• Skip to Content
  • Sitemap
  • Advance Search
Economy

ଜିଏସଟି ସଂସ୍କାର: ହିମାଚଳର ଐତିହ୍ୟ ଏବଂ ଅର୍ଥନୀତିକୁ ସୁଦୃଢ଼ କରିବ

प्रविष्टि तिथि: 01 OCT 2025 11:56 AM

ପୋଷ୍ଟ କରାଯାଇଛି: ୦୧ ଅକ୍ଟୋବର ୨୦୨୫ ଦିନ ୧୨:୦୧ ପିଆଇବି ଦିଲ୍ଲୀ ଦ୍ୱାରା

 

ପ୍ରମୁଖ ବିଷୟଗୁଡ଼ିକ

  • ଶାଲ, ଟୋପି ଏବଂ ହସ୍ତଶିଳ୍ପ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ ପାଇବାରୁ ୧୦,୦୦୦-୧୨,୦୦୦ କାରିଗର ଉପକୃତ ହୋଇଛନ୍ତି
  • ଗ୍ରାମୀଣ ପରିବାର ଏବଂ  ଶହ ଶହ ଚାଷୀ କଳା  ଜିରା ଏବଂ ଚୁଲି ତେଲ ଚାଷ କରନ୍ତି  (୫%)
  • ଖାଦ୍ୟ ପ୍ରକ୍ରିୟାକରଣ (ବଡ୍ଡି, ବାରୋଟିୱାଲା ଏବଂ ନାଲାଗଡ଼) ଏବଂ ଚିକିତ୍ସା ଉପକରଣ (ସୋଲାନ) ରେ ପ୍ରାୟ ୨୦,୦୦୦ ଶ୍ରମିକ ଜିଏସଟି  ୫% କୁ ହ୍ରାସ ପାଇବାରୁ ଉପକୃତ ହୋଇଛନ୍ତି

 

 

ପରିଚୟ

 

ସଦ୍ୟତମ ଜିଏସଟି ସଂସ୍କାରଗୁଡ଼ିକ ସାରା ଦେଶରେ ବୋଝ ହ୍ରାସ କରିଛି ଏବଂ ବିଭିନ୍ନ ରାଜ୍ୟକୁ  ଲାଭ ପ୍ରଦାନ କରିଛି। ସମୃଦ୍ଧ ପାରମ୍ପରିକ ହସ୍ତଶିଳ୍ପ, ସ୍ୱତନ୍ତ୍ର କୃଷି ଉତ୍ପାଦ ଏବଂ ବଢୁଥିବା ଶିଳ୍ପ ପାଇଁ ଜଣାଶୁଣା ହିମାଚଳ ପ୍ରଦେଶ, ଜିଏସଟି ହାରରେ ସାମ୍ପ୍ରତିକ ହ୍ରାସ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବାର ସମ୍ଭାବନା ଅଛି।

 

ଏଗୁଡ଼ିକ କ୍ଷୁଦ୍ର କାରିଗର ଏବଂ ବୁଣାକାରମାନଙ୍କୁ ଆଶ୍ୱସ୍ତି ଦେବ।ଚାଷୀ ଏବଂ କୃଷିଜୀବୀଙ୍କ ପାଇଁ ନୂତନ ସୁଯୋଗ ଆଣିବ ଏବଂ ହିମାଚଳ ପ୍ରଦେଶର ଶିଳ୍ପ କ୍ଲଷ୍ଟରଗୁଡ଼ିକୁ ଅଧିକ ପ୍ରତିଯୋଗିତାମୂଳକ କରିବ।  ଏହି ସଂସ୍କାରଗୁଡ଼ିକ ଜୀବିକାକୁ ସୁଦୃଢ଼ ​​କରିବ ସହିତ ରାଜ୍ୟକୁ ନିରନ୍ତର ବିକାଶ ଆଡ଼କୁ ପ୍ରେରିତ କରିବ।

ଶାଲ ଏବଂ ପଶମ ପୋଷାକ

 

ନୂତନ ଜିଏସଟି ଗଠନ ଅଧୀନରେ ହିମାଚଳ ପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ଉତ୍ପାଦ, ବିଶେଷକରି ଶାଲ ଏବଂ ପଶମ ପୋଷାକକୁ ରିହାତି ମିଳିବ ବୋଲି ଆଶା କରାଯାଉଛି। ଏହି ଉତ୍ପାଦଗୁଡ଼ିକ କେବଳ ସ୍ମାରକୀ ନୁହେଁ; ଏଗୁଡ଼ିକ ହଜାର ହଜାର କାରିଗରଙ୍କ ଜୀବିକା।

