Economy
ଶିଳ୍ପଗତ ସମ୍ପର୍କ କୋଡ ୨୦୨୦ – ସହବସ୍ଥାନ ସୃଷ୍ଟି ଓ ସହଜ ସାଧ୍ୟ ବ୍ୟବସାୟ
प्रविष्टि तिथि:
23 NOV 2025 11:41 AM
ଉପକ୍ରମ
ଶିଳ୍ପ ଓ ଶ୍ରମିକମାନଙ୍କର ସଫଳତା ପରସ୍ପର ସହ ଛନ୍ଦା ଛନ୍ଦି ହୋଇରହିଛି । ଗୋଟିକ ବିନା ଅନ୍ୟଟି ସମ୍ଭବ ନୁହେଁ । ଶିଳ୍ପ ସମୃଦ୍ଧ ହେଲେ ଏହା ଶ୍ରମିକମାନଙ୍କୁ ସ୍ଥାୟୀ ଚାକିରି, ସଠିକ ମଜୁରୀ, ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ । ସୁନିଶ୍ଚିତ ଭାଗ୍ୟ ନିର୍ମାଣ କରି ଏହା ଏକ ସୁରକ୍ଷିତ ୱାର୍କ ଫୋର୍ସ ମାଧ୍ୟମରେ ଶିଳ୍ପକୁ ବଳିଷ୍ଠ କରିଥାଏ ।
ଶ୍ରମିକମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇ ଜାତୀୟ ଲେବର କମିଶନ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ କରିବା ସପକ୍ଷରେ ରହିଛି । ଏହି ମର୍ମରେ ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍ସ ଆକ୍ଟ ୧୯୪୭, ଟ୍ରେଡ ୟୁନିୟନ୍ସ ଆକ୍ଟ ୧୯୨୬ ଓ ଇଣ୍ଡଷ୍ଟ୍ରିଆଲ ଏମ୍ପେ୍ଲାଏମେଂଟ (ଷ୍ଟାଣ୍ଡିଙ୍ଗ ଅର୍ଡରସ) ଆକ୍ଟ ୧୯୪୬ ମିଶାଇ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ କରାଯାଇଛି ।

ସମନ୍ୱିତ ଆଇନ : ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦
ଟ୍ରେଡ ୟୁନିୟନ, ଛଟେଇ, ଶିଳ୍ପଜନିତ ବିବାଦ ସମ୍ବନ୍ଧିତ ଆଇନ ସଂଶୋଧନ ଓ ସଶକ୍ତ କରିବା ଲାଗି ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ହୋଇଛି । ଶ୍ରମିକ ସୁରକ୍ଷା ଓ ଇଜ ଅଫ ଡୁଇଙ୍ଗ ଭିତରେ ତାଳମେଳ ରଖି ଏହି କୋଡ ଶିଳ୍ପଗତ ସାମ୍ୟତା ଲାଗି ଉତପ୍ରେରିତ କରିଥାଏ ।
ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ଲାଗୁ ହେବା ପରେ ନିୟମ ସଂଖ୍ୟା ୧୦୫ରୁ ୫୧କୁ ଖସିଛି । ସେହିପରି ଫର୍ମ ସଂଖ୍ୟା ୩୭ରୁ ୧୮କୁ ଖସିଛି । ରେଜିଷ୍ଟାର ସଂଖ୍ୟା ୩ରୁ ଶୂନ୍ୟକୁ ଖସିଛି ।
ଶ୍ରମିକ, କର୍ମଚାରୀ, ଅର୍ଥନୀତି ଲାଗି ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ଏକ ସାମ୍ୟ ଓ ପ୍ରଗତିଶୀଳ ଫ୍ରେମୱାର୍କ ତିଆରି କରିଥାଏ । ଏହା ଶ୍ରମିକଙ୍କ ସ୍ୱାର୍ଥ ସୁଲଭ । ଉତମ ପ୍ରତିନିଧିତ୍ୱ, ଚାକିରି ସୁରକ୍ଷା, ଶୀଘ୍ରାତିଶୀଘ୍ର ଅଭିଯୋଗ ହ୍ରାସ ପରି ଅନେକ ସୁବିଧା ଏହା ପ୍ରଦାନ କରିଥାଏ । ପୁରୁଷଙ୍କ ସହ ମହିଳାମାନଙ୍କୁ ଏହା ସମାନ ଅଧିକାର ଦେଇଥାଏ । ମୋଟାମୋଟି ଭାବରେ ଏହି କୋଡଟି ବିକାଶ ଲାଗି ଅଭିପ୍ରେତ ।
