କ୍ୟାବିନେଟ

10ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ ବଢିବ ଏବଂ ଏହା ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ

Posted On: 11 NOV 2020 3:51PM by PIB Bhubaneshwar

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର 10ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ ସ୍କିମ୍‌) କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ କାରବାର ବୃଦ୍ଧି ପାଇବ । ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ସ୍କିମ୍‌ କାର୍ଯ୍ୟକାରୀ ହେବ ସେଗୁଡିକ ହେଲା- ଆଡଭାନ୍ସ କେମିଷ୍ଟ୍ରି ସେଲ୍‌ (ଏସିସି) ବ୍ୟାଟେରୀ,  ଇଲେକ୍ଟ୍ରୋନିକ୍‌/ଟେକ୍ନୋଲଜି ଉତ୍ପାଦ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଔଷଧପତ୍ର, ଟେଲିକମ ଓ ଟେଲିଯୋଗାଯୋଗ ଉତ୍ପାଦ, ଏମଏମ୍‌ଏଫ୍‌ ବର୍ଗର ବୟନ ସାମଗ୍ରୀ ଏବଂ ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟପଦାର୍ଥ, ଅତିଦକ୍ଷ ସୌର ପିଭି ମଡ୍ୟୁଲ୍ସ, ଏୟାର କଣ୍ଡିସନ୍ସ ଏବଂ ଏଲ୍‌ଇଡି ଭଳି ହ୍ୱାଇଟ ଗୁଡ୍‌ସ ଓ ସ୍ୱତନ୍ତ୍ର ଧରଣର ଇସ୍ପାତ । ଏଥିରେ କେବଳ ଏସିସି ବ୍ୟାଟେରୀ କ୍ଷେତ୍ରରେ ଏହି ଯୋଜନାକୁ ନୀତି ଆୟୋଗ ଏବଂ ଭାରୀ ଶିଳ୍ପ ଉଦ୍ୟୋଗ ବିଭାଗ କାର୍ଯ୍ୟକାରୀ କରିବେ । ଅନ୍ୟ 9ଟି କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ 145980 କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ଅନୁମୋଦନ ଲାଭ କରିଛି । ପାଞ୍ଚବର୍ଷ ମଧ୍ୟରେ ଏହିସବୁ ଉଦ୍ୟୋଗରେ ସଂପୃକ୍ତ ଅର୍ଥ ଖର୍ଚ୍ଚ କରାଯିବ । ସାମଗ୍ରୀ ଓ ବିଭାଗୱାରୀ ବ୍ୟୟ ବରାଦ ଏଥିସହିତ ପ୍ରଦତ୍ତ ଟେବୁଲରେ ପ୍ରଦାନ କରାଯାଇଛି ।

Priority

Sectors

Implementing Ministry/Department

Approved financial outlay over a five-year period Rs.crore

1.

Advance Chemistry

Cell (ACC) Battery

NITI Aayog and Department of Heavy Industries

18100

2.

Electronic/Technology Products

Ministry of Electronics and Information Technology

5000

3.

Automobiles
& Auto Components

Department of Heavy Industries

57042

4.

Pharmaceuticals drugs

Department of Pharmaceuticals

15000

5.

Telecom & Networking Products

Department of Telecom

12195

6.

Textile Products: MMF segment and technical textiles

Ministry of Textiles

10683

7.

Food Products

Ministry of Food Processing Industries

10900

8.

High Efficiency Solar PV Modules

Ministry of New and Renewable Energy

4500

9.

White Goods (ACs & LED)

Department for Promotion of Industry and Internal Trade

6238

10.

