Technology
ଭାରତ ଏଆଇ ପ୍ରଭାବ ଶିଖର ସମ୍ମିଳନୀ ୨୦୨୬
ସମସ୍ତଙ୍କ କଲ୍ୟାଣ, ସମସ୍ତଙ୍କ ଖୁସି
Posted On:
21 JAN 2026 1:52PM
ପ୍ରମୁଖ ବିନ୍ଦୁ
- ଭାରତ ଏଆଇ ପ୍ରଭାବ ଶିଖର ସମ୍ମିଳନୀ ୨୦୨୬ ହେଉଛି କୌଣସି ବିକାଶଶୀଳ ଦେଶରେ ହେଉଥିବା ପ୍ରଥମ ବିଶ୍ୱସ୍ତରୀୟ ଏଆଇ ଶିଖର ସମ୍ମିଳନୀ
- ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଏହା ୨୦୨୬ ଫେବ୍ରୁଆରି ୧୬ରୁ ୨୦ ଯାଏ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଏଆଇ ନେଇ ନୀତି, ଗବେଷଣା, ଶିଳ୍ପ ଓ ଜନ ଭାଗିଦାରୀ ନେଇ ଆଲୋଚନା ହେବ।
- ମୂଳଦୁଆର ୩ଟି ସ୍ତମ୍ଭ ବା ସୂତ୍ର ଉପରେ ଏହା ଆଧାରିତ ହେବ। ସେଗୁଡ଼ିକ ହେଲା ଜନତା, ଗ୍ରହ ଓ ପ୍ରଗତି
- ଭାରତ-ଏଆଇ ପ୍ରଭାବ ପ୍ରଦର୍ଶନୀରେ ୧୦ରୁ ଅଧିକ ବିଷୟବସ୍ତୁ ଆଧାରିତ ମଞ୍ଚରେ ୩୦ରୁ ଦେଶର ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ରହିବେ।
(ଆନୁମାନିକ ଭାବେ ସଂଖ୍ୟା କୁହାଯାଇଛି, ଏହା ପରେ ସଂଶୋଧନ କରାଯାଇପାରେ।)
ଉପକ୍ରମ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ହେଉଛି ଭାରତର ବିକାଶ ଯାତ୍ରାର ଏକ ପ୍ରମୁଖ ସହାୟକ । ଏହା ପ୍ରଶାସନକୁ ସୁଦୃଢ଼ କରିବା ସହିତ ସାର୍ବଜନୀନ ସେବାକୁ ଉନ୍ନତ କରିବ। ଭାରତ ପାଇଁ ଏଆଇ ବ୍ୟାପକ ଭାବେ ସାମଗ୍ରିକ ଅଭିବୃଦ୍ଧିକୁ ସମର୍ଥନ କରେ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଯେଉଁ ଲକ୍ଷ୍ୟ ଅଛି, ତାହା ସହିତ ଏହା ସମଭାବାପନ୍ନ ଅଟେ। ଭାରତର ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ଏହାକୁ ସମସ୍ତଙ୍କର ଆବଶ୍ୟକତା ଅନୁଯାୟୀ ବହୁଭାଷୀ ଏବଂ ବହୁମୁଖୀ ଏଆଇ ବ୍ୟବସ୍ଥାକୁ ଆଗକୁ ନେବାରେ ଦୃଢ଼ତାର ସହିତ ଅବସ୍ଥାପିତ କରୁଛି।
ଏଆଇ ଭାରତର ବିକାଶ-କେନ୍ଦ୍ରିତ ଆଭିମୁଖ୍ୟ ଉପରେ ଆଧାରିତ। ଏହି ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ଫେବ୍ରୁଆରି ୧୬-୨୦ ମଧ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ହେବାର ଅଛି। ଏହା ହେଉଛି ପ୍ରଥମ ବିଶ୍ୱସ୍ତରୀୟ ଏଆଇ ସମ୍ମିଳନୀ ଯାହାକି ଏକ ବିକାଶଶୀଳ ଦେଶରେ ଅନୁଷ୍ଠିତ ହେଉଛି। ପ୍ରଶାସନ,ନବସୃଜନ ଓ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଓ ଏ ସଂପର୍କରେ ସବିଶେଷ ଆଲୋଚନା କରିବ। ଏହି ସମ୍ମିଳନୀ ବିଶ୍ୱର ପ୍ରମୁଖ ନେତା,ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା କମ୍ପାନୀ,ନବସୃଜନକାରୀ ଓ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିବ।
ପ୍ରମୁଖ ଅନ୍ତର୍ଜାତୀୟ ଏଆଇ ଫୋରମର ଫଳାଫଳକୁ ଆଗକୁ ନେଇ ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ମାଧ୍ୟମରେ ଭାରତର ଆଭିମୁଖ୍ୟ ଇଣ୍ଡିଆଏଆଇ ମିଶନ ଓ ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଦେଶର ପ୍ରାଥମିକତା ସହିତ ସମନ୍ୱିତ ବିକାଶ ଫଳାଫଳରେ ବିଶ୍ୱସ୍ତରୀୟ ଆଲୋଚନାକୁ କାର୍ଯ୍ୟାନ୍ୱୟନ କରିବା ଉପରେ ଏହା ଧ୍ୟାନ ଦେବ । ଏହା ଭାରତର ପ୍ରଶାସନ, ଅର୍ଥନୀତି ଓ ସମାଜ ସହିତ ପ୍ରାସଙ୍ଗିକ ବ୍ୟାବହାରିକ, ଜନ-କୈନ୍ଦ୍ରିକ ଏଆଇ ଢାଞ୍ଚାକୁ ଆଗକୁ ବଢାଇବା ସହିତ ବହୁପାକ୍ଷିକ ସହଯୋଗକୁ ସୁଦୃଢ଼ କରିବ।
ଭାରତ ପାଇଁ ଏଆଇର ଗୁରୁତ୍ୱ
ଏଆଇ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ଉଭା ହୋଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ, ପ୍ରଶାସନକୁ ସୁଦୃଢ଼ କରିବାରେ ଓ ନାଗରିକଙ୍କ ଜୀବନ ଧାରଣର ମାନରେ ଉନ୍ନତ ଆଣିବାରେ ଏଆଇର ବହୁତ କ୍ଷମତା ରହିଛି। ଏହାର ମୂଳଦୁଆରେ ରହିଛି ଜନତା, ଗ୍ରହ ଓ ପ୍ରଗତିର ଆଦର୍ଶ । ଜନତାଙ୍କ ପାଇଁ ଏଆଇ ସକ୍ଷମ ପଦ୍ଧତି ସାଧାରଣ ଲୋକଙ୍କୁ ସଶକ୍ତ କରୁଛି। ଟେଲିମେଡିସିନ ଓ ଡାଇଗ୍ନୋଷ୍ଟିକ୍ସ ମାଧ୍ୟମରେ ସ୍ୱାସ୍ଥ୍ୟସେବା ସୁଲଭତାକୁ ବ୍ୟାପକ କରୁଛି, ବ୍ୟକ୍ତିର ଆବଶ୍ୟକତା ଅନୁସାରେ ଶିକ୍ଷା ପ୍ରଦାନ କରୁଛି, ଜାଲିଆତି ଚିହ୍ନଟ କରି ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖୁଛି ଏଆଇ। ସେହିପରି ଗ୍ରହଣୀୟତା ପାଇଁ ଏଆଇ ଫସଲ ପୂର୍ବାନୁମାନ, ସଠିକ କୃଷି ଓ ଡ୍ରୋନ ଆଧାରିତ ମନିଟରିଂ ମାଧ୍ୟମରେ କୃଷିରେ ସ୍ମାର୍ଟ ଓ ଅଧିକ ସ୍ଥାୟୀ ଅଭ୍ୟାସକୁ ସକ୍ଷମ କରୁଛି। ପ୍ରଗତି ପାଇଁ ଏଆଇ କୋର୍ଟଙ୍କ ରାୟର ଭାଷାକୁ ଅନୁବାଦ କରି ଶାସନକୁ ସୁଦୃଢ଼ କରୁଛି, ସେବା ପ୍ରଦାନରେ ଉନ୍ନତି ଆଣିଛି ଏବଂ ଖାଦ୍ୟ ବିତରଣ, ଗମନାଗମନ ଓ ବ୍ୟକ୍ତିଗତ ଡିଜିଟାଲ୍ ସେବାରେ ପ୍ରୟୋଗ ମାଧ୍ୟମରେ ଦୈନନ୍ଦିନ ଦକ୍ଷତା ବୃଦ୍ଧି କରୁଛି। ଏହା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭାରତ ପାଇଁ ସାମଗ୍ରିକ ତଥା ସୁଲଭ ପ୍ରଯୁକ୍ତିବିଦ୍ୟା ଦିଗରେ ପ୍ରତିଫଳିତ କରୁଛି ଏକ ପରିବର୍ତ୍ତନ।
