Social Welfare

ପୁଣି ପାଠକଙ୍କୁ ଖୋଜିବା: ପୁସ୍ତକଗୁଡ଼ିକୁ ବୈଠକଖାନାକୁ ଫେରାଇ ଆଣିବା

Posted On: 13 AUG 2026 11:37AM

‘ପିଲାର ଦୁନିଆକୁ ସମୃଦ୍ଧ କରିବାର ଅନେକ ଛୋଟ ଛୋଟ ଉପାୟ ଅଛି । ପଠନର ଆନନ୍ଦ ସେମାନଙ୍କ ମଧ୍ୟରୁ ସର୍ବୋତ୍ତମ ।’

 

                                                       ~ ଶ୍ରୀମତୀ ଅର୍ଚ୍ଚନା ଶର୍ମା ଅବସ୍ଥି ଏବଂ ଶ୍ରୀଯୁକ୍ତ ଯୁବରାଜ ମଲିକ

ଭାରତର ଶିକ୍ଷା ଆଲୋଚନା ଦୀର୍ଘ ସମୟ ଧରି ପହଞ୍ଚ (ଉପଲବ୍ଧତା) ଯଥା, ବିଦ୍ୟାଳୟ, ପାଠ୍ୟପୁସ୍ତକ, ଡିଜିଟାଲ ଭିତ୍ତିଭୂମିର ପ୍ରବେଶ ଆଦି ଉପରେ କେନ୍ଦ୍ରିତ ରହିଆସିଛି । ଏଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ ଅବଶ୍ୟ, କିନ୍ତୁ ଆମେ ଭାରତୀୟ ଶିକ୍ଷାର ଏକ ନୂତନ ପର୍ଯ୍ୟାୟର ଦ୍ୱାରଦେଶରେ ଦଣ୍ଡାୟମାନ ହୋଇଥିବାରୁ, ଆମ ସମ୍ମୁଖରେ ସମାନ ଧରଣର ଆହୁରି ଅନେକ ଜରୁରୀ ପ୍ରଶ୍ନମାନ  ଉଭା ହୋଇଛି:

ଆମେ ପଢ଼ିବା ପାଇଁ ଏକ ପିଢ଼ି ସୃଷ୍ଟି କରୁଛୁ କି?

ଏହି ପ୍ରଶ୍ନ – ଭ୍ରାମାତ୍ମକ ଭାବରେ ସରଳ ଲାଗିପାରେ, କିନ୍ତୁ ଏହାର ପ୍ରଭାବ ଖୁବ୍ ବ୍ୟାପକ । ପରିଣାମସ୍ୱରୂପ - ରାଷ୍ଟ୍ରୀୟ ଇ-ପୁସ୍ତକାଳୟ (ଆଇ.ଇ.ପି.) କିମ୍ୱା ଜାତୀୟ ଡିଜିଟାଲ ପାଠାଗାରକୁ ଜନ୍ମ ଦେଇଥିଲା । ଏହି ପ୍ଲାଟଫର୍ମକୁ କେବଳ ଏକ ଡିଜିଟାଲ ଅଭିଲେଖାଗାର ଭାବରେ ନୁହେଁ, ବରଂ ଘର, ବିଦ୍ୟାଳୟ ଏବଂ ଗୋଷ୍ଠୀ ଭିତରୁ ଭାରତର ପାଠ୍ୟ ସଂସ୍କୃତିକୁ ସମୃଦ୍ଧ କରିବାର ଏକ ଜୀବନ୍ତ ପ୍ରୟାସ ଭାବରେ ପରିକଳ୍ପନା କରାଯାଇଥିଲା ।

ଆଜି ରାଷ୍ଟ୍ରୀୟ ଇ-ପୁସ୍ତକାଳୟ (ଆର.ଇ.ପି.)  ୨୩ଟି ଭାଷାରେ ୭,୦୦୦+ ରୁ ଅତ୍ୟନ୍ତ ଯତ୍ନର ସହିତ ସଂଗୃହୀତ ପୁସ୍ତକ ଆୟୋଜନ କରୁଛି, ଯାହା ଶହ ଶହ ପ୍ରକାଶକଙ୍କ ସହଭାଗୀତାରେ ବିକଶିତ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ର ଆଭିମୁଖ୍ୟ ସହିତ ସଂଯୁକ୍ତ । କିନ୍ତୁ ଏହାର ଉଦ୍ଦେଶ୍ୟ କେବେ ସୁଦ୍ଧା କେବଳ ଏକ ବିସ୍ତାରଶୀଳ ଭଣ୍ଡାରରେ ବୃଦ୍ଧି ପାଇବାର ନଥିଲା । ଏହି ପଦ୍ଧତି ଉଦ୍ଦେଶ୍ୟମୂଳକ ଭାବରେ ଆପଣାଯାଇଛି: ଏକ ଚୟନକୃତ, ପ୍ରାସଙ୍ଗିକ ଏବଂ ଗତିଶୀଳ ସଂଗ୍ରହକୁ ବଜାୟ ରଖିବା - ଯାହା ନିରନ୍ତର ଭାବରେ ସତେଜ ହୋଇଥାଏ, ଏପରି ଶୀର୍ଷକ ପ୍ରଚଳନ କରେ ଯାହା କାର୍ଯ୍ୟରେ ପ୍ରତିଧ୍ୱନିତ ହୁଏ ଏବଂ ଯେଉଁମାନେ ତାହା କରନ୍ତି ନାହିଁ ସେମାନଙ୍କୁ ଏହି ଅବସର ଦେଇଥାଏ । ଏହାର ମାତ୍ରା ମଧ୍ୟ ଅନୁରୂପ ଭାବରେ ଗୁରୁତ୍ପୂର୍ଣ୍ଣ । କିନ୍ତୁ ପ୍ରାସଙ୍ଗିକତା, ଗୁଣବତ୍ତା ଏବଂ ନିରନ୍ତର କାର୍ଯ୍ୟ ତତୋଧିକ ମହତ୍ୱ ବହନ କରେ ।

ପ୍ରତିବନ୍ଧକ ଦୂର କରିବା, ଅଭ୍ୟାସ ବଦଳାଇବା ନୁହେଁ

ଭାରତର ଅନେକ ପିଲାଙ୍କ ପାଇଁ - ବିଶେଷକରି ଗ୍ରାମୀଣ, ଅର୍ଦ୍ଧ-ସହରୀ ଏବଂ ଅନୁନ୍ନତ ଅଞ୍ଚଳରେ ଯେଉଁମାନେ ବସବାସ କରନ୍ତି - ନିର୍ଦ୍ଧାରିତ ପାଠ୍ୟପୁସ୍ତକ ବାହାରେ ପୁସ୍ତକର ପ୍ରବେଶ ଏକ ବାସ୍ତବ ପ୍ରତିବନ୍ଧକ ହୋଇ ରହିଛି । ନିକଟତମ ବହି ଦୋକାନ ଅନେକ କିଲୋମିଟର ଦୂରରେ ଅବସ୍ଥିତ ହୋଇଥାଇପାରେ । ସ୍କୁଲ ପାଠାଗାରରେ ପୁରୁଣା ବହି ଥାଇପାରେ କିମ୍ୱା ଏହା ସ୍କୁଲ ସମୟ ପରେ ଉପଲବ୍ଧ ହୋଇ ନଥାଏ । ପିଲାମାନଙ୍କ ପାଇଁ ଏହା କଳ୍ପନା ମାତ୍ର, କିନ୍ତୁ ତାହା ଉପଲବ୍ଧ ସାମଗ୍ରୀ ହୋଇପାରେ ନାହିଁ ।

ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଏହି ବ୍ୟବଧାନକୁ ପୂରଣ କରେ: ଜଣେ ପିଲା, ଭୌଗୋଳିକ ଅବସ୍ଥିତି କିମ୍ୱା ଉପାର୍ଜନ ନିର୍ବିଶେଷରେ, ଏବେ ତାଙ୍କ ଘରେ ପୂର୍ବରୁ ଥିବା ଡିଭାଇସ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ପାଠାଗାରରେ ସହଜରେ ପହଞ୍ଚିପାରିବ । ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପଠନ ପାଇଁ ଏହା ଉପଲବ୍ଧ ହୋଇପାରିବ । ଏହା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ଭାଷାରେ ପୁସ୍ତକ ପାଇବାର ସୁଯୋଗ ମଧ୍ୟ ପ୍ରଦାନ କରେ ।

କିନ୍ତୁ ଏହି ଉପକ୍ରମ କ'ଣ ନୁହେଁ ସେ ବିଷୟରେ ସ୍ପଷ୍ଟ ଅବଧାରଣା କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ।