କମ୍ପ୍ଲିୟାନ୍ସ ସହଜ କରିବାକୁ ଏକକ ସଂଜ୍ଞାକରଣ
ଶ୍ରମିକର ବିସ୍ତାରିତ ସଂଜ୍ଞାକରଣ
ଅଧିକରୁ ଅଧିକ ଶ୍ରମିକ ମୌଳିକ ଶ୍ରମ ଆଇନ ପାଇବାକୁ ଶ୍ରମିକ ସଂଜ୍ଞାକୁ ବିସ୍ତାରିତ କରାଯାଇଛି ।
ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ର ସେକ୍ସନ ୨ (ଜେଡଆର) ଅନୁଯାୟୀ ଶ୍ରମିକ ସଂଜ୍ଞା ଅଧୀନରେ ସେଲ୍ସ ପ୍ରୋମୋସନ କର୍ମଚାରୀ, କାର୍ଯ୍ୟରତ ସାମ୍ବାଦିକ, ମାସିକ ୧୮ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ପରିଚାଳନା କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ଶ୍ରମିକ ସୁଲଭ ଲାଭ
ଶ୍ରମିକମାନଙ୍କର ଶ୍ରମ ଅବଦାନକୁ ଚିହ୍ନି ଯୋଜନା ପ୍ରଣୟନ କରିବା
ବ୍ୟକ୍ତିଗତ ଓ ସାମାଜିକସ୍ତରରେ ଆର୍ଥିକ ସ୍ତରରେ ଉନ୍ନତି
ଆୟରେ ଅସମାନତା ଦୂରୀକରଣ
ସ୍ୱାସ୍ଥ୍ୟଗତ ଓ ଦେହ ଖରାପ ଛୁଟି ନେଇ ସୁବିଧା ପ୍ରଦାନ
ଶିଳ୍ପର ବିସ୍ତାରିତ ସଂଜ୍ଞାକରଣ
ପୁଞ୍ଜି ନିବେଶ କରାଯାଇଥାଉ କିମ୍ବା ଲାଭ ଆଶା ରଖାଯାଇଥାଉ ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ର ସେକ୍ସନ ୨ (ପି) ଅନୁସାରେ ନିଯୁକ୍ତିଦାତା ଓ ଶ୍ରମିକମାନଙ୍କ ଭିତରେ ଗଢିଉଠିଥିବା କୌଣସି ଶୃଙ୍ଖଳାବଦ୍ଧ କାର୍ଯ୍ୟକଳାପ ଏହି ସଂଜ୍ଞା ଅଧୀନରେ ଆସିବ ।
ଶ୍ରମିକ ସୁଲଭ ଲାଭ
ଲାଭ ଦେଉନଥିବା ସଂସ୍ଥା କିମ୍ବା ପୁଞ୍ଜି ବିନିଯୋଗ ହୋଇନଥିବା ସଂସ୍ଥାର କର୍ମଚାରୀଙ୍କୁ ଶ୍ରମ ଆଇନର ପରିସରଭୁକ୍ତ କରିବା
ମଧ୍ୟସ୍ଥତା କରୁଥିବା ଅଧିକାରୀ କିମ୍ବା ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ମାଧ୍ୟମରେ ବିବାଦର ସମାଧାନ
ଅଧିକରୁ ଅଧିକ ଶ୍ରମିକଙ୍କୁ ସାମୂହିକ ବାର୍ଗେନିଂ ଅଧିକାର
ନୂଆ ସେକ୍ଟରରେ ସର୍ଭିସ ସ୍ଥିତାବସ୍ଥାରେ ପରିବର୍ତନ, ଛଟେଇ କ୍ଷତିପୂରଣ, ଅଭିଯୋଗ ପ୍ରତ୍ୟାହାର ପ୍ରଣାଳୀ ପରି ବିଭିନ୍ନ କାମରେ ଶ୍ରମିକମାନଙ୍କୁ ସୁବିଧା ପ୍ରଦାନ
ପାରିଶ୍ରମିକର ବିସ୍ତାରିତ ସଂଜ୍ଞାକରଣ
ସମସ୍ତ ଶ୍ରମ କୋଡ ପାଇଁ ଏକକ ସ୍ଥାୟୀ ସଂଜ୍ଞାକରଣ । ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ଅନୁସାରେ ଗ୍ରାଚୁଇଟି, ଛଟେଇ କ୍ଷତିପୂରଣ, ସାମାଜିକ ସୁରକ୍ଷା ଅବଦାନ ଲାଗି ୫୦ ପ୍ରତିଶତ ସିଲିଂ । ପୂର୍ବ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଅପସାରଣ କରି ସାମାଜିକ ମଙ୍ଗଳ ବିଧାନ ଲାଗି ଶ୍ରମିକମାନଙ୍କୁ ଆଇନତଃ ସୁରକ୍ଷା ପ୍ରଦାନ ।