 

କୁଲୁ ଉପତ୍ୟକାରେ, ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ୩,୦୦୦  ରୁ ଅଧିକ ବୁଣାକାର ସ୍ପନ୍ଦନଶୀଳ ସହଭାଗିତାରେ , ଜିଆଇ -ଟ୍ୟାଗ୍ ଲାଗିଥିବା  କୁଲୁ ଶାଲ ତିଆରି କରନ୍ତି। ଏହି ବୁଣାକାରମାନେ ରାଜ୍ୟ ସାରା ଆନୁମାନିକ ୧୦,୦୦୦-୧୨,୦୦୦ ହସ୍ତତନ୍ତ କାରିଗରଙ୍କ ଅଂଶ ଯେଉଁମାନେ ଏହି ହସ୍ତଶିଳ୍ପରୁ ସେମାନଙ୍କର ଜୀବିକା ଅର୍ଜନ କରନ୍ତି।  ପୌରାଣିକ ଆକୃତି ସହିତ ସଜ୍ଜିତ ପଡ଼ୋଶୀ କିନ୍ନୌର ଜିଲ୍ଲାର ଶାଲଗୁଡ଼ିକୁ  ହଜାର  ହଜାର କାରିଗର ବୁଣନ୍ତି  ଏବଂ ହାତରେ ରଙ୍ଗ କରନ୍ତି। ଜିଏସଟି  ୧୨% ରୁ ୫% କୁ ହ୍ରାସ କରିବା ଦ୍ୱାରା ଗ୍ରାହକମାନଙ୍କ ପାଇଁ ଏହି ହସ୍ତତନ୍ତ ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବାର ଆଶା କରାଯାଉଛି। ଏହି ପଦକ୍ଷେପ ସିଧାସଳଖ କାରିଗରଙ୍କ ପ୍ରତିଯୋଗିତାମୂଳକତା ଏବଂ ଆୟକୁ ବୃଦ୍ଧିକରିବାରେ ପ୍ରୋତ୍ସାହିତ କରିବ।

 

୧୨% ରୁ ୫% କୁ ସଂଶୋଧିତ ହାରରେ ପଶ୍ମିନା ଶାଲ ମଧ୍ୟ ଉପକୃତ ହେବ। ଯଦିଓ ଏହା ପ୍ରାୟତଃ କାଶ୍ମୀର ସହିତ ଜଡିତ, ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି, କିନ୍ନୌର, କୁଲୁ, ମଣ୍ଡି ଏବଂ ସିମଲା ଭଳି ଅଞ୍ଚଳରେ ମଧ୍ୟ ଏହାର ନିଜସ୍ୱ ଉତ୍ପାଦନ ଅଛି। ହସ୍ତତନ୍ତ କ୍ଷେତ୍ରର ୧୦,୦୦୦-୧୨,୦୦୦  କାରିଗରଙ୍କ ମଧ୍ୟରୁ ଅନେକ ପଶ୍ମିନା ସହିତ କାମ କରନ୍ତି, ବିଳାସପୂର୍ଣ୍ଣ ପଶମ କାରିଗର ତିଆରି କରନ୍ତି। ଟିକସ ହ୍ରାସ ଏହି ଉଚ୍ଚ-ମୂଲ୍ୟ ସେଗମେଣ୍ଟରେ ମଧ୍ୟ ରିହାତି ପ୍ରଦାନ କରେ, ଯାହା ସମ୍ଭାବ୍ୟ ଭାବରେ କାରିଗରମାନଙ୍କୁ ମାର୍ଜିନ୍ ବଜାୟ ରଖିବା ସହିତ ସେମାନଙ୍କ ଶାଲର ମୂଲ୍ୟ ଅଧିକ ପ୍ରତିଯୋଗିତାମୂଳକ ଭାବରେ ସକ୍ଷମ କରିଥାଏ।

 

