ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ କୋରିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 09 APR 2020 3:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କୋରିଆ ରାଷ୍ଟ୍ରପତି ମହାମହିମ ମିଷ୍ଟର ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ ହୋଇଛି ଏହି ଆଲୋଚନା କାଳରେ ଶ୍ରୀ ମୋଦୀ ତାଙ୍କର କୋରିଆ ଗସ୍ତ ଓ ଦୁଇ ଦେଶ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ସୂଚନା ଦେଇଥିଲେ

ଉଭୟ ନେତା ସାରା ପୃଥିବୀରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-19 ମହାମାରୀରୁ ଉତ୍ପନ୍ନ ଆର୍ଥିକ ସ୍ଥିତି ଓ ଏହି ମହାମାରୀକୁ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ

କୋଭିଡ-19 ମହାମାରୀର ମୁକାବିଲା ନିମନ୍ତେ କୋରିଆ ସାଧାରଣତନ୍ତ୍ର ନେଉଥିବା ପ୍ରଯୁକ୍ତି ଆଧାରିତ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ସେହିପରି ଭାରତ ଭଳି ଏକ ବିଶାଳ ରାଷ୍ଟ୍ର ଯେଭଳି ଏହି ମହାମାରୀକୁ ସାମନା କରୁଛି ସେଥିନେଇ ସନ୍ତୋଷ ପ୍ରକାଶ କରିଥିଲେ । ଭାରତରେ ଥିବା କୋରିଆ ନାଗରିକଙ୍କ ସୁରକ୍ଷା ନେଇ ଭାରତୀୟ କର୍ତ୍ତୃପକ୍ଷ ଯେଭଳି ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି କୋରିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ମେଡିକାଲ ଯନ୍ତ୍ରପାତି ପରିବହନ ନେଇ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ କୋରିଆ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ନେତା କୋଭିଡ-19ର ମୁକାବିଲା ନିମନ୍ତେ ଦୁଇଦେଶର ବୈଜ୍ଞାନିକସ୍ତରୀୟ କଥାବାର୍ତ୍ତା ଓ ନିଜ ନିଜର ଅଭିଜ୍ଞତାକୁ ଆଦାନପ୍ରଦାନ କରିବା ନେଇ ସହମତ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା କୋରିଆ ନିର୍ବାଚନ ପାଇଁ ରାଷ୍ଟ୍ରପତି ମୁନଙ୍କୁ ଶୁଭକାମନା ଜଣାଇଥିଲେ ।

 

**********



(Release ID: 1612650) Visitor Counter : 205