ଶ୍ରମିକ ସୁଲଭ ଲାଭ
ସମସ୍ତ ଶ୍ରମ କୋଡ ଲାଗି ପାରିଶ୍ରମିକ ବା ମଜୁରୀର ଏକକ ସଂଜ୍ଞାକରଣ
ସାମାଜିକ ସୁରକ୍ଷା ଲାଭ ବୃଦ୍ଧି
ଛଟେଇ କ୍ଷତିପୂରଣ ସୁନିଶ୍ଚିତ କରିବା
ପାରିଶ୍ରମିକ ହେରଫେରକୁ ପ୍ରତିହତ କରିବା
ସ୍ୱଚ୍ଛତା ବଜାୟ ରଖି ମଜୁରୀ ସଂକ୍ରାନ୍ତୀୟ ବିବାଦ ହ୍ରାସ
ଟ୍ରେଡ ୟୁନିୟନଗୁଡିକୁ ସ୍ୱୀକୃତି
ଆନୁଷ୍ଠାନିକ ସ୍ୱୀକୃତିରୁ ବଂଚିତ ଟ୍ରେଡ ୟୁନିୟନଗୁଡିକୁ ଆଇନଗତ ସ୍ୱୀକୃତି । ସାମୂହିକ ବାର୍ଗେନିଂ ଓ ବିବାଦ ଅପସାରଣ କ୍ଷେତ୍ରରେ ଶ୍ରମିକମାନଙ୍କୁ ପ୍ରତିନିଧିତ୍ୱ କରିବାର ଅଧିକାର ରଖିଥିବା ୫୧ ପ୍ରତିଶତ ସଦସ୍ୟ ରହିଥିବା କୌଣସି ୟୁନିୟନ ନେଗୋସିଏଟିଙ୍ଗ ୟୁନିୟନ ଭାବେ ପରିଚିତ । ଏହା ନହେଲେ ୨୦ ପ୍ରତିଶତ ସଦସ୍ୟଙ୍କୁ ନେଇ ସବୁ ଟ୍ରେଡ ୟୁନିୟନର ସଦସ୍ୟଙ୍କୁ ନେଇ ନେଗୋସିଏଟିଂ କାଉନସିଲ ଗଠନ କରାଯାଇପାରିବ ।
ଶ୍ରମିକ ସୁଲଭ ଲାଭ
ଆନୁଷ୍ଠାନିକ ଭାବେ ଶ୍ରମିକମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ୟୁନିୟନଗୁଡିକୁ ସ୍ୱୀକୃତି ।
ମଜୁରୀ ବା ପାରିଶ୍ରମିକ, ଚାକିରିର ସ୍ଥିତାବସ୍ଥା, କାର୍ଯ୍ୟ କ୍ଷେତ୍ରର ପଲିସି ନେଇ ଶ୍ରମିକମାନଙ୍କ ସାମୂହିକ ବାର୍ଗେନିଂ ଅଧିକାର ।
ନିଯୁକ୍ତିଦାତାଙ୍କ ଅନଧିକାର ପ୍ରବେଶ ଦାଉରୁ ସ୍ୱୀକୃତି ପ୍ରାପ୍ତ ୟୁନିୟନକୁ ସୁରକ୍ଷା ।
ଆଭ୍ୟନ୍ତରୀଣ ବିବାଦ ସମାଧାନ କମିଟିରେ ଶ୍ରମ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ।
ଆଲୋଚନା ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ।
ଅଣସ୍ୱୀକୃତ କାର୍ଯ୍ୟକଳାପକୁ ପ୍ରତିହତ କରି ଚାକିରି ସୁରକ୍ଷା ବୃଦ୍ଧି ।
ବିକାଶ ସୁଲଭ ଲାଭ
ଆଲୋଚନା କରୁଥିବା ୟୁନିୟନକୁ ଆଇନଗତ ସହାୟତା ।
ନିଯୁକ୍ତିଦାତା ସହ ଯୋଗାଯୋଗ କରିବାର ଏକକ ସର୍ବାଦୃତ ୟୁନିୟନ ବା କାଉନସିଲ ।
ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି ନେଇ ଉପକ୍ରମ
ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି ବା ଚାକିରିରେ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଭିତରେ ବୁଝାମଣା ହୋଇ ଲିଖିତ ଚୁକ୍ତି ସ୍ୱାକ୍ଷରିତ ହୋଇଥାଏ । ସ୍ଥାୟୀ କର୍ମଚାରୀଙ୍କ ପରି ଏହି ଅବିଧିଯୁକ୍ତ କର୍ମଚାରୀମାନେ କାର୍ଯ୍ୟ କରିବା ସମୟ, ମଜୁରୀ, ଭତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାର ସହଭାଗୀ ହୋଇଥାନ୍ତି ।