୧-ସ୍ୱାସ୍ଥ୍ୟସେବାରେ ଏଆଇ
ସ୍ୱାସ୍ଥ୍ୟସେବା ପାଇବାରେ ଓ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିବାରେ ଏଆଇର ଭୂମିକା ରହିଛି। ବିଶେଷ କରି ଗ୍ରାମାଞ୍ଚାଳ ଓ ଅବହେଳିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିଛି ଏଆଇ। ଡାକ୍ତର ନ ଥିବା ବେଳେ ଏଆଇ ପରିଚାଳିତ ଦୂରର ଡାଇଗ୍ନୋଷ୍ଟିକ ଓ ନିଆଅଣା କରାଯାଇପାରୁଥିବା ଉପକରଣ ଦ୍ୱାରା ସହଜରେ ରୋଗ ଚିହ୍ନଟ କରିହେଉଛି। ସ୍ୱୟଂଚାଳିତ ରକ୍ତ ଓ ମୁତ୍ର ପରୀକ୍ଷା ନିରୀକ୍ଷା ତଥା ଚିକିତ୍ସାକୁ ସହଜ କରୁଛି। ଏଆଇ ପରିଚାଳିତ ଟେଲିମେଡିସିନ, ଚାଟବଟ୍ ଓ ଲକ୍ଷଣ ଚିହ୍ନଟକାରୀ ପଦ୍ଧତି ଜରିଆରେ ଗାଁ ଗହଳିର ରୋଗୀ ଡାକ୍ତରଙ୍କୁ ଯୋଗାଯୋଗ କରିପାରୁଛନ୍ତି। ଏହା ଦ୍ୱାରା ଯିବା ଆସିବାର ଓ ଅପେକ୍ଷା କରିବାର ସମୟ ଅପଚୟ ହେଉ ନାହିଁ। ଏଆଇ ପରିଚାଳିତ ଇମେଜ୍ ବିଶ୍ଲେଷଣ ଦ୍ୱାରା ଦୂର ଜାଗାରେ ମଧ୍ୟ କମ୍ ସମୟରେ ଯକ୍ଷ୍ମା, କର୍କଟ ଓ ଅନ୍ୟ ରୋଗର ଚିହ୍ନଟ କରାଯାଇପାରୁଛି। ଆଗୁଆ ବିଶ୍ଲେଷଣ ଯୋଗୁଁ ରୋଗ ଗୁରୁତର ହେବା ଆଗରୁ ତାର ପୁର୍ବାନୁମାନ କରିହେଉଛି। ଏହା ସହିତ ଏଆଇ ପରିଚାଳିତ ଔଷଧ ଆବିଷ୍କାର ଓ ରୋଗୀ ଅନୁସାରେ ନିର୍ଦ୍ଦିଷ୍ଟ ଚିକିତ୍ସା ଦ୍ୱାରା ଦୂରାରୋଗ୍ୟର କମ୍ ଖର୍ଚ୍ଚରେ ଚିକିତ୍ସା କରାଯାଇପାରୁଛି ଓ ରୋଗୀ ଭଲ ମଧ୍ୟ ହେଉଛନ୍ତି।
୨-କୃଷି ଓ ଗ୍ରାମାଞ୍ଚଳ ଅର୍ଥନୀତିରେ ଏଆଇ
ଅଧିକ ଉତ୍ପାଦନ ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ସ୍ମାର୍ଟ, ତଥ୍ୟ-ଚାଳିତ କୃଷି ପଦ୍ଧତିକୁ ସକ୍ଷମ କରୁଛି ଏଆଇ। ପାଣିପାଗ କେମିତି ରହିବ, କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ଓ ଜଳସେଚନର ଆବଶ୍ୟକତା ସଂପର୍କରେ ପୂର୍ବାନୁମାନ କରି ମୋବାଇଲ ଜରିଆରେ ଚାଷୀଙ୍କୁ ନିର୍ଭୁଲ ପରାମର୍ଶ ଦେଉଛି ଏଆଇ। ଏଆଇ ପରିଚାଳିତ ଡ୍ରୋନ ଫସଲର ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହିତ ଅପଚୟ ହ୍ରାସ କରେ। ଏହା ସହିତ ସାଟେଲାଇଟ ଚିତ୍ର ଓ ପାଣିପାଗର ତଥ୍ୟ କେତେବେଳେ ଅମଳ କରାଯିବ, ତାହା ପୂର୍ବାନୁମାନ କରି ପରାମର୍ଶ ଦେଉଛି। ବଜାରରେ କୌଣସି ସାମଗ୍ରୀର କେତେ ଚାହିଦା ଅଛି, କେତେ ଯୋଗାଣ ଅଛି, ତାହା ପୂର୍ବାନୁମାନ କରି ବିଭିନ୍ନ ସାମଗ୍ରୀର ଦାମ୍ ସ୍ଥିର କରିବାରେ ସାହାଯ୍ୟ କରୁଛି ଏଆଇ। ମୌସୁମ୍ ଜିପିଟି ପରି ଟୁଲ୍ ଓ କିଷାନ ଇ-ମିତ୍ର ଭଳି ପଦକ୍ଷେପ ଆଞ୍ଚଳିକ ଭାଷାରେ ପ୍ରକୃତ-ସମୟ, ସ୍ଥାନୀୟ କୃଷି ସୂଚନା ପ୍ରଦାନ କରୁଛି।
୩-ଶିକ୍ଷା ଓ ଶିକ୍ଷଣରେ ଏଆଇ-ଶିକ୍ଷାକୁ ଅଧିକ ବ୍ୟକ୍ତିଗତ, ସାମଗ୍ରିକ ଓ ସୁଲଭ କରିଛି ଏଆଇ । ଏଆଇ ପରିଚାଳିତ ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଶିକ୍ଷଣ ବିଷୟବସ୍ତୁ ପ୍ରସ୍ତୁତ କରୁଛି । ଏହା ଉଭୟ ଭଲ ଓ ସାଧାରଣ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଛି । ଏଆଇ ପରିଚାଳିତ ଭାଷା ଅନୁବାଦ ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ରୂପାନ୍ତରିତ କରି ଭାଷାଗତ ପ୍ରତିବନ୍ଧକକୁ ଦୂର କରିଥାଏ। ଏଆଇଭିତ୍ତିକ ଟ୍ୟୁଟରିଂ ବ୍ୟବସ୍ଥା ମତାମତ ଦେବା ସହିତ ଦିନ ରାତି ୨୪ ଘଣ୍ଟା ଶିକ୍ଷାଲାଭ କରିବାରେ ସାହାଯ୍ୟ କରିଥାଏ। DIKSHA ଭଳି ପ୍ଲାଟଫର୍ମ ବିଭିନ୍ନ ଶିକ୍ଷାର୍ଥୀ ଗୋଷ୍ଠୀ ମଧ୍ୟରେ ପ୍ରାସଙ୍ଗିକ ଓ ସୁଲଭ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରିବା ପାଇଁ ଏଆଇ ବ୍ୟବହାର କରନ୍ତି।
୪-ବିତ୍ତୀୟ ଓ ବାଣିଜ୍ୟରେ ଏଆଇ
ଆର୍ଥିକ ସୁରକ୍ଷା, ଅନ୍ତର୍ଭୁକ୍ତିକରଣ ଓ ସେବା ଦକ୍ଷତାକୁ ସୁଦୃଢ଼ କରୁଛି ଏଆଇ । ଏଆଇ ପରିଚାଳିତ ବ୍ୟବସ୍ଥା ଠକେଇ ଚିହ୍ନଟ କରେ ଓ ତତକ୍ଷଣାତ୍ ଡିଜିଟାଲ୍ କାରବାରକୁ ସୁରକ୍ଷିତ କରେ । ଏଆଇ ଆଧାରିତ କ୍ରେଡିଟ୍ ସ୍କୋରିଂ ବ୍ୟାଙ୍କ ସେବାରୁ ବଞ୍ଚିତ ଓ ଅବହେଳିତ ଲୋକଙ୍କ ପାଇଁ ଋଣର ବ୍ୟବସ୍ଥା କରିଥାଏ । ବ୍ୟାଙ୍କିଂ ଚାଟବଟ୍ ବାଲାନ୍ସ ଯାଞ୍ଚ ଓ ଟଙ୍କା ନେଣ ଦେଣ ଭଳି ନିୟମିତ ସେବା ପାଇଁ ଦିନ ରାତି ୨୪ ଘଣ୍ଟା ସହାୟତା ପ୍ରଦାନ କରେ। ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼େ ନାହିଁ। ଏଆଇ ପରିଚାଳିତ ବ୍ୟକ୍ତିଗତକରଣ ଉପଯୁକ୍ତ ଆର୍ଥିକ ଉତ୍ପାଦ ଓ ପରାମର୍ଶକୁ ସକ୍ଷମ କରିଥାଏ।
