ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୋଲିସ ସ୍ମୃତି ଦିବସରେ ଶହୀଦ ପୋଲିସ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 21 OCT 2020 11:43AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲିସ ସ୍ମୃତି ଦିବସରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

"ଆମର ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ଲାଗି ପୋଲିସ ସ୍ମୃତି ଦିବସ ସମଗ୍ର ଭାରତରେ ପାଳିତ ହେଉଛି କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ସେମାନଙ୍କର ବଳିଦାନ ଏବଂ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ

ଆଇନ ଶୃଙ୍ଖଳା ରକ୍ଷା କରିବା ଠାରୁ ଆରମ୍ଭ କରି ଭୟଙ୍କର ଅପରାଧର ସମାଧାନ ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନାରେ ସହାୟତା ଠାରୁ ଆରମ୍ଭ କରି କୋଭିଡ-19 ସହ ଲଢେଇ ପର୍ଯ୍ୟନ୍ତ ଆମର ପୋଲିସ କର୍ମଚାରୀମାନେ ବିନା ଦ୍ୱିଧାରେ ସର୍ବଦା ଯଥାସମ୍ଭବ ସେମାନଙ୍କ ଯୋଗଦାନ କରିଆସୁଛନ୍ତି ସେମାନଙ୍କର ପରିଶ୍ରମ ଏବଂ ସେବାକୁ ନେଇ ଆମେ ଗର୍ବିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

Image

 

**********


(रिलीज़ आईडी: 1666591) आगंतुक पटल : 232
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam