ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 14 JUN 2021 9:39AM by PIB Bhubaneshwar

ଭାରତର ସକ୍ରିୟ କରୋନା ମାମଲା 9,73,158କୁ ହ୍ରାସ ପାଇଛି ।

66 ଦିନ ପରେ ସକ୍ରିୟ କରୋନା ମାମଲା 10 ଲକ୍ଷରୁ କମ

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା 70,421 ରହିଛି; ଯାହା 74 ଦିନରେ ସର୍ବନିମ୍ନ ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,81,62,947 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 1,19,501 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 32 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 95.43 ପ୍ରତିଶତକୁ ବୃଦ୍ଧି ପାଇଛି

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା 4.54 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 4.72 ପ୍ରତିଶତ, ଯାହା କ୍ରମାଗତ ଭାବେ 21 ଦିନ ମଧ୍ୟରେ ଏହା 10 ପ୍ରତିଶତ ତଳେ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 37.96 କୋଟି ପରୀକ୍ଷା କରାଯାଇଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 25.48 କୋଟି ଡୋଜ ଟିକା ଦିଆଯାଇଛି ।

 

**********

TRP/



(Release ID: 1726929) Visitor Counter : 176