ଏହି ନିୟମ ବା ପ୍ରୋଭିଜନ ମାଧ୍ୟମରେ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଭିତରେ ଅଧିକ ଅବଧି ହ୍ରାସ କରେଇବା ସହ ନିଯୁକ୍ତିଦାତାଙ୍କୁ ଅର୍ଥଶ୍ରାଦ୍ଧରୁ ରକ୍ଷା କରେ ।
ଶ୍ରମିକ ସୁଲଭ ଲାଭ
ସ୍ଥାୟୀ କର୍ମଚାରୀଙ୍କ ପରି ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି (ଏଫଟିଇ) ନିରାପଦ ଓ ସ୍ୱାସ୍ଥ୍ୟପ୍ରଦ ବାତାବରଣ ଯୋଗାଇବ ।
ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି (ଏଫଟିଇ) ପ୍ରାପ୍ତ ବ୍ୟକ୍ତି ସ୍ଥାୟୀ କର୍ମଚାରୀଙ୍କ ପରି ସବୁ ସୁବିଧା ପାଇବେ ।
ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି (ଏଫଟିଇ) ପ୍ରାପ୍ତ ବ୍ୟକ୍ତି ବର୍ଷ ଚାକିରି ପରେ ଗ୍ରାଚ୍ୟୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
ନିଯୁକ୍ତି ସୁଲଭ ଲାଭ
ସିଜନାଲ କିମ୍ବା ପ୍ରକଳ୍ପ ଆଧାରିତ କାମର ସେକ୍ଟରରେ ଏହା ନମନୀୟ ହାଏରିଂକୁ ପ୍ରୋତ୍ସାହିତ କରିଥାଏ । ଏହି ନିୟମ ଦ୍ୱାରା ଅତ୍ୟଧିକ ଚୁକ୍ତିବଦ୍ଧତା ହ୍ରାସ ହେବା ସହ ନିଯୁକ୍ତିଦାତାଙ୍କୁ ଖର୍ଚ୍ଚ ସାକ୍ଷେପ କରିଥାଏ ।
ବିକାଶ ସୁଲଭ ଲାଭ
ସମସ୍ତ ସଂସ୍ଥା ଲାଗି ସମାନ ଆବେଦନ
କାର୍ଯ୍ୟକାଳ, କାର୍ଯ୍ୟ ଅବଧି, କାମର ଆକାର ନେଇ କୌଣସି ପ୍ରତିବନ୍ଧକ ନାହିଁ ।
ସମସ୍ତ ପ୍ରକାର କାମ ପାଇଁ ନିର୍ଦ୍ଦିଷ୍ଟ ଅବଧିଯୁକ୍ତ ନିଯୁକ୍ତି (ଏଫଟିଇ) ପ୍ରାପ୍ତ ବ୍ୟକ୍ତିଙ୍କୁ ଭଡାରେ ନେବା ଲାଗି ନିଯୁକ୍ତିଦାତାଙ୍କୁ ସ୍ୱାଧୀନତା ।
ଧର୍ମଘଟର ସଂଶୋଧିତ ସଂଜ୍ଞା
ଫ୍ଲାସ ଧର୍ମଘଟକୁ ବିରୋଧ କରିବା ସହ ଶିଳ୍ପଗତ ସାମ୍ୟତା ବଜାୟ ରଖିବା ପାଇଁ ଧର୍ମଘଟର ସଂଜ୍ଞାକୁ ବଦଳାଯାଇଛି । ନିର୍ଦ୍ଦିଷ୍ଟ ଦିନ ପାଇଁ ସଂସ୍ଥାର ୫୦ ପ୍ରତିଶତ ଉପସ୍ଥାନର ଲୋକ ଛୁଟି ନେଲେ ତାକୁ କାଜୁଆଲ ମାସ ଲିଭ ବୋଲି ଆଖ୍ୟାୟିତ କରାଯିବ ।
ବିକାଶ ସୁଲଭ ଲାଭ
ଇଜ ଅଫ ଡୁଇଙ୍ଗ ଲାଗି ପଥ ପରିଷ୍କାର
ଆଇନଗତ ଖସଡାରେ ଏହା ଶ୍ରମିକମାନଙ୍କ ଅଧିକାରକୁ ସୁରକ୍ଷା ଦିଏ
ବିକ୍ଷିପ୍ତ ବିଦ୍ରୋହ ପରିବର୍ତେ ବୁଝାମଣା ଲାଗି ଉତ୍ସାହିତ କରେ ।
ସରଳୀକୃତ ଅଭିଯୋଗ ହ୍ରାସ ପ୍ରଣାଳୀ