ଏହାର ଉଦ୍ଦେଶ୍ୟ ଛୋଟ ପିଲାମାନଙ୍କୁ ଅଧିକ ସମୟ ସ୍କ୍ରିନ୍‌ରେ ବିତାଇବାକୁ ପ୍ରୋତ୍ସାହିତ କରିବା ନୁହେଁ। ବରଂ, ପରିବାରଗୁଡ଼ିକ ପାଖରେ ଆଗରୁ ଥିବା ଡିଭାଇସ୍‌ଗୁଡ଼ିକୁ ଅଧିକ ଅର୍ଥପୂର୍ଣ୍ଣ ଭାବେ ବ୍ୟବହାର କରିବା ପାଇଁ ଏହା ଏକ ଆହ୍ୱାନ। ଯେଉଁ ସମୟଟି ଅନ୍ୟଥା ନିଷ୍କ୍ରିୟ ଓ ଏକାକୀ ଭାବେ ବିତିପାରେ, କିମ୍ବା କ୍ଷତିକାରକ ସ୍କ୍ରୋଲିଂ ଓ ଅନୁପଯୁକ୍ତ ବିଷୟବସ୍ତୁ ଦେଖିବାରେ ନଷ୍ଟ ହୋଇପାରେ, ସେହି ସମୟକୁ ପରିବାର ସହ ମିଶି କିଛି ଉପଯୋଗୀ, ଆନନ୍ଦଦାୟକ ଓ ଜ୍ଞାନବର୍ଦ୍ଧକ କାର୍ଯ୍ୟରେ ପରିଣତ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ପିତାମାତା ଜଣେ ଛୋଟ ପିଲାକୁ ବଡ଼ ପାଟିରେ ପଢ଼ି ଶୁଣାଉଛନ୍ତି ।

ବଡ଼ ଭାଇଭଉଣୀ ଏକ କାହାଣୀ ଶୁଣାଉଛନ୍ତି ।

ଗୋଟିଏ ପରିବାର ଏକାଠି ପଢ଼ିବା ପାଇଁ ସମୟ ବାହାର କରୁଛନ୍ତି ।

ଏପରି ଏକ ସମୟରେ, ଯେତେବେଳେ ସ୍କ୍ରିନ୍‌ଗୁଡ଼ିକ ପ୍ରାୟତଃ ଲୋକମାନଙ୍କୁ ପରସ୍ପରଠାରୁ ଦୂରେଇ ନିଜ ନିଜ ଜଗତ ମଧ୍ୟରେ ସୀମିତ କରିଦିଏ, ସେହି ସମାନ ଡିଭାଇସ୍‌ ମାଧ୍ୟମରେ ପଢ଼ାଯାଉଥିବା ପୁସ୍ତକଗୁଡ଼ିକ ଲୋକମାନଙ୍କୁ ପୁଣି ପରସ୍ପର ସହ ଯୋଡ଼ିବାର ଶକ୍ତି ରଖିଥାଏ।

ସ୍କ୍ରିନ୍ ସମୟ ନୁହେଁ, ପାରିବାରିକ ସମୟ ଭାବରେ ପଢ଼ନ୍ତୁ

ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ଗଭୀରତର ଉଦ୍ଦେଶ୍ୟ କେବଳ ପ୍ଲାଟଫର୍ମର ପରିସଂଖ୍ୟାନରେ ସୀମିତ ନୁହେଁ; ଏହାର ମୂଳ ଲକ୍ଷ୍ୟ ହେଉଛି ପାଠପଢ଼ାର ଅଭ୍ୟାସକୁ ପୁଣି ଘରର ବୈଠକଘରକୁ ଫେରାଇ ଆଣିବା।

