ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଶ୍ରମିକ କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ

Posted On: 17 MAR 2021 1:28PM by PIB Bhubaneshwar

ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ସ୍ଥିତି ସଂହିତା (କୋଡ) ୨୦୨୦ରେ କେତେକ ପରିବର୍ତ୍ତନ କରାଯାଇଛି । ଏଥିରେ ଶ୍ରମିକ କର୍ମଚାରୀଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟକାରୀ ସ୍ଥିତିରେ ଦୈନିକ ଏବଂ ସାପ୍ତାହିକ କାର୍ଯ୍ୟକାରୀ ସମୟ (ଘଣ୍ଟା) ଏବଂ ଛୁଟି ଆଦିର ବ୍ୟବସ୍ଥା ରହିଛି । ଏହି ସଂହିତା ୨୦୨୦ ସେପ୍‍ଟେମ୍ବର ୨୯ ତାରିଖରେ ପ୍ରକାଶିତ ହୋଇଥିଲା । କେନ୍ଦ୍ର ସରକାର ଯେବେ ବିଜ୍ଞପ୍ତି ପ୍ରକାଶ କରିବେ ସେହିଦିନ ଠାରୁ ତତ୍କାଳ ତାହା କାର୍ଯ୍ୟକାରୀ ହେବ । ଏହି ଶ୍ରମ ସଂହିତା ଅନୁସାରେ କୌଣସି ଶ୍ରମିକ ବା କର୍ମଚାରୀ ଯେକୌଣସି ସଂସ୍ଥାରେ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ । ସେହିଭଳି ସପ୍ତାହରେ ସେମାନଙ୍କୁ ସର୍ବମୋଟ ୪୮ ଘଣ୍ଟା କାମ କରିବାକୁ ପଡିବ ।

ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏ ସଂକ୍ରାନ୍ତ ଚିଠା ଅଧ୍ୟାଦେଶ (ବିଲ୍‍) ଉପରେ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାଧ୍ୟମରେ ସଂଶୋଧନ ପ୍ରସ୍ତାବମାନ ପାଇଛନ୍ତି । ଏହିସବୁ ପ୍ରସ୍ତାବରେ ୧୯୪୮ର କାରଖାନା ଆଇନ, ଯାହାଏବେ ପ୍ରଚଳିତ, ତାହାକୁ ସଂଶୋଧନ କରିବାକୁ ପ୍ରସ୍ତାବ ଆସିଛି । ସେହିଭଳି ୧୯୪୮ର କାରଖାନା ଆଇନ ଅନୁସାରେ ଦୈନିକ କାର୍ଯ୍ୟ କରିବାର ସମୟକୁ ମଧ୍ୟ ବଢାଇବା ପାଇଁ କିଛି ରାଜ୍ୟ ପ୍ରସ୍ତାବ ଦେଇଛନ୍ତି । ତେବେ ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ଦୈନିକକାର୍ଯ୍ୟ କରିବାର ସମୟକୁ ଅଧିକ ବୃଦ୍ଧି କରିବାକୁ ରାଜି ହୋଇନାହାନ୍ତି ।  ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏହି ତଥ୍ୟ ପ୍ରଦାନ କରିଛନ୍ତି ।

*****

TKM



(Release ID: 1705624) Visitor Counter : 200


Read this release in: English , Urdu , Bengali , Punjabi