ପ୍ରତିରକ୍ଷା ମନ୍ତ୍ରଣାଳୟ

ମସ୍କୋରେ ଦ୍ୱିତୀୟ ବିଶ୍ୱଯୁଦ୍ଧର 75ତମ ବିଜୟ ଦିବସ ପରେଡରେ ଅଂଶଗ୍ରହଣ କରିବା ଲାଗି ଭାରତ ପଠାଇବ ଟ୍ରାଇ-ସର୍ଭିସ କଣ୍ଟିଜେଣ୍ଟ

प्रविष्टि तिथि: 17 JUN 2020 4:54PM by PIB Bhubaneshwar

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର 75ତମ ବାର୍ଷିକୀ ଅବସରରେ ମସ୍କୋରେ ରୁଷ ଏବଂ ଅନ୍ୟ ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କ ବୀରତ୍ୱ ଏବଂ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଏକ ସାମରିକ ପରେଡର ଆୟୋଜନ ହେବ ଏଠାରେ ସ୍ମରଣ କରାଇ ଦିଆଯାଉଛି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କୁ ମେ 9, 2020 ବିଜୟ ଦିବସ ଅବସରରେ ଅଭିନନ୍ଦନ ପତ୍ର ଲେଖିଥିଲେ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଶ୍ରୀ ସର୍ଗି ଶୋଏଗୁଙ୍କୁ ମଧ୍ୟ ନିଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି

ରୁଷ ପ୍ରତିରକ୍ଷା ମନ୍ତ୍ରୀ ଜୁନ 24, 2020ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ପରେଡରେ ଭାଗ ନେବାକୁ ଭାରତୀୟ ଦଳକୁ ଆମନ୍ତ୍ରଣ କରିଛନ୍ତି ପରେଡରେ ଭାଗ ନେବାକୁ 75 ସଦସ୍ୟ ବିଶିଷ୍ଟ ଟ୍ରାଇ-ସର୍ଭିସ କଣ୍ଟିଜେଣ୍ଟ ପଠାଇବାକୁ ରକ୍ଷା ମନ୍ତ୍ରୀ ସହମତି ଜଣାଇଛନ୍ତି, ଯେଉଁଠାରେ ଅନ୍ୟ ଦେଶର କଣ୍ଟିଜେଣ୍ଟ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ପରେଡରେ ଅଂଶଗ୍ରହଣକାରୀମାନେ ରୁଷ ଲୋକଙ୍କ ସହ ଶ୍ରଦ୍ଧାଞ୍ଜଳି ଏବଂ ଏକତାର ଚିହ୍ନ ହେବା ସହ ମହାନ  ଯୁଦ୍ଧର ହିରୋମାନଙ୍କୁ ସ୍ମରଣ କରିବେ ।

 

**********

 

 

 

 


(रिलीज़ आईडी: 1632210) आगंतुक पटल : 268
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Tamil , Telugu , Malayalam