ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଗଣତନ୍ତ୍ର ଦିବସ, 2021 ଅବସରରେ ସାହସୀକତା/ସେବା ପଦକ ପୁରସ୍କାର

Posted On: 25 JAN 2021 2:08PM by PIB Bhubaneshwar

ଗଣତନ୍ତ୍ର ଦିବସ, 2021 ଅବସରରେ 946 ଜଣ ପୁଲିସଙ୍କୁ ପଦକ ପ୍ରଦାନ କରାଯାଇଛି 2ଜଣଙ୍କୁ ମରୋଣତ୍ତର ଭାବେ ସାହସୀକତା ପାଇଁ ରାଷ୍ଟ୍ରପତି ପୁଲିସ୍ପଦକ ପ୍ରଦାନ କରାଯାଇଥିବାବେଳେ 205ଜଣଙ୍କୁ ସାହସୀକତା ପାଇଁ ପୁଲିସ୍ପଦକ ମିଳିଛି ବିଶିଷ୍ଟ ସେବା ପାଇଁ 89ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ପଦକ ପ୍ରଦାନ କରାଯାଇଥିବାବେଳେ 650ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍ପଦକ ମିଳିଛି ଓଡିଶାରୁ ଦୁଇଜଣ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍ପଦକ ପାଇଥିବାବେଳେ 11ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍ପଦକ ମିଳିଛି ରାଷ୍ଟ୍ରପତି ପୁଲିସ୍ପଦକ ପାଇବାକୁ ଥିବା ଦୁଇଜଣଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଗୁଇନ୍ଦା ନିଦେ୍ର୍ଦଶକ ଶ୍ରୀ ରାଧା କିଷନ ଶର୍ମା ବିଜୁ ପଟ୍ଟନାୟକ ପୁଲିସ୍ଏକାଡେମୀରେ ଡେପୁଟୀ ସୁବେଦାର ଥିବା ଶ୍ରୀ ବୁଦ୍ଧି ବାହାଦୂର ଥାପ୍ପା

ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ 11ଜଣ ପୁଲିସ୍ପଦକ ପାଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଆଇଜି ଶ୍ରୀ ପ୍ରବୀନ କୁମାର, ଏଏସ୍ପି ଶ୍ରୀ ରବୀନ୍ଦ୍ର କୁମାର ଦାସ, ଏଏସ୍ପି ଶ୍ରୀ ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ଅଶୋକ କୁମାର ଦେହୁରୀ, ଏସିପି ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ୍‌, ଏଏସ୍ଆଇ ଶ୍ରୀ ମନୋରଞ୍ଜନ ଶତପଥୀ, ହାବିଲଦାର ଶ୍ରୀ ସରୋଜ କୁମାର ଭୋଇ, ହାବିଲଦାର ଶ୍ରୀ ଶେଖ ନାସିରୁଦ୍ଦିନ, କନେଷ୍ଟବଳ ଶ୍ରୀ ଗୌତମ ପାତ୍ର, ସୁବେଦାର ଶ୍ରୀ ହେମନ୍ତ ବାହାଦୂର କ୍ଷେତ୍ରୀ ଛେତ୍ରୀ ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ବୁଦ ତମାଙ୍ଗ

ସାହସୀକତା ପୁରସ୍କାର

ମୋଟ୍207ଟି ସାହସୀକତା ପଦକ ମଧ୍ୟରୁ ଦୁଇଟି ରାଷ୍ଟ୍ରପତି ସାହସୀକତା ପୁଲିସ୍ପଦକ ରହିଛି ଏଥିରୁ ଗୋଟିଏ ରାଷ୍ଟ୍ରପତି ସାହସୀକାତା ପୁଲିସ୍ପଦକ ଝାଡଖଣ୍ଡର ଜଣଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯାଇଥିବାବେଳେ ଆଉ ଗୋଟିଏ ରାଷ୍ଟ୍ରପତି ସାହସୀକତା ପୁଲିସ୍ପଦକ ସିଆରପିଏଫ୍ ଜଣଙ୍କୁ ମରୋଣତ୍ତର ଭାବେ ମିଳିଛି 137ଜଣଙ୍କୁ ଜାମ୍ମୁ କାଶ୍ମୀରରେ ସାହସୀକାତା କାର୍ଯା୍ୟ ପାଇଁ ପୁରସ୍କୃତ କରାଯାଇଥିବାବେଳେ, ମାଓ ପ୍ରଭାବିତ ଅଞ୍ଚଳରେ ସାହସୀକତା କାର୍ଯ୍ୟ ଲାଗି 24ଜଣଙ୍କୁ ଉତ୍ତର-ପୂର୍ବାଞ୍ଚଳରେ ଜଣଙ୍କୁ ସାହସୀକତା ପୁରସ୍କାର ମିଳିଛି ସାହସୀକତା ପୁରସ୍କାର ପାଇଥିବା ପୁଲିସ ଜବାନମାନଙ୍କ ମଧ୍ୟରୁ 68ଜଣ ସିଆରପିଏଫ୍ରୁ, 52ଜଣ ଜାମ୍ମୁ-କାଶ୍ମୀର ପୁଲିସ୍ରୁ, 20ଜଣ ବିଏସ୍ଏଫ୍ରୁ, 17ଜଣ ଦିଲ୍ଲୀ ପୁଲିସ୍ରୁ, ୧୩ଜଣ ମହାରାଷ୍ଟ୍ର ଏବଂ 8ଜଣ ଛତିଶଗହ, 8ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସିଏପିଏଫ୍ ଅଛନ୍ତି

 

*****

HS



(Release ID: 1692312) Visitor Counter : 148