Speciality Steel

Ministry of Steel

6322

Total

145980

ଏହି ସ୍କିମ୍‌ର କାର୍ଯ୍ୟକାରିତା ନିର୍ଦ୍ଧାରିତ ଅର୍ଥ ସୀମା ଅନୁସାରେ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ କରିବେ । ପିଏଲ୍‌ଆଇର ଚୂଡାନ୍ତ ପ୍ରସ୍ତାବ ପ୍ରତ୍ୟେକ କ୍ଷେତ୍ର ବିଶେଷରେ ବ୍ୟୟ ସଂକ୍ରାନ୍ତ ବିତ୍ତ କମିଟି (ଇଏଫ୍‌ସି) ଦ୍ୱାରା ଅନୁଧ୍ୟାନ ପରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବ । କୌଣସି ଏକ କ୍ଷେତ୍ର ପାଇଁ ଅନୁମୋଦନ ଲାଭ କରିଥିବା ବ୍ୟୟ ପ୍ରସ୍ତାବ ଯଦି ବଳି ପଡେ, ଆବ୍ୟଶକସ୍ଥଳେ ସେହି ଅର୍ଥକୁ ଅନୁରୂପ ଅନୁମୋଦିତ କ୍ଷେତ୍ରରେ ବ୍ୟୟ କରାଯାଇପାରିବ । ଏଥିପାଇଁ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀଙ୍କ ଅନୁମୋଦନ କ୍ରମେ ଏହା କରାଯିବ । ଏହି 10ଟି କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ନୂଆ କ୍ଷେତ୍ରରେ ଯଦି ପିଏଲ୍‌ଆଇ ସ୍କିମର ଆବଶ୍ୟକତା ଅନୁଭୂତ ହୁଏ ସେଥିପାଇଁ କ୍ୟାବିନେଟର ସାନି ଅନୁମୋଦନ ଆବଶ୍ୟକ ।

ଉପରୋକ୍ତ 10ଟି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ କାର୍ଯ୍ୟକାରୀ ହେଲେ ଭାରତ ତିଆରି ସାମଗ୍ରୀ ଓ ଏହାର ଉତ୍ପାଦକମାନେ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହାଦ୍ୱାରା ଦକ୍ଷତା ବୃଦ୍ଧି, ନୂଆ ଟେକ୍ନୋଲଜିର ଉପଯୋଗ ପାଇଁ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ପିଏଲ୍‌ଆଇ ମଧ୍ୟ ସଂପୃକ୍ତ ଉଦ୍ୟୋଗର ଦକ୍ଷତା ବୃଦ୍ଧିକରି ଅଧିକ ଉନ୍ନତମାନର ସାମଗ୍ରୀ ରପ୍ତାନୀରେ ସହାୟକ ହେବ । ଏହାଦ୍ୱାରା ରପ୍ତାନୀ ବଢିବା ସହିତ ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ ।

