ରସାୟନ ଓ ସାର ମନ୍ତ୍ରଣାଳୟ

ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡର ଜୁଲାଇ 2020 ମଧ୍ୟରେ ରେକର୍ଡ ସଂଖ୍ୟକ 24,016 ମେଟ୍ରିକ ଟନ ସାର ଉତ୍ପାଦନ

प्रविष्टि तिथि: 06 AUG 2020 9:58AM by PIB Bhubaneshwar

ରସାୟନ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା  ପିଏସୟୁ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ (ଏଫଏସିଟି) ଚଳିତ ବର୍ଷ ମଧ୍ୟରେ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି

ଏଫଏସିଟିର ଏକ ବିବୃତ୍ତି ଅନୁଯାୟୀ, ଜୁଲାଇ 2020 ମଧ୍ୟରେ କମ୍ପାନୀ ସର୍ବାଧିକ (24,016 ମେଟ୍ରିକ ଟନ) ମାସିକ ଆମୋନିୟମ ସଲଫେଟଉତ୍ପାଦନ କରିଛି, ଯାହା ଜାନୁୟାରୀ 2020ରେ କମ୍ପାନୀର ସର୍ବୋତ୍ତମ ଉତ୍ପାଦନ 23,811 ମେଟ୍ରିକ ଟନକୁ ଅତିକ୍ରମ କରିଛି

ମୁଖ୍ୟତଃ ଦକ୍ଷିଣ ଭାରତୀୟ ବଜାର ପାଇଁ ଏଫଏସିଟି ଦୁଇଟି ସାର ଉତ୍ପାଦ ଏନପି 20:20:0:13 (ଫ୍ୟାକ୍ଟାମଫୋସ) ଏବଂ ଆମୋନିୟମ ସଲଫେଟ ଉତ୍ପାଦନ କରୁଛି

କୋଭିଡ ସମୟରେ ନିରାପଦ କାର୍ଯ୍ୟ ପାଇଁ କମ୍ପାନୀ ଏହାର କାର୍ଯ୍ୟସୂଚୀ, କଞ୍ଚାମାଲ ଯୋଜନା, ଲଜିଷ୍ଟିକ୍ସ ଏବଂ ଉତ୍ପାଦ ପଠାଇବାରେ ଉପଯୁକ୍ତ ପନ୍ଥା ପ୍ରୟୋଗ କରି ଏହାର ସାର ଉତ୍ପାଦନକୁ ଅନୁକୂଳ ବାତାବରଣରେ ସମ୍ପାଦନ କରୁଛି

 

**********


(रिलीज़ आईडी: 1643806) आगंतुक पटल : 238
इस विज्ञप्ति को इन भाषाओं में पढ़ें: English , हिन्दी , Tamil , Telugu , Malayalam , Urdu , Marathi , Manipuri , Punjabi