ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
ପୂର୍ବତନ ଓ ବର୍ତ୍ତମାନର ଜାତୀୟ ସ୍ତରର କ୍ରୀଡ଼ାବିତ ମାନଙ୍କୁ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି’ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରୁଛି ମନ୍ତ୍ରଣାଳୟ : ଶ୍ରୀ କିରେନ ରିଜିଜୁ
Posted On:
19 SEP 2020 5:24PM by PIB Bhubaneshwar
କ୍ରୀଡ଼ାବିତଙ୍କ ପାଇଁ ମନ୍ତ୍ରଣାଳୟ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି’ ଯୋଜନା କାର୍ଯ୍ୟକାରୀ କରୁଛି । ଅନ୍ୟାନ୍ୟ ଉଦ୍ଦେଶ୍ୟ ମଧ୍ୟରେ, ଏହି ଯୋଜନା ପୂର୍ବ ତଥା ବର୍ତ୍ତମାନର ଜାତୀୟ ସ୍ତରର କ୍ରୀଡ଼ାବିତ ମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହି ଯୋଜନା କ୍ରୀଡ଼ାବିତ ମାନଙ୍କୁ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ସମୟରେ ଆଘାତଜନିତ ଚିକିତ୍ସା, କ୍ରୀଡ଼ାବିତ ମାନଙ୍କ କଲ୍ୟାଣ, କ୍ରୀଡା ଉପକରଣ କ୍ରୟ ଏବଂ ଇଭେଣ୍ଟରେ ଅଂଶଗ୍ରହଣ ଇତ୍ୟାଦି ପାଇଁ ସହାୟତା ପ୍ରଦାନ କରିଥାଏ । ଏହି ଯୋଜନାର ସଂପୂର୍ଣ୍ଣ ବିବରଣୀ ମନ୍ତ୍ରଣାଳୟ ୱେବସାଇଟ୍ http://yas.nic.in/sports/national-welfare-fund-sportspersons-0 ରେ ଉପଲବ୍ଧ । ଆହୁରି ମଧ୍ୟ ମନ୍ତ୍ରଣାଳୟ ଖେଳାଳୀଙ୍କୁ ଅତିରିକ୍ତ ଆର୍ଥିକ ସୁରକ୍ଷା ଯୋଗାଇବା ଲାଗି ‘ସ୍କିମ ଅଫ ସ୍ପୋର୍ଟ୍ସ ଫଣ୍ଡ ଫର ପେନସନ ଟୁ ମେରିଟୋରିୟସ ସ୍ପୋର୍ଟ୍ସପର୍ସନ’ ଅନ୍ତର୍ଗତ ଅଲିମ୍ପିକ ଗେମ୍ସ, ଏସିଆନ ଗେମ୍ସ, କମନୱେଲ୍ଥ ଗେମ୍ସ ଏବଂ ପାରା-ଅଲିମ୍ପିକ ଗେମ୍ସରେ ପଦକ ଜିତିଲେ ମାସିକ 12,000 ରୁ 20,000 ଟଙ୍କା ପର୍ଯ୍ୟନ୍ତ ପେନସନ ଆକାରରେ ସହାୟତା ପ୍ରଦାନ କରୁଛି ।
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
**********
(Release ID: 1656779)