ଶାଲ ସହିତ, ପାରମ୍ପରିକ ହିମାଚଳୀ ଟୋପି, ଯେପରିକି ବହୁରଙ୍ଗୀ କିନ୍ନୌରୀ ଟୋପି, ଏବଂ ଅନ୍ୟାନ୍ୟ ପଶମ ସାମଗ୍ରୀ ଯେପରିକି ଗ୍ଲୋଭସ୍ ମଧ୍ୟ ସଂଶୋଧିତ ଜିଏସଟି  ସ୍ଲାବରୁ ଲାଭବାନ ହେବେ। ଏହି ଜିନିଷଗୁଡ଼ିକ ଉଚ୍ଚ-ଉଚ୍ଚତା ଜିଲ୍ଲାଗୁଡ଼ିକରେ ହଜାର ହଜାର କାରିଗରଙ୍କ ଦ୍ୱାରା ହାତରେ ବୁଣାଯାଇଥାଏ। କମ ଟିକସ ଗ୍ରାହକଙ୍କ ପାଇଁ ମୂଲ୍ୟ କିଛି ପରିମାଣରେ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହା କାରିଗର ଏବଂ ବୁଣାକାରଙ୍କ ଜୀବିକାକୁ ସୁରକ୍ଷିତ କରିବ ଏବଂ ପୁରୁଣା କାରିଗରୀଙ୍କୁ ସଂରକ୍ଷଣ କରିବାରେ ସାହାଯ୍ୟ କରିବ।

ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ

 

କପଡ଼ା ଶିଳ୍ପ ବ୍ୟତୀତ, ହିମାଚଳ ପ୍ରଦେଶ ବିଭିନ୍ନ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପର ଆବାସସ୍ଥଳ, ଯାହା ସମସ୍ତ ଜିଏସଟିର ଯୁକ୍ତିଯୁକ୍ତୀକରଣରୁ ଉପକୃତ ହୋଇଛି। ଅଧିକାଂଶ ହସ୍ତଶିଳ୍ପ ସାମଗ୍ରୀ ଉପରେ ଜିଏସଟି  ୧୨% ରୁ ୫% କୁ ହ୍ରାସ କରାଯାଇଛି; ଏହା ରାଜ୍ୟର  କାରିଗରମାନଙ୍କୁ ସିଧାସଳଖ ପ୍ରଭାବିତ କରିଛି।

 

ଚମ୍ବା ରୁମାଲ  ଏମ୍ବ୍ରୋଡେରୀ

 

ଚମ୍ବା ରୁମାଲ ହେଉଛି ଏକ ଜିଆଇ -ଟ୍ୟାଗ୍ ପ୍ରାପ୍ତ ଏକ  କ୍ଷୁଦ୍ର ହସ୍ତଶିଳ୍ପ -କପଡ଼ା, ଯାହା ମୁଖ୍ୟତଃ ଚମ୍ବା ଜିଲ୍ଲାର ମହିଳା କାରିଗରମାନଙ୍କ ଦ୍ୱାରା ତିଆରି ହୋଇଥାଏ। ସ୍ଥାନୀୟ କ୍ଲଷ୍ଟରରେ ଶହ ଶହ ମହିଳା ଏହାର ଉତ୍ପାଦନରେ ସାମିଲ ଅଛନ୍ତି। ଜିଏସଟି ବର୍ତ୍ତମାନ ୫% ହ୍ର।ସ ହୋଇଛି ଯାହା କ୍ରେତାଙ୍କ ପାଇଁ ମୂଲ୍ୟ କମ୍ ଏବଂ ଏହି ରୁମାଲଗୁଡ଼ିକର ଚାହିଦାକୁ ବୃଦ୍ଧି କରିପାରେ। ଟିକସ ହ୍ରାସ ମଧ୍ୟ ହସ୍ତଶିଳ୍ପର ସାଂସ୍କୃତିକ ମୂଲ୍ୟବୋଧକୁ ସ୍ୱୀକୃତି ଏବଂ ଐତିହ୍ୟ କଳା ଫର୍ମର ପ୍ରୋତ୍ସାହନକୁ ପ୍ରତୀକ କରେ।

 

ଚମ୍ବା ଚପଲ

 

