Infrastructure
ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ୨୦୨୬
ଜଳ ସୁରକ୍ଷା, ତୃଣମୂଳସ୍ତରରୁ
Posted On:
25 SEP 2026 1:39PM
ଜଳ କେବେ ବି ଗୋଟିଏ ନିର୍ଦ୍ଦିଷ୍ଟ ପଥରେ ପ୍ରବାହିତ ହୁଏ ନାହିଁ। ବର୍ଷାର ଗୋଟିଏ ବୁନ୍ଦା ପାଣି ମାଟି ଭିତରକୁ ପ୍ରବେଶ କରିପାରେ, ଗୋଟିଏ ପୋଖରୀକୁ ଭରି ପାରେ, କୂଅର ଭୂତଳ ଜଳସ୍ତରକୁ ପୁଣି ଥରେ ଭରିପାରେ କିମ୍ବା ନଦୀକୁ ଆସି ପ୍ରବାହିତ ହୋଇପାରେ। ଏହି ଜଳକୁ ଆମେ କିପରି ସଂଗ୍ରହ କରିବା, ସଂରକ୍ଷଣ କରିବା ଓ ତାର ସୁପରିଚାଳନା କରିବା, ତା ଉପରେ ନିର୍ଭର କରେ ଲୋକଙ୍କ ଜୀବନ ଜୀବିକା। ସାରା ଭାରତର ବିଭିନ୍ନ ଅଞ୍ଚଳର ଲୋକ ପାରମ୍ପରିକ ଭାବେ ବର୍ଷାଜଳ ସଂଗ୍ରହ, ଭୂତଳ ଜଳର ପୁନଃଭରଣ, ନଦୀ ପୁନରୁଦ୍ଧାର ଏବଂ ପାରମ୍ପରିକ ଜଳାଶୟର ସଂରକ୍ଷଣ ପାଇଁ ବିଭିନ୍ନ ଜଳ ସଂରଚନା ନିର୍ମାଣ କରି ଆସିଛନ୍ତି । ବର୍ତ୍ତମାନ ଦେଶରେ ଜଳର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଜଳ ସୁରକ୍ଷା ନିଶ୍ଚିତ କରିବା ପାଇଁ ପୁଣି ଥରେ ଗୋଷ୍ଠୀଗତ ଭାବେ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥି ସହ ବୈଜ୍ଞାନିକ ପଦ୍ଧତି, ଦୃଢ଼ ଆନୁଷ୍ଠାନିକ ବ୍ୟବସ୍ଥା ଏବଂ ଦୀର୍ଘମିଆଦୀ ନିରନ୍ତର ପଦକ୍ଷେପ ମାଧ୍ୟମରେ ଜଳ ସଂରକ୍ଷଣ ଓ ସୁପରିଚାଳନାକୁ ଆହୁରି ସୁଦୃଢ଼ କରିବା ଦରକାର।

ସରକାରଙ୍କ ଉଦ୍ଦେଶ୍ୟ ହେଉଛି ହେଉଛି, ଏପରି ବିଭିନ୍ନ ପ୍ରୟାସକୁ ଏକାଠି କରି ଦେଶର ବିଭିନ୍ନ ପ୍ରକାରର ଜଳ ସମସ୍ୟାର ସମାଧାନ କରିବା। ୨୦୧୨ରେ ପରିକଳ୍ପନା କରାଯାଇଥିବା ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ( ଆଇଆଇଡବ୍ଲୁଡବ୍ଲୁ ) ଏହି ପ୍ରାଥମିକତାଗୁଡ଼ିକର ପ୍ରତିଫଳନ ଦେଖିବାକୁ ମିଳେ। ବର୍ତ୍ତମାନ ଆଇଆଇଡବ୍ଲୁଡବ୍ଲୁ ଏକ ଦ୍ୱିବାର୍ଷିକ ମଞ୍ଚରେ ପରିଣତ ହୋଇଛି । ଏହି ମଞ୍ଚରେ ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପପତି ଓ ସ୍ଥାନୀୟ ସମୁଦାୟର ପ୍ରତିନିଧି ଏକାଠି ହୋଇ ପରସ୍ପର ସହିତ ଆଲୋଚନା କରୁଛନ୍ତି ଓ ଜଳ ସମ୍ପଦର ସ୍ଥାୟୀ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହିପାରୁଥିବା ଜଳ ପରିଚାଳନା ବ୍ୟବସ୍ଥା ପାଇଁ ବିଭିନ୍ନ ସମାଧାନର ସନ୍ଧାନ କରାଯାଉଛି।
ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ – ୨୦୨୬
ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲୁଡବ୍ଳୁ) ୨୦୨୬ ର ନବମ ସଂସ୍କରଣ ସେପ୍ଟେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି “ଜଳବାୟୁ ସହନଶୀଳ ଜଳ ପରିଚାଳନା” । ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ଆୟୋଜନ କରାଯାଉଛି।
ଚଳିତ ବର୍ଷର କାର୍ଯ୍ୟକ୍ରମରେ ୭ଟି ପ୍ରମୁଖ ଉପ-ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି।
- ଅନ୍ତର୍ଭୁକ୍ତି ଓ ସମାନୁପାତ ଜଳ ପରିଚାଳନା
- ଜଳ ସଂପଦର ସବୁଠୁ ଭଳ ଉପଯୋଗ ପାଇଁ ସହଯୋଗ
- ଜଳ ସୁରକ୍ଷା ପାଇଁ ଟେକ୍ନୋଲଜି ଓ ସମୁଦାୟ
- ଜଳବାୟୁ ସଂପର୍କିତ ବିପତ୍ତିରେ ଜଳ
- ଜଳ ଭିତ୍ତିଭୂମି ଓ ଆଧୁନିକୀକରଣ ପାଇଁ ନୂଆ ପାଣ୍ଠିଯୋଗାଣ ବ୍ୟବସ୍ଥା
- ସ୍ଥାୟୀ ଜଳ ସଂପଦ ପରିଚାଳନା
- ଜନତା ଓ ଗ୍ରହ ପାଇଁ ଜଳ

ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ -୨୦୨୬ କାର୍ଯ୍ୟକ୍ରମରେ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଉଛନ୍ତି। ଏହି ଅନ୍ତର୍ଜାତୀୟ ଜଳ ସମ୍ମିଳନୀରେ ପ୍ରାୟ ୧୫୦ଟି ଦେଶକୁ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରାଯାଇଛି। ସେଥିମଧ୍ୟରୁ ୧୧ଟି ଦେଶ ‘ପାର୍ଟନର୍ କଣ୍ଟ୍ରି’ ଭାବେ ଯୋଗ ଦେବାର ଆଶା ରହିଛି।
କାର୍ଯ୍ୟକ୍ରମରେ ଜଳ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ମୋଟ ୪୯ଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେଉଛି। ଏଥିରେ ମନ୍ତ୍ରୀସ୍ତରୀୟ ପୂର୍ଣ୍ଣାଙ୍ଗ ଅଧିବେଶନ, ଯୁବ ଫୋରମ୍ ଏବଂ ଷ୍ଟାର୍ଟ-ଅପ୍ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଫୋରମ୍ ସାମିଲ ରହିଛି। ଜଳ ପରିଚାଳନା, ଜଳ ସୁରକ୍ଷା ଏବଂ ଜଳ କ୍ଷେତ୍ରରେ ନୂଆ ପ୍ରଯୁକ୍ତି ଓ ଉଦ୍ଭାବନ ନେଇ ଏହି ସବୁ ଅଧିବେଶନରେ ଆଲୋଚନା ହେବ।