  • ଏସିସି ବ୍ୟାଟେରୀ ଉତ୍ପାଦନ ଚଳିତ ଶତାବ୍ଦୀର ବିଶ୍ୱରେ ସର୍ବବୃହତ୍‌ ଆର୍ଥିକ ସୁଯୋଗ ପ୍ରଦାନକାରୀ ଉଦ୍ୟୋଗଭାବେ ପରିଗଣିତ । ବିଭିନ୍ନ ଉଦ୍ୟୋଗରେ ଏହି ବ୍ୟାଟେରୀର ବ୍ୟବହାର ସର୍ବାଧିକ ଖାଉଟିଙ୍କ ଦ୍ୱାରା ବ୍ୟବହାର ଇଲେକ୍ଟ୍ରୋନିକ ସାମଗ୍ରୀ, ବିଦ୍ୟୁତ ଚାଳିତ ଯାନ ଏବଂ ଅକ୍ଷୟଶକ୍ତି ଉତ୍ପାଦନରେ ଏହାର ବ୍ୟବହାର ସର୍ବାଧିକ । ଏସିସି ବ୍ୟାଟେରୀ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ ଲାଗୁ ହେଲେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ଉଦ୍ୟୋଗୀମାନେ ପ୍ରୋତ୍ସାହିତ ହେବେ । ଏହାଦ୍ୱାରା ସେମାନେ ଭାରତରେ ଉନ୍ନତ ମାନର ଏସିସି ବ୍ୟାଟେରୀ ଉତ୍ପାଦନ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିବେ ।
  • 2025 ସୁଦ୍ଧା ଭାରତର ଡିଜିଟାଲ ଅର୍ଥନୀତି 1 ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେଥିପାଇଁ ସରକାର ଅତିରିକ୍ତଭାବେ ଡାଟା ଲୋକାଲାଇଜେସନ ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ର ବଜାର ଭାରତରେ ସୃଷ୍ଟି କରିବା ପାଇଁ ବିଶେଷ ଉଦ୍ୟମ କରୁଛନ୍ତି । ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟକ୍ରମରେ ଆଗକୁ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିବ । ସେଥିପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏହି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
  • ଭାରତରେ ଅଟୋମୋଟିଭ ଉଦ୍ୟୋଗ ବା ଯାନବାହନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଉଦ୍ୟୋଗକୁ ଅଧିକ ପ୍ରତିଯୋଗିତାକ୍ଷମ ଏବଂ ବିଶ୍ୱ ବଜାରରେ ଅଧିକରୁ ଅଧିକ ସ୍ଥାନ ଦଖଲ ପାଇଁ ଭାରତ ସରକାର ପିଏଲ୍‌ଆଇ ସ୍କିମ୍‌ ଏହି ଉଦ୍ୟୋଗରେ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
  • ଭାରତୀୟ ଔଷଧପତ୍ର ଓ ଚିକିତ୍ସା ସାମଗ୍ରୀ ଉଦ୍ୟୋଗ (ଫାର୍ମାସ୍ୟୁଟିକାଲ) ପରିମାଣ ଅନୁସାରେ ବିଶ୍ୱରେ ତୃତୀୟ ସର୍ବବୃହତ୍‌ । ମୂଲ୍ୟ ଦୃଷ୍ଟିରୁ ଏହା ପୃଥିବୀରେ ଚତୁର୍ଦ୍ଦଶ । ବିଶ୍ୱ ବଜାରକୁ ବିଭିନ୍ନ ପ୍ରକାର ଔଷଧପତ୍ର ଓ ଔଷଧୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ଅବଦାନ 3.5 ଶତାଂଶ । ବିଭିନ୍ନ ପ୍ରକାର ଔଷଧପତ୍ରର ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଭାରତରେ ଏକ ପୂର୍ଣ୍ଣାଙ୍ଗ ପରିବେଶ ରହିଛି । ଏହା ସହିତ ତତ୍‌ସଂକ୍ରାନ୍ତ ସାମଗ୍ରୀ ଉତ୍ପାଦନ ପାଇଁ ଏକ ଦୃଢ ଭିତ୍ତିଭୂମି ମଧ୍ୟ ଭାରତରେ ଉପଲବ୍ଧ । ଏହି କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ ଲାଗୁ ହେବା ପରେ ଏହା ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ସହ ଏ କ୍ଷେତ୍ରରେ ଉଚ୍ଚମାନର ସାମଗ୍ରୀ ରପ୍ତାନୀ ପାଇଁ ପ୍ରୋତ୍ସାହନ ମିଳିବ ।
  • ଟେଲିକମ୍‌ ସାମଗ୍ରୀ ଏକ ନିର୍ଭରଯୋଗ୍ୟ ଓ ଦୃଢ ଟେଲି ଭିତ୍ତିଭୂମି ନିର୍ମାଣ ପାଇଁ ବିଶେଷ ଜୁରରୀ । ଏ କ୍ଷେତ୍ରରେ ଭାରତ ମୌଳିକ ସାମଗ୍ରୀ ନିର୍ମାଣ କରି ବିଶ୍ୱର ପ୍ରମୁଖ ଦେଶଭାବେ ଉଭା ହେବାକୁ ଆଶା ରଖିଛି । ପିଏଲ୍‌ଆଇ ସ୍କିମ୍‌ ଲାଗୁ ହେବାଦ୍ୱାରା ଆନ୍ତର୍ଜାତିକ ସ୍ତରର ଉଦ୍ୟୋଗୀ ଓ ନିବେଶକ ଆକର୍ଷିତ ହୋଇ ଭାରତରେ ଉଦ୍ୟୋଗ ସ୍ଥାପନ କରିବା ସହ ଟେଲିକମ୍‌ ଯନ୍ତ୍ରପାତି ଏବଂ ନେଟୱାର୍କିଂ ସାମଗ୍ରୀ ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ କରିବେ । ଦେଶୀ କଂପାନୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଫଳରେ ଏସବୁ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ବଜାରର ମାନ୍ୟତା ପାଇବ ।
  • ଭାରତୀୟ ବୟନ ଉଦ୍ୟୋଗ ବିଶ୍ୱର ଅନ୍ୟତମ ସର୍ବବୃହତ୍‌ । ବିଶ୍ୱ ବୟନ ରପ୍ତାନୀରେ ଭାରତର ବୟନ ସାମଗ୍ରୀ ଓ ପୋଷାକପତ୍ରର ଅଂଶ 5 ଶତାଂଶ । ତେବେ ମନୁଷ୍ୟକୃତ ତନ୍ତୁ ବା ଏମ୍‌ଏମ୍‌ଏଫ୍‌ କ୍ଷେତ୍ରରେ ବିଶ୍ୱର ଚାହିଦା ଯାହା ତଦନୁସାରେ ଭାରତର ଅଂଶ ସ୍ୱଳ୍ପ । ଏମ୍‌ଏମଏଫ୍‌ର ଚାହିଦା ବଢୁଥିବାରୁ ଭାରତ ଏହାକୁ ପିଏଲ୍‌ଆଇ ସ୍କିମ୍‌ ଅନ୍ତର୍ଭୁକ୍ତ କରି ବିପୁଳ ପୁଞ୍ଜି ଆକର୍ଷିତ କରିବାକୁ ଉଦ୍ୟମ କରୁଛି । ଏହା ଫଳରେ ଘରୋଇ ଏମ୍‌ଏମ୍‌ଏଫ୍‌ ଓ ଟେକ୍‌ନିକାଲ ଟେକ୍ସଟାଇଲ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଷ ଉପକୃତ ହେବେ । ଏହା ମଧ୍ୟ ଏ କ୍ଷେତ୍ରର ରପ୍ତାନୀ ବାଣିଜ୍ୟକୁ ବଢାଇବ ।
  • ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସହିତ ଚାଷୀଙ୍କ ସ୍ୱାର୍ଥ ଜଡିତ । ଏହି ଉଦ୍ୟୋଗର ଅଭିବୃଦ୍ଧି ଦ୍ୱାରା ଚାଷୀମାନେ ସୋମନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ମୂଲ୍ୟ ପାଇଥାନ୍ତି । ଏହାଛଡା ଉତ୍ପାଦିତ ସାମଗ୍ରୀ ପଚିଶଢି ନଷ୍ଟ ହେବାର ସମ୍ଭାବନା ହ୍ରାସ ପାଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେଉଁଠି ଉଚ୍ଚ ଅଭିବୃଦ୍ଧି ଓ ମଧ୍ୟମରୁ ବୃହତ୍‌ ନିଯୁକ୍ତିର ସୁବିଧା ସୁଯୋଗ ରହିଛି, ସେଭଳି ପ୍ରକ୍ରିୟାକରଣ ଉଦ୍ୟୋଗକୁ ଚିହ୍ନଟ କରାଯାଇଛି । ପିଏଲ୍‌ଆଇ ଯୋଜନାରେ ସେହିସବୁ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇ ସରକାର କର୍ମନିଯୁକ୍ତି ଓ ରପ୍ତାନୀ ବାଣିଜ୍ୟ ବଢାଇବାକୁ ଆଗ୍ରହୀ ।
  • ଏବେ ଭାରତ ଅଧିକ ସଂଖ୍ୟାରେ ସୋଲାର (ସୌର) ପିଭି ପ୍ୟାନେଲ ଆମଦାନୀ କରୁଛି । ଏହାଦ୍ୱାରା ଯୋଗାଣ ବ୍ୟବସ୍ଥାରେ ସ୍ଥିତିସ୍ଥାପକତା ରହୁନାହିଁ । ସାମଗ୍ରୀର ଅଭାବ ସହିତ ଏ କ୍ଷେତ୍ରରେ ନିରାପତ୍ତାଜନିତ ବିପଦର ଆଂଶକା ମଧ୍ୟ ରହିଛି । କାରଣ ଏହିସବୁ ସୌର ପିଭି ପ୍ୟାନେଲ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ହୋଇଥିବାରୁ ଏହାର ହାକିଂ ଭୟ ରହିଛି । ତେଣୁ ଯୋଗାଣ ବ୍ୟବସ୍ଥା ଯେକୌଣସି ସମୟରେ ବିଘ୍ନିତ ହୋଇପାରେ  । ସେଥିପାଇଁ ସରକାର ଏହି ଉଦ୍ୟୋଗକୁ ପିଏଲଆଇ ସ୍କିମ୍‌ ଅନ୍ତର୍ଭୁକ୍ତ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଅଗ୍ରାଧିକାର ଦେଉଛନ୍ତି । ଆହୁରି ମଧ୍ୟ ଏହି ବ୍ୟବସ୍ଥା ଫଳରେ ଉଭୟ ଦେଶୀ ଓ ବିଦେଶୀ ଉଦ୍ୟୋଗୀମାନେ ଭାରତରେ ବହୁତ ଉତ୍ପାଦନକ୍ଷମ ସୌର ପିଭି ପ୍ୟାନେଲ ଉଦ୍ୟୋଗ ଲଗାଇ ଏ କ୍ଷେତ୍ରରେ ବିଦେଶ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହୀ ହେବେ ।
  • ହ୍ୱାଇଟ ଗୁଡ୍ସଭାବେ ପରିଚିତ ଏୟାରକଣ୍ଡିସନ ଓ ଏଲ୍‌ଇଡି ଆଦିର ଚାହିଦା ଭାରତରେ ବେଶ୍‌ ଅଧିକ । ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପିଏଲଆଇ ସ୍କିମ ଲାଗୁ କରିବା ଦ୍ୱାରା ନିବେଶକମାନେ ଉତ୍ସାହିତ ହୋଇ ଏଥିରେ ମୂଲ୍ୟ ମିଶ୍ରଣ (ମାନବୃଦ୍ଧି) କରିବାକୁ ଆଗ୍ରହ ପ୍ରକାଶ କରିବେ । ଏହାଛଡା ଉନ୍ନତ ମାନର ସାମଗ୍ରୀ ଉତ୍ପାଦିତ ହେଲେ ବିଦେଶୀ ବଜାରରେ ଏହା ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହା ଫଳରେ କେବଳ ଆମେ ଆତ୍ମନିର୍ଭରଶୀଳ ହେବା ନାହିଁ, ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରପ୍ତାନୀ ବୃଦ୍ଧିରେ ସହାୟକ ହେବ ।
  • ଇସ୍ପାତ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗ ଏବଂ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଉତ୍ପାଦନକାରୀ ରାଷ୍ଟ୍ର । ନିର୍ଦ୍ଦିଷ୍ଟ ମାନର ଇସ୍ପାତ ଓ ଇସ୍ପାତଜାତ ଦ୍ରବ୍ୟ ଉତ୍ପାଦନ କରି ଭାରତ ବିଶ୍ୱରେ ଚମ୍ପିଅନ ହେବାକୁ ସାମର୍ଥ୍ୟ ରଖିଛି । ସ୍ୱତନ୍ତ୍ର ଧରଣର ଇସ୍ପାତ କ୍ଷେତ୍ରରେ ପିଏଲଆଇ ସ୍କିମ୍‌ ପ୍ରବର୍ତ୍ତନ ଫଳରେ ଏହାର ଉତ୍ପାଦନ ଦକ୍ଷତା ବଢିବା ସହ ମୂଲ୍ୟ ମିଶ୍ରିତ ଉନ୍ନତମାନର ଇସ୍ପାତ ସାମଗ୍ରୀ ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇବ

ଏଠାରେ ସୂଚନାଯୋଗ୍ୟ ଯେ ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଉପର ବର୍ଣ୍ଣିତ କ୍ଷେତ୍ର ବ୍ୟତୀତ ସରକାର ଏହା ପୂର୍ବରୁ ଅନ୍ୟ 3ଟି କ୍ଷେତ୍ର ପାଇଁ ପିଏଲ୍‌ଆଇ ସ୍କିମ୍‌କୁ ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା (1) ମୋବାଇଲ ନିର୍ମାଣ ଏବଂ ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ ଉପକରଣ ଉତ୍ପାଦନ, (2) ଅତି ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତି ସାମଗ୍ରୀ ଏବଂ ଉପାଦାନ କ୍ଷେତ୍ର (3) ମେଡିକାଲ ଉପକରଣ ନିର୍ମାଣ । ଏହି 3ଟି କ୍ଷେତ୍ର ପାଇଁ 5 ବର୍ଷ ନିମନ୍ତେ ମୋଟ 51311 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସଂପୃକ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ଏ ସଂପର୍କୀୟ ପୂର୍ଣ୍ଣାଙ୍ଗ ତଥ୍ୟ ସଂଲଗ୍ନ ଟେବୁଲରେ ପ୍ରଦାନ କରାଯାଇଛି ।

No.

Sectors

Implementing

Ministry/Department

Financial outlays

Rs. crore

1.

Mobile Manufacturing and Specified Electronic

Components

MEITY

40951

2.

Critical Key Starting materials/Drug Intermediaries and Active Pharmaceutical Ingredients

Department of Pharmaceuticals

6940

3.

Manufacturing of Medical

Devices.

3420

Total

51311

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣର ମୂଳ ଲକ୍ଷ୍ୟ ହେଲା ଏକ ଦକ୍ଷ, ସମ ତଥା ସ୍ଥିତିସ୍ଥାପକ ଉତ୍ପାଦନ ଉଦ୍ୟୋଗ ସୃଷ୍ଟି କରିବା ଏବଂ ସେଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସଂପୃକ୍ତ କ୍ଷେତ୍ରକୁ ଯୋଗାଇଦେବା । ଉତ୍ପାଦନ ବ୍ୟବସ୍ଥା ଦୃଢ ଓ ଉତ୍ପାଦିତ ସାମଗ୍ରୀ ଉଚ୍ଚମାନର ହେଲେ ଉଭୟ ଭାରତୀୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇବ । ଭାରତ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ନିଜର ସାମଗ୍ରୀକୁ ବିଶ୍ୱ ବଜାରରେ ପ୍ରତିଯୋଗିତା ପାଇଁ ସମର୍ଥ କରିପାରିବ । ଏହାଦ୍ୱାରା ଭାରତୀୟ ଉଦ୍ୟୋଗ ବିଦେଶୀ ପ୍ରତିଯୋଗିତାରେ ତିଷ୍ଟିବାକୁ ସକ୍ଷମ ହେବେ । ଏଥିପାଇଁ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇବା ସହ ଏକ ଅନୁକୂଳ ଔଦ୍ୟୋଗୀକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ଉତ୍ପାଦ ଯେପରି ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ସମନ୍ୱିତ ହେବ ଏବଂ ଉତ୍ପାଦନକାରୀ ସଂସ୍ଥା ବିଶେଷକରି ଏମ୍‌ଏସ୍‌ଏମ୍‌ଇ ଯେପରି ନିରନ୍ତରଭାବେ ଏହା ସହିତ ଯୋଡିହୋଇ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସାମଗ୍ରିକଭାବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଆସିବ ଏବଂ ଏକ ବିରାଟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କ୍ଷେତ୍ରୱାରୀ ଟେବୁଲ ଦ୍ରଷ୍ଟବ୍ୟ

Sector

Product Lines

Advance

Chemistry Cell (ACC) Battery Manufacturing

 

ACC Batteries

Electronic/Technology Products

  1. Semiconductor Fab
  2. Display Fab
  3. Laptop/ Notebooks
  4. Servers
  5. IoT Devices
  6. Specified Computer Hardware

Automobile and

Auto Components

Automobile and Auto Components

Pharmaceuticals

Category 1

Biopharmaceuticals

Complex generic drugs

Patented drugs or drugs nearing patent expiry

Cell based or gene therapy products

Orphan drugs

Special empty capsules

vii. Complex excipients

 

Category 2

Active Pharma Ingredients (APIs) /Key Starting Materials (KSMs) and /Drug Intermediaries (Dls)

Category 3

Repurposed Drugs

Auto-immune drugs, Anti-cancer drugs, Anti diabetic drugs, Anti Infective drugs, Cardiovascular drugs,Psychotropic drugs and Anti-Retroviral drugs

In-vitro Diagnostic Devices (IVDs)

Phytopharmaceuticals

Other drugs not manufactured in India

Other drugs as approved

Telecom Products

Core Transmission Equipment

4G/5G, Next Generation Radio Access Network and Wireless Equipment

Access & Customer Premises Equipment (CPE), Internet of Things (IoT) Access Devices and Other WirelessEquipment

Enterprise equipment: Switches, Router

Textiles

Man-Made Fiber Segment

Technical Textiles

Food Processing

Ready to Eat / Ready to Cook (RTE/ RTC)

Marine Products

Fruits & Vegetables

Honey

Desi Ghee

Mozzarella Cheese

Organic eggs and poultry meat

Solar PV manufacturing

Solar PVs

White Goods

 

Air conditioners

LED

Steel Products

Coated Steel

High Strength Steel

Steel Rails

Ally Steel Bars & Rods

**********



(Release ID: 1672067) Visitor Counter : 30