ରାଷ୍ଟ୍ରପତିଙ୍କ ସଚିବାଳୟ

ମାର୍ଚ୍ଚ 21 ତାରିଖରେ ଏନଆଇଟି ରାଉରକେଲାର 18ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 19 MAR 2021 7:36PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମାର୍ଚ୍ଚ 20ରୁ 22, 2021 ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

ମାର୍ଚ୍ଚ 20, 2021 ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱର ଠାରେ ପହଞ୍ଚିବେ।

ମାର୍ଚ୍ଚ 21, 2021ରେ ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର 18ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ।

ମାର୍ଚ୍ଚ 22, 2021ରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି କୋଣାର୍କସ୍ଥିତ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ।

 

*******

 

P.S


(ରିଲିଜ ଆଡି: 1706142) ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi