କ୍ୟାବିନେଟ
ବାୟୁସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସରୁ 83ଟି ଲଢୁଆ ତେଜସ୍ ବିମାନ କିଣିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
Posted On:
13 JAN 2021 5:25PM by PIB Bhubaneshwar
ଭାରତୀୟ ବାୟୁ ସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବାହାଲ୍ଠାରୁ 83ଟି ହାଲୁକା ଲଢୁଆ ବିମାନ କିଣିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ସେଥିମଧ୍ୟରୁ 73ଟି ତେଜସ୍ ଏମ୍କେ-1ଏ ଲଢୁଆ ବିମାନ ଶ୍ରେଣୀର ହୋଇଥିବା ବେଳେ 10ଟି ଏମ୍-କେବିମାନ ତାଲିମ ପାଇଁଉଦ୍ଦିଷ୍ଟ । ଏହି 83ଟିଯାକ ବିମାନ 45,696 କୋଟି ଟଙ୍କାରେ କିଣାଯିବ । ଏହି ବ୍ୟୟରେ ନକ୍ସା ଏବଂ ଭିତ୍ତିଭୂମି ବିକାଶ ବାବଦରେ 1202 କୋଟି ଟଙ୍କା ଅନ୍ତର୍ଭୁକ୍ତ।
ଏହି ତେଜସ୍ ଶ୍ରେଣୀର ବିମାନର ନିର୍ମାଣ କୌଶଳ ସ୍ୱଦେଶୀ ବିଦ୍ୟାରେ ପ୍ରସ୍ତୁତ ହୋଇଛି । ଏହା ଏକ ଅତ୍ୟାଧୁନିକ ଚତୁର୍ଥ ପିଢିର ଯୁଦ୍ଧ ବିମାନ । ଏଥିରେ ଆଏସା ରେଡାର ରହିଛି ଯାହା ଦୃଶ୍ୟ ପରିସର ବାହାରେ ଥିବା ସାମଗ୍ରୀ, କ୍ଷେପଣାସ୍ତ୍ର ଓ ଶତ୍ରୁର ଘାଟିକୁ ଠାବ କରିବାକୁ ସକ୍ଷମ । ଏହା ମଧ୍ୟ ଇଲେକ୍ଟ୍ରୋନିକ ୱାରଫେୟାର ପାଇଁ ସମର୍ଥ । ଉଡାଣବେଳେ ମଧ୍ୟ ଏଥିରେ ଆକାଶ ପଥରେ ଇନ୍ଧନ ଭରିବାର ସୁବିଧା ରହିଛି । ଭାରତୀୟ ବାୟୁସେନାର ବ୍ୟବହାର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି । ଏହା ଭାରତୀୟ ଜ୍ଞାନକୌଶଳ ଓ ନକ୍ସାରେ ନିର୍ମିତ, ବିକଶିତ ଏବଂ ଉତ୍ପାଦିତ । ଏହା ପ୍ରଥମ ସ୍ୱଦେଶୀ ହାଲୁକା ଲଢୁଆ ବିମାନ ଯାହା ଭାରତ ପ୍ରଥମ ଥର ପାଇଁ କିଣିବାକୁ ଯାଉଛି । ଏଥିରେ 50 ଶତାଂଶ ଭାରତୀୟ ସାମଗ୍ରୀ ଓ ଉପକରଣ ଲାଗିଛି । ସମୟକ୍ରମେଏହାକୁ 60 ଶତାଂଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଆଜିର ବୈଠକରେ ବାୟୁସେନାର ଭିତ୍ତିଭୂମି ବିକାଶକାର୍ଯ୍ୟକୁ ଅନୁମୋଦନ ମିଳିଛି । ଘାଟିର ମୌଳିକସୁବିଧା ସୁଯୋଗ ବୃଦ୍ଧି ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଅଧିକ ସୁବିଧା ମିଳିବଏବଂ ଯୁଦ୍ଧ ବିମାନଗୁଡିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତ ନିଜସ୍ୱ କାରିଗରୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣମାନ ଉତ୍ପାଦନ କରିବାକୁ ଗୁରୁତ୍ୱ ଦେଉଛି । ସେଥିପାଇଁ ନୂଆ ଟେକ୍ନୋଲଜି ଓ ନିର୍ମାଣ କୌଶଳ ଉପଯୋଗ କରାଯାଉଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ଅଗ୍ରଣୀ ସଂସ୍ଥାଭାବେ କାର୍ଯ୍ୟ କରୁଛି । ଏହାଛଡା ପ୍ରାୟ 500 ଭାରତୀୟ କଂପାନୀ ଓ କ୍ଷୁଦ୍ରଶିଳ୍ପ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ସହକାର୍ଯ୍ୟ କରୁଛନ୍ତି । ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାରେଏହା ସହାୟକ ହେବ ବୋଲି କୁହାଯାଉଛି ।
*****
TM / SLP
(Release ID: 1688407)
Visitor Counter : 295
Read this release in:
Malayalam
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada