ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାର୍ଚ୍ଚ 9ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ 21ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 MAR 2021 7:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 9, 2021ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ 21 ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ 11 ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂ ମଧ୍ୟ ଉପସ୍ଥିତ ରହିବେ

ଶ୍ରୀମଦ୍ ଭଗବଦଗୀତା : ମୂଳ ହସ୍ତଲିପିରେ ବିରଳ ଏକାଧିକ ସଂସ୍କୃତ ବ୍ୟାଖ୍ୟା

ସାଧାରଣତଃ ଶ୍ରୀମଦ୍ ଭଗବଦଗୀତା ଗୋଟିଏ ବ୍ୟାଖ୍ୟା ସହିତ ପଢିବା ଲାଗି ଉପଲବ୍ଧ ହୋଇଥାଏ ପ୍ରଥମ ଥର ପାଇଁ, ଶ୍ରୀମଦ୍ ଭଗବଦଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ଵାନମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟାଗୁଡିକୁ ସଂକଳିତ କରାଯାଇଛି ଧର୍ମାର୍ଥ ଟ୍ରଷ୍ଟ ଦ୍ଵାରା ପ୍ରକାଶିତ ପାଣ୍ଡୁଲିପିରେ ଶଙ୍କର ଭାଷ୍ୟ ଠାରୁ ଭାସାନୁବାଦ ପର୍ଯ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣ ବିବିଧତା ଏବଂ ଅତି ସୂକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି ଡକ୍ଟର କରଣ ସିଂ ଜମ୍ମୁ ଏବଂ କଶ୍ମୀର ଧର୍ମାର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ଟ୍ରଷ୍ଟି ଅଛନ୍ତି

 

**********

TRP/


(ରିଲିଜ ଆଡି: 1703066) ପରିଦର୍ଶକ କାଉଣ୍ଟର : 226