ଚମ୍ବାର ପାରମ୍ପରିକ ଚମଡା ଚପଲ ଶହ ଶହ ଛୋଟ କୁଟୀର କାରିଗରୀ ୟୁନିଟ୍ ଦ୍ୱାରା ଉତ୍ପାଦିତ ଅନ୍ୟ ଏକ ଜିଆଇ -ଟ୍ୟାଗ୍ ହୋଇଥିବା ଉତ୍ପାଦ। ଜିଏସଟି ହାର କମ ହେବା ଦ୍ଵାରା ମେସିନ୍-ତିଆରି ଜୋତା ତୁଳନାରେ ଏହାର ମୂଲ୍ୟ ଅଧିକ ପ୍ରତିଯୋଗିତାମୂଳକ ହେବ ଏବଂ ସ୍ୱଦେଶୀ ଚପଲର ବିକ୍ରୟ ବୃଦ୍ଧି ପାଇବ। ଏହା କାରିଗରମାନଙ୍କୁ ସେମାନଙ୍କର ଲାଭ ବୃଦ୍ଧି କରିବାରେ ସାହାଯ୍ୟ କରିବ।

 

କାଠ ଶିଳ୍ପ

 

ଜଟିଳ କାଠ ଦ୍ୱାର ଏବଂ ପ୍ୟାନେଲ ଠାରୁ ଆରମ୍ଭ କରି ଫର୍ଣ୍ଣିଚର ପର୍ଯ୍ୟନ୍ତ ଖୋଦିତ କାଠ ଉତ୍ପାଦ, ଚମ୍ବା, କିନ୍ନୌର ଏବଂ କୁଲୁ ଭଳି ଅଞ୍ଚଳରେ ତିଆରି କରାଯାଏ। ଏହି ଶିଳ୍ପ ହିମାଚଳ ପ୍ରଦେଶର ହଜାର ହଜାର ଗ୍ରାମୀଣ କାରିଗରଙ୍କୁ ନିଯୁକ୍ତି ଦିଏ। ନୂତନ ଜିଏସଟି  ହାର କାଠ ସାମଗ୍ରୀଗୁଡ଼ିକୁ ୫% ଟିକସ ବନ୍ଧନୀ ଅଧୀନରେ ରଖିଛି, ଯାହା ସ୍ଥାନୀୟ ଭାବରେ ତିଆରି କାଠ ଫର୍ଣ୍ଣିଚର ଏବଂ ସ୍ମାରକୀ ସାମଗ୍ରୀର ଚାହିଦା ବୃଦ୍ଧି କରିବ। ଏହା କେବଳ ଏହି ଜିନିଷଗୁଡ଼ିକୁ ଶସ୍ତା କରିବ ନାହିଁ ବରଂ ସ୍ଥାନୀୟ କାରିଗରମାନଙ୍କୁ ମଧ୍ୟ ସାହାଯ୍ୟ କରିବ।

ମାଟି ପାତ୍ର ଏବଂ ଧାତୁ ସାମଗ୍ରୀ

 

ହିମାଚଳରେ ଏକ ଦୃଢ଼ ପାରମ୍ପରିକ ଧାତୁ ହସ୍ତଶିଳ୍ପ ଶିଳ୍ପ ଅଛି, ଏହି ହସ୍ତଶିଳ୍ପରେ ଶହ ଶହ ଛୋଟ କାରିଗର ୟୁନିଟ୍ ନିୟୋଜିତ ଅଛନ୍ତି। ବିଭିନ୍ନ ଜିଲ୍ଲାରେ ବିସ୍ତାରିତ, କୁଶଳୀ କାରିଗରମାନେ ଉତ୍ସବଗତ ପାତ୍ର, ଅଳଙ୍କାର ଏବଂ ପାତ୍ର ତିଆରି କରନ୍ତି। ୫% ର ସଂଶୋଧିତ ଜିଏସଟି ହାର ସ୍ୱଦେଶୀ ଧାତୁ ପାତ୍ର ଯାହା   ଅଧିକ ଅନୁକୂଳ ବଜାର ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା କାରିଗରମାନଙ୍କୁ ସେମାନଙ୍କର ଧାତୁ ପାତ୍ର ଏବଂ ଏହି  ପାତ୍ର ବିକ୍ରୟ କରିବା ପାଇଁ ଉତ୍ତମ ସୁଯୋଗ ପ୍ରଦାନ କରିବ।

 

ବାଉଁଶ ସାମଗ୍ରୀ

 

