ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଭାରତୀୟ ଖାଦ୍ୟ ନିଗମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଅଛି: ଏଫ୍‌ସିଆଇ

• ଜୁନ୍‌ ସୁଦ୍ଧା ମୋଟ 388.34 ଲକ୍ଷ ମେଟ୍ରିକ ଟନ ଗହମ ଓ 745.66 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗୃହୀତ ହୋଇଛି
• ଆତ୍ମନିର୍ଭର ଭାରତ ପ୍ୟାକେଜରେ ମୋଟ 99,207 ମେଟ୍ରିକ ଟନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 101.90 ମେଟ୍ରିକ ଟନ ଖାଦ୍ୟଶସ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି
• ଡିସେମ୍ବର 20 ସୁଦ୍ଧା ଅବଶିଷ୍ଟ ଅଧିକାଂଶ ରାଜ୍ୟ ଏକ ରାଷ୍ଟ୍ର ଏକ ରେସନ କାର୍ଡ଼ ଯୋଜନା କାର୍ଯ୍ୟକାରୀ କରିବେ

Posted On: 29 JUN 2020 5:03PM by PIB Bhubaneshwar

ମୋଟ ଖାଦ୍ୟଶସ୍ୟ ମହଜୁଦ

ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ରିପୋର୍ଟ ଅନୁସାରେ 2020 ଜୁନ୍‌ 28 ତାରିଖ ସୁଦ୍ଧା ଏହା ପାଖରେ 266.29  ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ 550.31 ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ଅଛି । ତେଣୁ ଏହି ନିଗମ ପାଖରେ ମୋଟ ମହଜୁଦ ଚାଉଳ ଓ ଗହମର ପରିମାଣ 816.60 ଲକ୍ଷ ମେଟ୍ରିକ ଟନ । ଏହା ବାହାରେ ଏଫ୍‌ସିଆଇ ଉଭୟ ଚାଉଳ ଓ ଗହମ ସଂଗ୍ରହ କାର୍ଯ୍ୟ ଜାରି ରଖିଛି । ସେସବୁ ଏପର୍ଯ୍ୟନ୍ତ ଗୋଦାମରେ ପହଞ୍ଚିନାହିଁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାସକୁ 55 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଣ ଆବଶ୍ୟକତା ପଡୁଛି ।

ଲକ୍‌ଡାଉନ ପରଠାରୁ ପ୍ରାୟ 138.43 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ କେନ୍ଦ୍ରୀୟ ଭଣ୍ଡାରରୁ ଉଠାଯାଇ 4944 ରେଳ ରେକ୍‌ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଇଛି । ରେଳପଥ ବ୍ୟତୀତ ସଡ଼କ ଓ ଜଳପଥରେ ମଧ୍ୟ ଏହି ପରିବହନ କାର୍ଯ୍ୟ କରାଯାଇଛି । ମୋଟ 277.73 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ କରାଯାଇଥିବାବେଳେ 14ଟି ଜାହାଜ ମାଧ୍ୟମରେ 21,724 ମେଟ୍ରିକ ଟନ ଖାଦ୍ୟଶସ୍ୟ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଉତ୍ତର ପୂର୍ବାଞ୍ଚଳକୁ ପଠାଯାଇଥିବା ଖାଦ୍ୟଶସ୍ୟ ପରିମାଣ ମୋଟ 13.47 ଲକ୍ଷ ମେଟ୍ରିକ ଟନ ।

ଆତ୍ମନିର୍ଭର ଭାରତ ପ୍ୟାକେଜରେ ପ୍ରବାସୀ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିବା ଖାଦ୍ୟଶସ୍ୟ

ସରକାରଙ୍କ ନିଷ୍ପତ୍ତି ଅନୁସାରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା 8 କୋଟି ପ୍ରବାସୀ ଶ୍ରମିକ ଓ ଅଭାବୀ ପରିବାରଙ୍କୁ ଆତ୍ମନିର୍ଭର ଭାରତ ପ୍ୟାକେଜରେ 8ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଏହିସବୁ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ପିଡିଏସ୍‌ ଯୋଜନାର ଅନ୍ତର୍ଭୁକ୍ତ ନୁହନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଣ୍ଡପିଛା 5 କେଜି ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଏହି ଯୋଜନାରେ ମେ ଓ ଜୁନ୍‌ ମାସରେ ଯୋଗାଇ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ 6.39 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଇଛନ୍ତି । ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର 9,207 ମେଟ୍ରିକ ଟନ ଖାଦ୍ୟଶସ୍ୟ ମୋଟ 209.96 ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି ।

