କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

ଶକ୍ତି କ୍ଷେତ୍ରରେ କୌଶଳ ବିକାଶର ଉତ୍କର୍ଷ ହାସଲ ନିମନ୍ତେ ସ୍କିଲ ଇଣ୍ଡିଆ ପକ୍ଷରୁ ପ୍ରଥମ ଉତ୍କର୍ଷ କେନ୍ଦ୍ର ସ୍ଥାପିତ

• ଶକ୍ତି କ୍ଷେତ୍ରରେ ପ୍ରଥମ ଉତ୍କର୍ଷ କେନ୍ଦ୍ର ସ୍ଥାପନା ପାଇଁ ଭାରତ ଓ ଫ୍ରାନ୍ସ ସରକାରଙ୍କ ମିଳିତ ଉଦ୍ୟମ
• ଭର୍ଚୁଆଲ ମୋଡରେ କେନ୍ଦ୍ର ମନ୍ତ୍ରୀ ଆର କେ ସିଂ ଉଦଘାଟନ କଲେ ଉତ୍କର୍ଷ କେନ୍ଦ୍ର
• ଫରାସୀ ବିତ୍ତ ଓ ବିତ୍ତୀୟ ବ୍ୟାପାର ମନ୍ତ୍ରୀ ତଥା ପରାମର୍ଶଦାତା ମିଷ୍ଟର ଡାନିଏଲ ମୈତ୍ରେ, ଭାରତ ଓ ଦକ୍ଷିଣ ଏସୀୟ ଆଞ୍ଚଳିକ ବିଭାଗ ମୁଖ୍ୟ ସମାରୋହରେ
ଉପସ୍ଥିତ
• ଉତ୍କର୍ଷ କେନ୍ଦ୍ର ଶୁଳ୍କ ଅଧିକାରୀ ଓ ତାଲିମଦାତାଙ୍କୁ ଦେବ ସ୍ଵତନ୍ତ୍ର ତାଲିମ

Posted On: 18 DEC 2020 6:02PM by PIB Bhubaneshwar

ଏକ ବିଶେଷ ଘଟଣାକ୍ରମରେ ଦେଶରେ ସ୍କିଲ ଇଣ୍ଡିଆ ପକ୍ଷରୁ ଶକ୍ତି କ୍ଷେତ୍ରରେ ପ୍ରଥମ କୌଶଳ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି କୌଶଳ ବିକାଶ ଓ ବୃତ୍ତିଗତ ତାଲିମର ଅଙ୍ଗୀକାରବଦ୍ଧତା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ କୌଶଳ ବିକାଶ ଓ ଔଦ୍ୟୋଗୀକତା ମନ୍ତ୍ରଣାଳୟ, ଫରାସୀ ଗଣରାଜ୍ୟ ସରକାରର ଜାତୀୟ ଶିକ୍ଷା ଓ ଯୁବ ମନ୍ତ୍ରଣାଳୟ ଓ ସ୍ନାଇଡ଼ର ବିଦ୍ୟୁତ ସଂସ୍ଥା ପକ୍ଷରୁ ଶକ୍ତି କ୍ଷେତ୍ରରେ ଦେଶର ପ୍ରଥମ କୌଶଳ ବିକାଶର ପ୍ରଥମ ଉତ୍କର୍ଷ କେନ୍ଦ୍ରର ସ୍ଥାପନା ଘୋଷଣା କରାଯାଇଛି ହରିୟାଣାର ଗୁରୁଗାଁଓସ୍ଥିତ ଗ୍ଵାଲ ପାହାଡିଠାରେ ଥିବା ଜାତୀୟ ସୌରଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ପ୍ରତିଷ୍ଠା କରାଯାଇଛି ଦେଶବ୍ୟାପୀ ତାଲିମଦାତା ଓ ଶୁଳ୍କ ଅଧିକାରୀଙ୍କୁ ଏହା ସ୍ଵତନ୍ତ୍ର ତାଲିମ ପ୍ରଦାନ କରିବ

ଏହି ଉତ୍କର୍ଷ କେନ୍ଦ୍ରରେ ଭବିଷ୍ୟତ ବୈଷୟିକ ଜ୍ଞାନକୁ ଆଖିଆଗରେ ରଖି ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି । ଏହା ଶକ୍ତି କ୍ଷେତ୍ରରେ ଭାରତ ଓ ଫ୍ରାନ୍ସର ସମ୍ପର୍କକୁ ଅଧିକ ଦୃଢୀଭୂତ କରିବ କେନ୍ଦ୍ର ଶକ୍ତି (ସ୍ଵାଧୀନ), ନୂତନ ଓ ଅକ୍ଷୟ ଶକ୍ତି (ସ୍ଵାଧୀନ) ଓ କୌଶଳ ବିକାଶ ଓ ଔଦ୍ୟୋଗୀକ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ ଆଜି ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି । ଫ୍ରାନ୍ସର ବିତ୍ତ ଓ ବିତ୍ତୀୟ ବ୍ୟାପାର ମନ୍ତ୍ରୀ ତଥା ପରାମର୍ଶଦାତା ମିଷ୍ଟର ଡାନିଏଲ ମୈତ୍ରେ, ଭାରତ ଓ ଦକ୍ଷିଣ ଏସିଆର ଆଞ୍ଚଳିକ ଆର୍ଥିକ ବିଭାଗର ମୁଖ୍ୟ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ।