ଗତ ଏକ ଦଶନ୍ଧି ଧରି ଜଳ ସଂରକ୍ଷଣକୁ ସୁଦୃଢ଼ କରିବା ଏବଂ ଦେଶରେ ଜଳ ସୁରକ୍ଷା ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିରେ ରହିଛି ଜଳ ଶକ୍ତି ଅଭିଯାନ, ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍, ଅଟଳ ଭୂଜଳ ଯୋଜନା ଏବଂ ମିଶନ୍ ଅମୃତ ସରୋବର ଭଳି ପ୍ରମୁଖ ପଦକ୍ଷେପ। କିଛି ଦିନ ତଳେ ଆରମ୍ଭ ହୋଇଥିବା ଜଳ ସଞ୍ଚୟ ଜନ ଭାଗୀଦାରୀ ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରାଯାଇଛି। ସେହିପରି NAQUIM 2.0 ଅଧୀନରେ ଅଞ୍ଚଳଭିତ୍ତିକ ଭୂତଳ ଜଳ ପରିଚାଳନା ପାଇଁ ବୈଜ୍ଞାନିକ ତଥ୍ୟ ଓ ପରାମର୍ଶ ଯୋଗାଇ ଦିଆଯାଉଛି।ଦେଶର ଭୂତଳ ଜଳ ସମ୍ପର୍କିତ ସୂଚକାଙ୍କରେ ମଧ୍ୟ ଏହି ସବୁ ପଦକ୍ଷେପର ପ୍ରଭାବ ପ୍ରତିଫଳିତ ହୋଇଛି। ୨୦୧୭ରେ ଦେଶର ବାର୍ଷିକ ମୋଟ ଭୂତଳ ଜଳ ପୁନଃଭରଣ ପରିମାଣ ୪୩୨ ବିଲିୟନ୍ କ୍ୟୁବିକ୍ ମିଟର (ବିସିଏମ) ଥିବା ବେଳେ ୨୦୨୫ରେ ଏହା ବୃଦ୍ଧି ପାଇ ୪୪୮.୫୨ ବିସିଏମ୍ ରେ ପହଞ୍ଚିଛି।
ସରକାରଙ୍କ ବିଭିନ୍ନ ପଦକ୍ଷେପ ସହିତ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅନେକ ଉଦାହରଣ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ଜନ ଭାଗୀଦାରୀ, ଭୂତଳ ଜଳ ପୁନଃଭରଣ, ସ୍ଥାୟୀ ଜଳ ପରିଚାଳନା ଏବଂ ଅନ୍ତର୍ଭୁକ୍ତି ଶାସନ ବ୍ୟବସ୍ଥାର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଏହି ସବୁ ଉଦାହରଣରେ ଦେଖାଉଛି ଯେ ଜଳ ସମସ୍ୟାର ବ୍ୟାବହାରିକ ସମାଧାନ ପାଇଁ ସ୍ଥାନୀୟ ସମୁଦାୟ, ସ୍ଥାନୀୟ ସଂସ୍ଥା ଏବଂ ପ୍ରଯୁକ୍ତି କିପରି ମିଳିତ ଭାବେ କାମ କରୁଛନ୍ତି। ଭୂତଳ ଜଳ ପୁନଃଭରଣ ଓ ଜଳର ଗୁଣବତ୍ତା ନିରୀକ୍ଷଣଠାରୁ ଆରମ୍ଭ କରି ନଦୀ ପୁନରୁଦ୍ଧାର ଏବଂ ବର୍ଷାଜଳ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଜଳ ପରିଚାଳନା କ୍ଷେତ୍ରରେ ତୃଣମୂଳସ୍ତରର ପ୍ରୟାସକୁ ପ୍ରତିଫଳିତ କରୁଛି। ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲୁଡବ୍ଲୁ) ୨୦୨୬ରେ ଆଲୋଚନା ହେଉଥିବା ବିଭିନ୍ନ ଚିନ୍ତାଧାରା ଓ ପଦ୍ଧତିର ବ୍ୟାବହାରିକ ରୂପ ଏହି ସବୁ ପ୍ରୟାସ ମାଧ୍ୟମରେ ଦେଖିବାକୁ ମିଳୁଛି।
ବ୍ୟାପକ ଭାବେ ସାମୂହିକ ଭୂତଳ ଜଳ ପୁନଃଭରଣ
