ଭୂବିଜ୍ଞାନ ମନ୍ତ୍ରଣାଳୟ

16 ତାରିଖ ସଂଧ୍ୟା ସୁଦ୍ଧା ଝଡର ରୂପ ନେଇପାରେ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ

Posted On: 14 MAY 2020 5:28PM by PIB Bhubaneshwar

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଏହା ଆହୁରି ଅଧିକ ଘନୀଭୂତ ହୋଇ ଆସନ୍ତା 16 ତାରିଖ ସଂଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡର ରୂପ ନେଇ ପାରେ ।

ଭାରତୀୟ ପାଣିପାଗ ବିଭାଗର ବାତ୍ୟା ସତର୍କ ଡିଭିଜନ ପକ୍ଷରୁ କୁହାଯାଇଛି ଯେ, ବୁଧବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରର ଉପରେ ଥିବା ଲଘୁଚାପ ଘନୀଭୂତ ହୋଇ ଗୁରୁବାର ସକାଳେ ଏକ ସ୍ପଷ୍ଟ ଦୃଶ୍ୟମାନ (ୱେଲବାର୍ଡ) ଲଘୁଚାପର ରୂପନେଇଛି ।

ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ର ଭାଗରେ ଏକ ଅନୁପାତରେ ରୂପାନ୍ତିରିତ ହେବ । ଏହା ଅଧିକରୁ ଅଧିକ ଘନୀଭୂତ ହୋଇ 16 ତାରିଖ ସଂଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହୋଇ ପ୍ରାରମ୍ଭିକ ଭାବେ 17 ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଏହାପରେ ଏହି ଝଡ ତାହାର ଗତିପଥ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ଆସନ୍ତା 18 ଓ 19 ତାରିଖ ରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ବାତ୍ୟା  ସତର୍କତା ଡିଭିଜନ ପକ୍ଷରୁ କୁହାଯାଇଛି ।

ପାଣିପାଗ ତଥ୍ୟ ଅନୁସାରେ ଏହି ଅବଗତ କାରଣରୁ ମେ 15 ତାରିଖ ଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଣ୍ଡାମାନ ସାଗରରେ ପାଣିପାଗ ପ୍ରତିକୂଳ ରହିବ । ଲଘୁଚାପ ଓ ତତ ଜନୀତ ସ୍ଥିତି ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହାଫଳରେ ମେ 16 ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପହଁଚିବାର ଆଶା କରାଯାଉଛି ।

ସତର୍କତା ଏହି ଅବଗତ ପ୍ରଭାବରେ ଆଣ୍ଡାମାନ ଓ ନିକୋବର ସହିତ ଓଡିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗରେ 18 ଓ 19 ତାରିଖରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାରିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।  ପଶ୍ଚିମବଙ୍ଗରେ 20 ତାରିଖରେ ବର୍ଷା ପରିମାଣ ବଢିବ ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି ।

15 ତାରିଖ ଠାରୁ ସମୁଦ୍ର କ୍ରମଶଃ ଅଶାନ୍ତ ହେବ ଏବଂ ଘଂଟାକୁ 45 ରୁ 55 କିମି ବେଗରେ ପବନ ବହିବ । ଏହା ପରଦିନଠାରୁ ବପନର ବେଗ କ୍ରମଶଃ ବଢିବା ସହିତ 50 ରୁ 80 କିମିରେ ପହଁଚିବ । 18 ତାରିଖ ବେଳକୁ ପବନର ବେଗ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘଂଟା ପ୍ରତି 70 ରୁ 80 କିମି ହୋଇପାରେ ମେ 19 ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଘଂଟା ପ୍ରତି 80 ରୁ 90 କିମି ବେଗରେ ପବନ ବହିବା ସହ ସମୁଦ୍ର ଭୀଷଣ ଅଶାନ୍ତ ରହିବ ।

ସମୁଦ୍ର ଅଶାନ୍ତ ରହୁଥିବାରୁ ମେ 15 ତାରିଖ ଠାରୁ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟ୍ୟଜୀବୀମାନଙ୍କୁ ପରାପର୍ଶ ଦିଆଯାଇଛି ।

 

**********

 



(Release ID: 1623964) Visitor Counter : 102