ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ 56,368 ନୂତନ ଗୃହ ନିର୍ମାଣକୁ ମଞ୍ଜୁରି

କେନ୍ଦ୍ରୀୟ ଅନୁମୋଦନ ଏବଂ ଯାଞ୍ଚ କମିଟିର 53ତମ ବୈଠକ ଅନୁଷ୍ଠିତ

Posted On: 23 FEB 2021 11:50AM by PIB Bhubaneshwar

 

କେନ୍ଦ୍ରୀୟ ଅନୁମୋଦନ ଏବଂ ଯାଞ୍ଚ କମିଟିର 53ତମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ (ପିଏମଏୱାଇ-ୟୁ) ଅଧୀନରେ 56,368 ଗୃହ ନିର୍ମାଣକୁ ଅନୁମୋଦନ କରାଯାଇଛି । ଏହି ଘରଗୁଡିକ ପିଏମଏୱାଇ-ୟୁ ମିଶନର ବିଭିନ୍ନ ଭୂଲମ୍ବରେ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବୈଠକରେ ମୋଟ 11 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିଥିଲେ ।

ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ଆହ୍ଵାନ ଦେଇ କହିଛନ୍ତି ଯେ, ଆସନ୍ତୁ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକାରିତା ବ୍ୟବସ୍ଥାରେ ଯୋଗଦେବା । ମିଶନ୍ ଅବଧିରେ ଶତପ୍ରତିଶତ ପିଏମଏୱାଇ-ୟୁ ଗୃହ ନିର୍ମାଣ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ସେ ରାଜ୍ୟ / କେନ୍ଦ୍ର ଅଞ୍ଚଳଗୁଡିକୁ ଅନୁରୋଧ କରିଥିଲେ । ଏହି ମିଶନର ସଠିକ୍ କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଅନଲାଇନ୍ ମେକାନିଜମ ସିଷ୍ଟମ୍ (ଏମଆଇଏସ) କୁ ବ୍ୟବହାର କରିବାକୁ ସେ ବୈଠକରେ ଅଂଶଗ୍ରହଣ କରିଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । 

ଲାଇଟ୍ ହାଉସ୍ ପ୍ରୋଜେକ୍ଟସ୍ (ଏଲଏଚପି) ଏବଂ ପ୍ରଦର୍ଶନୀ ହାଉସିଂ ପ୍ରୋଜେକ୍ଟସ୍ (ଡିଏଚପି)ର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ମିଶ୍ର ସମୀକ୍ଷା କରିଥିଲେ । ଜାନୁଆରୀ 1, 2021ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏଲଏଚପିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଲଏଚପି ଅଧୀନରେ ଲକ୍ଷ୍ନୌ, ରାଞ୍ଚି, ରାଜକୋଟ, ଅଗରତାଲା, ଚେନ୍ନାଇ ଏବଂ ଇନ୍ଦୋରରେ ଘର ନିର୍ମାଣ କରାଯାଉଛି । ଏଲଏଚପି ସ୍ଥାନଗୁଡିକୁ ଏହି ଅଞ୍ଚଳରେ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାନାନ୍ତର ପାଇଁ ଜ୍ଵଳନ୍ତ ପରୀକ୍ଷାଗାର ଭାବରେ ପ୍ରୋତ୍ସାହିତ କରାଯାଉଛି । ଏଥିପାଇଁ ବୃହତ ଭାବରେ ନାଗରିକଙ୍କ ଅଂଶଗ୍ରହଣ ଏବଂ ବୈଷୟିକ ସଚେତନତା, ଅନ-ସାଇଟ୍ ଶିକ୍ଷା, ସମାଧାନ, ପରୀକ୍ଷଣର ଚିନ୍ତାଧାରା ଅନୁସନ୍ଧାନ ଏବଂ ନୂତନତ୍ୱକୁ ପ୍ରୋତ୍ସାହନ ଦେବା ଲାଗି ଅନଲାଇନ୍ ନାମଲେଖା ମାଧ୍ୟମରେ ପ୍ରଯୁକ୍ତିବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏକ ଅଭିଯାନ ଆରମ୍ଭ କରିଛି ।

ଏହି ମିଶନ କିଭଳି ମହିଳା ହିତାଧିକାରୀ କିମ୍ବା ମିଳିତ ମାଲିକାନାରେ ଘର ବଣ୍ଟନ କରି ମହିଳାଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛି ତାହା ଶ୍ରୀ ମିଶ୍ର ବୈଠକରେ ସ୍ପଷ୍ଟ କରିଥିଲେ । ପ୍ରତ୍ୟେକ ସ୍ତରରେ ମନ୍ତ୍ରଣାଳୟ ଦେଇଥିବା ପରାମର୍ଶକୁ ଅନୁସରଣ କରିବାକୁ ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଧିଷ୍ଟ ଭାବରେ କହିଥିଲେ । ଏଥିସହ ସେ ତାଙ୍କ ପିଏମଏୱାଇ-ୟୁ ଘରର ନାମଫଳକରେ ମହିଳା ହିତାଧିକାରୀଙ୍କ ନାମ ଉଲ୍ଲେଖକୁ ନିଶ୍ଚିତ କରିବାକୁ କହିଥିଲେ ।

'ସମସ୍ତଙ୍କ ପାଇଁ ଘର'ର ଦୂରଦୃଷ୍ଟି ସହିତ ସାରା ଦେଶରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ସେଗୁଡିକର ବଣ୍ଟନକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । 2022 ସୁଦ୍ଧା, ଯେତେବେଳେ ଦେଶ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଛି ସେହି ସମୟ ମଧ୍ୟରେ ସହରାଞ୍ଚଳରେ ବାସ କରୁଥିବା ଭାରତର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ।

ପିଏମଏୱାଇ-ୟୁ ଗୃହ ନିର୍ମାଣ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ । ଆଜିସୁଦ୍ଧା 73 ଲକ୍ଷରୁ ଅଧିକ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ପ୍ରାୟ 43 ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

 

**********

TRP/



(Release ID: 1700315) Visitor Counter : 171