ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 06 JUN 2021 9:29AM by PIB Bhubaneshwar

ଗତ ୨୪ ଘଣ୍ଟା ମଧ୍ୟୟରେ ଭାରତରେ ୧.୧୪ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ ହୋଇଛି, ୬୦ ଦିନରେ ସର୍ବନିମ୍ନ

ହ୍ରାସ ପାଇବା ଧାରା ଜାରି, କ୍ରମାଗତ ୧୦ ଦିନ ଧରି ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି

ଭାରତରେ ସକ୍ରିୟ କରୋନା ମାମଲା ୧୫ ଲକ୍ଷ ତଳକୁ ଖସିଲା, ଆଜି ଅଛି ୧୪,୭୭,୭୯୯

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ର୍ରିିୟ ମାମଲାରେ ୭୭,୪୪୯ ହ୍ରାସ

ଦେଶରେ ଏ ପର୍ଯ୍ୟନ୍ତ ମୋଟ ୨.୬୯ କୋଟିରୁ ଅଧିକ ଲୋକ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧,୮୯,୨୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୪ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ଜାତୀୟ ସୁସ୍ଥତା ହାରରେ ବୃଦ୍ଧି ଜାରି ରହିଛି, ୯୩.୬୭%କୁ ଏହା ବୃଦ୍ଧି ପାଇଛି

ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୬.୫୪%

ଦୈନିକ ପଜିଟିଭିଟି ହାର ହା୍ରସ ପାଇ ୫.୬୨%ରେ ପହଞ୍ଚିଛି, କ୍ରମାଗତ ୧୩ ଦିନ ଧରି ଏହା ୧୦% ତଳେ ରହିଛି

ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୩୬.୪ କୋଟି ଟେଷ୍ଟ କରାଯାଇଛି

ଭାରତରେ ୨୩ କୋଟିରୁ ଅଧିକ ଟିକାକରଣ କରାଯାଇଛି, ଏ ପର୍ଯ୍ୟନ୍ତ ମୋଟ ୨୩.୧୩ କୋଟି ଡୋଜ୍ ଟିକା ଦିଆଯାଇଛି

 

SR

 



(Release ID: 1724924) Visitor Counter : 136