ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପତ୍ର ସୂଚନା କାର୍ଯ୍ୟାଳୟ, ଓଡ଼ିଶାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜିନ୍ଦର ଚୌଧୁରୀ

Posted On: 15 MAR 2021 6:35PM by PIB Bhubaneshwar

ଭାରତୀୟ ସୂଚନା ସେବା (ଆଇଆଇଏସ)ର ବରିଷ୍ଠ ଅଧିକାରୀ ଶ୍ରୀ ରାଜିନ୍ଦର ଚୌଧୁରୀ ପତ୍ର ସୂଚନା କାର୍ଯ୍ୟାଳୟ, ଓଡ଼ିଶାର ମୁଖ୍ୟ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେ ମଧ୍ୟ ଆରଏନଆଇର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଭାବେ କାର୍ଯ୍ୟଭାର ତୁଲାଇବେ।

ଏଥିପୂର୍ବରୁ ଶ୍ରୀ ଚୌଧୁରୀ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ମୁଖ୍ୟ ଗଣମାଧ୍ୟମ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। 1997 ବ୍ୟାଚର ଆଇଆଇଏସ ଅଧିକାରୀ ଶ୍ରୀ ଚୌଧୁରୀ ଏଥିପୂର୍ବରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି। ସେ ପ୍ରକାଶନ ବିଭାଗର ନିର୍ଦ୍ଦେଶକ, ନୂଆଦିଲ୍ଲୀସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟରେ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିସାରିଛନ୍ତି।

ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଉପସଚିବ ଥିବା ସମୟରେ ଶ୍ରୀ ଚୌଧୁରୀଙ୍କ ନେତୃତ୍ୱରେ ଉପଭୋକ୍ତାଙ୍କ ସଚେତନତା ଲାଗି ବର୍ତ୍ତମାନ ବିଶେଷ ଭାବେ ଲୋକପ୍ରିୟ ହୋଇଥିବା “ଜାଗୋ ଗ୍ରାହକ ଜାଗୋ” ଅଭିଯାନ ଆରମ୍ଭ ହୋଇଥିଲା।

ନୂତନ ଦାୟିତ୍ୱ ଗ୍ରହଣ କରିବା ସମୟରେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ଚୌଧୁରୀଙ୍କୁ ସସମ୍ମାନ ସ୍ୱାଗତ ଜଣାଇଥିଲେ। ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ସେ ପତ୍ର ସୂଚନା କାର୍ଯ୍ୟାଳୟ / ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ଦୈନନ୍ଦିନ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ।

**********

PS



(Release ID: 1705041) Visitor Counter : 201


Read this release in: English , Urdu , Hindi