ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଯୁକ୍ତି ପ୍ଲାଟଫର୍ମ ଚାମ୍ପିଅନ୍ସର ଶୁଭାରମ୍ଭ

Posted On: 01 JUN 2020 5:04PM by PIB Bhubaneshwar

ଆଧୁନିକ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ଓ ଜାତୀୟ ସାମର୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତି ପ୍ଲାଟଫର୍ମ ଚାମ୍ପିଅନ୍ସର ଶୁଭାରମ୍ଭ କରିଛନ୍ତି ଏହି ପୋର୍ଟାଲ ବିଶେଷକରି ଛୋଟ ଛୋଟ ବ୍ୟବସାୟ ୟୁନିଟଗୁଡିକୁ ଅଧିକ ଉତ୍ପାଦନ ଓ କ୍ଷମତା ସମ୍ପନ୍ନ କରିବା ଉଦ୍ଦେଶ୍ୟ ନେଇ କରାଯାଇଛି । ଏମଏସଏମଇକୁ ଅଧିକ କ୍ଷମତା ସମ୍ପନ୍ନ କରିବାର ଏହା ଏକ ଅଭିନବ ପ୍ରୟାସ । ବର୍ତ୍ତମାନର କଠିନ ପରିସ୍ଥିତିରେ ଏମଏମଏମଇଗୁଡିକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏହା ଶିଖର ସ୍ତରରେ ପହଞ୍ଚାଇବ । ଚାମ୍ପିଅନ୍ସର ସବିଶେଷ ବିସ୍ତୃତ ଲକ୍ଷ୍ୟ-

  1. ଆପତ୍ତି ଅଭିଯୋଗର ସମାଧାନ – ବିଶେଷକରି କୋଭିଡ-19 ଯୋଗୁଁ ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରେ ଅର୍ଥ, କଞ୍ଚାମାଲ, ଶ୍ରମ, ଆଇନଗତ ଅନୁମତି ଇତ୍ୟାଦି ସମ୍ପର୍କରେ ଏମଏସଏମଇ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ।
  2. ନୂତନ ସୁଯୋଗ ହାତେଇବା – ଏଥିମଧ୍ୟରେ ଡାକ୍ତରୀ ଯନ୍ତ୍ରପାତି ଓ ପିପିଇ ମାସ୍କ ଭଳି ଆନୁଷଙ୍ଗିକ ସାମଗ୍ରୀ ଉତ୍ପାଦନ ଓ ଜାତୀୟ ଓ ଆନ୍ତର୍ଜାତିକ ବଜାରକୁ ଏଗୁଡ଼ିକର ଯୋଗାଣ
  3. ସ୍ପାର୍କଗୁଡିକର ଚିହ୍ନଟ ଓ ପ୍ରୋତ୍ସାହନ – ଯେଉଁ ଏମଏସଏମଇଗୁଡିକ ବର୍ତ୍ତମାନର ପରିସ୍ଥିତି ସହିତ ଖାପଖୁଆଇ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ସେମାନଙ୍କୁ ଚିହ୍ନଟ  ଏବଂ ପ୍ରୋତ୍ସାହିତ କରାଯିବ

ଏହା ଏକ ପ୍ରକାରର ପ୍ରଯୁକ୍ତି ବିଦ୍ୟା ଯାହାକି ନିୟନ୍ତ୍ରଣ କକ୍ଷ ଏବଂ ପରିଚାଳନାଗତ ସୂଚନା ପଦ୍ଧତି ଉପରେ ପର୍ଯ୍ୟବେଶିତ । ଟେଲିଫୋନ, ଇଣ୍ଟରନେଟ ଏବଂ ଭିଡିଓ କନଫରେନ୍ସ ଭଳି ଆଇସିଟି ଉପକରଣ ସହିତ ଏହି ପଦ୍ଧତିରେ କୃତ୍ରିମ ମେଧା, ତଥ୍ୟ ବିଶ୍ଳେଷଣ ଏବଂ ମେନିସ ଲର୍ନିଂର ମଧ୍ୟ ସୁବିଧା ରହିଛି । ଏହା ଭାରତ ସରକାରଙ୍କ ମୁଖ୍ୟ ଆପତ୍ତି ଅଭିଯୋଗ ପୋର୍ଟାଲ ସିପିଜିଆରଏଏମଏସ ଏବଂ ଏମଏସଏମଇ ମନ୍ତ୍ରଣାଳୟର ଅନ୍ୟାନ୍ୟ ୱେବ ଜନିତ ପଦ୍ଧତି ଦ୍ଵାରା ଅଙ୍ଗାଙ୍ଗିଭାବେ ସଂଶ୍ଳିଷ୍ଟ । ବିନା ଖର୍ଚ୍ଚରେ ଏହି ସଂପୂର୍ଣ୍ଣ ଆଇସିଟିର କାୟାକୃତ୍ତି ଏନଆଇସି ସହଯୋଗରେ ପ୍ରସ୍ତୁତ ହୋଇଛି । ରେକର୍ଡ ସମୟ ମଧ୍ୟରେ ଏହାର ଆକୃତିଗତ ଭିତ୍ତିଭୂମି ମନ୍ତ୍ରଣାଳୟର ଏକ ଅନାବନା ସାମଗ୍ରୀ ରକ୍ଷଣାବେକ୍ଷଣ ଗୃହରେ ବିକଶିତ ହୋଇଛି ।

ଏହି ପଦ୍ଧତିର ଏକ ଅଂଶ ସ୍ୱରୂପ ନେଟୱାର୍କ ନିୟନ୍ତ୍ରଣ କକ୍ଷ ଏକ ହବ ଏବଂ ସ୍ପୋକ ମଡେଲରେ ସୃଷ୍ଟି କରାଯାଇଛି । ନୂଆଦିଲ୍ଲୀସ୍ଥିତ ଏମଏସଏମଇ ସଚିବଙ୍କ କାର୍ଯ୍ୟାଳୟରେ ଏହି ହବ ପ୍ରତିଷ୍ଠିତ । ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ 66ଟି ନିୟନ୍ତ୍ରଣ କକ୍ଷ ତିଆରି ହୋଇ କାର୍ଯ୍ୟାରମ୍ଭ କରିଛି । ସେଗୁଡିକ ଭିଡିଓ କନଫରେନ୍ସ ଦ୍ଵାରା ଯୋଡି ହୋଇଛନ୍ତି । ଏକ ସବିଶେଷ ଏସଓପି ଏହାକୁ ପରିଚାଳନା କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଜାରି କରାଯାଇଛି ।

ଏହି ଅବସରରେ ଏମଏସଏମଇ ଏବଂ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ ।

 

**********



(Release ID: 1628386) Visitor Counter : 278