ପୂର୍ବରୁ ଏମଏସଡିଇ ଓ ଫ୍ରାନ୍ସର ଶିକ୍ଷା ମନ୍ତ୍ରଣାଳୟ ଓ ସ୍ନାଇଡ଼ର ଇଲେକ୍ଟ୍ରିକ ଇଣ୍ଡିଆ ପ୍ରତିଷ୍ଠାନ (ଏସଇଆଇଏଫ), ଶକ୍ତି କ୍ଷେତ୍ର କୌଶଳ ପରିଷଦ (ପିଏସଏସସି) ଏବଂ ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ମଧ୍ୟରେ ଶକ୍ତି ଓ ସୌରଶକ୍ତି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ହୋଇଥିବା ରାଜିନାମା ଅନୁସାରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି ।

ଏହାକୁ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ କହିଛନ୍ତି ଯେ, ଦେଶର ଆର୍ଥିକ ଅଭିବୃଦ୍ଧି, ଶକ୍ତି ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରିଆସୁଛି । ବିଶ୍ଵର ଅକ୍ଷୟ ଶକ୍ତି ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଆମ ଦେଶ ପ୍ରୟାସ କରୁଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ଵାନକୁ ସଫଳ କରିବା ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏକ୍ଷେତ୍ରରେ ଫ୍ରାନ୍ସ ସରକାରଙ୍କ ସହଯୋଗ ଦୁଇ ଦେଶର ସହଯୋଗର ଏକ ଉଜ୍ଜ୍ଵଳ ଦୃଷ୍ଟାନ୍ତ ଓ ଏହା ଦୀର୍ଘସ୍ଥାୟୀ ଶକ୍ତି ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ।

ଏହି ଉତ୍କର୍ଷ କେନ୍ଦ୍ର ବିଦ୍ୟୁତ, ସ୍ଵୟଂଚାଳିତ ଓ ସୌର ଶକ୍ତି କ୍ଷେତ୍ରରେ କୁଶଳୀ କାରିଗରମାନଙ୍କୁ ଅତ୍ୟାଧୁନିକ ତାଲିମ ପ୍ରଦାନ କରିବ । ଏହି ତାଲିମରେ ତାଲିମଦାତା, ପ୍ରଶିକ୍ଷକ, ଶୁଳ୍କ ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

4000 ବର୍ଗକିଲୋମିଟର ପରିମିତ କ୍ଷେତ୍ରରେ ସ୍ଥାପିତ କରାଯାଇଥିବା ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଏନଆଇଏସଇ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ଏଥିରେ ଦୁଇଟ ପରୀକ୍ଷାଗାର ସ୍ନାଇଡ଼ର ଇଲେକ୍ଟ୍ରି କମ୍ପାନୀ ଦ୍ଵାରା ପ୍ରତିଷ୍ଠା କରାଯିବ । ଏଥିରେ ଥିବା ସୌରଶକ୍ତି ପରୀକ୍ଷାଗାର ଏକ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ତାଲିମ ଦେବ । ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ଵାରା ଦେଶବ୍ୟାପୀ ଏହାର କର୍ମଚାରୀମାନଙ୍କୁ ଅନଲାଇନ ଯୋଗେ ତାଲିମ ମଧ୍ୟ ପ୍ରଦାନ କରାଯାଇପାରିବ । ଏଥିରେ ଶକ୍ତି ଉତ୍ପାଦନ, ସରବରାହ, ବିତରକ ସମ୍ପର୍କିତ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଫ୍ରାନ୍ସର ଶିକ୍ଷା ବିଭାଗ ବିଭିନ୍ନ ପରିପାଟିର ବିକାଶ ଓ ପରିକଳ୍ପନା ପାଇଁ ଭାରତକୁ ବିଶେଷଜ୍ଞ ପଠାଇଛନ୍ତି । ସେ ଏହାର ଲେ ଆଉଟ ଓ ପରିପାଟିର ବିକାଶ କରିଛନ୍ତି । ଜାତୀୟ କୌଶଳ ବିକାଶ ନିଗମ ପ୍ରକଳ୍ପ ବାବଦ ଆନୁଷ୍ଠାନିକ ସୁବିଧା ସୁଯୋଗମାନ ଯୋଗାଇଦେଇଛନ୍ତି ।

 

**********



(Release ID: 1681854) Visitor Counter : 191