ରାଷ୍ଟ୍ରପତିଙ୍କ ସଚିବାଳୟ

ଗୁରୁ ରବିଦାସଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

प्रविष्टि तिथि: 26 FEB 2021 5:23PM by PIB Bhubaneswar

ଗୁରୁ ରବିଦାସଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଗୁରୁ ରବିଦାସଙ୍କ ଜୟନ୍ତୀର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ ମୋର ଶୁଭକାମନା ଜଣାଉଛି

ଗୁରୁ ରବିଦାସ ଜଣେ ବିଶିଷ୍ଟ ସାଧୁ ଏବଂ ଧର୍ମ ସଂସ୍କାରକ ଥିଲେ, ଯିଏକି ନିଜ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ସେ ତାଙ୍କ ଶିକ୍ଷା ମାଧ୍ୟମରେ ମାନବିକତା ପାଇଁ ସମାନତା, ନ୍ୟାୟ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରେରଣ କରିଥିଲେ । ସେ ସାରା ଜୀବନ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଭାତୃତ୍ଵର ନୀତି ପ୍ରଚାର ପାଇଁ କାର୍ଯ୍ୟ କରିଥିଲେ

ଏହି ମହାନ ସାଧୁଙ୍କ ଜନ୍ମବାର୍ଷିକୀରେ, ଆସନ୍ତୁ ତାଙ୍କ ଶିକ୍ଷାରୁ ପ୍ରେରଣା ଗ୍ରହଣ କରିବା ଏବଂ ମାନବିକତାର ହିତ ପାଇଁ ସମାଜରେ ଭ୍ରାତୃଭାବକୁ ଦୃଢ କରିବା ପାଇଁ ଚେଷ୍ଟା କରିବା

ରାଷ୍ଟ୍ରପତିଙ୍କ ହିନ୍ଦୀ ଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

**********

TRP/


(रिलीज़ आईडी: 1701255) आगंतुक पटल : 209
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Punjabi , Tamil