ଉପରାଷ୍ଟ୍ରପତିଙ୍କ ସଚିବାଳୟ

ପୁରୀର ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଉପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Posted On: 22 JUN 2020 8:24PM by PIB Bhubaneshwar

ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏହି ଅବସରରେ ଏକ ବାର୍ତ୍ତାରେ ଉପ ରାଷ୍ଟ୍ରପତି କହିଛନ୍ତି ଯେ, "ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା

ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍‌ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି । ରଥ ଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ବତ୍ସରିକ ଯାତ୍ରା ଯିଏ କି ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଲୋକମାନେ ବିଶ୍ୱାସ କରନ୍ତି ।

ଏହି ରଥ ଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପରୂପ ଶୋଭା ବାସ୍ତବିକ ଅତୁଳନୀୟ ।

ଯେତେବେଳେ ଭାରତ ତଥା ସମଗ୍ର ବିଶ୍ୱ କୋଭିଡ଼ ମହାମାରୀ ସଂକ୍ରମଣ ସହ ନିରନ୍ତର ଲଢ଼େଇ କରିଚାଲିଛି, ଆମେମାନେ ନିଜ ଘରେ ରହି ସମସ୍ତ ପାରମ୍ପରିକ ଉତ୍ସବାନୁଷ୍ଠାନ ମନାଉଛୁ । ଏଭଳି ପରିସ୍ଥିତିରେ, ଆମେ ନିଜକୁ ସଂଜତ ରଖି ନିରାଡ଼ମ୍ବର ଭାବେ ଚଳିତ ବର୍ଷ ଏହାକୁ ପାଳନ କରିବା ଉଚିତ ।

ରଥ ଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦବୁଦ୍ଧ କରୁ ଏବଂ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦ୍ଭାବନା ଭରିଦେଉ ବୋଲି ଉପ

ରାଷ୍ଟ୍ରପତି କହିଛନ୍ତି ।

 

**********



(Release ID: 1633469) Visitor Counter : 159