ଅପରାଧୀକରଣମୁକ୍ତ ଓ ତଣ୍ଡ ବିଧାନ
ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ର ଦ୍ୱାଦଶ ଅନୁଚ୍ଛେଦ ଅନୁସାରେ ଛୋଟ ଛୋଟ ଅପରାଧ କରି ଦଣ୍ଡିତ ହେଉଥିବା ନିୟମରେ କୋହଳ କରାଯାଇଛି । ପ୍ରଥମ କରି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଜରିମାନା ଦେବାକୁ ଏବେ ନିୟମ ପରିବର୍ତିତ ହୋଇଛି ।
ବିକାଶ ସୁଲଭ ଲାଭ
ଫାଇନ ଭିତରେ ସୀମିତ ଦଣ୍ଡର ଅପରାଧୀକୁ ସର୍ବାଧିକ ଫାଇନର ୫୦ ପ୍ରତିଶତ ଦିଆଯିବ ।
ଜରିମାନା ସହ ବର୍ଷକ ପାଇଁ ସଶ୍ରମ କାରାବାସରେ ଦଣ୍ଡିତ ବ୍ୟକ୍ତିଙ୍କୁ ସର୍ବାଧିକ ଜରିମାନାର ୭୫ ପ୍ରତିଶତ ଦିଆଯିବ ।
ଯଦି କୌଣସି ଅପରାଧ ସୃଷ୍ଟି ହୁଏ, ତେବେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା ହୋଇପାରିବନି ।
ଶ୍ରମିକ ସୁଲଭ ଲାଭ
ଶ୍ରମିକ ଓ ନିଯୁକ୍ତିଦାତାଙ୍କ ଲାଗି ଆଇନଗତ ଜଟିଳତା ହ୍ରାସ
ବିବାଦ ଶୀଘ୍ର ସମାଧାନର ପ୍ରୋତ୍ସାହନ
କର୍ତବ୍ୟ ହେଳା ଚାକିରିକୁ ବିପଦରେ ପକାଏ ନାହିଁ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି କର୍ମଚାରୀଙ୍କୁ ପ୍ରୋତ୍ସାହିତ କରେନି ।
ଶ୍ରମ ଆଇନକୁ ସୁରକ୍ଷା ଦେଇ କର୍ମଚାରୀ ସୁଲଭ ପ୍ରତିକୂଳ ବାତାବରଣ ସୃଷ୍ଟି କରିବା ।
ବିକାଶ ସୁଲଭ ଲାଭ
ଜେଲଦଣ୍ଡରୁ ଜରିମାନାକୁ ପରିବର୍ତନ ।
ନିଯୁକ୍ତିଦାତାଙ୍କ ଲାଗି କମ୍ପ୍ଲାଏନ୍ସ କରିବା ଲାଗି ସହଜ କରିବା ।
ପେନାଲ୍ଟି ଅଣଅପରାଧିକ ହେଲେ ନିଯୁକ୍ତିଦାତାମାନେ କମ୍ପ୍ଲାଏ କରିବେ ।
ନିଯୁକ୍ତିଦାତାର ସମୟ ଓ ରିସୋର୍ସେସକୁ ସୁରକ୍ଷିତ ରଖି କୋର୍ଟ ଟ୍ରାଏଲକୁ ଅଣଦେଖା ।
ଅପରାଧିକ ପ୍ରୋସିଡିଙ୍ଗସର ଭୟ ହ୍ରାସ କରେ ।
ଶୃଙ୍ଖଳିତ ବିବାଦ ଅପସାରଣ ମେକାନିଜିମ
ବିବାଦଗୁଡିକର ସମାଧାନ କରିବା ଲାଗି ନିର୍ଦ୍ଦିଷ୍ଟ ସମୟ ଭିତରେ ଫଇସଲା କରିବା ଆରମ୍ଭ କରାଯାଇଛି । ଇଣ୍ଡିଷ୍ଟ୍ରିଆଲ ଟ୍ରିବ୍ୟୁନାଲରେ ଏଣିକି ଦୁଇ ଜଣିଆ (ଆଇନଗତ ଓ ପ୍ରଶାସନିକ) ସଦସ୍ୟ ରହିବେ । ଅନ୍ୟ ଟ୍ରିବ୍ୟୁନାଲ ପରି ଏହାର ମେକାନିଜିମ ଉଦ୍ଦିଷ୍ଟ ଓ ସଦସ୍ୟମାନଙ୍କର ଅନୁଭୂତିକୁ ଏହା ବଢାଇଥାଏ । ଶ୍ରମ ବିବାଦ ଶୀଘ୍ର ସମାଧାନ କରିବାରେ ଦୁଇ ଜଣିଆ ଇଣ୍ଡିଷ୍ଟ୍ରିଆଲ ଟ୍ରିବ୍ୟୁନାଲ ସହଯୋଗ କରିଥାଏ । ବିବାଦ ସମାଧାନ କରିବା କ୍ଷେତ୍ରରେ ଏହା ଏକ ଏକକ, ଦ୍ରୁତ, ସୁଦକ୍ଷ ସିଷ୍ଟମ ।
