• Skip to Content
  • Sitemap
  • Advance Search
Economy

ପଶ୍‌ମିନାରୁ ଖୁବାନି ପର୍ଯ୍ୟନ୍ତ:ଲଦାଖର ଅର୍ଥନୀତିକୁ ସୁଦୃଢ଼ କରିବ ଜିଏସ୍‌ଟି ସଂସ୍କାର

Posted On: 22 OCT 2025 10:02 AM

  

ପ୍ରମୁଖ ବିନ୍ଦୁ

  • ପଶ୍‌ମିନା, ନମଦା ଗାଲିଚା ଓ କାଠ ଶିଳ୍ପ ଉପରେ ୫ ପ୍ରତିଶତ ଜିଏସ୍‌ଟି ୧୦, ୦୦୦ ରୁ ଅଧିକ କାରିଗରଙ୍କୁ ସହାୟତା ପ୍ରଦାନ କରିବ
  • ଜିଏସ୍‌ଟି କମିବା ଦ୍ୱାରା ଡାଏରୀ ଓ ଜୈବିକ କୃଷିରୁ ଅଧିକ ଆୟ ହେବ, ପ୍ରତିଯୋଗିତା ବଢ଼ିବ। ଖୁବାନି ଚାଷ କରୁଥିବା ୬୦୦୦ରୁ ଅଧିକ ପରିବାର ଉପକୃତ ହେବେ
  • ହୋଟେଲ ଭଡ଼ା ୭୫୦୦ ଟଙ୍କା ବା ତାଠାରୁ କମ୍ ହେଲେ ସେଥିରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବା ଦ୍ୱାରା ଭ୍ରମଣ ଆହୁରି ଶସ୍ତା ହେବ ଓ ଏହା ୨୫୦୦୦ ରୁ ଅଧିକ ଲୋକଙ୍କ ରୋଜଗାରକୁ ବଜାୟ ରଖିବ।
  • ଜିଏସ୍‌ଟି ହ୍ରାସ ୟାକ୍ ଡାଏରି, ଉଲ୍‌ ଉତ୍ପାଦନକାରୀ ଓ ଜୈବିକ କୃଷିକୁ ସହାୟତା ପ୍ରଦାନ କରିବ। ଏହା ଲଦାଖରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ।  

ଉପକ୍ରମ

 

ଲଦାଖର ଅର୍ଥନୀତି ଗଭୀର ଭାବେ ଏହାର ଅସାଧାରଣ ଭୂଗୋଳ, ସଂସ୍କୃତି ଓ କାରିଗରୀ କୌଶଳ ଉପରେ ଆଧାରିତ । ଏଠାରେ ପାରମ୍ପରିକ ଜୀବିକା ନୂଆ କରି ଉତଥାନ ହେଉଥିବା ପରିବେଶ ଅନୁକୂଳ ଉଦ୍ୟୋଗ ସହିତ ଜଡ଼ିତ। ଉତ୍ତମ ମାନର ପଶ୍‌ମିନା ଶାଲ୍‌ ଓ ଖୁବାନୀ ବଗିଚାଠୁ ଆରମ୍ଭ କରି ଜଟିଳ ଥଙ୍ଗକା ପେଣ୍ଟିଂ ଓ ନିରନ୍ତର ପର୍ଯ୍ୟଟନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ ଏହି ଅଞ୍ଚଳର ଦକ୍ଷ କାରିଗରୀ କୌଶଳ ଓ ପରମ୍ପରା।

କିଛି ଦିନ ତଳେ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ସେବା ଉପରେ ହୋଇଥିବା ଜିଏସ୍‌ଟି ହ୍ରାସ ଯୋଗୁଁ ଲଦାଖର ସମୃଦ୍ଧ ଅର୍ଥନୀତି ଆହୁରି ମଜଭୁତ ହେବ, କାରିଗରମାନେ, ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ସହିତ ଏହି ସବୁ ସଂସ୍କାର ରୋଜଗାର ସୃଷ୍ଟି କରିବାରେ, ସଂସ୍କୃତିକୁ ସଂରକ୍ଷଣ କରିବାରେ ଓ ଲଦାଖର ଅର୍ଥନୀତିର ନିରନ୍ତର ଅଭିବୃଦ୍ଧିରେ ସହାୟତା ପ୍ରଦାନ କରିବ।