ଛତିଶଗଡ଼ର ବାଲୋଦ ଜିଲ୍ଲାରେ ଜଳ ସଂରକ୍ଷଣ ଏବେ ସାମୁହିକ ପ୍ରୟାସର ରୂପ ନେଇଛି। ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସମୁଦାୟ ଏକାଠି ହୋଇ ଗାଁ ଗାଁରେ ବର୍ଷାଜଳ ସଂଗ୍ରହ କରିବା ସହ ଭୂତଳ ଜଳ ପୁନଃଭରଣକୁ ସହାୟତା କରୁଥିବା ବିଭିନ୍ନ ବ୍ୟବସ୍ଥା କରିଛନ୍ତି।
ଜଳ ସଞ୍ଚୟ ଜନ ଭାଗୀଦାରୀ ୨.୦ ଅଧୀନରେ ୨୦୨୫ ଜୁନ୍ରୁ ୨୦୨୬ ମେ ମଧ୍ୟରେ ବାଲୋଦ ଜିଲ୍ଲାରେ ୨.୮୪ ଲକ୍ଷ ଭୂତଳ ଜଳ ପୁନଃଭରଣ ସଂରଚନା ନିର୍ମାଣ କରାଯାଇଛି। ଏଥିରେ ରହିଛି ବିଭିନ୍ନ ଗାଁରେ ବର୍ଷା ଜଳ ସଂରକ୍ଷଣ ପାଇଁ ଚେକ୍ ଡ୍ୟାମ୍, ପୁନଃଭରଣ ଗାତ ଓ ଗୋଳେଇ ଆକାରରେ ଚାରିପଟେ ନାଳ ଭଳି ବ୍ୟବସ୍ଥା। ଏହି ସବୁ ପଦକ୍ଷେପ ମାଧ୍ୟମରେ ବର୍ଷାଜଳକୁ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି ଦିଗରେ ପ୍ରୟାସ କରାଯାଉଛି।

ଛତିଶଗଡ଼ ବଲୋଦ ଜିଲ୍ଲାରେ ଚେକ୍ ଡ୍ଯାମ୍
ବାଲୋଦ ଜିଲ୍ଲାରେ ଜଳ ସଂରକ୍ଷଣ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ୧୪.୩ କିଲୋମିଟର ଦୀର୍ଘ ବିଶିଷ୍ଟ ତାୱେରା ନାଳର ପୁନରୁଦ୍ଧାର। ଏହା ଏକ ଋତୁକାଳୀନ ଜଳପଥ ଥିଲା। ନାଳର ଉଭୟ ପାର୍ଶ୍ୱରେ ଏବଂ ଏହାର ପଥରେ ୬,୨୫୦ରୁ ଅଧିକ ଜଳ ସଂରକ୍ଷଣ ସଂରଚନା ନିର୍ମାଣ କରାଯାଇଛି। ଏହା ଦ୍ଵାରା ଅତିରିକ୍ତ ୬.୫ କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରାଯାଇପାରିବ ବୋଲି ଆଶା କରାଯାଉଛି। ଏହା ସହିତ ଅଞ୍ଚଳର ଭୂତଳ ଜଳସ୍ତରରେ ମଧ୍ୟ ସୁଧାର ଆସିବାର ଆକଳନ କରାଯାଇଛି। ଭୂତଳ ଜଳସ୍ତର ପ୍ରାୟ ୫ରୁ ୧୦ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଶା ରହିଛି।
ନିର୍ମାଣ କରାଯାଇଥିବା ଜଳ ସଂରକ୍ଷଣ ସଂରଚନାର ସଂଖ୍ୟାକୁ ଛାଡ଼ିଦେଲେ, ଏହି ପଦକ୍ଷେପ ଏହା ଦର୍ଶାଉଛି ଯେ ଜଳ ସଂରକ୍ଷଣକୁ କିପରି ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱରେ ପରିଣତ କରାଯାଇପାରେ। ସ୍ଥାନୀୟ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏହି ପ୍ରୟାସକୁ ଆହୁରି ଫଳପ୍ରଦ କରିଛି।
ଯେତେବେଳେ ମହିଳାମାନେ ଜଳ ପରିଚାଳକ ପାଲଟନ୍ତି
ତ୍ରିପୁରାର ଖୋୱାଇରେ ଗୋଷ୍ଠୀ ସହଭାଗିତା ଓ ସ୍ଥାନୀୟ ଅନୁଷ୍ଠାନର ସକ୍ରିୟ ଭୂମିକା ବଳରେ ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଛି। ସ୍ଥାୟୀ ଜଳ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ (SHG), ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରିଛି ଜିଲ୍ଲା ପ୍ରଶାସନ ।