ଟ୍ରିବ୍ୟୁନାଲ ଯିବା ପାଇଁ ପ୍ରତ୍ୟକ୍ଷ ମେକାନିଜିମ
ନବେ ଦିନ ଭିତରେ ବିବାଦ ସମାଧାନକାରୀ ଅଧିକାରୀଙ୍କ ଦ୍ୱାରା ସମାଧାନ ହୋଇନଥିବା ମାମଲା ପାଇଁ ପାର୍ଟି ଟ୍ରିବ୍ୟୁନାଲକୁ ସିଧା ଆବେଦନ କରିପାରିବେ । ବିବାଦଗୁଡିକ ସରକାରୀ ଅଧିକାରୀଙ୍କ ଦ୍ୱାରା ସମୟ ସାପେକ୍ଷ ଡିସକ୍ରିସନାରୀ ରେଫରେନ୍ସ ଦରକାର କରେ ନାହିଁ । ଶିଳ୍ପଜନିତ ବିବାଦର ସମାଧାନ କରିବା ଲାଗି ଏହା ସମୟ କମାଇଥାଏ ।
ଧର୍ମଘଟ ରେଗୁଲେସନ
ବିବାଦର ଶୀଘ୍ର ସମାଧାନ, ଦ୍ୱନ୍ଦ୍ୱ ଅପସାରଣ, କାମ ହଠାତ ବନ୍ଦ ହେବାକୁ ଏଡାଇବା ପାଇଁ ଏହା ଉଦ୍ଦିଷ୍ଟ । ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ଅନୁସାରେ କୌଣସି ଧର୍ମଘଟର ୧୪ ଦିନ ପୂର୍ବରୁ ସଂସ୍ଥାକୁ ଅବଗତ କରାଇବା ଦରକାର । ଟ୍ରିବ୍ୟୁନାଲ ପ୍ରୋସିଡିଙ୍ଗସ ବେଳେ ଧର୍ମଘଟକୁ ବାରଣ କରାଯାଇଛି ।
ବିକାଶ ସୁଲଭ ଲାଭ
୧୪ ଦିନ ପୂର୍ବରୁ ଅନୁମତି ନେବାକୁ ଥିବାରୁ ଏହା ହଠାତ ଧର୍ମଘଟକୁ ପ୍ରତିହତ କରେ ।
ବିବାଦ ବଢିବା ପୂର୍ବରୁ ଅପୋଷ ସମାଧାନ ଲାଗି ଏହା ବାଟ କଢାଏ ।
କାମ ହଠାତ ବନ୍ଦ ହେବା କାରଣରୁ ଉଭୟ ଶ୍ରମିକ ଓ ନିଯୁକ୍ତିଦାତାଙ୍କୁ ଏହା ଆର୍ଥିକ କ୍ଷତିରୁ ବଂଚାଇଥାଏ ।
ଧର୍ମଘଟକୁ ଭୁଲ ବାଟରେ ନେବାକୁ ଏହା ବାରଣ କରିଥାଏ ।
ଉଭୟ ଶ୍ରମିକ ଓ ନିଯୁକ୍ତିଦାତାମାନଙ୍କର ଅଧିକାରର ସମତୁଲତାକୁ ଏହା ରକ୍ଷା କରେ ।
ସରକାରୀ ଦାୟିତ୍ୱବୋଧତାକୁ ଏହା ସୁଦୃଢ କରେ ।
ନିଯୁକ୍ତି ସୁଲଭ ଲାଭ
ଅପରେସନକୁ ବିସ୍ତାରିତ କରିବା ସହ ଅଧିକ ଶ୍ରମିକ ବ୍ୟବହାର କରିବା ଲାଗି ଏହା ନିଯୁକ୍ତିଦାତାଙ୍କ ମନରେ ବିଶ୍ୱାସ ଉତ୍ପନ୍ନ କରେ ।
ଛଟେଇ ପ୍ରକ୍ରିୟା ପାଇଁ ନିୟମ
ଶ୍ରମିକମାନଙ୍କୁ ପୁନଃ ଦକ୍ଷ କରିବା ଫଣ୍ଡ
ଛଟେଇର ୪୫ ଦିନ ଭିତରେ ନିଯୁକ୍ତିଦାତା କର୍ମଚାରୀଙ୍କ ୧୫ ଦିନର ଦରମା ଦେବାର ବ୍ୟବସ୍ଥା ରହିଛି ।
ଶ୍ରମିକ ସୁଲଭ ଲାଭ
ସ୍ୱଳ୍ପ ମିଆଦି ରିଲିଫ ପ୍ରଦାନ କରିଥାଏ ।
ଆବଶ୍ୟକତା ଅନୁସାରେ ଶ୍ରମିକମାନଙ୍କୁ ଦକ୍ଷତା ବୃଦ୍ଧି ଲାଗି ସୁଯୋଗ ଦେଇଥାଏ ।
ଛଟେଇ କର୍ମଚାରୀଙ୍କୁ ନୂଆ ନିଯୁକ୍ତି ସୁନିଶ୍ଚିତ କରିବା ଲାଗି ସୁଯୋଗ ଦେଇଥାଏ ।
ଶ୍ରମିକଙ୍କ ସୁରକ୍ଷାକୁ ଏହା ବିସ୍ତାରିତ କରିଥାଏ ।
ଛଟେଇ କିମ୍ବା ବନ୍ଦ ଲାଗି ବର୍ଦ୍ଧିତ ଥ୍ରେସହୋଲ୍ଡ