୫. ଶାସନ ଓ ଜନସେବାରେ ଏଆଇ- ଜନସେବାରେ ଦକ୍ଷତା, ସୁଲଭତା ଓ ସ୍ୱଚ୍ଛତା ବୃଦ୍ଧି କରୁଛି ଏଆଇ । ଏହାର ସହାୟତାରେ ଆଞ୍ଚଳିକ ଭାଷାରେ କୋର୍ଟଙ୍କ ରାୟର ଅନୁବାଦ ହୋଇପାରୁଛି । ଏହା ଦ୍ୱାରା ନ୍ୟାୟ ପାଇବା ବ୍ୟବସ୍ଥାରେ ଉନ୍ନତି ଆସିଛି। ଟ୍ରାଫିକ୍, ଆବର୍ଜନା ପରିଚାଳନା ଓ ସାର୍ବଜନୀନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦକ୍ଷ କରି ସ୍ମାର୍ଟ ସିଟି ପରିଚାଳନାରେ ସହଯୋଗ କରୁଛି ଏଆଇ। ବିଭିନ୍ନ ଯୋଜନାର କାମ କରିବାର ପ୍ରକ୍ରିୟା ପଦ୍ଧତି ଓ ଆବେଦନର ସମୟକୁ ହ୍ରାସ କରି ସରକାରୀ ସେବା ପ୍ରଦାନକୁ ସୁଗମ କରୁଛି ଏଆଇ । ନ୍ୟାୟ ବ୍ୟବସ୍ଥାରେ ଏଆଇ ମାମଲା ପରିଚାଳନା ଓ ଆଇନଗତ ସୁଲଭତାକୁ ଅଧିକ ଉନ୍ନତ କରୁଛି।
ଏଆଇର ରଣନୀତିକ ଗୁରୁତ୍ୱକୁ ହୃହୟଙ୍ଗମ କରି ଭାରତ ସରକାର ଏକ ଦୃଢ଼ ଓ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେଉଥିବା ଏଆଇ ବ୍ୟବସ୍ଥା ଗଠନକୁ ଅଧିକ ପ୍ରାଥମିକତା ଦେଇଛନ୍ତି । ଇଣ୍ଡିଆଏଆଇ ମିଶନ, ଏଆଇ କମ୍ପ୍ୟୁଟ ଭିତ୍ତିଭୂମିର ବିକାଶ, ସ୍ୱଦେଶୀ ଏଆଇ ମଡେଲକୁ ପ୍ରୋତ୍ସାହନ ଏବଂ ବ୍ୟାପକ ଭାବେ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଦେଶରେ ଦାୟିତ୍ୱପୂର୍ଣ୍ଣ ଓ ବିଶ୍ୱସନୀୟ ଏଆଇ ଗ୍ରହଣ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି।
ଏହା ସହିତ ଭାରତ-ଏଆଇ ପ୍ରଭାବ ସମ୍ମିଳନୀ - ୨୦୨୬ ବିଶ୍ୱସ୍ତରୀୟ ସହଯୋଗକୁ ସୁଦୃଢ଼ କରିବା, ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକତାପୂର୍ଣ୍ଣ ଏଆଇକୁ ପ୍ରୋତ୍ସାହିତ କରିବା ଏବଂ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏଆଇର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦେବ । ଏହି ସମ୍ମିଳନୀ ଭାରତକୁ ଏଆଇ ନବସୃଜନ ଓ ନିୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପରିଚିତ କରିବାରେ ଏକ ଉତ୍ପ୍ରେରକ ଭାବେ କାମ କରିବ ବୋଲି ଆଶା କରାଯାଉଛି। ଏହା ଏକ ଡିଜିଟାଲ ସଶକ୍ତ ଓ ପ୍ରଯୁକ୍ତିବିଦ୍ୟା ପରିଚାଳିତ ଭାରତର ଲକ୍ଷ୍ୟ ସହିତ ପରିପୂରକ ଅଟେ।
ମୂଳଦୁଆର ସ୍ତମ୍ଭ :ଏଆଇର ପ୍ରଭାବ ନେଇ ବିଶ୍ୱସ୍ତରୀୟ ସହଯୋଗକୁ ପରିଚାଳିତ କରୁଥିବା ୩ଟି ସୂତ୍ର ଓ ୭ଟି ଚକ୍ର
ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ଲକ୍ଷ୍ୟ ହେଉଛି କୃତ୍ରିମ ବୁଦ୍ଧିମତ୍ତା ପ୍ରତି ଏକ ପ୍ରଭାବମୁଖୀ ଓ ଜନ କୈନ୍ଦ୍ରିକ ଦୃଷ୍ଟିକୋଣକୁ ଆଗକୁ ବଢାଇବା ଯାହା ମାଧ୍ୟମରେ ମାପଯୋଗ୍ୟ ସାମାଜିକ ଓ ଆର୍ଥିକ ଫଳାଫଳ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯିବ।
ଏହି ଶିଖର ସମ୍ମିଳନୀ ତିନିଟି ମୂଳଦୁଆ ସ୍ତମ୍ଭ ଉପରେ ପ୍ରତିଷ୍ଠିତ ହେବ । ଏହାକୁ 'ସୂତ୍ର' କୁହାଯାଏ – ଏହା ଏକ ସଂସ୍କୃତ ଶବ୍ଦ। ଏହାର ଅର୍ଥ ହେଉଛି ମାର୍ଗଦର୍ଶନ କରୁଥିବା ନୀତି କିମ୍ବା ଅତ୍ୟାବଶ୍ୟକ ସୂତ୍ର ଯାହାକି ଜ୍ଞାନ ଏବଂ କାର୍ଯ୍ୟକୁ ଏକତ୍ର କରିଥାଏ। ଏହି ସୂତ୍ରଗୁଡ଼ିକ କହିଥାଏ କିପରି ସାମୂହିକ ଲାଭ ପାଇଁ ବହୁପାକ୍ଷିକ ସହଯୋଗ ମାଧ୍ୟମରେ ଏଆଇକୁ ବ୍ୟବହାର କରାଯାଇପାରିବ।

ତିନିଟି ମୂଳ ସୂତ୍ର ଉପରେ ଆଧାରିତ ଏଆଇ ପ୍ରଭାବ ସମ୍ମିଳନୀରେ ୭ ଚକ୍ର ଉପରେ ଆଧାରିତ ହେବ ଆଲୋଚନା । ଏହି ଚକ୍ରଗୁଡ଼ିକ ବହୁପାକ୍ଷିକ ସହଯୋଗର ପ୍ରମୁଖ କ୍ଷେତ୍ରକୁ ପ୍ରତିନିଧିତ୍ୱ କରନ୍ତି ଯାହା କି ଅନ୍ତର୍ଭୁକ୍ତି ଓ ଦୀର୍ଘସ୍ଥାୟୀ ସାମାଜିକ ଫଳାଫଳ ପାଇଁ ସାମୂହିକ ପ୍ରୟାସକୁ ପରିଚାଳିତ କରିଥାଏ।

୧-ମାନବ ପୁଂଜି : ରଖାଯାଇଥିବା ଲକ୍ଷ୍ୟ ଅନୁସାରେ କୌଶଳ ଜରିଆରେ ସମାନୁପାତିକ ଏଆଇ ପୁନଃକୌଶଳ ନିର୍ମାଣ ଉପରେ ଏହି ଚକ୍ର ଗୁରୁତ୍ୱ ପ୍ରଦାନ କରିଥାଏ। ଭାରତ ପାଇଁ ଏହା ଏଆଇ ଅର୍ଥନୀତି ପାଇଁ ଦରକାର ହେଉଥିବା ମାନବସମ୍ବଳକୁ ସୁଦୃଢ଼ କରିଥାଏ ଯାହାକି ଦେଶର ବିକାଶ ପ୍ରାଥମିକତା ସହିତ ପରିପୂରକ ଅଟେ।