ହସ୍ତତନ୍ତ

ପଶ୍‌ମିନା ଉଲ୍ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ

ଲଦାଖର ସବୁଠୁ ମୂଲ୍ୟବାନ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ ହେଉଛି ପଶ୍‌ମିନା ଉଲ୍ ଉତ୍ପାଦନ। ଏହି ପଶ୍‌ମିନା ଉଲ୍ ଉତ୍ପାଦନ ଲେହର ଚଙ୍ଗଥଙ୍ଗ ଅଞ୍ଚଳରେ ହୋଇଥାଏ। ଏଥିରୁ ୧୦, ୦୦୦ରୁ ଅଧିକ ଯାଯାବର ଛେଳି ଚରାଳୀଙ୍କ ରୋଜଗାର ହୋଇଥାଏ। ନିଜର ଉଷ୍ଣତା, କୋମଳତା ଓ ସୁନ୍ଦରତା ପାଇଁ ପଶ୍‌ମିନା ଉଲ୍‌ ବହୁତ ପ୍ରସିଦ୍ଧ। ଦାମୀ ଓ ଉଚ୍ଚ ମାନର ଶାଲ୍‌, ଷ୍ଟୋଲ୍ ଓ ଅନ୍ୟ ବସ୍ତ୍ର ପ୍ରସ୍ତୁତିରେ ଏହି ପଶ୍‌ମିନା ଉଲ୍‌ ବ୍ୟବହୃତ ହୋଇଥାଏ।

ପଶ୍‌ମିନା ଉଲ୍ ଉପରେ ଜିଏସ୍‌ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ବାହାରୁ ଆମଦାନୀ ହେଉଥିବା କିମ୍ୱା ମେସିନ୍‌ରେ ପ୍ରସ୍ତୁତ ହେଉଥିବା ଉଲ୍‌ ଉପେକ୍ଷା ଲଦାଖର ପ୍ରକୃତ ପଶ୍‌ମିନା ଉଲ୍‌ ଆହୁରି ଶସ୍ତା ହେବାର ଆଶା କରାଯାଉଛି। ଏହା ଦ୍ୱାରା ସ୍ଥାନୀୟ ପଶ୍‌ମିନା ଛେଳି ଚରାଳୀ ଓ କାରିଗରଙ୍କ ରୋଜଗାରର ସ୍ଥାୟୀତ୍ୱ ବୃଦ୍ଧି ହେବାର ଆଶା କରାଯାଉଛି ଏବଂ ରପ୍ତାନୀ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ବଢ଼ିଛି। 

ହାତବୁଣା ଉଲ୍‌ ଓ ନମଦା ଗାଲିଚା

ଲେହ ଓ କାରଗିଲର ହାତବୁଣା ଉଲ୍‌ ଓ ନମତା ଗାଲିଚା ଲଦାଖର ଉଲ୍‌ କାରିଗରୀର ସମୃଦ୍ଧ ପରମ୍ପରାକୁ ପ୍ରତିନିଧିତ୍ୱ କରିଥାଏ। ୟାକ୍‌ ଓ ମେଣ୍ଡାମାନଙ୍କର ଲୋମରୁ ପ୍ରସ୍ତୁତ ଉଲ୍‌ରେ ରଙ୍ଗ ଦେଇ ସ୍ୱତନ୍ତ୍ର ପ୍ରକାର ବସ୍ତ୍ର ପ୍ରସ୍ତୁତ କରାଯାଏ।  ଏଥିରେ ଲାଗୁଥିବା ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯିବା ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଓ ଏହି ପାରମ୍ପରିକ ହସ୍ତତନ୍ତ କଳା କୌଶଳର ପୁନରୁତ୍ଥାନରେ ଏହା ସାହାଯ୍ୟ କରିବ। ଉଲ୍ ପ୍ରୋସେସିଂ କରୁଥିବା ଓ ଗାଲିଚା ତିଆରି କରୁଥିବା ସ୍ଥାନୀୟ କାରିଗର ଓ ସମବାୟ ସମିତି ପାଇଁ ଏହା ବହୁତ ଲାଭଦାୟକ ହେବାର ଆଶା କରାଯାଉଛି।

