ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

DBT ILS ୩୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ବିଜ୍ଞାନପ୍ରତି ଅବଦାନକୁ ଡକ୍ଟର ହର୍ଷବର୍ଦ୍ଧନଙ୍କ ପ୍ରଶଂସା

ଆଦିବାସୀଙ୍କ ଜୀବନଜୀବିକା ଉନ୍ନତ କରିବାରେ DBT ILS ଉତ୍କର୍ଷ ପ୍ରତିପାଦିତ: ଡକ୍ଟର ହର୍ଷବର୍ଦ୍ଧନ

ଓଡିଶାବାସୀଙ୍କ ଜୀବନ ଜୀବୀକାର ମାନ ଉନ୍ନତ କରିବାରେ DBT ILSର ଆଖିଦୃଶିଆ ପଦକ୍ଷେପ: ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡକ୍ଟର ହର୍ଷବର୍ଦ୍ଧନ ଦ୍ୱାରା DBT ILS ରେ “ଆନିମଲ ଚ୍ୟାଲେଞ୍ଜ ଷ୍ଟଡି ପ୍ଲାଟଫର୍ମ’ର ଶିଳାନ୍ୟାସ ‘କୋଭିଡ-୧୯ ପାଇଁ ILS କ୍ଲିନିକାଲ ସାମ୍ପଲ ରିପୋଜିଟୋରୀ ଉଦ୍‌ଘାଟିତ ଏବଂ ILS-IBSD ମିଳିତ ହିମାଲୟାନ ବାୟୋରିସୋର୍ସ ମିଶନର ଉତ୍ସବ

Posted On: 18 FEB 2021 4:27PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ବୈଷୟି ଜ୍ଞାନ ଓ ଭୂବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଭୁବନେଶ୍ୱର ସ୍ଥିତ ବିଜ୍ଞାନ ପ୍ରତିଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏହି ସ୍ୱୟଂଶାସିତ ପ୍ରତିଷ୍ଠାନ କୋଭିଡ-୧୯ କାଳରେ ରୋଗ ନିଦାନ ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ବୈଜ୍ଞାନିକ ସଫଳତା ହାସଲ କରିଥିବା ଡକ୍ଟର ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।

          କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଡକ୍ଟର ରେଣୁ ପ୍ରକାଶ, DBT ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା, DBT ଯୁଗ୍ମ ସଚିବ ଶ୍ରୀ ସି.ପି ଗୋଏଲ, DBT ପରାମର୍ଶଦାତା ଡକ୍ଟର ମୀନାକ୍ଷୀ ମୁନ୍‌ସୀ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ପ୍ରତିଷ୍ଠାନ ପ୍ରାୟ ପାଂଚ ଶହ ଜୀବାଣୁ ଗୁଣସୂତ୍ର ପୃଥକୀକରଣ ସହ ୧୭ଟି ଭୂତାଣୁ ବିଶ୍ଲେଷଣ କରିଛି ଯାହାକି ଆଗାମୀ ଦିନରେ କୋଭିଡ-୧୯ ଗବେଷଣାରେ ବିଶେଷ ସହାୟକ ହେବ । DBT ILS ଆଦିବାସୀମାନଙ୍କ ଜୀବନଜୀବିକା କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରୟୋଗରେ ଉତ୍କର୍ଷ ଲାଭ ମଧ୍ୟ କରିଛି ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରୁ DBT ILS ପ୍ରାୟ ଦେଢଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଥିବାରୁ ଡକ୍ଟର ହର୍ଷବର୍ଦ୍ଧନ ଏହାର ପ୍ରଶଂସା କରିଥିଲେ ।

ଏଥିରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, DBT ILS ଓଡିଶା ତଥା ପୂର୍ବ ଭାରତର ଏକ ପ୍ରମୁଖ ଅନୁଷ୍ଠାନ ଯାହାକି ଓଡିଶା ଜନସାଧାରଣଙ୍କ ଜୀବନଜୀବିକା ଉପରେ ଆଖିଦୃଶିଆ ପ୍ରଭାବ ପକାଇଛି । ଏଥିରେ ସନ୍ତୋଷବ୍ୟକ୍ତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିଶାଳ ଉପକୂଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ଲୁ ଇକୋନମୀ କଳ୍ପନା ମଧ୍ୟରେ ରହିଛି । ILSରେ ସାମୁଦ୍ରିକ ଜୈବ ପ୍ରଯୁକ୍ତି ବିଦ୍ୟାର ଏକ ଉତ୍କର୍ଷ କେନ୍ଦ୍ର ଖୋଲିଲେ ଏହା ଓଡିଶାର ଆର୍ଥିକ ବିକାଶରେ ନିରନ୍ତରର ଓ ସ୍ଥାୟୀ ପ୍ରଭାବ ପକାଇବ । ସେ ଦୃଷ୍ଟିରୁ ଏହାର ସ୍ଥାପନା ନେଇ ସେ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଡକ୍ଟର ରେଣୁ ସ୍ୱରୂପ ରାଜ୍ୟର ବିଶେଷ କରି ଆଦିବାସୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପୌଷ୍ଟିକତା ବିକାଶ କ୍ଷେତ୍ରରେ ILS ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ILS ଦ୍ୱାରା ନିଆଯାଇଥିବା ବିଭିନ୍ନ ଗବେଷଣା ଓ କୋଭିଡ୍ ପରିଚାଳନା ପଦକ୍ଷେପ ଉପରେ ଏହାର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଡକ୍ଟର ହର୍ଷବର୍ଦ୍ଧନ DBT ILSରେ ଆନିମଲ ଚ୍ୟାଲେଞ୍ଜ ଷ୍ଟଡି ପ୍ଲାର୍ଟଫର୍ମର ଶିଳାନ୍ୟାସ କରିଥିଲେ । ସେ ଏଥି ସହ କୋଭିଡ-୧୯ ବାୟୋ ରିପୋଜିଟୋରୀ ମଧ୍ୟ ଉଦ୍‌ଘାଟନ କରିଥିଲେ । ଏହି ସଂସ୍ଥା ଏକ ହଜାରରୁ ଉର୍ଦ୍ଧ୍ୱ କ୍ଲିନିକାଲ ନମୁନା ପରୀକ୍ଷା କରିବା ସହ ୨୦୨ ଜଣ କୋଭିଡ୍ ରୋଗୀଙ୍କ ରକ୍ତ  ମୂତ୍ର ଓ ଲାଳର ମଧ୍ୟ ପରୀକ୍ଷା କରିଛି । ଏହା ସହ ଡକ୍ଟର ହର୍ଷବର୍ଦ୍ଧନ ହିମାଲୟନ ବାୟୋ ରିସୋର୍ସ ମିଶନର ମଧ୍ୟ ଉଦ୍‌ଘାଟନ କରିଥିଲେ । ଏହି ମିଶନ କୃଷି, ଉଦ୍ୟାନକୃଷି, ଔଷଧୀୟ ଓ ସୁରଭିତ ଗୁଳ୍ମରାଜି, ଗୃହପାଳିତ ପଶୁମାନଙ୍କ ଉପରେ ଅଧିକ ଗବେଷଣା କରିବ ।

*****

SM/SLP

 



(Release ID: 1699202) Visitor Counter : 138