୨-ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତି- ଏହି ଚକ୍ର ମିଳିତ ଭାବେ ଏଆଇ ସମାଧାନ ଏବଂ ବ୍ୟାପକ ମଡେଲ୍ ମାଧ୍ୟମରେ ଅନ୍ତର୍ଭୁକ୍ତ ଅଂଶଗ୍ରହଣକୁ ସକ୍ଷମ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ନାଗରିକ କେନ୍ଦ୍ରିକ ଏଆଇ ସମାଧାନ ପ୍ରଦାନକୁ ସହଯୋଗ କରିବା ସହିତ ଦେଶର ସବୁଠୁ ଦୁର୍ବଳ, ଅବହେଳିତ ଲୋକଙ୍କୁ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଏ।
୩- ସୁରକ୍ଷିତ ଓ ବିଶ୍ୱସନୀୟ ଏଆଇ- ଏହି ଚକ୍ର ଦାୟିତ୍ୱସଂପନ୍ନ ଏଆଇ ପାଇଁ ବିଶ୍ୱସ୍ତରୀୟ ନୀତିର ବ୍ୟାବହାରିକ, ଆନ୍ତଃପରିଚାଳନାଯୋଗ୍ୟ ସୁରକ୍ଷା ଓ ଶାସନ ଢାଞ୍ଚାରେ ପରିଣତ କରିବା ଉପରେ ଧ୍ୟାନ ଦେଇଥାଏ। ଭାରତ ପାଇଁ ଏହା ଘରୋଇ ଏଆଇ ପରିଚାଳନାକୁ ସୁଦୃଢ଼ କରେ, ସାର୍ବଜନୀନ ପ୍ଲାଟଫର୍ମରେ ଏଆଇର ନିରାପଦ ବ୍ୟବହାରକୁ ସମର୍ଥନ ଏବଂ ନବସୃଜନକୁ ସକ୍ଷମ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଭରସା।
୪-ନମନୀୟତା, ନବସୃଜନ ଓ ଦକ୍ଷତା - ଏହି ଚକ୍ର ଏଆଇର ବ୍ୟାପକ ବ୍ୟବହାର ଦ୍ୱାରା ଉପୁଜିଥିବା ପରିବେଶଗତ ଓ ସମ୍ବଳ ସମସ୍ୟାର ସମାଧାନ କରିବା ଉପରେ ଧ୍ୟାନ ଦିଏ ଯାହାକି ବିଶ୍ୱ ଏଆଇ ବିଭେଦକୁ ଆହୁରି ସଂଗୀନ କରିବାର ଆଶଙ୍କା ରହିଛି। ଭାରତ ପାଇଁ ଏହା ସ୍ଥାୟୀ ଏଆଇ ଉପଯୋଗକୁ ସମର୍ଥନ କରେ। ଏଆଇ ଅଭିବୃଦ୍ଧି ଯେମିତି ପରିବେଶଗତ ଭାବରେ ଦାୟିତ୍ୱସମ୍ପନ୍ନ ରହିବ ଓ ସାମାଜିକ ଭାବରେ ସମସ୍ତଙ୍କ ପାଇଁ ସମାନୁପାତ ରହିବ, ତାହା ସୁନିଶ୍ଚିତ କରିଥାଏ।
୫-ବିଜ୍ଞାନ - ଏହି ଚକ୍ର ତଥ୍ୟ, ଗଣନା ଓ ଗବେଷଣା କ୍ଷମତାରେ ଗଭୀର ଅସମାନତାକୁ ସଂଶୋଧନ କରିବା ସହିତ ଆବିଷ୍କାରକୁ ତ୍ୱରାନ୍ୱିତ କରିବାରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାଏ। ଏହା ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ କରେ, ସ୍ୱାସ୍ଥ୍ୟ, କୃଷି ଏବଂ ଜଳବାୟୁ ସମସ୍ୟାର ସମାଧାନକୁ ତ୍ୱରାନ୍ୱିତ କରେ ଓ ବିଶ୍ୱ ବୈଜ୍ଞାନିକ ଉନ୍ନତିରେ ଭାରତକୁ ଏକ ସକ୍ରିୟ ଅବଦାନକାରୀ ଭାବରେ ପ୍ରତିଷ୍ଠିତ କରିଥାଏ।
୬-ଏଆଇ ସମ୍ୱଳର ଗଣତାନ୍ତ୍ରିକରଣ - ଏହି ଚକ୍ର ଏପରି ଏକ ବିଶ୍ୱସ୍ତରୀୟ ଏଆଇ ବ୍ୟବସ୍ଥାର କଳ୍ପନା କରେ ଯେଉଁଠି ଏଆଇ ବିକାଶ ସମସ୍ତଙ୍କ ପାଖରେ ପହଞ୍ଚିବ ଓ ସୁଲଭ ହେବ। ଭାରତ ପାଇଁ ଏହା ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ଶୃଙ୍ଖଳାରେ ସମାନ ଭାଗିଦାରୀକୁ ସୁନିଶ୍ଚିତ କରିବା ସହିତ ଷ୍ଟାର୍ଟଅପ୍, ଗବେଷକ ଏବଂ ସାର୍ବଜନୀନ ପ୍ରତିଷ୍ଠାନ ପର୍ଯ୍ୟନ୍ତ ପହଞ୍ଚିବାକୁ ସୁନିଶ୍ଚିତ କରିଥାଏ।
୭- ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ ହିତ ପାଇଁ ଏଆଇ - ଏହି ଚକ୍ର ପ୍ରକୃତରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଏଆଇର ସମ୍ଭାବନାକୁ ଉପଯୋଗ କରିବାର ଉପାୟ ଅନୁସନ୍ଧାନ କରେ । ଏହା ସହିତ ଉଭୟ ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ ମଙ୍ଗଳ ପାଇଁ ଏଆଇ ପାଇଁ ଉଦାହରଣ ହୋଇଥିବା ଉଚ୍ଚ ପ୍ରଭାବଶାଳୀ ବ୍ୟବହାର ମାମଲା ଚିହ୍ନଟ କରେ ଓ ଏଥିରେ ସହଯୋଗ କରେ।
ମିଳିତ ଭାବରେ ଏହି ସବୁ ଚକ୍ର ଦେଶ, ଅନ୍ତର୍ଜାତୀୟ ସଂଗଠନ ଓ ଅଂଶୀଦାରମାନଙ୍କ ପାଇଁ ଏଆଇ ରଣନୀତିକୁ ସମନ୍ୱିତ କରିବା, ମିଳିତ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ଓ ଏଆଇ ସମାଧାନ ନିୟୋଜିତ କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରଦାନ କରନ୍ତି ଯାହାକି ସାଧାରଣ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ସହିତ ସାମୂହିକ ହିତକୁ ସର୍ବାଧିକ କରିଥାଏ।

AI Impact Events at the Summi
ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ର ଉଦ୍ଦେଶ୍ୟ ହେଉଛି ଏଆଇ ପ୍ରଭାବ ଇଭେଣ୍ଟସ୍ ଦ୍ୱାରା ପରିଚାଳିତ ହେଉଛି। ଏହି ସବୁ କାର୍ଯ୍ୟକ୍ରମ ଭାରତୀୟ ଏଆଇ ପଦକ୍ଷେପ, କ୍ଷେତ୍ରୀୟ ବ୍ୟବହାର ମାମଲା ଓ ସଂସ୍ଥାଗତ ଢାଞ୍ଚା ଉପସ୍ଥାପନ କରିବା ପାଇଁ ସଂରଚିତ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଏହା ସହିତ ମତାମତ, ସହକର୍ମୀ ଶିକ୍ଷା ଏବଂ ଆନ୍ତର୍ଜାତୀୟ ମାନଦଣ୍ଡକୁ ସକ୍ଷମ କରିଥାଏ।
ପ୍ରାକ୍ ସମ୍ମିଳନୀ କାର୍ଯ୍ୟକ୍ରମ
ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ର ପ୍ରସ୍ତୁତି ପର୍ବ ଭାବେ ଅନେକ ପ୍ରାକ୍ -ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆଗୁଆ ଆଲୋଚନା ଓ କେନ୍ଦ୍ରିତ ଥିମେଟିକ୍ ଆଲୋଚନା । ଏହି ସବୁ କାର୍ଯ୍ୟକ୍ରମ ଭାରତ ଓ ଭାରତ ବାହାରେ ଆୟୋଜନ କରାଯାଇଥିଲା ଯାହାକି ବିଭିନ୍ନ ଦେଶର ସରକାର, ଶିକ୍ଷାବିତ୍, ଗବେଷଣା ସଂସ୍ଥାନ, ଶିଳ୍ପ, ଷ୍ଟାର୍ଟ ଅଫ୍ ଓ ନାଗରିକ ମଞ୍ଚକୁ ଏକାଠି କରିଥିଲା।
ଆଞ୍ଚଳିକ ଏଆଇ ସମ୍ମିଳନୀ – ବିଭିନ୍ନ ଅଞ୍ଚଳର ଆବଶ୍ୟକତାକୁ ଦେଖି ଜାତୀୟ ଏଆଇ ପ୍ରାଥମିକତା ଅନୁସାରେ ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ପୂର୍ବରୁ ଏହାର ପ୍ରସ୍ତୁତି ସ୍ୱରୂପ ଅନେକ ଆଞ୍ଚଳିକ ଏଆଇ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମେଘାଳୟ, ଗୁଜରାଟ, ଓଡ଼ିଶା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, କେରଳ ଓ ତେଲେଙ୍ଗାନାରେ ଅକ୍ଟୋବର ୨୦୨୫ ଓ ଜାନୁଆରି ୨୦୨୬ ମଧ୍ୟରେ ୮ଟି ସମ୍ମିଳନୀ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ସହିତ ସହଭାଗିତାରେ ଆଞ୍ଚଳିକ ଆବଶ୍ୟକତା ଅନୁସାରେ ଏଆଇ ବ୍ୟବହାର, ନୀତି ଇନପୁଟ ଓ ସମସ୍ୟାକୁ ଚିହ୍ନଟ କରି କରାଯାଇଥିଲା। ଏହି ଆଲୋଚନାରୁ ବାହାରିଥିବା ନିଷ୍କର୍ସ ଅନୁସାରେ ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ବିଷୟବସ୍ତୁ, ପ୍ରସଙ୍ଗ ଓ ଫଳାଫଳ ସ୍ଥିର ହେବ।
ମୁଖ୍ୟ ସମ୍ମିଳନୀ
ସମ୍ମିଳନୀର ୭ଟି ଚକ୍ରକୁ ନେଇ ପ୍ରମୁଖ ସମ୍ମିଳନୀ ଆୟୋଜିତ ହେବ। ଏହି ଆଲୋଚନା ଶିଳ୍ପ, ଶିକ୍ଷାବିତ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କୁ ଏକାଠି କରିବ। ଏଆଇକୁ କିପରି ବିକାଶୋମ୍ମୁଖୀ ଭାବେ ବ୍ୟବହାର କରାଯାଇପାରିବ, ସେ ନେଇ ବାସ୍ତବଧର୍ମୀ ଆଭିମୁଖ୍ୟ ଚିହ୍ନଟ କରିବା, ବିଭିନ୍ନ ମାମଲା ପରୀକ୍ଷା କରିବା ଓ ନୀତିଗତ ଅଭିଜ୍ଞତା ନେଇ ପରସ୍ପର ସହିତ ଆଲୋଚନା କରିବା ହେଉଛି ଏହାର ଲକ୍ଷ୍ୟ। ଏହି ସମ୍ମିଳନୀକୁ ମିଳିଛି ୭୦୦ରୁ ଅଧିକ ପ୍ରସ୍ତାବ। ଏଥିରୁ ଜଣାପଡୁଛି ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ପାଇଁ ବିଶ୍ୱରେ କେତେ ଆଗ୍ରହ ଅଛି।
ଏଆଇ ଉନ୍ମୋଚନ
ଏଆଇ ଉନ୍ମୋଚନ ହେଉଛି ଭାରତ-ଏଆଇ ପ୍ରଭାବ ସମ୍ମିଳନୀର ଏକ ପ୍ରମୁଖ ଜ୍ଞାନ ପରିଣାମ ଯାହାକି ସମ୍ମିଳନୀ ବେଳେ ୧୭ ଫେବ୍ରୁଆରି ୨୦୨୬ରେ ଉନ୍ମୋଚିତ ହେବ। ଏହା ହେଉଛି ପ୍ରମୁଖ କ୍ଷେତ୍ରର ବାସ୍ତବଧର୍ମୀ ପ୍ରୟୋଗର କୃତ୍ରିମ ବୁଦ୍ଧିମତ୍ତାର ଥିମେଟିକ୍ କେସବୁକ୍ ନଥିପତ୍ରର ଏକ ସେଟ୍। ଏହା ଏଆଇ ବ୍ୟବହାରକାରୀ ଓ ସମସ୍ତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ରେଫରାନ୍ସ ସମ୍ବଳ ଭାବେ କାମ କରିବ। ଏହା ସହିତ ସମ୍ମିଳନୀ ବାହାରେ ମଧ୍ୟ ଦାୟିତ୍ୱସଂପନ୍ନ ଓ ବିକାଶୋନ୍ମମୁଖୀ ଏଆଇ ସମାଧାନ ଦିଗରେ ଲଗାତର ସହଯୋଗ ଓ ଗ୍ରହଣୀୟତାରେ ସହଯୋଗ କରିବେ।
ପ୍ରମୁଖ କାର୍ଯ୍ୟକ୍ରମ
- ସମସ୍ତଙ୍କ ପାଇଁ ଏଆଇ:ବିଶ୍ୱସ୍ତରୀୟ ପ୍ରଭାବ ଚ୍ୟାଲେଞ୍ଜ- ଏହାର ଲକ୍ଷ୍ୟ ହେଉଛି ବ୍ୟାପକ ସ୍ତରରେ ପ୍ରଭାବ ପକାଇ ପାରିବାର କ୍ଷମତା ଥିବା ଏଆଇ ସମାଧାନ ଖୋଜିବା । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଅଧୀନରେ ଥିବା ଷ୍ଟାର୍ଟ ଅଫ୍ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ଭାସିନୀର ସହଯୋଗିତାରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ପେସାଦାର ବ୍ୟକ୍ତିତ୍ୱ, ଗବେଷକ ଓ ଷ୍ଟାର୍ଟଅଫରୁ ଆବେଦନ ଆହ୍ୱାନ କରିଥାଏ। ଏହା ମୁଖ୍ୟତଃ ନଗର ଭିତ୍ତିଭୂମି ଓ ଗମନାଗମନ ପରି କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର ହୋଇପାରୁଥିବା ଏଆଇ ସମାଧାନ ଉପରେ ଗୁରୁତ୍ୱ ଦେଇଥାଏ। ମନୋନୀତ ହୋଇଥିବା ମଡେଲ ଏହି ସମ୍ମିଳନୀରେ ପ୍ରଦର୍ଶିତ ହେବ। ମନୋନୀତ ମଡେଲକୁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନର ବ୍ୟବସ୍ଥା ଅଛି।
- ମହିଳାଙ୍କ ଦ୍ୱାରା ଏଆଇ:ବିଶ୍ୱସ୍ତରୀୟ ପ୍ରଭାବ ଚ୍ୟାଲେଞ୍ଜ : ଏହାର ଲକ୍ଷ୍ୟ ହେଉଛି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ ଏଆଇକୁ ପ୍ରୋତ୍ସାହନ ପ୍ରଦାନ କରିବା। ନୀତି ଆୟୋଗର ମହିଳା ଉଦ୍ୟୋଗୀ ପ୍ଲାଟଫର୍ମର ସହଯୋଗିତାରେ କାର୍ଯ୍ୟକାରୀ ହେଉଥିବା ଏହି ଚ୍ୟାଲେଞ୍ଜ ଟେକନୋଲଜି ପ୍ରସ୍ତୁତ କରୁଥିବା ମହିଳାଙ୍କଠାରୁ ଆବେଦନ ଗ୍ରହଣ କରିଥାଏ। ସେହି ଏଆଇ ମଡେଲ ଏମିତି ହେବା ଉଚିତ ଯାହାକି ବ୍ୟାପକ ସ୍ତରରେ ଓ ଦରକାର ବେଳେ ଲୋକଙ୍କ ସମସ୍ୟାର ସମାଧାନ କରିପାରୁଥିବ । ସମ୍ମିଳନୀରେ ଯେଉଁ ମଡେଲ ମନୋନୀତ ହେବ, ତାକୁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନର ପ୍ରାବଧାନ ରହିଛି।