ପଠନ କେବଳ ଏକ ଶୈକ୍ଷିକ କାର୍ଯ୍ୟକଳାପ ନୁହେଁ । ଏହା ଏକ ସାମାଜିକ ଏବଂ ଭାବପ୍ରବଣତାର କାର୍ଯ୍ୟ ମଧ୍ୟ । ଯେତେବେଳେ ପରିବାର କିମ୍ୱା ବନ୍ଧୁମାନେ ଏକତ୍ର ବସି ପଢ଼ାପଢ଼ି କରନ୍ତି, ସେମାନେ କଥାବାର୍ତ୍ତା, ପାରସ୍ପରିକ ସହାନୁଭୂତି ଏବଂ ପ୍ରତିଫଳନ ପାଇଁ ସୁଯୋଗ ସୃଷ୍ଟି କରନ୍ତି – ଏହା ଏକ ସମାନ ଆଭିମୁଖ୍ୟର ଗୁଣ ଯାହା ବିଜ୍ଞପ୍ତି ଏବଂ ଚାହିଦା ଦ୍ୱାରା ଖଣ୍ଡିତ ଜୀବନରେ କ୍ରମଶଃ ବିରଳ ହେବାରେ ଲାଗିଛି । ଗବେଷଣା ଏହି ବିନ୍ଦୁରେ ସ୍ଥିର: ଯେଉଁ ପିଲାମାନଙ୍କୁ ପଢ଼ାଯାଏ ଏବଂ ଯେଉଁମାନେ ସେମାନଙ୍କ ଚାରିପାଖରେ ବୟସ୍କମାନଙ୍କୁ ପଢ଼ୁଥିବା ଦେଖନ୍ତି, ସେମାନଙ୍କଠାରେ କେବଳ ଦୃଢ଼ ସାକ୍ଷରତା ନୁହେଁ ବରଂ ସମୃଦ୍ଧ ଆନ୍ତରିକ ଜୀବନ ବିକଶିତ ହୋଇଥାଏ ।

ଏଠାରେ ଏକ ଶାନ୍ତ ଆନ୍ତଃ-ପିଢ଼ିଗତ ସମ୍ଭାବନା ମଧ୍ୟ ଅଛି ଯାହା ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଉନ୍ମୋଚନ କରିଥାଏ । ଯୁବବର୍ଗର ପାଠକମାନେ ନିଜ ନିଜ ଜେଜେମାଆଙ୍କୁ ପଢ଼ି ଶୁଣାଇ ପାରିବେ । କିଶୋରମାନେ ସେମାନଙ୍କର ବଡ଼ମାନଙ୍କ ପସନ୍ଦର କାହାଣୀଗୁଡ଼ିକୁ ସହଭାଗୀ ପାଠ୍ୟ ମାଧ୍ୟମରେ ଆବିଷ୍କାର କରିପାରିବେ । ଏପରି କରିବା ଦ୍ୱାରା, ପଠନ ଏକ ଏକାନ୍ତ, ବାଧ୍ୟତାମୂଳକ କାର୍ଯ୍ୟ ହୋଇ ନଥାଏ, ବରଂ ଏହାଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଆଉ କିଛି ହୋଇଯାଏ - ଯାହାକୁ କେହି ‘ମୋ ସମୟ' ବୋଲି କହିପାରନ୍ତି ଯାହା ବାସ୍ତବ ପକ୍ଷେ ‘ଆମ ସମୟ' ମଧ୍ୟ ।

“ପାଠପଢ଼ା ଆଉ ଏକାକୀ କାର୍ଯ୍ୟ ହୋଇ ରହେ ନାହିଁ; ବରଂ ଏହା ଏକ ଭିନ୍ନ ଅନୁଭୂତିରେ ପରିଣତ ହୁଏ—‘ନିଜ ପାଇଁ ସମୟ’, ଯାହା ଏକାସାଙ୍ଗେ ‘ଆମ ପାଇଁ ସମୟ’ ମଧ୍ୟ।”

ଏକ ସମାଜ ଭାବରେ, ଆମକୁ ନିଜକୁ ଏକ ସରଳ ଅଥଚ ଅନୁସନ୍ଧିତ୍ସୁ ପ୍ରଶ୍ନ ପଚାରିବାକୁ ପଡିବ: ଆମେ କ'ଣ ନିଷ୍କ୍ରିୟ ସ୍କ୍ରିନ୍ ବ୍ୟବହାରର ଏକ ଅଂଶକୁ ପୁନଃପ୍ରାପ୍ତ କରି ଏହାକୁ ଉତ୍ପାଦନକ୍ଷମ ପାଠ୍ୟକ୍ରମ ଭାବରେ ପୁଣି ଥରେ ଫେରାଇ ଆଣିପାରିବା? ଉତ୍ତର, ଆମେ ବିଶ୍ୱାସ କରୁ, ହଁ - ଯଦି ଆମେ ପୁସ୍ତକଗୁଡ଼ିକୁ ସମସ୍ତଙ୍କୁ ଉପଲବ୍ଧ କରାଉ, ସେଗୁଡ଼ିକୁ ଆମନ୍ତ୍ରଣ କରୁ, ଏବଂ ପଠନକୁ ଏକ କାର୍ଯ୍ୟ ପରିବର୍ତ୍ତେ ଏକ  ଋଚି ଭାବରେ ଅନ୍ୟମାନଙ୍କୁ ଅନୁଭବ କରାଉ ।