ଉଲ୍‌ରୁ ତିଆରି ହେଉଥିବା ବିଭିନ୍ନ ସାମଗ୍ରୀ

ଲେହ ଓ ଚାଙ୍ଗଥାଙ୍ଗ ଅଞ୍ଚଳରେ ଉଲ୍‌ରୁ ପ୍ରସ୍ତୁତ ହେଉଥବା ସାମଗ୍ରୀ ଯଥା-ଫେଲ୍‌ଟ ଜୋତା, ଟୋପି ଓ ଗ୍ଲୋବ୍‌ସ  ଲଦାଖର ପାରମ୍ପରିକ କଳାକୌଶଳ ସଂସ୍କୃତିକୁ ଉଜାଗର କରିଥାଏ। ସ୍ଥାନୀୟ ଲୋକେ ଏହି ସବୁ ସାମଗ୍ରୀ ବ୍ୟବହାର କରନ୍ତି। ଏହା ସହିତ ଏହି ସ୍ଥାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏସବୁ ସାମଗ୍ରୀ କିଣିବାକୁ ବହୁତ ପସନ୍ଦ କରନ୍ତି। ଏସବୁ ସାମଗ୍ରୀ ଉପରେ ଲାଗୁଥିବା ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯିବା ଦ୍ୱାରା ଉଲ୍‌ ପ୍ରୋସେସିଂ ଓ ଉଲ୍ ସାମଗ୍ରୀ ପ୍ରସ୍ତୁତ କରୁଥିବା କ୍ଷୁଦ୍ର ଓ ଋତୁକାଳୀନ କ୍ଷୁଦ୍ର କୁଟୀର ଶିଳ୍ପକୁ ବହୁତ ସହାୟତା ମିଳିବ। ଏହା ଦ୍ୱାରା କାରିଗରଙ୍କ ଆୟ ବୃଦ୍ଧି ହେବା ସହିତ ଲଦାଖର ଅର୍ଥନୀତି ଆହୁରି ସୁଦୃଢ଼ ହେବାର ଆଶା କରାଯାଉଛି।

ହସ୍ତଶିଳ୍ପ

ପାରମ୍ପରିକ ଲଦାଖୀ ବଢ଼େଇକାମ

ଲେହ ଓ କାରଗିଲର ପାରମ୍ପରିକ ଲଦାଖୀ ବଢ଼େଇ କାମରେ ରହିଛି କାରକାର୍ଯ୍ୟପୂର୍ଣ୍ଣ କାଠଖୋଦେଇ ବେଦୀ, ଝରକାର ଚଉକାଠ ଓ ଅନ୍ୟ ଆସବାବପତ୍ର। ଏସବୁ ସାମଗ୍ରୀ ଉପରେ ଲାଗୁଥିବା ୧୨ ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରି ୫ ପ୍ରତିଶତ କରାଯିବା ଦ୍ୱାରା ଏସବୁ ସାମଗ୍ରୀ ଆହୁରି ଶସ୍ତା ହେବ ଓ ବଜାରରେ ଅଧିକ ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ପାରମ୍ପରିକ କାଠ କାମ କରୁଥିବା ବଢ଼େଇ, ଅବହେଳିତ ହୋଇଥିବା ଏହି ସଂପ୍ରଦାୟର ଲୋକ ଉପକୃତ ହେବେ। ଏହା ସହିତ ଲଦାଖର ସାଂସ୍କୃତିକ ଓ କଳାତ୍ମକ ପରମ୍ପରାକୁ ସଂରକ୍ଷିତ ରଖିବାରେ ପ୍ରୋତ୍ସାହନ ମିଳିବ।   