- ଯୁବାଏଆଇ : ବିଶ୍ୱସ୍ତରୀୟ ଯୁବ ଚ୍ୟାଲେଞ୍ଜ : ଏହାର ଲକ୍ଷ୍ୟ ହେଉଛି ବାସ୍ତବ ବିଶ୍ୱର ବିଭିନ୍ନ ସମସ୍ୟା ପାଇଁ ଏଆଇ ସମାଧାନ ବାହାର କରିବାରେ ଯୁବ ନବସୃଜନକାରୀଙ୍କୁ ପ୍ରୋତ୍ସାହିତ କରିବା। ଏହି ଚ୍ୟାଲେଞ୍ଜ ବ୍ୟକ୍ତିଗତ ସ୍ତରରେ ଯୁବକ ଯୁବତୀମାନଙ୍କଠାରୁ ଓ ୧୩-୨୧ ବର୍ଷ ବୟସ ବର୍ଗରେ ଦଳଗତ ଆବେଦନ ଗ୍ରହଣ କରିଥାଏ। ସମାଜର ବାସ୍ତବଧର୍ମୀ ସମସ୍ୟାର ସମାଧାନ ପାଇଁ ଆବେଦନକାରୀ ଯେମିତି ନିଜର ଶ୍ରେଷ୍ଠ ସୃଜନଶୀଳ ଉତ୍ପାଦ ପ୍ରସ୍ତୁତ କରିବେ, ସେ ଦିଗରେ ଏହା ମାଇଁ ଭାରତ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲଜିର ସହଯୋଗିତାରେ କାର୍ଯ୍ୟକାରୀ କରିଥାଏ। ମନୋନୀତ ହୋଇଥିବା ଅଂଶଗ୍ରହଣକାରୀଙ୍କୁ ୮୫ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି।
- ଏଆଇ ଗବେଷଣା ବୈଠକ ଓ ଆଲୋଚନା : ଏଆଇ ଓ ଏହାର ପ୍ରଭାବ ନେଇ ୧୮ ଫେବ୍ରୁଆରି ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ରେ ଏହାର ଗବେଷଣାକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ହେବାର ଅଛି। ଜ୍ଞାନ ସହଯୋଗୀ ଭାବେ ଆଇଆଇଆଇଟି ହ୍ରାଇଦ୍ରାବାଦର ମିଳିତ ଭାବେ ଆୟୋଜିତ ହେବାକୁ ଏହି ବୈଠକରେ ଏକ ଏକାଠି ହେବେ ଗବେଷକ, ବିକାଶଶୀଳ ଦେଶ ଓ ଅନ୍ତର୍ଜାତୀୟ ସମୁଦାୟ ଯେଉଁମାନେ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ ଓ ମତ ବିନିମୟ କରିବା ସହିତ ଏଆଇ ପ୍ରଭାବ ନେଇ ପରସ୍ପରକୁ ସହଯୋଗ କରିବେ। ଏଥିରେ ରହିବ ଆଲୋଚନାଚକ୍ର, ଅନ୍ତର୍ଜାତୀୟ ଗବେଷଣା ପ୍ରେଜେଣ୍ଟେସନ, ବିକାଶଶୀଳ ଗବେଷଣା ଓ ପୋଷ୍ଟର ସୋକେସ୍।
- ଭାରତ ଏଆଇ ପ୍ରଭାବ ପ୍ରଦର୍ଶନୀ ୨୦୨୬ - କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ତଥା ଅଭିଭାବକ ଭାବେ ଭାରତର ସଫ୍ଟଓ୍ୱେର ଟେକ୍ନୋଲଜି ପାର୍କ ଦ୍ୱାରା କରାଯିବ ଏହି ପ୍ରଦର୍ଶନୀ। ୭୦, ୦୦୦ ବର୍ଗମିଟର ଅଞ୍ଚଳରେ ଏହି ପ୍ରଦର୍ଶନୀ ହେବ। ଏଥିରେ ଯୋଗ ଦେବେ ସାତଟି ଥିମେଟିକ ମଞ୍ଚରୁ ସାରା ବିଶ୍ୱର ପରିଦର୍ଶକ। ବିଜନେସ୍ କେନ୍ଦ୍ରିତ ପ୍ଲାଟଫର୍ମ ଭାବେ ଡିଜାଇନ ହୋଇଥିବା ଏହି ପ୍ରଦର୍ଶନୀ କୃତ୍ରିମ ବୁଦ୍ଧିମତ୍ତାର ରୂପାନ୍ତରଣ କେମିତି ଗବେଷଣା ଓ ପାଇଲଟ ପ୍ରୋକେଜ୍ଟରୁ ବ୍ୟାପକ ବ୍ୟବହାର ଯାଏ ହୋଇଛି, ତାହା ପ୍ରଦର୍ଶିତ କରିବ। ଏହା ଏଆଇ କ୍ଷେତ୍ରରେ ଇନୋଭେଟର ଓ ନିବେଶକଙ୍କୁ ଏକାଠି କରିବ ଯେଉଁଠି ଏହି କ୍ଷେତ୍ରରେ ଏଆଇ ସମାଧାନ ଓ ବୈଶ୍ୱିକ ସମସ୍ୟା ନେଇ ଆଲୋଚନା ହେବ।
- ଭାରତ ଏଆଇ ଥିଙ୍କରପ୍ରିନିଓର୍- ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ସହିତ ସମଭାବାପନ୍ନ ଏକ ଜାତୀୟସ୍ତରର ଗ୍ରୀଷ୍ମ ବୁଟକ୍ୟାମ୍ପ ହେଉଛି ଭାରତ ଏଆଇ ଥିଙ୍କରପ୍ରିନିଓର୍। ଏହାର ଲକ୍ଷ୍ୟ ହେଉଛି ସ୍କୁଲର ଷଷ୍ଠ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ମଧ୍ୟରେ ଏଆଇ ପ୍ରସ୍ତୁତି ଓ ଉଦ୍ୟୋଗୀ କ୍ଷମତା ସୃଷ୍ଟି କରିବା। ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ଏଆଇ ଟୁଲ୍ସ ଓ ଟେକ୍ନୋଲଜି ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତିର ସୁଯୋଗ ପ୍ରଦାନ କରିଥାଏ ଓ ସାମାଜିକ ସ୍ତରରେ ପ୍ରଭାବ ପକାଇ ପାରୁଥିବା ଏଆଇ ଆଧାରିତ ଉତ୍ପାଦ ତଥା ସମାଧାନ ବିକଶିତ କରିବାରେ ସେମାନଙ୍କୁ ପ୍ରୋତ୍ସାହିତ କରିଥାଏ। ବ୍ୟବସ୍ଥିତ ଅନଲାଇନ୍ କାର୍ଯ୍ୟକ୍ରମ, ସଂପୃକ୍ତ କ୍ଷେତ୍ରର ବିଶେଷଜ୍ଞ ତଥା ଶିକ୍ଷାବିତଙ୍କ ଦ୍ୱାରା ମେଣ୍ଟରିଂ, କୌଣସି ବିଷୟବସ୍ତୁର କଳ୍ପନାଠାରୁ ଆରମ୍ଭ କରି କାର୍ଯ୍ୟକାରୀତା ଯାଏ ମାର୍ଗଦର୍ଶନ ଜରିଆରେ ଆରମ୍ଭରୁ ଏହି କାର୍ଯ୍ୟକ୍ରମ ନବସୃଜନ, ସମସ୍ୟାର ସମାଧାନ, ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବାରେ ସହଯୋଗ କରିଥାଏ।
- ଭାରତ ନବସୃଜନ ଉତ୍ସବଠାରୁ ଆରମ୍ଭ କରି ଏହି କାର୍ଯ୍ୟକ୍ରମ ନୀତି ପ୍ୟାନେଲ, ଜ୍ଞାନ ଶୁଭାରମ୍ଭ, ଗବେଷଣା ଓ ଶିଳ୍ପ ଆଲୋଚନା ଜରିଆରେ ଗତି ପ୍ରଦାନ କରି ନେତୃସ୍ତରୀୟ ଆଲୋଚନା ଓ ଏଆଇ ବୈଶ୍ୱିକ ସହଯୋଗ (ଜିପିଏଆଇ) ପରିଷଦ ବୈଠକରେ ଶେଷ ହୋଇଥାଏ।
