କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କୃଷି ଆଇନକୁ ସମର୍ଥନ କରି ସର୍ବ ଭାରତୀୟ କୃଷକ ସମନ୍ଵୟ ସମିତି ସଦସ୍ୟଙ୍କ ପକ୍ଷରୁ କୃଷିମନ୍ତ୍ରୀଙ୍କୁ ସ୍ମାରକ ପ୍ରଦାନ

ସରକାରଙ୍କ ନୀତି ଓ ଅଭିପ୍ରାୟ କୃଷକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ – ନରେନ୍ଦ୍ର ସିଂହ ତୋମର

ପୋଷ୍ଟ କରାଯିବା ଦିନାଙ୍କ: 14 DEC 2020 5:18PM by PIB Bhubaneswar

ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ଵ କରୁଥିବା ସର୍ବ ଭାରତୀୟ କୃଷକ ସମନ୍ଵୟ ସମିତିର କର୍ମକର୍ତ୍ତାଗଣ ଆଜି ନୂଆଦିଲ୍ଲୀର କୃଷି ଭବନଠାରେ କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ସାକ୍ଷାତ କରିଛନ୍ତି ତେଲଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ ଓ ବିହାରର ଏହି ଚାଷୀନେତାମାନେ କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସମସ୍ତେ ନିକଟରେ ପାରିତ ହୋଇଥିବା କୃଷି ଆଇନ ଦେଶବ୍ୟାପୀ ଚାଷୀମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଦୃଢ ଯୁକ୍ତି ବାଢିବା ସହ ଏହା ବର୍ଷ ବର୍ଷ ଧରି ମଧ୍ୟସ୍ଥିଙ୍କ ଦ୍ଵାରା ଶୋଷିତ ହେଉଥିବା ଚାଷୀମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବ ବୋଲି କହିଛନ୍ତି । ନୂତନ ଆଇନ ଯୋଗୁଁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ନିଜ ଇଚ୍ଛା ଅନୁସାରେ ବିକ୍ରି କରିବା ସହ କୃଷି ଉତ୍ପାଦକ ବଜାର କମିଟିର ବାହାରେ ବିନା ବାଧାରେ କାରବାର କରିପାରିବେ ବୋଲି ମତ ଦେଇଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ଚାଷୀମାନେ କ୍ରୟକାରୀଙ୍କ ସହିତ ରାଜିନାମା କଲେ, ସେମାନେ ମୂଲ୍ୟ ଧାର୍ଯ୍ୟ କରିବାର ସୁବିଧା ପାଇବେ ଓ ବଜାରରେ ବେଳେ ବେଳେ ଦେଖାଯାଉଥିବା ଅସମାନତାର ଶିକାର ହେବାକୁ ପଡିବ ନାହିଁ । ଏହି ନୂତନ କୃଷି ଆଇନ ଯୋଗୁଁ କୃଷକମାନେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ, ଉନ୍ନତ ବିହନ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ସହଜରେ ପାଇବା ସହ କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ମଧ୍ୟ ଆକୃଷ୍ଟ କରିପାରିବେ ସର୍ବ ଭାରତୀୟ କୃଷକ ସମନ୍ଵୟ ସମିତି ଅଧୀନରେ କାର୍ଯ୍ୟରତ 7 ହଜାରରୁ ଅଧିକ ସ୍ବେଚ୍ଛାସେବୀ ସଂଗଠନ ଓ ସେମାନଙ୍କ ସଦସ୍ୟମାନେ ପାରିତ ହୋଇଥିବା ନୂତନ କୃଷି  ନୀତିର ସପକ୍ଷରେ ଛିଡା ହେବେ କମିଟିର ପ୍ରତିନିଧିମାନେ କୃଷିମନ୍ତ୍ରୀଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତିସେମାନେ କେନ୍ଦ୍ର ସରକାରଙ୍କୁ ଏହି କୃଷି ନୀତି ନିମନ୍ତେ କୃତଜ୍ଞତା ଜଣାଇବା ସହ କୌଣସି ପରିସ୍ଥିତିରେ ମଧ୍ୟ ଆନ୍ଦୋଳନକାରୀଙ୍କ ଚାପରେ ପଡି ଏହାକୁ ରଦ୍ଦ ନକରିବାକୁ ନିବେଦନ କରିଛନ୍ତି ସେମାନେ କୃଷକମାନଙ୍କୁ ନୂତନ ନୀତି ସମ୍ପର୍କରେ ବିଜ୍ଞାପନ ଓ ତାଲିମ କାର୍ଯ୍ୟକ୍ରମ ଜରିଆରେ ସଚେତନ କରିବାକୁ ନିବେଦନ କରିଛନ୍ତି

କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ସରକାରଙ୍କ ନୀତି ଓ ଅଭିପ୍ରାୟ ଖୁବ ସ୍ପଷ୍ଟ ଏବଂ ଚାଷୀମାନେ ଏହି ସଂସ୍କାରରୁ ସୁବିଧା ପାଉଛନ୍ତି ଓ ଏହାଦ୍ୱାରା ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି

**********


(ରିଲିଜ ଆଡି: 1680630) ପରିଦର୍ଶକ କାଉଣ୍ଟର : 167