ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
ଚଳିତବର୍ଷ ଜାନୁୟାରୀ ୧୬ତାରିଖରୁ ଗୋଆଠାରେ 51ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚ୍ରିତ ଉତ୍ସବ ଆରମ୍ଭ ହେଉଛି । ଏହି ଉତ୍ସବରେ ଭାରତ ଚଳଚ୍ଚିତ୍ର ଜଗତର 19ଜଣ ସ୍ୱର୍ଗତ ବିଶିଷ୍ଟ ବ୍ୟକ୍ତି ଏବଂ ବିଶ୍ୱର 9ଜଣ ସ୍ୱର୍ଗତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ ।
ଭାରତର ଚଳଚ୍ଚିତ୍ର ଜଗତର ସ୍ୱର୍ଗତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଓଡିଶାର ଅଜିତ ଦାସ, ବିଜୟ ମହାନ୍ତି ଏବଂ ମନମୋହନ ମହାପାତ୍ରଙ୍କ ନାମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ବାସୁ ଚାଟାର୍ଜୀ, ଭାନୁ ଆଥେୟା, ଇରଫାନ ଖାନ୍ ଜଗଦୀପ, କୁମ୍କୁମ୍, ନିମ୍ମି, ନିଶିକାନ୍ତ କାମାତ୍, ରାହତ ଇନ୍ଦୋରୀ, ରୁଷି କପୁର, ସରୋଜ ଖାନ୍, ଏସ.ପି. ବାଲ ସୁବ୍ରମଣ୍ୟମ୍, ଶ୍ରୀରାମ ଲାଗୋ, ସୌମିତ୍ର ଚାଟାର୍ଜୀ, ସୁଶାନ୍ତ ସିଂ ରାଜପୁତ, ୱାଜିଦ ଖାନ୍ ଏବଂ ଯୋଗେଶ ଗୌରଙ୍କ ନାମ ରହିଛି । ବିଶ୍ୱର ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ହେଉଛନ୍ତି ସ୍ୱର୍ଗତ ଚାଦୱିକ୍ ବୋଷମ୍ୟାନ, ଇଭାନ ପାସେର, ଗୋରାନ୍ ପାସ୍କାଲଜିଭିକ୍, ଆଲେନ୍ ଡାଭିୟୁ, ମାକ୍ସ ଭନ୍ ସାଇଡୋ, ସାର ଆଲାନ ପାର୍କର, କିରକୀ ଡଗଲାସ, ଏନିଓ ମେରିକନ୍ ଏବଂ ଓଲିଭିୟା ଡି ହାଭିଲଲାଣ୍ଡ । ଏହି ଚଳଚ୍ଚିତ୍ର ଉତ୍ସବ ଜାନୁୟାରୀ 24ତାରିଖ ଦିନ ଉଦ୍ଯାପିତ ହେବ ।
*****
SSD / SLP
(रिलीज़ आईडी: 1688705)
आगंतुक पटल : 237