ଭାରତୀୟ ପ୍ରତିଯୋଗିତା ଆୟୋଗ
ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ଦ୍ୱାରା ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ର ସେୟାର ଅଧିଗ୍ରହଣକୁ ସିସିଆଇର ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
08 DEC 2020 5:41PM by PIB Bhubaneswar
ପ୍ରତିଯୋଗିତା ନିୟମ, 2002 ର ଧାରା 31 (1) ଅନୁଯାୟୀ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ଦ୍ୱାରା ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ର ସେୟାର ଅଧିଗ୍ରହଣକୁ ଭରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଅନୁମୋଦନ ପ୍ରଦାନ କରିଛି।
ଓଏଚ୍ପିସି ହେଉଛି ଏକ ପିଏସ୍ୟୁ ଯାହାର ସମ୍ପୁର୍ଣ୍ଣ ମାଲିକାନା ଏବଂ ନିୟନ୍ତ୍ରଣ ଅଧିକାର ଓଡିଶା ସରକାରଙ୍କ ପାଖରେ ରହିଛି। ଏହା ଅକ୍ଷୟ ଉତ୍ସରୁ ଜଳ ବିଦ୍ୟୁତ୍ ଏବଂ ସୌର ଶକ୍ତି ଯୁକ୍ତ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି।
ଓପିଜିସି ହେଉଛି ଏକ ରାଷ୍ଟ୍ରାୟତ୍ତ ମିଳିତ ଉଦ୍ୟୋଗ ଯାହାର 51% ସେୟାର ଓଡିଶା ସରକାର ଏବଂ ଅବଶିଷ୍ଟ 49% ସେୟାର ଏଇଏସ୍ ଓପିଜିସି ହୋଲଡିଂ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଆମେରିକୀୟ କମ୍ପାନି ଏଇଏସ୍ କର୍ପୋରେସନ ପଖରେ ରହିଛି। ଏହା କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ ଏବଂ ମିନି ହାଇଡ୍ରୋ ବିଦ୍ୟୁତ୍ ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ବ୍ୟବସାୟରେ ନିୟୋଜିତ |
ସେୟାର ବିକ୍ରୟ ଏବଂ କ୍ରୟ ଚୁକ୍ତିନାମା ଅନୁଯାୟୀ, ଏଇଏସ୍ ଓପିଜିସି ହୋଲଡିଂ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଅଧିନରେ ଥିବା 49% ଇକ୍ୱିଟି ସେୟାରକୁ ଓଏଚ୍ପିସି ଅଧିଗ୍ରହଣ କରିବ।
***
(ରିଲିଜ ଆଡି: 1679175)
ପରିଦର୍ଶକ କାଉଣ୍ଟର : 208