ଖୋୱାଇର ମହିଳାମାନେ ଜଳ ଅର୍ପଣ ଦିବସରେ ଯୋଗଦାନ କରିବାର ଅବସରରେ
ସାମୁଦାୟିକ ଅଭିଯାନରେ ଏକାଠି ହୋଇଛନ୍ତି ୬,୦୦୦ରୁ ଅଧିକ ଏସ୍ଏଚ୍ଜି ମହିଳା। ସ୍କୁଲ ଜଳ କ୍ଲୱ ଜରିଆରେ ଏସ୍ଏଚ୍ଜି ମହିଳମାନେ ଫିଲଡ ଟେଷ୍ଟିଂ କିଟ୍ (ଏଫ୍ଟିକେ) ଜରିଆରେ କେମିତି ପାଣିର ମାନ ନିର୍ଦ୍ଧାରଣ କରାଯାଏ ସେ ସଂପର୍କରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏହା ଦ୍ବାରା ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚି ପାରିଛି ମୌଳିକ ଜଳର ମାନ ପରୀକ୍ଷଣ।
ଜିଲ୍ଲା ପ୍ରଶାସନ ଗ୍ରାମୀଣ ଜଳ ଯୋଗାଣ ଯୋଜନାର ତଦାରଖ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ଜିଓ-ଟ୍ୟାଗ୍ ନିରୀକ୍ଷଣ, ତୃତୀୟ ପକ୍ଷ ଦ୍ୱାରା ଗୁଣବତ୍ତା ଯାଞ୍ଚ ଏବଂ ନିୟମିତ ଭାବେ ଜିଲ୍ଲା ଜଳ ଓ ପରିମଳ ମିଶନ (DWSM) ଏବଂ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି (DISHA)ର ବୈଠକ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଓ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରୁଛି। ସମ୍ପୂର୍ଣ୍ଣ ହୋଇଥିବା ଜଳ ଯୋଗାଣ ଯୋଜନାଗୁଡ଼ିକୁ ‘ଜଳ ଅର୍ପଣ’ ମାଧ୍ୟମରେ ଆନୁଷ୍ଠାନିକ ଭାବେ ଗ୍ରାମ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର କରାଯାଉଛି।
ଜଳ ଉତ୍ସର ଦୀର୍ଘମିଆଦୀ ବିଶ୍ୱସନୀୟତା ସୁନିଶ୍ଚିତ କରିବା ଦିଗରେ ଜଳ ଉତ୍ସର ସ୍ଥାୟୀତ୍ୱ ଜିଲ୍ଲାର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିପାଇଁ ଜଳ ସଂଗ୍ରହ କ୍ଷେତ୍ରର ସୁରକ୍ଷା, ବନୀକରଣ, ଭୂତଳ ଜଳର ପୁନଃଭରଣ ଏବଂ ବ୍ୟବହୃତ ଘରୋଇ ଜଳ (ଗ୍ରେୱାଟର) ପରିଚାଳନା ଭଳି ପଦକ୍ଷେପ ନିଆଯାଉଛି। ଜିଲ୍ଲାର ସମସ୍ତ ୮୬୦ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷାଜଳ ସଂଗ୍ରହ ବ୍ୟବସ୍ଥା ସ୍ଥାପନ କରାଯାଇଛି।

ନଦୀରୁ ନିର୍ଭରଯୋଗ୍ୟ ପାଣି
ଗୋଟିଏ ଟ୍ୟାପ୍ ଜଳ ସଂଯୋଗ ଘରକୁ ପାଣି ପହଞ୍ଚାଇଥାଏ, କିନ୍ତୁ ଦୀର୍ଘମିଆଦୀ ଜଳ ସୁରକ୍ଷା ମଧ୍ୟ ଏହାର ଉତ୍ସଗୁଡ଼ିକର ସୁରକ୍ଷା ଉପରେ ନିର୍ଭର କରେ। ଉତ୍ତରପ୍ରଦେଶର ମୁଜାଫରନଗରରେ ଏହି ଚିନ୍ତାଧାରା ଜଳ ଜୀବନ ମିଶନର କାର୍ଯ୍ୟାନ୍ୱୟନକୁ ନଦୀର ପୁନରୁଦ୍ଧାର, ଜଳ ସଂରକ୍ଷଣ ଏବଂ ସମୁଦାୟର ସହଭାଗିତା ସହିତ ଯୋଡ଼ିବା ପାଇଁ ନିଆଯାଉଥିବା ପଦକ୍ଷେପର ଆଧାର ପାଲଟିଛି।

ଉତ୍ତର ପ୍ରଦେଶର ମୁଜାଫରନଗରରେ ଜଳ ଯୋଗାଣ ଯୋଜନା
“ଧାରା ସେ ଧରୋହର ତକ୍” ଅଭିଯାନ ଅଧୀନରେ ପ୍ରାୟ ୪୨ କିଲୋମିଟର ଦୈର୍ଘ୍ୟରେ ବାନ୍ ନଦୀର ପୁନରୁଦ୍ଧାର କରାଯାଇଥିବା ବେଳେ ପ୍ରାୟ ୧୭ କିଲୋମିଟର ଦୈର୍ଘ୍ୟରେ ସୋତ୍ ନଦୀର ପୁନରୁଦ୍ଧାର କରାଯାଇଛି। ଏହାର ପରିଣାମସ୍ୱରୂପ ଆମରୋହାରେ ଭୂତଳ ଜଳସ୍ତରରେ ଉନ୍ନତି ଦେଖାଯାଇଛି। ଏହି ପଦ୍ଧତିକୁ ପଡ଼ୋଶୀ ଜିଲ୍ଲାଗୁଡ଼ିକର ନଦୀଗୁଡ଼ିକରେ ମଧ୍ୟ ପ୍ରୟୋଗ କରାଯାଇଛି। ଏଥିରେ ବିଜନୌରର ମାଲାନ ନଦୀ ଏବଂ କୁଶୀନଗରର ହିରଣ୍ୟବତୀ ନଦୀ ଅନ୍ତର୍ଭୁକ୍ତ।
ଏହି ସମସ୍ତ ପ୍ରଚେଷ୍ଚାରେ ସମୁଦାୟର ସହଭାଗିତାର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଇଛି। ଗ୍ରାମସଭା ଆଧାରିତ ତଦାରଖ, ‘ପାଣିର ପାଠଶାଳା’ ଅଧିବେଶନ ଏବଂ ମହିଳାମାନଙ୍କ ନେତୃତ୍ୱରେ ଜଳର ଗୁଣବତ୍ତା ପରୀକ୍ଷା ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ନିଜ ଜଳ ସମ୍ପଦର ସୁରକ୍ଷାରେ ସକ୍ରିୟ ଭୂମିକା ନେବାକୁ ଉତ୍ସାହିତ କରାଯାଇଛି। ‘ଜଳ ସେବା ଆକଳନ’ ଏହି ପ୍ରକ୍ରିୟାରେ ସମୁଦାୟର ସଂପୃକ୍ତି ଏବଂ ଉତ୍ତରଦାୟିତ୍ୱକୁ ଆହୁରି ସୁଦୃଢ଼ କରିଛି।
ଯେଉଁଠି ପାଣିର ପ୍ରତ୍ୟେକ ବୁନ୍ଦାକୁ ସଂରକ୍ଷଣ କରିବା ଛାତ୍ରଛାତ୍ରୀମାନେ ଶିଖନ୍ତି
ଜଣେ ଛାତ୍ର କି ଛାତ୍ରୀଙ୍କ ପାଇଁ ବର୍ଷାର ଅର୍ଥ ହୁଏତ କେବଳ ଶ୍ରେଣୀଗୃହରୁ ମିଳୁଥିବା ଏକ ବିରତି ହୋଇପାରେ। କିନ୍ତୁ ଓଡ଼ିଶାରେ ବର୍ଷା ଜଳ କେଉଁଠାରୁ ଆସେ ଏବଂ କେଉଁଠାକୁ ଯାଏ—ତାହା ବୁଝିବାର ଏକ ପାଠରେ ପରିଣତ ହେଉଛି। ‘କ୍ୟାଚ୍ ଦି ରେନ୍ ୨୦୨୬’ ଅଭିଯାନ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭୂତଳ ଜଳ ବିଜ୍ଞାନ, ଜଳବୈଜ୍ଞାନିକ ପ୍ରକ୍ରିୟା ଏବଂ ବର୍ଷାଜଳ ସଂଗ୍ରହ ବିଷୟରେ ଶିକ୍ଷା ପ୍ରଦାନ କରୁଛନ୍ତି।
