ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସଚିବ ଭାବେ ଶ୍ରୀ ଅଜୟ ତିର୍କୀଙ୍କ ଦାୟିତ୍ୱ ଗ୍ରହଣ

Posted On: 01 MAY 2020 2:35PM by PIB Bhubaneshwar

ଶ୍ରୀ ଅଜୟ ତିର୍କୀ ଆଜି ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମଧ୍ୟପ୍ରଦେଶ କ୍ୟାଡରର 1987 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ସେ ରବୀନ୍ଦ୍ର ପାୱାରଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯିଏକି ଗତକାଲି ଅବସର ଗ୍ରହଣ କରିଥିଲେ ।

ଶ୍ରୀ ତିର୍କୀ ସଚିବ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏହି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ ଅତିରକ୍ତ ସଚିବ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ 2017ରେ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ 2004ରୁ 2009 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇ କାର୍ଯ୍ୟ ତୁଲାଉଥିଲେ ।

ଶ୍ରୀ ଅଜୟ ତିର୍କୀ 2015ରୁ 2017 ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ରାଜ୍ୟପାଳଙ୍କ ପ୍ରଧାନ ସଚିବ ଥିଲେ ଏବଂ ତାଙ୍କୁ ନିଜ କ୍ୟାଡରରେ ଡାକ୍ତରୀ ଶିକ୍ଷା, ଶ୍ରମ ଏବଂ ନିଯୁକ୍ତ ତଥା ଗ୍ରାମୀଣ ବିକାଶ ବିଭାଗର ଦାୟିତ୍ୱ ତୁଲାଇବାର ବ୍ୟାପକ ଅନୁଭବ ରହିଛି । ସେ ମଧ୍ୟପ୍ରଦେଶ ରାଜ୍ୟ ସମବାୟ ବିପଣନ ସଂଘ (ମାର୍କଫେଡ଼)ର, ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଏହା ପୂର୍ବରୁ ସେ ସିଦ୍ଧି, ହୋସଙ୍ଗାବାଦ ଏବଂ ରାୟପୁର ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଥିଲେ ।

ଏହା ବ୍ୟତୀତ ସେ ମଧ୍ୟପ୍ରଦେଶରେ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଭାବେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି ।

 

**********



(Release ID: 1620284) Visitor Counter : 175