ଲଦାଖୀ ଥାଙ୍ଗକା ପେଣ୍ଟିଂ

ଲେହ, ଅଲ୍‌ଚି ଓ ହେମିସ୍‌ର ବୌଦ୍ଧ ମଠଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳିଥାଏ ଥାଙ୍ଗକା ପେଣ୍ଟିଂ। ଏହି ପାରମ୍ପରିକ କଳାକୃତିକୁ ଘର ସାଜସଜ୍ଜା ସହିତ ଧ୍ୟାନ କରିବାରେ ମଧ୍ୟରେ ବ୍ୟବହୃତ କରାଯାଏ । ଏହି ଥାଙ୍ଗକା ପେଣ୍ଟିଂ ଉପରେ ଲାଗୁହୋଇଥିବା ଜିଏସ୍‌ଟିକୁ ୧୨ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଏହି ଚିତ୍ରକଳା ଆହୁରି ଅଧିକ ଶସ୍ତା ଓ ସୁଲଭ ହେବାର ଆଶା କରାଯାଉଛି। ଏହା ଦ୍ୱାରା ଲଦାଖର ଏହି ପାରମ୍ପରିକ ସାଂସ୍କୃତିକ କଳାକୁ ସଂରକ୍ଷଣ କରିବା ଦିଗରେ ସହାୟତା ମିଳିବ।     

 

 

ସ୍ଥାନୀୟ ପର୍ଯ୍ୟଟନ ଓ ହୋମ୍‌ଷ୍ଟେ

ଲେହ, ନୁବ୍ରା, ପାଙ୍ଗୋଙ୍ଗ ଓ କାରଗିଲରେ ସ୍ଥାନୀୟ ପର୍ଯ୍ୟଟନ ଓ ହୋମ୍‌ଷ୍ଟେ ଲଦାଖର ସେବା ଅର୍ଥନୀତିକୁ ସହାୟତା ପ୍ରଦାନ କରିଥାଏ। ଏହା ପ୍ରତ୍ୟକ୍ଷ ଭାବେ ୨୫,୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିଛି। ଯେଉଁ ହୋଟେଲରେ ଭଡ଼ା ଗୋଟିଏ ରାତିକୁ ୭୫୦୦ ଟଙ୍କା କିମ୍ୱା ତାଠାରୁ କମ୍, ସେହି ହୋଟେଲ ଉପରେ ଲାଗୁଥିବା ୧୨ ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରି ୫ ପ୍ରତିଶତ କରାଯିବା ଦ୍ୱାରା ଯାତ୍ରା ଓ ହୋଟେଲ ଭଡ଼ା ଆହୁରି ଶସ୍ତା ହେବ। ବିଶେଷ କରି ପର୍ଯ୍ୟଟନ ଋତୁରେ ଏହା ଅଧିକ ଶସ୍ତା ହେବ। ଏହା ଦ୍ୱାରା ଇକୋ ଟୁରିଜମ୍ ଓ ଏଠାକାର ସ୍ଥାନୀୟ ହୋମଷ୍ଟେ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ। 

ଡାଏରୀ ଓ କୃଷିଜାତ ସାମଗ୍ରୀ

ଖୁବାନୀ ଓ ଖୁବାନୀ ପ୍ରସ୍ତୁତ ସାମଗ୍ରୀ

ଲଦାଖ ହେଉଛି ଦେଶର ସବୁଠୁ ବେଶୀ ଖୁବାନୀ ଉତ୍ପାଦକକାରୀ ଅଞ୍ଚଳ । ଲଦାଖର ପ୍ରମୁଖ ଖୁବାନୀ ଉତ୍ପାଦନକାରୀ ସ୍ଥାନଗୁଡ଼ିକ ହେଲା କାରଗିଲ, ଲେହ ଓ ନୁବ୍ରା ଘାଟି। ଖୁବାନୀ ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯିବା ଦ୍ୱାରା ଖୁବାନୀ ଚାଷ କରୁଥିବା ଓ ଖୁବାନୀ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ୬୦୦୦ ଚାଷୀ ପରିବାର ଉପକୃତ ହେବେ। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଖୁବାନୀ ଓ ଏହାର ମୂଲ୍ୟ ବର୍ଦ୍ଧିତ ସାମଗ୍ରୀ ଯଥା –ଡ୍ରାଏ ଖୁବାନୀ, ଜାମ୍ ଓ ତେଲ ଆହୁରି ଅଧିକ ପ୍ରତିଯୋଗିତାମୂଳକ ହେବ ଏବଂ ବଜାର ଉପଯୋଗୀ ହୋଇ ଶସ୍ତାରେ ମିଳିବ। ଫଳରେ ଅଧିକ ଆୟର ସୁଯୋଗ ସୃଷ୍ଟି ହେବ ଓ ଖୁବାନୀ ଉତ୍ପାଦନରେ ଜଡ଼ିତ ଥିବା ଉଦ୍ୟୋଗରେ ଅଭିବୃଦ୍ଧି ହେବାରେ ଏହା ସହାୟକ ହେବ।

ଡାଲେଚୁକ୍ (ସି ବକଥର୍ନ ) ସାମଗ୍ରୀ

ଲଦାଖର ନୁବ୍ରା ଘାଟି, ଲେହ ଓ ଚାଙ୍ଗଥାଙ୍ଗ ଅଞ୍ଚଳରେ ଚାଷ କରାଯାଉଥିବା ସି ବକଥର୍ନ ନିଜର ଔଷଧୀୟ ଓ ପୋଷଣ ସଂପର୍କିତ ଗୁଣ ପାଇଁ ବହୁତ ପ୍ରସିଦ୍ଧ। ମହିଳାଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏହି କୋଳିର ଅମଳ ଓ ପ୍ରକ୍ରିୟାକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହା ଉପରେ ଲାଗୁ ହେଉଥିବା ୧୨ ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯିବା ଦ୍ୱାରା ମାର୍କେଟରେ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସି ବକର୍ଥନ ସାମଗ୍ରୀ ଅଧିକ ପ୍ରତିଯୋଗିତାମୂଳକ ହେବାର ଆଶା କରାଯାଉଛି।  ଏହା ଦ୍ୱାରା ଏସବୁ ସାମଗ୍ରୀ ଅଧିକ ଶସ୍ତା ହେବ ଓ ମାର୍କେଟରେ ସୁଲଭ ହେବ।

ୟାକ୍ ପନୀର ଓ ଦୁଗ୍ଧଜାତ ସାମଗ୍ରୀ

ଚାଙ୍ଗଥାଙ୍ଗ୍ ଓ ନୁବ୍ରାର ୟାକ୍ ପନୀର ଓ ଦୁଗ୍‌ଧଜାତ ସାମଗ୍ରୀ ହେଉଛି ଲଦାଖର ଯାଯାବରଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ପାରମ୍ପରିକ ଦୁଗ୍ଧଜାତ ସାମଗ୍ରୀ। ଏସବୁ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି। ଫଳରେ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଏହା ଦ୍ୱାରା ଆତ୍ମନିର୍ଭରଶୀଳତାକୁ ସହାୟତା ମିଳିବ ଓ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ।   

ଲେହ କୋଳି (ବକଥର୍ନ କୋଳି )

