ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ସ୍ଫୂର୍ତ୍ତି ଯୋଜନା ଅଧୀନରେ କ୍ଲଷ୍ଟର ନିର୍ମାଣ ସମ୍ପର୍କୀତ ଦୁଇଦିନିଆକର୍ମଶାଳାକୁ ନୂଆଦିଲ୍ଲୀଠାରେ ଉଦ୍ଘାଟନ କଲେ ନୀତିନ ଗଡ଼କରୀ

Posted On: 09 MAR 2021 1:22PM by PIB Bhubaneshwar

କେନ୍ଦ୍ରସୂକ୍ଷ୍ମ, ଲଘୁ ଓ ମଧ୍ୟମ ଦ୍ୟୋଗ ମନ୍ତ୍ରୀଶ୍ରୀ ନୀତିନ ଗଡ଼କରୀ ସ୍ଫୂର୍ତ୍ତି ଯୋଜନା (ପାରମ୍ପରିକ ଉଦ୍ୟୋଗ ମାନଙ୍କ ପୁନର୍ଜୀବନ କରିବା ନିମନ୍ତେ ଆର୍ଥିକ ରାଶି ପ୍ରଦାନ ଯୋଜନା) ଅଧୀନରେ ପାରମ୍ପରିକ ଶିଳ୍କକାର ମାନଙ୍କ ଲାଗି କ୍ଲଷ୍ଟର ନିର୍ମାଣ ସମ୍ପର୍କୀତ ଦୁଇଦିନିଆ କାର୍ଯ୍ୟଶାଳାକୁ ଉଦ୍ଘାଟନ କରିଛନ୍ତି । ଏହି କର୍ମଶାଳା  ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ରଠାରେ ଆୟୋଜିତ ହୋଇଛି । ଏହି ଅବସରରେ ଏମଏସଏମଇ ରାଜ୍ୟମନ୍ତ୍ରୀଶ୍ରୀ ପ୍ରତାପ ଚନ୍ଦ୍ରଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀଗଡ଼କରୀ ପ୍ରଦୀପ ପ୍ରଜଜ୍ଜ୍ୱଳନ କରି କାର୍ଯ୍ୟ ଶାଳାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟଶାଳା ଆୟୋଜନର ଉଦ୍ଦେଶ୍ୟ ହେଲା ହିତଧାରକମାନଙ୍କୁ ସମୟବଦ୍ଧ ଢ଼ଙ୍ଗରେ କ୍ଲଷ୍ଟର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସଂପର୍କରେ ପ୍ରଶିକ୍ଷିତ କରିବା । ଏହା ଦ୍ୱାରା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନାର ସୁଫଳ ସେମାନଙ୍କ ନିକଟରେ ଶୀଘ୍ରାତିଶୀଘ୍ର ପହଞ୍ଚିବା ପାରିବ । ସେମାନଙ୍କର ଉତ୍ପାଦର ଗୁଣବତ୍ତାବୃଦ୍ଧି ପାଇବ ଏବଂ ସେମାନଙ୍କର ଆୟରେ ମଧ୍ୟ ବୃଦ୍ଧି ଘଟିପାରିବ । ଆଶା କରାଯାଉଛି ଯେ ସ୍ଫୂର୍ତ୍ତି ଯୋଜନା ସହିତ ସଂଶ୍ଳିଷ୍ଟ ପ୍ରାୟ ୪୦୦ ସଂଗଠନ ଏହି ଦୁଇ ଦିନିଆ କାର୍ଯ୍ୟଶାଳାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କିମ୍ବା ସ୍ୱୟଂ ଉପସ୍ଥିତ ହୋଇ ଏଥିରେ ସାମିଲ ହୋଇଛନ୍ତି ଏହି କାର୍ଯ୍ୟଶାଳାରେ ସ୍ଫୂର୍ତ୍ତି କ୍ଲଷ୍ଟରଗୁଡ଼ିକର ସଫଳତା ପୂର୍ବକ ଲାଗୁ କରାଯିବା ସଂପର୍କୀତ କେତେଗୁଡ଼ିଏ କେଶ୍‌ ଷ୍ଟଡ଼ିଜ୍‌ ଉପରେ ମଧ୍ୟ ଚର୍ଚ୍ଚା କରାଯିବ ।

