କ୍ୟାବିନେଟ

କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ଲାଗି ବ୍ୟାଙ୍କରୁ ନିଆଯାଇଥିବା ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟ ସୀମା 31 ଅଗଷ୍ଟ 2020 ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 01 JUN 2020 5:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ରିହାତି 1 ମାର୍ଚ୍ଚ 2020ରୁ 31 ଅଗଷ୍ଟ 2020 ପର୍ଯ୍ୟନ୍ତ ପରିଶୋଧ କରାଯିବାକୁ ଥିବା ଋଣ ନିମନ୍ତେ ଦିଆଯାଇଛି । ଏହି ଋଣ ଏବେ 31 ଅଗଷ୍ଟ 2020 ସୁଦ୍ଧା ପରିଶୋଧ କରାଯାଇପାରିବ । ଋଣ ପରିଶୋଧ କରିବାର ସମୟ ଅବଧି ବଢ଼ାଇବା ସତ୍ୱେ ଏହି ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ମିଳୁଥିବା 2% ସୁଧ ଛାଡ଼ ଏବଂ କୃଷକମାନଙ୍କୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଋଣ ପରିଶୋଧ ଉପରେ ମିଳୁଥିବା 3% ସୁଧ ଛାଡ଼ ସୁବିଧା ଯଥାବିଧି ଜାରି ରହିବ ।

ଲାଭ:

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଲାଗି ଦିଆଯାଉଥିବା 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ଯାହାର ପରିଶୋଧ ଅବଧି 1 ମାର୍ଚ୍ଚ 2020ରୁ 31 ଅଗଷ୍ଟ 2020 ମଧ୍ୟରେ ପଡ଼ୁଛି, ସେଗୁଡ଼ିକର ପରିଶୋଧ ଅବଧି 31 ଅଗଷ୍ଟ 2020 ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ଫଳରେ କୃଷକମାନଙ୍କୁ 4 ପ୍ରତିଶତ ବାର୍ଷିକ ସୁଧ ହାରରେ ବିନା କୌଣସି ଜୋରିମାନାରେ ପରିଶୋଧ କରିବା ଲାଗି ଅତିରିକ୍ତ ସମୟ ଦିଆଯିବ । ଏହି ଅତିରିକ୍ତ ସମୟସୀମା 31 ଅଗଷ୍ଟ 2020 ପର୍ଯ୍ୟନ୍ତ ରହିବ । ଫଳରେ ସେମାନଙ୍କୁ ପରିଶୋଧ ଅବଧି ବଢ଼ାଇବା କିମ୍ବା ନବୀକରଣ କରିବାରେ ସହାୟତା ମିଳିପାରିବ । ଏହାର ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ପାଇଁ 2% ସୁଧ ସବସିଡି ଏବଂ କୃଷକମାନଙ୍କ ପାଇଁ 3% ପିଆରଆଇ ଲାଭ ନିରନ୍ତର ମିଳିବ । କେବଳ ସେତିକି ନୁହେଁ, କୃଷକମାନଙ୍କୁ କୋଭିଡ-19 ମହାମାରୀର ବର୍ତମାନ ସମୟରେ ଏହି ସୁବିଧାର ଲାଭ ନେବା ନିମନ୍ତେ ବାରମ୍ବାର ବ୍ୟାଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ ।

 

**********

 



(Release ID: 1628448) Visitor Counter : 241