ବାଉଁଶ ସାମଗ୍ରୀ, ଯେପରିକି ଟୋକେଇ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ହସ୍ତଶିଳ୍ପ, ହିମାଚଳର କିଛି ଅଂଶରେ ତିଆରି କରାଯାଏ। ଏହି ଶିଳ୍ପରେ ଶହ ଶହ କାରିଗର କାମ କରନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଉପାନ୍ତ ସମ୍ପ୍ରଦାୟରୁ ଆସିଥାନ୍ତି। ଏହି ଉତ୍ପାଦଗୁଡ଼ିକ, ଯାହା ପୂର୍ବରୁ ୧୨% ଟିକସର ସମ୍ମୁଖୀନ ହେଉଥିଲା, ବର୍ତ୍ତମାନ ୫% ର କମ୍ ହାରରେ କର ଲାଗୁ ହୋଇଛି।

 

କାରିଗରମାନଙ୍କ ପାଇଁ, ଏହା ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ, କାରଣ ଏହା କେବଳ ସେମାନଙ୍କ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରିବ ନାହିଁ ବରଂ ସ୍ଥାୟୀ, ପାରମ୍ପରିକ ହସ୍ତଶିଳ୍ପ ପାଇଁ ସରକାରଙ୍କ ସମର୍ଥନକୁ ମଧ୍ୟ ପ୍ରଦର୍ଶନ କରିବ।

କୃଷି, ଉଦ୍ୟାନ କୃଷି ଏବଂ ସହଯୋଗୀ ଅଭିବୃଦ୍ଧି ଇଞ୍ଜିନ

 

କୃଷି ହିମାଚଳ ପ୍ରଦେଶର ଅର୍ଥନୀତିକୁ ଅନେକ ଅଞ୍ଚଳ-ନିର୍ଦ୍ଦିଷ୍ଟ ଉତ୍ପାଦ ମାଧ୍ୟମରେ ସମର୍ଥନ କରେ ଯାହା ଶହ ଶହ ଲୋକଙ୍କୁ ଜୀବିକା ପ୍ରଦାନ କରେ। ଜିଏସଟି  ସଂସ୍କାର ଏହି କ୍ଷେତ୍ରକୁ ଯଥେଷ୍ଟ ଲାଭ ଦେଇଛି, କେବଳ ସୁଲଭତା ବୃଦ୍ଧି କରିନାହିଁ ବରଂ ଚାଷୀ ଏବଂ ଶ୍ରମିକଙ୍କ ଆୟ ମଧ୍ୟ ବୃଦ୍ଧି କରିଛି।

 

କଳାଜିରା

 

କଳାଜିରା ହେଉଛି ହିମାଚଳ ପ୍ରଦେଶର ଉଚ୍ଚ-ଉଚ୍ଚ ଜିଲ୍ଲାଗୁଡ଼ିକରେ ଚାଷ ହେଉଥିବା ଏକ ସୁଗନ୍ଧିତ ମସଲା। ଏହାର ସ୍ୱତନ୍ତ୍ର ସୁଗନ୍ଧ ଏବଂ ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ, ଏହି ମସଲା ଏହି ଅଞ୍ଚଳର କିଛି ଶହ ଚାଷୀ ଏବଂ ସଂଗ୍ରହକାରୀଙ୍କ ଦ୍ୱାରା ଚାଷ କରାଯାଏ। ଜିଏସଟି  ୧୨ % ରୁ ୫% କୁ ହ୍ରାସ କରିବା ଦ୍ୱାରା ଉତ୍ପାଦର ମୂଲ୍ୟ ହ୍ରାସ ପାଇବାର ଆଶା କରାଯାଉଛି, ଯାହା ଫଳରେ ଚାହିଦା ବୃଦ୍ଧି ପାଇବ। ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ଅର୍ଡର ପାଇବେ, ଏବଂ ଏହା ଚାଷର ପ୍ରସାରକୁ ଉତ୍ସାହିତ କରିପାରେ।

 

ଚୁଲି ତେଲ (ଆପ୍ରିକଟ୍ କର୍ଣ୍ଣେଲ୍ ତେଲ)

 