          ଏହି ଅବସରରେ ନିଜରଭାଷଣ ପ୍ରଦାନ କରି ଶ୍ରୀଗଡ଼କରି କ ହିଲେ ଯେ ସ୍ଫୂର୍ତ୍ତି ଅଧୀନରେ ଦେଶରେ ୫୦୦୦ କ୍ଲଷ୍ଟର ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଦେଶରେଏଭଳି ୩୯୪ଟି ସ୍ୱୀକୃତ କ୍ଲଷ୍ଟର ସ୍ଥାପନ କରାଯାଇସାରିଛି । ଶ୍ରୀଗଡ଼କରୀ କହିଲେ ଯେ ଏହି ବ୍ୟବସ୍ଥାକୁ ଡିଜିଟାଇଜ କରାଯିବା ଉଚିତ ତଥା ସମୟବଦ୍ଧ, ସୁଫଳପ୍ରଦାନକାରୀ , ପାରଦର୍ଶୀ ଏବଂ ଭ୍ରଷ୍ଟାଚାର ମୁକ୍ତଭାବେ ଏହାକୁ ଗଢ଼ାଯିବା ଆବଶ୍ୟକ । ସେ କହିଲେ ଯେ ଦେଶର ସମସ୍ତ ଘରୋଇ ଉତ୍ପାଦରେ ଏମଏସଏମଇ କ୍ଷେତ୍ରରେ ଯୋଜନାବୃଦ୍ଧି ପାଇ ୪୦ ପ୍ରତିଶତ କରାଯିବା ଉଚିତ । ସେ ଆହୁରିସୂଚୀତ କରିଥିଲେ ଯେ ଏମଏସଏମଇ କ୍ଷେତ୍ରରେ ଏପର୍ଯ୍ୟନ୍ତ ଦେଶରେ ୧୧ କୋଟି ଲୋକକର୍ମ ସଂସ୍ଥାନ ପାଇପାରିଛନ୍ତି । ତେଣୁ ସେ ଏମଏସଏମଇ ମନ୍ତ୍ରଣାଳୟକୁ ଏଥିପାଇଁ ପ୍ରଶଂସା କରିବା ସହ କହିଲେ ଯେ ତିନିମାସର ସମୟବଦ୍ଧ ଅବଧି ପର୍ଯ୍ୟନ୍ତ ଏମଏସଏମଇମାନଙ୍କ ଆବେଦନ ଉପରେ ଛଟେଇ ଏବଂ ମଞ୍ଜୁରୀ/ନାମଞ୍ଜୁର ଦେବାକୁ ସ୍ଥିର କରିଛନ୍ତି । ସେକହିଲେ ଯେ କୌଣସି କାର୍ଯ୍ୟରେ ବିଳମ୍ବ କରାଯିବାର କାର୍ଯ୍ୟଶୈଳୀକୁ ଏବେ ଆମକୁ ଛାଡ଼ିବାକୁହେବ ।ସେକହିଲେ ଯେ ହିତଧାରକମାନଙ୍କ ମଧ୍ୟରେ ସମୁଚିତ ସହଯୋଗ,  ସହକାର ଏବଂ ସଂପର୍କ ବଜାୟ ରଖିବା ଉପରେ ଜୋର ଦିଆଯିବା ଉଚିତ ।

          ମନ୍ତ୍ରୀ ଶ୍ରୀଗଡ଼କରୀ ଏହି କଥା ଉପରେ ଜୋର ଦେଇ କହିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଖଦୀ ଗ୍ରାମୋଦ୍ୟୋଗ ଏବଂ ଗ୍ରାମୀଣଉଦ୍ୟୋଗକୌଣସି ନା କୌଣସି ଗୋଟିଏଶାଖା ନିଶ୍ଚିତ ରୂପେ ରହିବା ଉଚିତ ଏବଂ ଏହାର କାରବାର ବର୍ତ୍ତମାନର ୮୮,୦୦୦ କୋଟି ଟଙ୍କାରୁ ବଢ଼ାଇ ୫ ଲକ୍ଷକୋଟି ଟଙ୍କା ପର୍ଯ୍ୟନ୍ତ ନିଆଯିବା ଦରକାର । ସେ କହିଲେ ଯେ ସମସ୍ତ ଯୋଜନାଗୁଡ଼ିକର ଆକଳନ ଏହି ଆଧାରରେ କରାଯିବା ଦରକାର ଯଦ୍ୱାରାସେମାନେ କେତେ ମାତ୍ରାରେ ରୋଜଗାରର ଅବସର ସୃଷ୍ଟି କରୁଛନ୍ତି ଏବଂ କେତେ ସଂଖ୍ୟାରେ ଲୋକଙ୍କ ଜୀବନସ୍ତରରେ ସୁଧାର ଆଣିପାରୁଛନ୍ତି ତାହା ସମସ୍ତଙ୍କୁ ଅନୁଭୂତ ହେବା ବାଂଛନୀୟ ।

          ଏହି ଅବସରରେ ନିଜର ସମ୍ବୋଧନରେ ଏମଏସଏମଇ ରାଜ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଦେଶକୁ ପ୍ରତିସ୍ପର୍ଦ୍ଧାତ୍ମକ ଗତିକୁ ଆହରଣ କରିବାକୁ ପଡ଼ିବ । ସେକହିଲେ ଯେ ପ୍ରତ୍ୟେକ ଗାଁରେ ଏଭଳି କ୍ଲଷ୍ଟର ସ୍ଥାପନ କରାଯିବା ଆବଶ୍ୟକ ଏବଂ ସମସ୍ତ ସଂପୃକ୍ତ ଏଜେନ୍ସିମାନଙ୍କ ଇଚ୍ଛାଶକ୍ତି ଓ ପ୍ରଯୁକ୍ତିରେଏହା ଦ୍ୱାରା ଉନ୍ନତି ସମ୍ଭବପର ହୋଇପାରିବ ।  ସେ କହିଲେ ଯେ ଆମକୁ ପ୍ରଥମେ ରାଷ୍ଟ୍ର- ଏହି ଭାବନା ମନରେ ରଖି ଦୀର୍ଘକାଳୀନ ପ୍ରାଦ୍ୟୋଗିକ ଯୋଜନାର ଉପଯୋଗ କରିବା ଦରକାର ଯାହା ଫଳରେ ପ୍ରତ୍ୟେକଙ୍କୁ ଏହାର ସୁଫଳ ପ୍ରାପ୍ତ ହୋଇପାରିବ ।

ଆଜି ସୁଦ୍ଧା ସ୍ଫୂର୍ତ୍ତିଯୋଜନା ଅଧୀନରେ ୩୯୪ଟି କ୍ଲଷ୍ଟରକୁ ମଞ୍ଜୁରୀ ପ୍ରଦାନ କରାଯାଇସାରିଛି ଯାହାମଧ୍ୟରୁ ୯୩ଟି ଏବେ କାର୍ଯ୍ୟକ୍ଷମ ହୋଇପାରିଛି ଏବଂ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ୯୭୦.୨୮ କୋଟି ଟଙ୍କାର ସହାୟତାରାଶି ବଳରେ ୨.୩୪ ଲକ୍ଷ ଲାଭାର୍ଥୀ ଏଥିରୁ ଉପକୃତ ହୋଇପାରିଛନ୍ତି । ଏହି ଯୋଜନା ଅଧୀନରେ ସର୍ବାଧିକ ଲାଭ ପାଇଥିବା କ୍ଷେତ୍ରମାନଙ୍କ ମଧ୍ୟରେ ହସ୍ତଶିଳ୍ପ, ହସ୍ତତନ୍ତ, ଖଦୀ, ବସ୍ତ୍ର, କତା (ନଡ଼ିଆକତା), ବାଉଁଶ ଓ ପରିଷ୍କରଣ, ମହୁଚାଷ ଆଦି ପ୍ରମୁଖ ।

*****

SS

 

 



(Release ID: 1703714) Visitor Counter : 192