ବ୍ୟାପକ ଜନସଚେତନତା ଅଭିଯାନ ଏହି ଶିକ୍ଷଣ ପ୍ରକ୍ରିୟାକୁ ସହଯୋଗ କରୁଛି। ବର୍ଷା ଜଳ ସଂଗ୍ରହ ଓ ଭୂତଳ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ପ୍ରସାର ପାଇଁ ଓଡ଼ିଶାରେ ୯୬୮ଟି ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଥପ୍ରାନ୍ତ ନାଟକ, ଲୋକକଳା ପ୍ରଦର୍ଶନ ଏବଂ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି।

ବର୍ଷା ଜଳ ସଂରକ୍ଷଣର ଗୁରୁତ୍ବ ସଂପର୍କରେ ସ୍ବାସ୍ଥ୍ୟକେନ୍ଦ୍ରରେ ଆଲୋଚନା
କିନ୍ତୁ ଏହି ଅଭିଯାନ କେବଳ ସଚେତନତା ସୃଷ୍ଟିରେ ସୀମିତ ନୁହେଁ। ସାରା ରାଜ୍ୟରେ ବର୍ଷାଜଳ ସଂଗ୍ରହ ଏବଂ ଭୂତଳ ଜଳର ପୁନଃଭରଣ ପାଇଁ ୯୦୫ଟି ଜଳ ସଂରକ୍ଷଣ ଗଠନ ନିର୍ମାଣ କରାଯାଇଛି। ଏଥିରେ ୮୪୯ଟି ଛାତ ବର୍ଷାଜଳ ସଂଗ୍ରହ ବ୍ୟବସ୍ଥା ରହିଛି, ଯାହାକି ବର୍ଷା ଜଳ ସଂଗ୍ରହ କରୁଛି। ଏହା ସହିତ ୫୬ଟି ଭୂତଳ ଜଳ ପୁନଃଭରଣ ଶାଫ୍ଟ ନିର୍ମାଣ କରାଯାଇଛି। ଏହା ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେଉଛି। ଓଡ଼ିଶାର ଯାଜପୁର ଜିଲ୍ଲାରେ ୪୫ଟି ଭୂତଳ ଜଳ ପୁନଃଭରଣ ଶାଫ୍ଟ ନିର୍ମାଣ କରାଯାଇଛି। ଏଥିସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୯୮ଟି ପୋଖରୀର ପୁନରୁଦ୍ଧାର ଓ ପଙ୍କୋଦ୍ଧାର କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି।

ସମୁଦାୟଙ୍କ ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ
ସ୍ଥାନୀୟ କାମରୁ ଆରମ୍ଭ କରି ଅନ୍ତର୍ଜାତୀୟ ସମନ୍ବୟ
ଏହି ଅନୁଭୂତି ଦର୍ଶାଉଛି ଯେ ଦୀର୍ଘସ୍ଥାୟୀ ପ୍ରଗତି ପାଇଁ ସମୁଦାୟର ସହଭାଗିତା, ବୈଜ୍ଞାନିକ ଯୋଜନା, ବିଭିନ୍ନ ଅତିଷ୍ଠାନ ମଧ୍ୟରେ ସମନ୍ୱୟ ଏବଂ ନିରନ୍ତର ତଦାରଖ ଅତ୍ୟନ୍ତ ଆବଶ୍ୟକ । ଏହି ବ୍ୟାପକ ଆଲୋଚନାକୁ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ୨୦୨୬ ଏକାଠି କରୁଛି। ଏହା ବିଭିନ୍ନ ଦେଶ ଏବଂ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ସୂଚନା ପ୍ରଦାନ କରିବା, ଅନୁଭୂତିର ଆଦାନପ୍ରଦାନ କରିବା ଏବଂ ସ୍ଥାୟୀ ଜଳ ପରିଚାଳନା ପାଇଁ ବିଭିନ୍ନ ପଦ୍ଧତି ଅନୁସନ୍ଧାନ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରୁଛି।
References
ସନ୍ଦର୍ଭ
ଜଳଶକ୍ତି ମନ୍ତ୍ରଣାଳୟ
https://www.indiawaterweek.in/
https://www.instagram.com/p/DADC0CUS7Cf/
https://www.pib.gov.in/PressReleasePage.aspx?PRID=2254585®=48&lang=2
https://www.pib.gov.in/PressReleasePage.aspx?PRID=2283262®=48&lang=2
https://www.pib.gov.in/PressReleasePage.aspx?PRID=2266694®=3&lang=1
https://www.pib.gov.in/PressReleasePage.aspx?PRID=2261459®=48&lang=2
https://jaljeevanmission.gov.in/sites/default/files/2026-07/Jal-Jeevan-Samvad-May-2026.pdf
https://www.pib.gov.in/PressReleasePage.aspx?PRID=2292906®=3&lang=1
https://www.pib.gov.in/PressReleaseDetail.aspx?PRID=2297630®=3&lang=1
https://www.pib.gov.in/PressReleasePage.aspx?PRID=2295541&lang=2®=48
https://jsjb.mowr.gov.in/DashboardJsjb.aspx
https://www.pib.gov.in/PressReleasePage.aspx?PRID=2295509®=48&lang=1
https://www.pib.gov.in/PressReleasePage.aspx?PRID=2286237®=48&lang=1
https://amritsarovar.gov.in/login#
https://www.pib.gov.in/PressReleasePage.aspx?PRID=2202306®=3&lang=1
https://www.pib.gov.in/PressReleaseDetail.aspx?PRID=2297163®=1&lang=1
https://www.pib.gov.in/PressReleasePage.aspx?PRID=2222162&lang=2®=48
PIB Backgrounder
https://www.pib.gov.in/PressReleasePage.aspx?PRID=2214258®=3&lang=1
World Bank
https://www.worldbank.org/en/brief/2026/03/19/how-india-is-addressing-its-water-needs
Others
https://x.com/dmkhowai/status/2014292764423528904?s=20
https://www.facebook.com/dmkhowai/videos/-history-made-proud-moment-for-khowai-khowai-becomes-the-first-district-in-india/917803378050184/
(Features ID: 160185)
आगंतुक पटल : 2
Provide suggestions / comments