ଏହି କୋଡ ଅନୁସାରେ ୩୦୦ କିମ୍ବା ତଦୁର୍ଦ୍ଧ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିବା ଶିଳ୍ପ ବନ୍ଦ କରିବା କିମ୍ବା ଶ୍ରମିକ ଛଟେଇ କରିବା ଲାଗି ସରକାରଙ୍କଠାରୁ ଅନୁମତି ନେବା ଆବଶ୍ୟକ । ରାଜ୍ୟଗୁଡିକୁ ସମୟ ସୀମା ବଢାଇବାକୁ ସୁଯୋଗ ଦେଇ ଏହି ଥ୍ରେସହୋଲ୍ଡ ଏବେ ୧୦୦ରୁ ୩୦୦କୁ ବୃଦ୍ଧି ପାଇଛି ।
ବିକାଶ ସୁଲଭ ଲାଭ
ପ୍ରୋସିଡୁରାଲ ବାଧାବିଘ୍ନକୁ ଏହା ପ୍ରତିହତ କରେ । ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା ଓ ଶିଳ୍ପ ସମ୍ପ୍ରସାରଣ କରିବା ଲାଗି ଆବଶ୍ୟକୀୟ କମ୍ପ୍ଲାଏନ୍ସକୁ ଏହା ସହଜ କରେ ।
ସରକାରୀ ଅନୁମୋଦନକୁ ଅପେକ୍ଷା ନକରି ନିଯୁକ୍ତିଦାତାଙ୍କ ଦ୍ୱାରା ଅର୍ଥନୈତିକ ସ୍ଥିତିକୁ ଗ୍ରହଣ ।
କ୍ଷୁଦ୍ର ଓ ମଧ୍ୟମବର୍ଗ ଏଂଟରପ୍ରାଇଜଗୁଡିକୁ ଅପରେସନାଲ ସ୍ୱାଧୀନତା ପ୍ରଦାନ ।
ଛୋଟ ଶିଳ୍ପଗୁଡିକର ସ୍ଥାୟିତ୍ୱ ଲାଗି ସୁବିଧାଜନକ କମ୍ପ୍ଲିୟାନ୍ସ ।
ନିଯୁକ୍ତି ସୁଲଭ ଲାଭ
ନିଯୁକ୍ତିର ସାଧାରଣ ପ୍ରକ୍ରିୟାକୁ ଏହା ଉତ୍ସାହିତ କରେ ।
ୱାର୍କଫୋର୍ସ ପରିଚାଳନାକୁ ଏହା ନମନୀୟ କରେ ।
କର୍ମ କ୍ଷେତ୍ରରେ ଲିଙ୍ଗଗତ ସାମନତାକୁ ପ୍ରାଧାନ୍ୟ
ଅଭିଯୋଗ ପ୍ରତ୍ୟାହାର କମିଟିରେ ମହିଳାମାନଙ୍କୁ ଅଗ୍ରାଧିକାର
ଅଭିଯୋଗ ପ୍ରତ୍ୟାହାର କମିଟିରେ ଅଧିକରୁ ଅଧିକ ମହିଳାମାନଙ୍କୁ ଅଗ୍ରାଧିକାର । କାର୍ଯ୍ୟ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ।
ମହିଳା ସୁଲଭ ଲାଭ
କାର୍ଯ୍ୟ କ୍ଷେତ୍ରରେ ବିବାଦ ଅପସାରଣ ଲାଗି ମହିଳା ଶ୍ରମିକମାନଙ୍କର ସ୍ୱଚ୍ଛ ପ୍ରତିନିଧିତ୍ୱ ।
ସମ୍ବେଦନଶୀଳ ଓ ବ୍ୟାପକ ଭାବରେ ଏହା ମହିଳାମାନଙ୍କ ସମ୍ପର୍କିତ ବିବାଦକୁ ସମାଧାନ କରିଥାଏ ।
ପୁରୁଷମାନଙ୍କ ତୁଳନାରେ ମହିଳାମାନେ ନିଜ ପ୍ରସଙ୍ଗ ଉତଥାପନ କରିବା ଲାଗି ଅଧିକ ନିରାପଦ ମଣିଥାନ୍ତି ।
କାର୍ଯ୍ୟ କ୍ଷେତ୍ରରେ ନିର୍ଯାତନା, ପ୍ରସବଜନିତ ଅଧିକାର ଓ ସୁରକ୍ଷା ସମ୍ପର୍କିତ ମାମଲାର ସୁପରିଚାଳନା ।
ସମତୁଲ ପ୍ରତିନିଧିତ୍ୱ ବିବାଦର ଅପସାରଣ ସହ ସ୍ୱଚ୍ଛତାର ବାର୍ତା ଦେଇଥାଏ ।
ଘରେ ବସି କାମ କରିବାର ନିୟମ
କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଭିତରେ ହୋଇଥିବା ଚୁକ୍ତି ଅନୁସାରେ ଘରେ ବସି କାମ କରିବାର ଅନୁମତି ମିଳିଥାଏ । ନମନୀୟତାକୁ ଏହା ପ୍ରୋତ୍ସାହିତ କରିବା ସହ ବିଶେଷକରି ମହିଳାମାନଙ୍କୁ ଏହା ସହାୟକ ହୋଇଥାଏ ।
ଅନ୍ୟାନ୍ୟ ବିକାଶ ସୁଲଭ ନିୟମ
