ରାଷ୍ଟ୍ରପତିଙ୍କ ସଚିବାଳୟ

ବୁଦ୍ଧ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Posted On: 06 MAY 2020 5:06PM by PIB Bhubaneshwar

ବୁଦ୍ଧ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି: -

ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀ ଏବଂ ବିଶ୍ଵରେ ଭଗବାନ ବୁଦ୍ଧଙ୍କ ସମସ୍ତ ଅନୁଗାମୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି

ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଆମକୁ ପ୍ରେମ, ସତ୍ୟ, କରୁଣା ଏବଂ ଅହିଂସା ଦ୍ୱାରା ମାନବିକତାର ସେବା କରିବାକୁ ପ୍ରେରଣା ଦିଏ ତାଙ୍କ ଜୀବନ ଏବଂ ଆଦର୍ଶ ସମାନତା, ସୌହାର୍ଦ୍ଦ୍ୟ ଓ ନ୍ୟାୟର ମୂଲ୍ୟ ଉପରେ ଆମର ବିଶ୍ୱାସକୁ ଦୃଢ କରୁଛି

ଯେତେବେଳେ ଆମେ କୋଭିଡ-19 ଭଳି ଏକ ଅଦୃଶ୍ୟ ସଙ୍କଟର ସମ୍ମୁଖୀନ ହେଉଛୁ, ସେତେବେଳେ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଆମେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ | ଏହି ପର୍ବ ଆମକୁ ଭଗବାନ ବୁଦ୍ଧଙ୍କ ଶିକ୍ଷାର ଅନୁସରଣ କରିବା ଏବଂ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟର ବାତାବରଣକୁ ସୁଦୃଢ କରିବା ଲାଗି ପ୍ରେରଣା ଦେଉ

 

**********



(Release ID: 1621718) Visitor Counter : 185