ଶିକ୍ଷକମାନଙ୍କ ସହିତ କାର୍ଯ୍ୟ କରିବା: ପରବର୍ତ୍ତୀ ପର୍ଯ୍ୟାୟ

ଯେତେବେଳେ ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରେ, ଶିକ୍ଷକମାନଙ୍କର କେନ୍ଦ୍ରିୟତାକୁ ଅତିରଞ୍ଜିତ କରାଯାଇପାରିବ ନାହିଁ । ଶିକ୍ଷକ, ଗ୍ରନ୍ଥାଗାରିକ ଏବଂ ବିଦ୍ୟାଳୟର କାରକମାନେ କେବଳ ଶିକ୍ଷାର ସହାୟକ ନୁହଁନ୍ତି - ସେମାନେ ସଂସ୍କୃତି ନିର୍ମାତା । ବିଦ୍ୟାଳୟରେ ପିଲା ଯେଉଁ ପାଠ୍ୟ ଅଭ୍ୟାସ ତିଆରି କରନ୍ତି ତାହା ପ୍ରାୟତଃ  ସେମାନଙ୍କଠାରେ ସାରା ଜୀବନ ପାଇଁ ରହିଥାଏ । ଜଣେ ଲାଇବ୍ରେରିଆନ୍ ସୁପାରିଶ କରିଥିବା ପୁସ୍ତକଗୁଡ଼ିକ ଜଣେ ଯୁବପିଢ଼ିର ଚିନ୍ତାଧାରାର ଦିଗ ପରିବର୍ତ୍ତନ କରିପାରେ ।

ସ୍କୁଲ ଜୀବନରେ ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ଅର୍ଥପୂର୍ଣ୍ଣ ସମନ୍ୱୟ ପାଇଁ ଅନେକ ଦିଗରୁ ସଚେତନ ପ୍ରୟାସ ଆବଶ୍ୟକ ହେବ:

  • ପାଠାଗାର ଶ୍ରେଣୀଗୁଡ଼ିକୁ ସକ୍ରିୟ ଶିକ୍ଷଣ ସ୍ଥାନ ଭାବରେ ପୁନର୍ଜୀବିତ କରିବା, କେବଳ ତଦାରଖ କରାଯାଇଥିବା ଅଧ୍ୟୟନ ହଲ୍ ଭାବରେ ନୁହେଁ ।
  • ମାର୍ଗଦର୍ଶିତ ପଠନ ଏବଂ କାହାଣୀ କଥନର ଅଧିବେଶନଗୁଡ଼ିକୁ ଉତ୍ସାହିତ କରିବା ଯେଉଁଠାରେ ଶିକ୍ଷକମାନେ ସେମାନଙ୍କର ନିଜସ୍ୱ ପସନ୍ଦର ପୁସ୍ତକଗୁଡ଼ିକୁ ବାଣ୍ଟିଥାନ୍ତି ।
  • ସହକର୍ମୀଙ୍କ ନେତୃତ୍ୱରେ ପୁସ୍ତକ ଆଲୋଚନା ଏବଂ ପାଠଚକ୍ର ସୃଷ୍ଟି କରିବା ଯାହା ଛାତ୍ରଛାତ୍ରୀମାନଙ୍କୁ ଅଭ୍ୟାସର ମାଲିକାନାର ସୁଯୋଗ ପ୍ରଦାନ କରେ ।
  • ସ୍କୁଲ ଜୀବନର ଦୈନନ୍ଦିନ ତାଳରେ ପଠନକୁ ସାମିଲ କରିବା, ଯାହା ଫଳରେ ଏହା ସକାଳ ସମାବେଶ ପରି ସ୍ୱାଭାବିକ ଅନୁଭବ ହୁଏ ।
  • ଲେଖାର ବିଭିନ୍ନ ପଦ୍ଧତି ବୁଝି ଲିଖନ କୌଶଳକୁ ଉନ୍ନତ କରିବା ।