ତାରିଖ କାର୍ଯ୍ୟକ୍ରମ ୧୬-୨୦ ଫେବ୍ରୁଆରି ୨୦୨୬ ଏଆଇ ପ୍ରଭାବ ପ୍ରଦର୍ଶନୀ
୧୬ ଫେବ୍ରୁଆରି ୨୦୨୬ ଭୂମିକା, ପ୍ୟାନେଲ ଆଲୋଚନା ରାଉଣ୍ଡଟେବୁଲ୍ସ
୧୭ ଫେବ୍ରୁଆରି ୨୦୨୬ ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା, କୃଷି, ଲିଙ୍ଗଗତ ସଶକ୍ତିକରଣ, ସୁଲଭତାକୁ ନେଇ ଏଆଇର ଜ୍ଞାନ ଉନ୍ମୋଚନ
ଆପ୍ଲାଏଡ୍ ଏଆଇ ଉପରେ ସେମିନାର ମହିଳାଙ୍କ ଦ୍ୱାରା ଏଆଇ : ବୈଶ୍ୱିକ ପ୍ରଭାବ ଚ୍ୟାଲେଞ୍ଜ
ପ୍ରମୁଖ ଭାଷଣ, ଆଲୋଚନା, ଗୋଲ ଟେବୁଲ ବୈଠକ
୧୮ ଫେବ୍ରୁଆରି ୨୦୨୬ ଗବେଷଣା ବୈଠକ
ଶିଳ୍ପ ଅଧିବେଶନ
ମହିଳାଙ୍କ ଦ୍ୱାରା ଏଆଇ:ବୈଶ୍ୱିକ ପ୍ରଭାବ ଚ୍ୟାଲେଞ୍ଜ
ମୁଖ୍ୟ ଭାଷଣ, ଚର୍ଚ୍ଚା, ଗୋଲ୍ ଟେବୁଲ ବୈଠକ
ଶିଖର ସମ୍ମିଳନୀ, ନୈଶ ଭୋଜନ
୧୯ ଫେବ୍ରୁଆରି ଉଦଘାଟନ ସମାରୋହ
ନେତାଙ୍କ ପୂର୍ଣ୍ଣ ଅଧିବେଶନ
|
ସ୍ଥାନ
ଭାରତ ମଣ୍ଡପମ୍, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍/ସୁଷମା ସ୍ୱରାଜ ଭବନ/ଆମ୍ୱେଦକର ଭବନ, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍, ନୂଆଦିଲ୍ଲୀ
ସୁଷମା ସ୍ୱରାଜ ଭବନ, ନୂଆଦିଲ୍ଲୀ
ସୁଷମା ସ୍ୱରାଜ ଭବନ, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍ / ସୁଷମା ସ୍ୱରାଜ ଭବନ
/ଆମ୍ୱେଦକର ଭବନ, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍
ସୁଷମା ସ୍ୱରାଜ ଭବନ, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍ / ସୁଷମା ସ୍ୱରାଜ ଭବନ/ ଆମ୍ୱେଦକର ଭବନ ନୂଆଦିଲ୍ଲୀ
କନଭେନସନ ସେଣ୍ଟର, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍, ନୂଆଦିଲ୍ଲୀ
|
| |
|
|
|
| |
୨୦ ଫେବ୍ରୁଆରି ୨୦୨୬ ଜିପିଏଆଇ ପରିଷଦ ବୈଠକ
ମୁଖ୍ୟ ଭାଷଣ,, ଆଲୋଚନା, ଗୋଲ ଟେବୁଲ ବୈଠକ
|
|
|
ଭାରତ ମଣ୍ଡପମ୍, ନୂଆଦିଲ୍ଲୀ
ଭାରତ ମଣ୍ଡପମ୍ /ସୁଷମା ସ୍ୱରାଜ ଭବନ / ଆମ୍ୱେଦକର ଭବନ, ନୂଆଦିଲ୍ଲୀ
|
|

*(୨୧ ଜାନୁଆରି, ୨୦୨୬ ସୁଦ୍ଧା କାର୍ଯ୍ୟସୂଚୀ ଅନୁସାରେ )- ପ୍ରାୟତଃ ଏହି କାର୍ଯ୍ୟସୂଚୀ, ଏଥିରେ ଏଥିରେ ପରିବର୍ତ୍ତନ ବି କରାଯାଇପାରେ।
-ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସମ୍ଭାବ୍ୟ ତାଲିକା। ଏଥିରେ ପରିବର୍ତ୍ତନ ବି ହୋଇପାରେ।
ଶିଖର ସମ୍ମିଳନୀରେ ସାମିଲ ପ୍ରମୁଖ ସଂସ୍ଥାଗତ ଢାଞ୍ଚା
ନୀତି ପ୍ରଣୟନ, କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ, ବ୍ୟବସ୍ଥା ବିକାଶ ଓ ଡିଜିଟାଲ ଭିତ୍ତିଭୂମି ପାଇଁ ଦାୟୀ ସରକାରଙ୍କ ପ୍ରମୁଖ ସଂସ୍ଥା ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ କୁ ସହଯୋଗ କରୁଛନ୍ତି। ସେହି ପ୍ରମୁଖ ସଂସ୍ଥାଗୁଡ଼ିକର ସମ୍ପୃକ୍ତି ପ୍ରାଶାସନିକ ନେତୃତ୍ୱ, ବୈଷୟିକ ସହାୟତା ଏବଂ ସାଂଗଠନିକ ନିରନ୍ତରତା ପ୍ରଦାନ କରେ। ଏହା ନିଶ୍ଚିତ କରେ ଯେ ଶିଖର ସମ୍ମିଳନୀ ବର୍ତ୍ତମାନର ଜାତୀୟ କାର୍ଯ୍ୟକ୍ରମ ଉପରେ ଆଧାରିତ ଏବଂ ଆଲୋଚନାକୁ କାର୍ଯ୍ୟକ୍ଷମ ଫଳାଫଳରେ ପରିଣତ କରିବାରେ ସକ୍ଷମ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ଏମ୍ଇଆଇଟିଓ୍ୱାଇ)
ଏମ୍ଇଆଇଟିଓ୍ୱାଇ ଭାରତରେ ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ପାଇଁ ସାମଗ୍ରିକ ନୀତି ନିୟମାବଳୀ ପ୍ରସ୍ତୁତ କରିଥାଏ। ଏହି ମନ୍ତ୍ରଣାଳୟ କୃତ୍ରିମ ବୁଦ୍ଧିମତ୍ତା, ଇଲେକ୍ଟ୍ରୋନିକ୍ସ, ଡିଜିଟାଲ ପରିଚାଳନା ଓ ବିଶ୍ୱସନୀୟ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଉପରେ ଜାତୀୟ ପ୍ରାଥମିକତାରେ ଶିଖର ସମ୍ମିଳନୀର ମୂଳଦୁଆ ସାଜିଥାଏ। ଏହାର ଭୂମିକା ଆନ୍ତଃ-ମନ୍ତ୍ରାଳୟ ସମନ୍ୱୟ, ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ଓ ବର୍ତ୍ତମାନ ଚାଲିଥିବା ଜାତୀୟ କାର୍ଯ୍ୟକ୍ରମ ଓ ନିୟାମକ ଢାଞ୍ଚା ସହିତ ଶିଖର ଫଳାଫଳର ସମନ୍ୱୟକୁ ସୁନିଶ୍ଚିତ କରେ।
ଇଣ୍ଡିଆଏଆଇ ମିଶନ
ଇଣ୍ଡିଆଏଆଇ ମିଶନ ହେଉଛି ଭାରତରେ ଏଆଇ ବିକାଶକୁ ସହଯୋଗ କରୁଥିବା ଏକ ପ୍ରମୁଖ ମିଶନ। ଏହି ମିଶନ ଶିଖର ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁର ରୂପରେଖ ପ୍ରସ୍ତୁତ କରିଛି । ଏଥିରେ ରହିଛି ଏଆଇ କମ୍ପ୍ୟୁଟ ଭିତ୍ତିଭୂମି, ଡାଟାସେଟ୍, ସ୍ୱଦେଶୀ ଏଆଇ ମଡେଲ୍, ଦକ୍ଷତା ଏବଂ ଷ୍ଟାର୍ଟଅପ୍ ସହଯୋଗ। ଏହା କୃତ୍ରିମ ବୁଦ୍ଧିମତ୍ତାର ସୁରକ୍ଷିତ, ଦାୟିତ୍ୱପୂର୍ଣ୍ଣ ଓ ଅନ୍ତର୍ଭୁକ୍ତ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ସରକାରୀ ପ୍ରୟାସକୁ ପ୍ରତିଫଳିତ କରୁଛି।