ଭାରତ ସରକାର ମଧ୍ୟ 1.96 କୋଟି ପ୍ରବାସୀ ଶ୍ରମିକ ପରିବାରଙ୍କୁ 39 ହଜାର ମେଟ୍ରିକ ଟନ ଡାଲି ଯୋଗାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଆଠ କୋଟି ପ୍ରବାସୀ ଶ୍ରମିକ ଯେଉଁମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଏବଂ ସେମାନେ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଯୋଗାଣ ବିଭାଗର ଅନ୍ତର୍ଭୁକ୍ତ ନୁହନ୍ତି, ସେମାନଙ୍କୁ ପରିବାର ପିଛା ଏକ କେଜି ଡାଲି ମେ ଓ ଜୁନ୍‌ ମାସରେ ମାଗଣାରେ ଯୋଗାଇ ଦିଆଯାଇଛି । ରାଜ୍ୟମାନଙ୍କର ଆବଶ୍ୟକତାକୁ ଦେଖି ଏହି ଯୋଗାଣ ଅବ୍ୟାହତ ରହିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ 33,968 ମେଟ୍ରିକ ଟନ ଡାଲି ପଠାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୋଟ 31,868 ମେଟ୍ରିକ ଟନ ଡାଲି କେନ୍ଦ୍ରୀୟ ଭଣ୍ଡାରରୁ ଉଠାଇଛନ୍ତି । ସେଥିମଧ୍ୟରୁ 4702 ମେଟ୍ରିକ ଟନ ଆବଣ୍ଟିତ ହୋଇଛି । ଏ ବାବଦରେ କେନ୍ଦ୍ର ସରକାର ଶତପ୍ରତିଶତ ଆର୍ଥିକ ବୋଝ ବହନ କରୁଛନ୍ତି । ଖାଦ୍ୟଶସ୍ୟ ଏହି ଅର୍ଥ 3109 କୋଟି ଟଙ୍କା ହୋଇଥିବାବେଳେ ଡାଲି ବାବଦରେ ଏହା 280 କୋଟି ଟଙ୍କା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ଚାଉଳ/ଗହମ)

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲରୁ ଜୁନ୍‌ 3 ମାସ ପାଇଁ ମୋଟ 104.3 ଲକ୍ଷ ମେଟ୍ରିକ ଟନ ଚାଉଳ ଓ 15.2ଲକ୍ଷ ମେଟ୍ରିକ ଟନ ଗହମର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରୀୟ ଭଣ୍ଡାରରୁ 101.02 ଲକ୍ଷ ମେଟ୍ରିକ ଟନ ଚାଉଳ ଓ 15 ଲକ୍ଷ ମେଟ୍ରିକ ଟନ ଗହମ ଉଠାଇଛନ୍ତି । ଏପ୍ରିଲ ମାସରେ କେବଳ 37.02 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ 74.05 କୋଟି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଏହାଦ୍ୱାରା 93 ପ୍ରତିଶତ ହିତାଧିକାରୀ ଉପକୃତ ହୋଇଛନ୍ତି । ସେହିଭଳି ମେ ମାସରେ 91 ଶତାଂଶ ହିତାଧିକାରୀ (72.99 କୋଟି)ଙ୍କୁ 36.49 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିବାବେଳେ ଜୁନ୍‌ରେ 71 ଶତାଂଶ ହିତାଧିକାରୀ (56.8 କୋଟି)ଙ୍କୁ 28.41 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ଏ ବାବଦରେ କେନ୍ଦ୍ର ସରକାର ଶତପ୍ରତିଶତ ଆର୍ଥିକ ବୋଝ ବହନ କରିଛନ୍ତି, ଯାହାର ପରିମାଣ ପ୍ରାୟ 46 ହଜାର କୋଟି ଟଙ୍କା । କେବଳ ପଞ୍ଜାବ, ହରିଆନା, ରାଜସ୍ଥାନ, ଗୁଜରାଟ, ଚଣ୍ଡିଗଡ ଓ ଦିଲ୍ଲୀ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗହମ ଏବଂ ଅବଶିଷ୍ଟ ରାଜ୍ୟକୁ ଚାଉଳ ଯୋଗାଇ ଦିଆଯାଇଛି ।