ଏକ ଜୀବନ୍ତ, ବିକଶିତ ପାଠାଗାର

ଏହା ପାରମ୍ପରିକ ପାଠାଗାର ପରି ନୁହେଁ - ଏହାର ଥାକଗୁଡ଼ିକର ସ୍ଥିର ଏବଂ ଏହାର ଭୌତିକ ପରିମାଣ ଦ୍ୱାରା ସଙ୍କୁଚିତ - ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଗତିଶୀଳ ହେବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି । ଏହା ଆପଣଙ୍କ ହାତରେ ପୁସ୍ତକର ଏକ ଭଣ୍ଡାର । ଏହା ପାଠକମାନଙ୍କୁ ଅନ୍ୟ କେଉଁ ପୁସ୍ତକ ଯୋଡାଯିବା ଉଚିତ ତାହା ପ୍ରକାଶ କରିବାକୁ ମଧ୍ୟ ସୁଯୋଗ ଦେଇଥାଏ । ଉପଲବ୍ଧ ପୁସ୍ତକଗୁଡ଼ିକ ଭାରତର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତି ପ୍ରସଙ୍ଗରେ ମଧ୍ୟ ଅଟେ, ଯାହା ବିଷୟରେ ଯୁବପିଢ଼ି ଜାଣିବା ଉଚିତ ।

ଏହାର ବହୁଭାଷୀ ଆଧାରଶିଳା ସମାନ ଭାବରେ ଜରୁରୀ । ଗୋଟିଏ ପିଲା ସବୁଠାରୁ ଭଲ ପଢ଼େ, ଏବଂ ସବୁଠାରୁ ସ୍ୱାଭାବିକ ଭାବରେ, ସେ ଯେଉଁ ଭାଷାରେ ଭାବୁଛି ସେହି ଭାଷାରେ ପଢ଼ିବାର ସୁଯୋଗ ପାଇଥାଏ । ୨୩ଟି ଭାଷାରେ ପୁସ୍ତକ ପ୍ରଦାନ କରି - ଏବଂ ଆଗକୁ ଆହୁରି ବିସ୍ତାର କରିବାର ମହତ୍ୱାକାଂକ୍ଷାର ସହିତ – ରାଷ୍ଟ୍ରୀୟ ଇ-ପୁସ୍ତକାଳୟ ଭାରତର ଭାଷାଗତ ବହୁଳତାକୁ ସମ୍ମାନ ପ୍ରଦର୍ଶନ କରେ, ପରିଚାଳନା ପାଇଁ ଏକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଭାବରେ ନୁହେଁ, ବରଂ ଅନୁପାଳନ କରିବା ପାଇଁ ଏକ ସୃଜନଶୀଳ ଶକ୍ତି ଭାବରେ ଏହି କାର୍ଯ୍ୟ ସଂପାଦନ କରିଥାଏ । ପ୍ଲାଟଫର୍ମରେ ଥିବା ପ୍ରତ୍ୟେକ ଭାଷା ହେଉଛି ଏକ ଦ୍ୱାର ସଦୃଶ ଯାହା ମଧ୍ୟ ଦେଇ ଜଣେ ପିଲା ଏକ ନୂତନ ଦୁନିଆରେ ପ୍ରବେଶ କରିପାରିବ । ୮ ବର୍ଷ ପର୍ଯ୍ୟନ୍ତ ଛୋଟ ଶିଶୁମାନଙ୍କ ପାଇଁ, ଏହା ଏପରି ଏକ ପ୍ଲାଟଫର୍ମ ଯାହା ମାଧ୍ୟମରେ ପିତାମାତା ଏବଂ ଶିକ୍ଷକମାନଙ୍କୁ କାହାଣୀଗୁଡ଼ିକୁ ବଡ଼ ପାଟିରେ ପଢ଼ି ନିଜର ପିଲାମାନଙ୍କୁ ଉତ୍ସାହିତ କରିପାରିବେ ।

