ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ?

ଭାରତ ସାମୁଦ୍ରିକ କ୍ଷେତ୍ରରେ ଶକ୍ତିଶାଳୀ ହେବା ସହ ନୀଳ ଅର୍ଥନୀତିରେ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟରଖିଛି : ପ୍ରଧାନମନ୍ତ୍ରୀ

୨୦୩୦ସୁଦ୍ଧା ଭାରତ ୨୩ଟି ଜଳପଥ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ପୁଞ୍ଜି ବିନିଯୋଗକ୍ଷମ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରିଛି । ଏଥିରେ ୨.୨୫ଲକ୍ଷ କୋଟିର ପୁଞ୍ଜିବିନିଯୋଗ ସାମ୍ଭବନା ରହିଛି -ପ୍ରଧାନମନ୍ତ୍ରୀ

ସରକାର ଜଳପଥରେ କରୁଥିବା ପୁଞ୍ଜିନିବେଶ ଆଗରୁ କେବେ ଦେଖା ନ ଥିଲା-ପ୍ରଧାନମନ୍ତ୍ରୀ

Posted On: 02 MAR 2021 12:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି  । ଡେନମାର୍କ ପରିବହନ ମନ୍ତ୍ରୀ ବେନି ଏଙ୍ଗେଲବେଚ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ଲାଲ ମାଣ୍ଡଭିୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ ।

ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି । ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦରଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ ପ୍ରଦାନ ପାଇଁ ଉନ୍ନୀତ କରାଯାଇଛି । ପଣ୍ୟବାହୀ ଜାହାଜ ପ୍ରବେଶ ଓ ପ୍ରସ୍ଥାନ ବାବଦ ପ୍ରତୀକ୍ଷା ସମୟ ଆମ ବନ୍ଦରରେ ହ୍ରାସ ପାଉଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଥାଇ ବୃହତ ବନ୍ଦର ଭାଦୱାନ, ପାରାଦୀପ ଓ ଦିନଦୟାଲ ବନ୍ଦ କାଣ୍ଡଲାକୁ ବିକାଶିତ କରାଯାଇଛି ।

          ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଜଳପଥରେ ଯେତେ ପୁଞ୍ଜିନିବେଶ କରୁଛନ୍ତି, ସେପରି ଆଗରୁ କେବେ ହୋଇ ନ ଥିଲା । ଦେଶୀୟ ଜଳପଥରେ ପରିବହନ କମ୍ ବ୍ୟୟ ସାପେକ୍ଷ ହେବା ସ୍ଥଳେ ପରିବେଶ ଦୃଷ୍ଟିରୁ ମଧ୍ୟ ଅନୁକୂଳ । ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେ ୨୩ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି କହିଛନ୍ତି ଯେ, ଦେଶରେ ବୃହତ ଉପକୂଳରେ ୧୮୯ଟି ବତୀଘର ରହିଛି ।

୭୮ଟି ବତୀଘର ସଂଲଗ୍ନ ଅଂଚଳରେ ଆମେ ପର୍ଯ୍ୟଟନର ବିକାଶ ପାଇଁ ଏହି ଯୋଜନା ତିଆରି କରିଛୁ । ବର୍ତ୍ତମାନ ରହିଥିବା ବତୀଘର ଗୁଡିକ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳକୁ ଏକ ଅନନ୍ୟ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏପରି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି । କୋଚି୍‌, ମୁମ୍ବାଇ, ଗୁଜରାଟ ଓ ଗୋଆରେ ନଗର ଜଳ ପରିବହନ ପ୍ରଣାଳୀ ଆରମ୍ଭ କରାଯାଇଥିବା ସେ ଘୋଷଣା କରିଥିଲେ ।

          ସରକାର ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ପରିଣତ କରିଥିବାରୁ ସାମୁଦ୍ରିକ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି ଏବଂ ଏ କ୍ଷେତ୍ରରେ ବିକାଶ ସାମଗ୍ରିକ ଭାବେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସରକାର ଦେଶରେ ଜାହାଜ ନିର୍ମାଣ ଓ ମରାମତି ବଜାର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜାହାଜ କାରଖାନଗୁଡିକୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

          ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବନ୍ଦର, ଜାହାଜ ଜଳପଥ ମନ୍ତ୍ରଣାଳୟ ଚାରିଶହ ବିନିଯୋଗକ୍ଷମ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକରେ ପ୍ରାୟ ୨ଲକ୍ଷ ୨୫ହଜାର କୋଟି ଟଙ୍କାର ବିନିଯୋଗ ହୋଇପାରିବ । ଭାରତୀୟ ସାମୁଦ୍ରିକ ଦୃଶ୍ୟପଟକୁ ସରକାର ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି ।