ଡାଲି

ଏହି 3 ମାସ ପାଇଁ ମୋଟ ଡାଲିର ଆବଶ୍ୟକତା ଥିଲା 5.87 ଲକ୍ଷ ମେଟ୍ରିକ ଟନ । ଏ ବାବଦ ପ୍ରାୟ 5 ହଜାର କୋଟି ଟଙ୍କାର ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି । ଏଯାବତ୍‌ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ 5.79 ଲକ୍ଷ ମେଟ୍ରିକ ଟନ ଡାଲି ପଠାଯାଇଛି । କେନ୍ଦ୍ରୀୟ ଭଣ୍ଡାରରେ ଜୁନ୍‌ 18 ସୁଦ୍ଧା 08.76 ଲକ୍ଷ ମେଟ୍ରିକ ଟନ ବିଭିନ୍ନ ପ୍ରକାର ଡାଲି ମହଜୁଦ ଅଛି ।

ଖାଦ୍ୟଶସ୍ୟ ସଂଗ୍ରହ

2020 ଜୁନ୍‌ 28 ତାରିଖ ସୁଦ୍ଧା ମୋଟ 388.34 ଲକ୍ଷ ମେଟ୍ରିକ ଟନ ଗହମ ଏବଂ 745.66 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗୃହୀତ ହୋଇଛି । ଖୋଲା ବଜାର ବିକ୍ରୟ ଯୋଜନା ଓଏମ୍‌ଏସ୍‌ଏସ୍‌ ଧାନର କ୍ରୟ ମୂଲ୍ୟ କେଜି ପିଛା 22 ଟଙ୍କା ଏବଂ ଗହମର କ୍ରୟ ମୂଲ୍ୟ 21 ଟଙ୍କା ଧାର୍ଯ୍ୟ କରାଯାଇଛି । ଓଏମ୍‌ଏସ୍‌ଏସ୍‌ ମାଧ୍ୟମରେ ଭାରତୀୟ ଖାଦ୍ୟ ନିଗମ ଲକ୍‌ଡାଉନ କାଳରେ 5.71 ଲକ୍ଷ ମେଟ୍ରିକ ଟନ ଗହମ ଓ 10.07 ଲକ୍ଷ ମେଟ୍ରିକ ଟନ ବିକ୍ରୟ କରିଛି ।

ଏକ ରାଷ୍ଟ୍ର ଏକ ରେସନ କାର୍ଡ

2020 ଜୁନ୍‌ ପହିଲା ସୁଦ୍ଧା 20ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଦେଶ ଗୋଟିଏ ରେସନକାର୍ଡ ପ୍ରବର୍ତ୍ତିତ ହୋଇଛି । ଏହିସବୁ ରାଜ୍ୟ ଓ କେନ୍ଦ୍ରାଞ୍ଚଳ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିଆନା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ଉତ୍ତରପ୍ରଦେଶ, ତେଲଙ୍ଗାନା, ତ୍ରିପୁରା, ଦାମନ ଓ ଡିଉ (ଦାଦ୍ରା ନଗର ହାବେଳି) । 2021 ମାର୍ଚ୍ଚ 31 ସୁଦ୍ଧା ଅବଶିଷ୍ଟ ସମସ୍ତ ରାଜ୍ୟରେ ଏକ ରାଷ୍ଟ୍ର ଏକ ରେସନକାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସଂପର୍କରେ ନିମ୍ନରେ ଦିଆଯାଇଥିବା ଟେବୁଲରେ ତଥ୍ୟ ଉପସ୍ଥାପିତ ହୋଇଛି ।

S.No

State

% of ePoS

Aadhar Seeding of Ration Cards (%)

Expected date of joining the scheme

1

Chhattisgarh

98%

98%

1st August 2020

2

Andaman and Nicobar

96%

98%

1st August 2020

3

Manipur

61%

83%

1st August 2020

4

Nagaland

96%

73%

1st August 2020

5

Jammu and Kashmir

99%

100%

Scheme will implement in some districts on 1st August 2020 and in remaining districts from 1st November,2020

6

Uttarakhand

77%

95%

1st September 2020

7

Tamil Nadu

100%

100%

1st October 2020

8

Ladakh

100%

91%

1st October 2020

9

Delhi

0%

100%

1st October 2020

10

Meghalaya

0%

1%

1st December 2020

11

West Bengal

96%

80%

1st January 2021

12

Arunachal Pradesh

1%

57%

1st January 2021

13

Assam

0%

0%

 

14

Lakshadweep

100%

100%

 

15

Puducherry

0%

100%(DBT)

DBT

16

Chandīgarh

0%

99%(DBT)

DBT

 

**********



(Release ID: 1635226) Visitor Counter : 258