ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଆବଶ୍ୟକତା ପୂରଣ ପାଇଁ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଉର୍ଜା ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା-ଧର୍ମେନ୍ଦ୍ର ପ୍ରଧାନ

• ଏଚ-ସିଏନଜି ପ୍ଲାଣ୍ଟର ଉଦଘାଟନ ସହିତ ଦିଲ୍ଲୀରେ ପରୀକ୍ଷା ଆରମ୍ଭ କଲେ ଶ୍ରୀ ପ୍ରଧାନ

Posted On: 20 OCT 2020 7:11PM by PIB Bhubaneshwar

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଥିବା ଭାରତ ସରକାରଙ୍କ ଉଦ୍ୟମ ପରିପ୍ରେକ୍ଷୀରେ ଏହା ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲ ଦ୍ୱାରା ନବସୃଜନ ଏବଂ ଟେକ୍ନୋଲୋଜିରେ ସୁଧାର ଅଣାଯାଇ ଦୈନିକ 4 ଟନର ହାଇଡ୍ରୋଜେନ ମିଶ୍ରିତ ସିଏନଜି ଉତ୍ପାଦନ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି । ସେହିପରି ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଲୋକର୍ପିତ ଏହି ପ୍ଳାଣ୍ଟରୁ ଇନ୍ଧନ ଯୋଗାଇବା ପାଇଁ ବିତରଣ ଷ୍ଟେସନ ସ୍ଥାପନ କରିବା ପ୍ରଶଂସନୀୟ । ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ 50ଟି ବସରେ ହାଇଡ୍ରୋଜେନ ସିଏନଜି ବ୍ୟବହାର କରାଯାଇଛି । ଏହା ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଭବିଷ୍ୟତରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛ ଉର୍ଜା ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଦେଶବାସୀଙ୍କୁ ଏକ ଉତ୍ତମ ପରିବେଶ ଦେବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଏହି କ୍ଷେତ୍ରରେ 4 ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ କରାଯାଉଛି  ।

130 କୋଟି ଏବଂ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଆଗାମୀ ଦଶନ୍ଧି ଧରି ସମସ୍ୟା ସମାଧାନର ବାହାର କରିବାରେ ଭାରତ ବିଶ୍ୱ ବିଜେତା ହେବ ବୋଲି ଶ୍ରୀ ପ୍ରଧାନ ଦଢୋକ୍ତି ପ୍ରକାଶ କରିଛନ୍ତି  ।

**********



(Release ID: 1666228) Visitor Counter : 174