ଲେହ ଓ ନୁବ୍ରା ଉପତ୍ୟକା ଅଞ୍ଚଳରେ ଉତ୍ପାଦିତ ହେଉଥିବା ଲେହ କୋଳି ବା ବକଥର୍ନ ବେରିରୁ ବିଭିନ୍ନ ପ୍ରକାରର ହେଲ୍‌ଥ ଡ୍ରିଙ୍କ୍‌ସ ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଏ। ଏସବୁ ସାମଗ୍ରୀ ଉପରେ ଲାଗୁଥିବା ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରାଯାଇ ୫ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ସ୍ଥାନୀୟ କୃଷି-ପ୍ରୋସେସିଂରେ ନିବେଶକୁ ପ୍ରୋତ୍ସାହନ ମିଳିବ। ଫଳରେ ଉପକୃତ ହେବେ କ୍ଷୁଦ୍ର ଉତ୍ପାଦନକାରୀ ଓ ପ୍ରତିଯୋଗିତା ବଢ଼ିବ।

ଜୈବିକ କୃଷି ଉତ୍ପାଦ

ଶାମ ଉପତ୍ୟକା ଓ କାରଗିଲରେ ଅଧିକ ଜୈବିକ କୃଷି କରାଯାଉଛି। ଚାଷୀମାନେ ହର୍ବାଲ ଚା, ଶୁଖିଳା ପରିବା ଆଦି ଉତ୍ପାଦନ କରୁଛନ୍ତି। ଏସବୁ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯାଇଛି। ଫଳରେ ଉତ୍ପାଦନ ଖର୍ଚ୍ଚ କମିଛି ଓ ଲାଭ ବଢ଼ିଛି। ଏହା ଦ୍ୱାରା କ୍ଷୁଦ୍ର ଜୈବିକ ଚାଷୀ ଅଧିକ ଉପକୃତ ହୋଇଛନ୍ତି। ଫଳରେ ଦୀର୍ଘସ୍ଥାୟୀ ଚାଷ ପଦ୍ଧତିକୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି ଯାହାକି ଲଦାଖର ଜୈବିକ କୃଷି ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।

 

निष्कर्ष

ଉପସଂହାର

କିଛି ଦିନ ତଳେ କରାଯାଇଥିବା ଜିଏସ୍‌ଟି ସଂସ୍କାର ହେଉଛି ଲଦାଖର ପାରମ୍ପରିକ କାରିଗର ଓ ଚାଷୀଙ୍କୁ ସଶସ୍ତ କରି ସେମାନଙ୍କର ଅର୍ଥବ୍ୟବସ୍ଥାର ଏକ ପରିବର୍ତ୍ତନକାରୀ ପଦକ୍ଷେପ। ପଶ୍‌ମିନା ବସ୍ତ୍ର ବୁଣାକାର ଓ ଖୁବାନୀ ଚାଷୀଙ୍କଠାରୁ ଆରମ୍ଭ କରି ସି ବକଥର୍ନ ଉତ୍ପାଦନକାରୀ ଓ ହୋମ୍‌ଷ୍ଟେ ମାଲିକ ପର୍ଯ୍ୟନ୍ତ, ସମସ୍ତଙ୍କ ନିବେଶ ଖର୍ଚ୍ଚ କମିବ, ପ୍ରତିଯୋଗିତା ବଢ଼ିବ ଓ ଅଧିକ ଆୟ ହେବ। ଏହା ଦ୍ୱାରା ସମସ୍ତେ ଉପକୃତ ହେବେ।       

ଏସବୁ ସଂସ୍କାର ଲଦାଖର ସାଂସ୍କୃତିକ ପରମ୍ପରାକୁ ସଂରକ୍ଷିତ ରଖିବ, ପରିବେଶ ଅନୂକୂଳ ଉଦ୍ୟୋଗକୁ ମଜଭୁତ କରିବ ଓ ସ୍ଥାନୀୟ ସାମଗ୍ରୀକୁ ଅଧିକ ଶସ୍ତା ଓ ସୁଲଭ କରିବ।

 

ପିଡିଏଫ୍ ଫାଇଲ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ।  

BSP

 

(Factsheet ID: 150418) Visitor Counter : 1


Provide suggestions / comments
Read this explainer in : English , हिन्दी , Urdu
Link mygov.in
National Portal Of India
STQC Certificate