ଭାରତର ସଫ୍ଟଓ୍ୱେର ଟେକ୍ନୋଲଜି ପାର୍କ (ଏସ୍ଟିପିଆଇ)
ଏସ୍ଟିପିଆଇ ସମ୍ମିଳନୀରେ ଷ୍ଟାର୍ଟଅପ୍,ଏମ୍ଏସ୍ଏମ୍ଇ ଓ ନବସୃଜନକାରୀଙ୍କ ନବସୃଜନ ଓ ଅଂଶଗ୍ରହଣକୁ ସହଯୋଗ କରିଥାଏ। ଏହା ଇନକ୍ୟୁବେସନ୍ ସୁବିଧା, ବୈଷୟିକ ଭିତ୍ତିଭୂମି ଏବଂ ଶିଳ୍ପ ସଂଯୋଗ ପ୍ରଦାନ କରେ । ଦେଶବ୍ୟାପୀ ଏହାର ନେଟୱାର୍କ କେନ୍ଦ୍ର ବ୍ୟାପକ ଭାବେ ଆଞ୍ଚଳିକ ଅଂଶଗ୍ରହଣକୁ ସକ୍ଷମ କରେ ଓ ଏଆଇ ପରିଚାଳିତ ଉଦ୍ୟୋଗର ଅଭିବୃଦ୍ଧି ସହଯୋଗ କରିଥାଏ। ଏଆଇ ଉଦ୍ଭାବକଙ୍କ ସହିତ ଏ ସଂପର୍କିତ ଶିଳ୍ପ, ବିଶ୍ୱ ବଜାର ଓ ରପ୍ତାନୀ ସୁଯୋଗ ମଧ୍ୟରେ ସଂପର୍କ ସ୍ଥାପନ କରିବାରେ ଏହା ସାହାଯ୍ୟ କରି ବିଶ୍ୱର ଡିଜିଟାଲ ଅର୍ଥନୀତିରେ ଭାରତର ସ୍ଥାନକୁ ଆହୁରି ମଜଭୁତ କରୁଛି।
ଡିଜିଟାଲ ଭାରତ ଅଭିଯାନ
ଡିଜିଟାଲ ଇଣ୍ଡିଆ ଭାରତରେ ବ୍ୟାପକ ଭାବେ ଏଆଇର ଗ୍ରହଣୀୟତାର ମୂଳଦୁଆ ପ୍ରଦାନ କରେ । ଡିଜିଟାଲ ସାର୍ବଜନୀନ ପ୍ଲାଟଫର୍ମ, ଅନ୍ତର୍ଭୁକ୍ତିକରଣ ଓ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଏହାର ଗୁରୁତ୍ୱ ଶିଖର ସମ୍ମିଳନୀର ବିଷୟବସ୍ତୁରେ ପ୍ରତିଫଳିତ ହୋଇଛି। ଡିଜିଟାଲ୍ ଇଣ୍ଡିଆ ନିଶ୍ଚିତ କରେ ଯେ ସମ୍ମିଳନୀରେ ପ୍ରଦର୍ଶିତ ଏଆଇ ସମାଧାନ ସେବା ପ୍ରଦାନ, ସୁଗମତା, ସ୍ୱଚ୍ଛତା ଓ ଜାତୀୟ ସ୍ତରରେ ଜନସାଧାରଣଙ୍କ ଭରସା ସହିତ ସମଭାବାପନ୍ନ ଅଟେ। com
ଶିଖର ସମ୍ମିଳନୀରୁ କଣ ମିଳିବାର ଆଶା ଅଛି

ଭାରତ ଏଆଇ ପ୍ରଭାବ ଶିଖର ସମ୍ମିଳନୀ ୨୦୨୬ ଜାତୀୟ ପ୍ରାଥମିକତା ସହିତ ମିଳିତ ଭାବରେ କେନ୍ଦ୍ରୀଭୂତ, ପରିଣାମକୁ ଗୁରୁତ୍ୱ ଦେଉଥିବା ଫଳାଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି ଶିଖର ସମ୍ମିଳନୀ ସରକାର ଓ ଏହି କ୍ଷେତ୍ର ମଧ୍ୟରେ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସହଯୋଗ କରିବା ପାଇଁ ବ୍ୟାବହାରିକ ଏଆଇ ନିୟୋଜନ, ନୀତିଗତ ସମନ୍ୱୟ ଓ ସଂସ୍ଥାଗତ ସମନ୍ୱୟ ଉପରେ ଗୁରୁତ୍ୱ ଦେବ। ଏହା ପ୍ରଶାସନ ଓ ନିୟାମକ ଢାଞ୍ଚାକୁ ସୁଦୃଢ଼ କରିବ, ଏଆଇ ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧି ପାଇଁ ଆଞ୍ଚଳିକ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବ ଓ ଦକ୍ଷତା ବିକାଶ ତଥା କର୍ମଶକ୍ତି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବ।ଏହି ସମ୍ମିଳନୀ ଏଆଇ ପ୍ରୟୋଗ ବିଷୟରେ ସଚେତନତା ଓ ବୋଧଗମ୍ୟକୁ ବ୍ୟାପକ କରିବ ଓ ଏଆଇ ବ୍ୟବସ୍ଥାର ଦାୟିତ୍ୱପୂର୍ଣ୍ଣ ତଥା ସାମଗ୍ରିକ ଅଭିବୃଦ୍ଧିକୁ ସକ୍ଷମ କରିବା ପାଇଁ ସରକାର, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍ ଓ ଏହି କ୍ଷେତ୍ର ମଧ୍ୟରେ ନିରନ୍ତର ସହଭାଗୀତାକୁ ପ୍ରୋତ୍ସାହିତ କରିବ।
ନିଷ୍କର୍ସ
ଭାରତ-ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ଭାରତର ବିକାଶ ପ୍ରାଥମିକତା ପାଇଁ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ରଣନୀତିକ ସମର୍ଥକ ଭାବରେ ପ୍ରତିଷ୍ଠା କରେ। ଏହି ସମ୍ମିଳନୀ ଜାତୀୟ ଓ ଆଞ୍ଚଳିକ ସମ୍ପର୍କରୁ ଶିକ୍ଷାକୁ ଏକୀକୃତ କରେ ଯାହା ଦ୍ୱାରା ଶାସନ, ସାର୍ବଜନୀନ ସେବା ପ୍ରଦାନ, ଗବେଷଣା ଏବଂ ଶିଳ୍ପରେ ଏଆଇ ପ୍ରୟୋଗ ପାଇଁ ବ୍ୟାବହାରିକ ପଥ ଚିହ୍ନଟ କରାଯାଇପାରିବ। ଏହା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ପ୍ଲାଟଫର୍ମ-ଆଧାରିତ ସେବା ବିତରଣ ଏବଂ ବିଭିନ୍ନ କ୍ଷେତ୍ରରେ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣରେ ଏଆଇର ଭୂମିକାକୁ ସୁଦୃଢ଼ କରି ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟକୁ ସହଯୋଗ କରିଥାଏ। ଏହି ସମ୍ମିଳନୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସେବା ବିତରଣ ମଧ୍ୟରେ ଏଆଇର ଭୂମିକାକୁ ସୁଦୃଢ଼ କରି ଡିଜିଟାଲ ଇଣ୍ଡିଆ ପଦକ୍ଷେପକୁ ସୁଦୃଢ଼ କରେ । ତା ସହିତ କମ୍ପ୍ୟୁଟ୍ ଭିତ୍ତିଭୂମି, ଡାଟାସେଟ୍, ପ୍ରତିଭା ବିକାଶ ଓ ସ୍ୱଦେଶୀ ନବସୃଜନରେ ଘରୋଇ କ୍ଷମତା ଉପରେ ଗୁରୁତ୍ୱ ଦେଇ ଜାତୀୟ ଆତ୍ମନିର୍ଭରଶୀଳତାକୁ ଏହା ଆଗକୁ ବଢ଼ାଏ।
References
(Explainer ID: 157770)
आगंतुक पटल : 32
Provide suggestions / comments