ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୧ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି
ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୬୦ କୋଟିରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ
Posted On:
22 MAY 2021 11:15AM by PIB Bhubaneshwar
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ ଟିକା ଯୋଗାଇ ଦେଇ ଭାରତ ସରକାର ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ସମର୍ଥନ ଯୋଗାଇ ଆସୁଛନ୍ତି । ତତସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସିଧାସଳଖ ଭାବେ ଟିକା ହାସଲକୁ ସୁବ୍ୟବସ୍ଥିତ କରୁଛନ୍ତି ଭାରତ ସରକାର । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଭାରତ ସରକାରଙ୍କ ପ୍ରମୁଖ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ । ଏଥିସହ ଟେଷ୍ଟ, ଟ୍ରାକ, ଟି୍ରଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାରକୁ ମଧ୍ୟ ରଣନୀତିରେ ସାମିଲ କରାଯାଇଛି ।
୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି ।
ରଣନୀତିର ଅଂଶସ୍ୱରୂପ, ପ୍ରତି ମାସରେ କୌଣସି କମ୍ପାନିର ମୋଟ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଅନୁମୋଦିତ ଟିକା ଡୋଜର ୫୦% ଭାରତ ସରକାରଙ୍କ ଦ୍ୱାରା ହାସଲ କରାଯିବ । ଏହି ଡୋଜଗୁଡ଼ିକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ପ୍ରକ୍ରିୟା ବଳବତ୍ତର ରହିବ ।
ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୨୧ କୋଟିରୁ ଅଧିକ ଟିକା ଡୋଜ (୨୧,୩୩,୭୪,୭୨୦) ପ୍ରଦାନ କରିସାରିଲେଣି ।
୨୦୨୧ ମେ ୨୧ ପର୍ଯ୍ୟନ୍ତ ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ହାରାହାରି ୧୯,୭୩,୬୧,୩୧୧ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।
ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୬୦ କୋଟିରୁ ଅଧିକ କୋଭିଡ ଟିକା ଡୋଜ (୧,୬୦,୧୩,୪୦୯) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ ।
ଅଧିକନ୍ତୁ, ପାଖାପାଖି ୨.୬୭ ଲକ୍ଷରୁ ଅଧିକ (୨,୬୭,୧୧୦) ଟିକା ଡୋଜ ପାଇପଲାଇନରେ ରହିଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ତାହା ଗ୍ରହଣ କରାଯିବ ।
SR
(Release ID: 1720926)
Visitor Counter : 286
Read this release in:
Punjabi
,
Marathi
,
English
,
Urdu
,
Hindi
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Malayalam