ଚୁଲି ତେଲ ହେଉଛି ହିମାଳୟ ଅଞ୍ଚଳରେ ବାହାର କରାଯାଇଥିବା ଏକ ପାରମ୍ପରିକ ଆପ୍ରିକ୍ଟ୍ କର୍ଣ୍ଣେଲ୍ ତେଲ, ଯାହା ଏହାର ଔଷଧୀୟ ଗୁଣ ପାଇଁ ଜଣାଶୁଣା। ଜିଏସଟି  ହାର 5% କୁ ହ୍ରାସ ହେବା ସହିତ, ଅଞ୍ଚଳ ବାହାରେ ଥିବା ଗ୍ରାହକମାନେ ମଧ୍ୟ ଏହାକୁ ଟିକିଏ ଶସ୍ତା ପାଇପାରିବେ, ଯାହା ଏହି ଉତ୍ପାଦର ପ୍ରବେଶ ବୃଦ୍ଧି କରିବ। ସାମଗ୍ରିକ ଭାବରେ, ଏହା ସ୍ଥାନୀୟ ଶିଳ୍ପ ପାଇଁ ଏକ ସହାୟକ ପଦକ୍ଷେପ ଯାହା ଶହ ଶହ ଗ୍ରାମୀଣ ଚାଷୀଙ୍କୁ ନିଯୁକ୍ତି ଦିଏ।

 

ଆପଲ୍ କାର୍ଟନ୍ ପ୍ୟାକେଜିଂ

 

ହିମାଚଳ ପ୍ରଦେଶର ଉଦ୍ୟାନ ଉତ୍ପାଦନରେ ପ୍ରାୟ ୮୦% ସେପ୍ ଅବଦାନ ରଖେ। ସିମଲା ଏବଂ ଅନ୍ୟାନ୍ୟ ସେପ୍ ଚାଷ ​​କ୍ଷେତ୍ରରେ ଚାଷ ହେଉଥିବା ଏହି ଶିଳ୍ପ ହଜାର ହଜାର ସେପ୍ ଚାଷିଙ୍କୁ ପ୍ରଭାବିତ କରେ। ଏହି ଚାଷୀମାନେ ଭାରତ ସାରା ବଜାରକୁ ସେମାନଙ୍କର ଉତ୍ପାଦ ପଠାଇବା ପାଇଁ କାର୍ଟନ୍, ଟ୍ରେ ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଏହି ପ୍ରକାରର ସାମଗ୍ରୀ ଉପରେ ଜିଏସଟି ୫% କୁ ହ୍ରାସ କରିବା ଦ୍ୱାରା ଇନପୁଟ୍ ଖର୍ଚ୍ଚ ହ୍ରାସ ପାଇବାର ଆଶା କରାଯାଉଛି, ଯାହା ଫଳରେ ଶସ୍ତା କାର୍ଟନ୍ ମିଳିବ, ଯାହା ସିଧାସଳଖ ଚାଷୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ୟାକେଜିଂ ଯୋଗାଣ ୟୁନିଟ୍‌ଗୁଡ଼ିକୁ ଲାଭବାନ କରିବ।

 

କୃଷି ଇନପୁଟ୍

 

ଜିଏସଟି  ସଂସ୍କାର ଦ୍ୱାରା ସାର ଭଳି କୃଷି ଇନପୁଟ୍ ଉପରେ ହାର ୫% କୁ ହ୍ରାସ ପାଇଛି। ଏହା କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରିବ ଏବଂ କୃଷି ଦକ୍ଷତା ଏବଂ ଉତ୍ପାଦନକୁ ଉନ୍ନତ କରିବ। ତେଣୁ, ଇନପୁଟ୍ ମୂଲ୍ୟ ଉପରେ ସଂଶୋଧିତ ହାର ରାଜ୍ୟ ସାରା ଲକ୍ଷ ଲକ୍ଷ ଚାଷୀଙ୍କୁ ଲାଭ ଦେବ।

 

ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ର

ଖାଦ୍ୟ ପ୍ରକ୍ରିୟାକରଣ

 

ହିମାଚଳ ପ୍ରଦେଶର ବାଡ୍ଡି, ବାରୋଟିୱାଲା ଏବଂ ନାଲାଗଡ଼ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭିନ୍ନ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି  ହାର ୫% କୁ ହ୍ରାସ କରିବା ଦ୍ୱାରା ଲାଭବାନ ହେବ। ଏହା ଶିଳ୍ପ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ପ୍ରକ୍ରିୟାକରଣ ୟୁନିଟ୍ଗୁଡ଼ିକ ଏହି ଅଞ୍ଚଳରେ ପ୍ରାୟ ୧୦,୦୦୦ଲୋକଙ୍କୁ ନିଯୁକ୍ତି ଦିଅନ୍ତି। ଖାଦ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ଦ୍ୱାରା ଖୁଚୁରା ମୂଲ୍ୟ ହ୍ରାସ ପାଇବ, ଚାହିଦା ବୃଦ୍ଧି ପାଇବ ଏବଂ ବିକ୍ରୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