ଏକ ସାମୂହିକ ଦାୟିତ୍ୱ

ଶେଷରେ, ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ସଫଳତା ଡାଉନଲୋଡ୍ କିମ୍ୱା ପଞ୍ଜିକୃତ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ୱାରା ନିର୍ଣ୍ଣୟ କରାଯିବ ନାହିଁ, କାରଣ ସେହିସବୁ ସଙ୍କେତଗୁଡ଼ିକ ସମାନ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ଏହା ନିର୍ଣ୍ଣୟ କରାଯିବ ଯେ ପଠନକୁ ପୁଣି ଥରେ ଏକ ଅଭ୍ୟାସରେ ପରିଣତ କରିହେବ କି ନାହିଁ - ଘରେ, ବିଦ୍ୟାଳୟରେ, ଭାରତର ଅସାଧାରଣ ବିବିଧ ଗୋଷ୍ଠୀର ଶାନ୍ତ କୋଣ ଅନୁକୋଣରେ । ଏହା ସେତେବେଳେ ହୁଏ ଯେତେବେଳେ ଏକ ଦୂରବର୍ତ୍ତୀ ଅଞ୍ଚଳର ଜଣେ ଶିଶୁ କେବଳ ଶୁଣିଥିବା ଏକ ପୁସ୍ତକ ପଢ଼ିବା ସମୟରେ ତା’ର ଆଖି ଆନନ୍ଦରେ ଝଲସି ଉଠେ ।

ପଢ଼ିବା ପାଇଁ ଏକ ଜାତୀୟ ଆହ୍ୱାନ

ଏହି ମଞ୍ଚ ବର୍ତ୍ତମାନର ‘ରାଷ୍ଟ୍ରୀୟ କାବ୍ୟ ଉତ୍ସବ' ପରି କାର୍ଯ୍ୟକଳାପ ଏବଂ କାହାଣୀ କହିବାରେ ନାଗରିକମାନଙ୍କୁ ଯୋଗଦାନ ଦେବା ପାଇଁ ନିଜର ପ୍ରୟାସ ମଧ୍ୟ ଜାରି ରଖିଛି । ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ଏକ ନିରନ୍ତର ଅଂଶ ଆହୁରି ଅନେକ ମଜାଦାର ଏବଂ ଆକର୍ଷଣୀୟ କାର୍ଯ୍ୟକଳାପରେ ପରିଣତ ହେବାକୁ ଯାଉଛି ।

ଭାରତ ସଦାସର୍ବଦା କାହାଣୀର ଏକ ସଭ୍ୟତା ଭାବରେ ପରିଚିତ  ହୋଇଆସିଛି । ଲିଖିତ ଶବ୍ଦ ପୂର୍ବରୁ ଥିବା ମୌଖିକ ପରମ୍ପରାଠାରୁ ଆରମ୍ଭ କରି ହିନ୍ଦୀ, ସଂସ୍କୃତ, ତାମିଲ, ବଙ୍ଗଳା, ମରାଠୀ ଏବଂ ଏକ ଡଜନ ଅନ୍ୟାନ୍ୟ ଭାଷାର ମହାନ ସାହିତ୍ୟିକ ଧାରା ପର୍ଯ୍ୟନ୍ତ । ଏହି ଭୂମି କେବେବି କାହାଣୀର ଅଭାବ ରଖିନାହିଁ । ଆଜି ବିପଦରେ ଥିବା ପ୍ରସଙ୍ଗଟି ହେଉଛି କାହାଣୀଗୁଡ଼ିକ ନୁହେଁ, ବରଂ ସେଗୁଡ଼ିକୁ ଖୋଜିବାର ଅଭ୍ୟାସ – ସ୍ଥିର ଭାବର ବସି ରହିବାର ଇଚ୍ଛା, ଏକ ବାକ୍ୟ ଅନୁସରଣ କରିବା, ଏକ ପୁସ୍ତକକୁ ପଢ଼ିବା ନିମନ୍ତେ କିଛି ସମୟ ଦେବା ।

"ଯେତେବେଳେ ନାଗରିକମାନେ ପଢ଼ନ୍ତି, ଦେଶ ନେତୃତ୍ୱ ନେଇଥାଏ ।’

-ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

(ସୁଶ୍ରୀ ଅର୍ଚ୍ଚନା ଶର୍ମା ଅବସ୍ଥି ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ଏବଂ ଶ୍ରୀ ଯୁବରାଜ ମଲିକ ସମ୍ପ୍ରତି ନ୍ୟାସନାଲ ବୁକ ଟ୍ରଷ୍ଟ୍, ଇଣ୍ଡିଆର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ।)

***********

(Features ID: 159542) आगंतुक पटल : 45
Provide suggestions / comments