ଷ୍ଟାଣ୍ଡିଙ୍ଗ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ଥ୍ରେସହୋଲ୍ଡ
କମ୍ପ୍ଲିୟାନ୍ସ ଭାର କମାଇବା ଲାଗି ୩୦୦ କିମ୍ବା ତଦୁର୍ଦ୍ଧ୍ୱ ଶ୍ରମିକ କାମ କରୁଥିବା ସଂସ୍ଥା ଲାଗି ଗତ ୧୨ ମାସ ଭିତରେ ଯେ କୌଣସି ଦିନର ଷ୍ଟାଣ୍ଡିଙ୍ଗ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ।
ବିକାଶ ସୁଲଭ ଲାଭ
କୌଣସି କଠିନ ଫର୍ମାଲିଟି ବିନା ଛୋଟ ଶିଳ୍ପଗୁଡିକ ୱାର୍କଫୋର୍ସ ନିୟମକୁ ପରିଚାଳନା କରିପାରିବେ ।
ଛୋଟ ଶିଳ୍ପରେ ଅନାବଶ୍ୟକ ବିବାଦ ହ୍ରାସ ଲାଗି ସ୍ୱଚ୍ଛ ଥ୍ରେସହୋଲ୍ଡ ।
ଷ୍ଟାଣ୍ଡିଙ୍ଗ ନିର୍ଦ୍ଦେଶ ଅଧୀନରେ ନରହି ସର୍ଭିସ କଣ୍ଡିସନ ନେଇ ଶ୍ରମିକ ଓ ନିଯୁକ୍ତିଦାତା ଭିତରେ ପାରସ୍ପରିକ ବୁଝାମଣା ।
କାର୍ଯ୍ୟ କରିବା ସମୟ, ଛୁଟି, କାର୍ଯ୍ୟ ଭୂମିକା ନେଇ ଛୋଟ ଛୋଟ ୟୁନିଟର ଶ୍ରମିକମାନେ ଅଧିକ ସ୍ୱାଧୀନତା ପାଇ ପାରିବେ ।
ଛୋଟ ଓ ମଧ୍ୟମ ଶିଳ୍ପଗୁଡିକରେ ସିଧା କଥାବାର୍ତାରେ ନିଷ୍ପତି ପାଇଁ ଶ୍ରମିକମାନଙ୍କ ପାଖରେ ବ୍ୟକ୍ତିଗତ କହିବାର ଅଧିକାର ରହିଥାଏ ।
ଭୂମିକାରେ ପରିବର୍ତନ କିମ୍ବା କାର୍ଯ୍ୟକାଳ ବୁଝାମଣା କ୍ଷେତ୍ରରେ ଶ୍ରମିକମାନଙ୍କ ଲାଗି ଏହା ନମନୀୟ ହୋଇଥାଏ ।
ଡିଜିଟାଲ ସିଷ୍ଟମ
ଇଲେକ୍ଟ୍ରୋନିକ ରେକର୍ଡିଂ, ପଞ୍ଜିକରଣ, ଯୋଗାଯୋଗକୁ ଏହି କୋଡ କାର୍ଯ୍ୟକ୍ଷମ କରାଇଥାଏ । ସ୍ୱଚ୍ଛତାକୁ ବଜାୟ ରଖି ଡିଜିଟାଲ ଫାଇଲିଂ ଓ ରେକର୍ଡସ ଦୁର୍ନୀତି ହ୍ରାସ କରିଥାଏ । ଶୀଘ୍ର ପଞ୍ଜିକରଣ, ରିଟର୍ଣ୍ଣ, କମ୍ପ୍ଲିୟାନ୍ସ ପଇଠ ପରି ବିଭିନ୍ନ କାମ ଲାଗି ଦକ୍ଷତା ବୃଦ୍ଧି ହୁଏ । ପେପର କାମ କମାଇବା ସହ ପ୍ରଶାସନିକ ଖର୍ଚ୍ଚ ଏହା କମାଇଥାଏ ।
ଉପସଂହାର
କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଭିତରେ ଦୂରତା କମାଇବା ସହ କମ୍ପ୍ଲିୟାନ୍ସ ନିୟମରେ କୋହଳ କରି ଇଣ୍ଡିଷ୍ଟ୍ରିଆଲ ରିଲେସନ୍ସ କୋଡ ୨୦୨୦ ଶ୍ରମ ଆଇନକୁ ପ୍ରଗତିଶୀଳ କରାଇଛି । ସାମୂହିକ ବାର୍ଗେନିଂ, ବିବାଦ ଅପସାରଣ, ଚାକିରି ସ୍ଥାୟିତ୍ୱ ପରି ବିଭିନ୍ନ କ୍ଷେତ୍ରକୁ ଏହି କୋଡ ବଳିଷ୍ଠ ବା ସୁଦୃଢ କରିଥାଏ । ଶ୍ରମିକମାନଙ୍କୁ ଏହି କୋଡ ସଶକ୍ତ କରିଥାଏ । ଶିଳ୍ପଗତ ଶାନ୍ତି ପ୍ରତିଷ୍ଠା ସହ ଉତ୍ପାଦନ ବୃଦ୍ଧି କରିବା ଓ ବିକାଶଶୀଳ ବାତାବରଣ ସୃଷ୍ଟି କରିବାରେ ଏହା ସହାୟକ ହୋଇଥାଏ ।
PBD
(तथ्य सामग्री आईडी: 150493)
आगंतुक पटल : 8
Provide suggestions / comments