 

ଚିକିତ୍ସା ଉପକରଣ

 

ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଚିକିତ୍ସା ଶିଳ୍ପ ଏହି ଅଞ୍ଚଳର ପ୍ରାୟ ୧୦,୦୦୦ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରେ। ଅନେକ ଚିକିତ୍ସା ଉପକରଣ ଉପରେ ୫% ଟିକସ ଏହି ଶିଳ୍ପକୁ ଯଥେଷ୍ଟ ଲାଭ ଦେବ।

ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ

 

ନିର୍ଦ୍ଦିଷ୍ଟ ଶିଳ୍ପ ଏବଂ ଉତ୍ପାଦକ-କେନ୍ଦ୍ରିକ ପରିବର୍ତ୍ତନ ସହିତ, ଜିଏସଟି  ସଂସ୍କାର ମଧ୍ୟ ସାଧାରଣ ହିମାଚଳୀ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରେ। ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି ବିଭିନ୍ନ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଉପକରଣ ଉପରେ ଜିଏସଟି  ୨୮% ରୁ ୧୮ % କୁ ହ୍ରାସ କରିବା, ଯାହା ସିଧାସଳଖ ହିମାଚଳର ଗ୍ରାମୀଣ ପରିବାରକୁ ପ୍ରଭାବିତ କରେ। ଉପଭୋକ୍ତା ସାମଗ୍ରୀର କମ ମୂଲ୍ୟ ଗ୍ରାମୀଣ ବଜାରରେ ଚାହିଦା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ଛୋଟ ସହରଗୁଡ଼ିକରେ ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବିକ୍ରୟ ବୃଦ୍ଧି ହେବ। ପ୍ରକୃତରେ, ଇଲେକ୍ଟ୍ରୋନିକ୍ସ ଉପରେ ଜିଏସଟି ହ୍ରାସ ଆଧୁନିକ ସୁବିଧାଗୁଡ଼ିକୁ ଟିକିଏ ଅଧିକ ସୁଲଭ କରିବ।

 

ନିଷ୍କର୍ଷ

 

ଜିଏସଟି ହାର ହ୍ରାସର ପ୍ରଭାବ ଭାରତୀୟ ଅର୍ଥନୀତିର ସକାରାତ୍ମକ ଅଭିବୃଦ୍ଧି ଏବଂ ସାମାଜିକ-ଆର୍ଥିକ କଲ୍ୟାଣରେ ପ୍ରତିଫଳିତ ହେବ। ହିମାଚଳ ପ୍ରଦେଶ କ୍ଷେତ୍ରରେ, ଏହି ସଂସ୍କାରଗୁଡ଼ିକ ନିଶ୍ଚିତ କରିବ ଯେ ଦେବତାଙ୍କ ଭୂମି ମଧ୍ୟ ସମୃଦ୍ଧ ବଜାର ଏବଂ ସମୃଦ୍ଧ ଜୀବିକାର ଭୂମି ହୋଇଯାଏ। ରାଜ୍ୟର ଅନନ୍ୟ ଉତ୍ପାଦଗୁଡ଼ିକ ଲାଭବାନ ହେବେ, ତାହା କୁଲୁର ବୁଣାକାର, ସିମଲାର ସେଓ ଚାଷୀ, କିମ୍ବା ବଡ୍ଡିର କାରଖାନା ଶ୍ରମିକ ହେଉ, ଯାହା ହିମାଚଳର ଅର୍ଥନୀତିରେ ପ୍ରତିଯୋଗିତା ଏବଂ ସୁଯୋଗ ବୃଦ୍ଧି କରିବ।

ଉତ୍ସ:

 

ବିଶ୍ୱ ବ୍ୟାଙ୍କ:

 

https://www.worldbank.org/en/news/feature/2024/12/05/boosting-apple-cultivation-in-himachal-pradesh

 

ପିଡିଏଫରେ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

*****

SPD

(तथ्य सामग्री आईडी: 150388) आगंतुक पटल : 18


Provide suggestions / comments
इस विश्लेषक को इन भाषाओं में पढ़ें : English , हिन्दी
Link mygov.in
National Portal Of India
STQC Certificate