର କ୍ଷେତ୍ରରେ ପ୍ରଶାସନିକ ଅନୁଭବରୁ ଶିକ୍ଷାଲାଭ, ଏହାକୁ ପ୍ରବର୍ତ୍ତନ କରିବା ତଥା ପାରସ୍ପରିକ ଆଦାନ ପ୍ରଦାନ କରାଯିବା ଦ୍ୱାରା ଶ।।ସନ ପ୍ରଣାଳୀକୁ ମଜଭୁତ, ଉତ୍ତରଦାୟୀ ତଥା ପାରଦର୍ଶୀ କରାଯାଇପାରିବ ।

ପୃଷ୍ଠଭୂମି:

ଭାରତ ସରକାର ଦେଶବ୍ୟାପୀ ସରକାରୀ ସେବାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସକାଶେ ବ୍ୟାପକ ତଥା ପ୍ରଭାବୀ ପରିବର୍ତ୍ତନର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ଏବଂ ଏହାର ଉଦ୍ଦେଶ୍ୟ ହେଉଛି କାର୍ମିକ ପ୍ରକାଶନ ଓ ଶାସନ ସଂସ୍କାର ନିମନ୍ତେ ସରକାରଙ୍କ ପ୍ରୟାସକୁ ଆଗକୁ ଆଗେଇ ନେବା । ଏହା ଦ୍ୱାରା ସର୍ବନିମ୍ନ ସରକାର, ସର୍ବାଧିକ ଶାସନର ଆଭିମୁଖ୍ୟ ପ୍ରାସଙ୍ଗିକ ହୋଇପାରିବ ।

 

****

 

SS

 

 



(Release ID: 1731836) Visitor Counter : 178