          ସାଗର ମନ୍ଥନ ସାମୁଦ୍ରିକ ବାଣିଜ୍ୟିକ ଭୂଭାଗ ସଚେତନତା କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ଏହି ତଥ୍ୟ ପଦ୍ଧତି ସାମୁଦ୍ରିକ ସୁରକ୍ଷା, ଖୋଜିବା ଓ ଉଦ୍ଧାର ସାମର୍ଥ୍ୟ ନିରାପତ୍ତା ଓ ସାମୁଦ୍ରିକ ବାତାବରଣ ନିରାପତ୍ତା ଅଧିକ ପ୍ରଭାବୀ ଢଙ୍ଗରେ ପାଳନ କରିବ ।

ସରକାର ବନ୍ଦରଭିତ୍ତିକ ବିକାଶ ନିମନ୍ତେ ସାଗରମାଳା ପ୍ରକଳ୍ପ ୨୦୧୬ରେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପ୍ରାୟ ଛଅଲକ୍ଷ କୋଟି ଟଙ୍କାର ୫୭୪ଟି ପ୍ରକଳ୍ପ ୨୦୧୫ରୁ ୨୦୩୫ମଧ୍ୟରେ ତ୍ୱରାନ୍ୱିତ କରିବା ପାଇଁ ଚିହ୍ନଟ କରାଯାଇଛି । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି ପୁଞ୍ଜ ନିର୍ମାଣ କରାଯିବ । ଘରୋଇ ଜାହାଜ ପୁନଃପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରାଯିବ । ହଂକଂ ଆର୍ନ୍ତଜାତିକ କନଭେନସନ ଅନୁସାରେ ଭାରତ ପୁନଃପ୍ରକ୍ରିୟାକରଣ ଜାହାଜ ଆଇନ-୨୦୧୯ ପ୍ରଣୟନ କରିଛନ୍ତି ।

          ପ୍ରଧାନମନ୍ତ୍ରୀ ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରି ବିଶ୍ୱର ଶ୍ରେଷ୍ଠ ବିଷୟଗୁଡିକୁ ଆମେ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଛନ୍ତି । ବିମଷ୍ଟେକ ମାଧ୍ୟମରେ ବାଣିଜ୍ୟ ଓ ଆର୍ଥିକ ସଂଯୋଗ ଉପରେ କାମ ଜାରି ରଖିବା ସହ ଭାରତ ଆଗାମୀ ୨୦୨୬ ମସିହା ସୁଦ୍ଧା ପାରସ୍ପାରିକ ରାଜିନାମା ଲାଗୁ କରିବ ।

          ବିଭିନ୍ନ ଦ୍ୱୀପର ଭିତିଭୂମି ଓ ପରିବେଶର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ଅକ୍ଷୟଶକ୍ତିର ଉପଯୋଗ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ପ୍ରମୁଖ ବନ୍ଦରଗୁଡିକରେ ସରକାର ସୌର ଓ ପବନ ଶକ୍ତି  ସମ୍ପନ୍ନ ଶକ୍ତି ଉପଯୋଗ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦେଶରେ ତିନିଟି ପର୍ଯ୍ୟାୟରେ ଭାରତୀୟ ବନ୍ଦରଗୁଡିକରେ ଏହାର ଉପଯୋଗ ହେଲେ ଆଗାମୀ ୨୦୩୦ ସୁଦ୍ଧା ବ୍ୟବହାରର ଶତକଡା ୬୦ଭାଗ ଅକ୍ଷୟ ଶକ୍ତି ଉତ୍ସରୁ ଉପଯୋଗ ହେବ ।

          ଉପସଂହାରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପୁଞ୍ଜିନିବେଶକାରୀଙ୍କୁ ଏତିକି କହୁଛନ୍ତି ଯେ, “ଭାରତର ଦୀର୍ଘ ଉପକୂଳ ଆପଣମାନଙ୍କ  ପ୍ରତୀକ୍ଷାରେ ଅଛି, ଭାରତର ପରିଶ୍ରମୀ ଜନସାଧାର ଆପଣମାନଙ୍କ ଅପେକ୍ଷାରେ ଅଛନ୍ତି । ଭାରତ ଆପଣମାନଙ୍କ ବାଣିଜ୍ୟିକ ଲକ୍ଷ୍ୟଭୂମି ହେଉ । ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତୀୟ ବନ୍ଦର ଆପଣଙ୍କ ବନ୍ଦର ବିବେଚିତ ହେଉ ।

*****

SM/SLP



(Release ID: 1702059) Visitor Counter : 275