ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୯ ନଭେମ୍ବରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ


ଏହି ସମ୍ମିଳନୀରେ ଚାରୋଟି ମୁଖ୍ୟ ବିଷୟ ଉପରେ ଆଲୋଚନା କରାଯିବ: ନଶା ମୁକ୍ତ ଭାରତ, ଏକ ରାଷ୍ଟ୍ର ଏକ ଛାତ୍ରବୃତ୍ତି ପୋର୍ଟାଲ, ପ୍ରାରମ୍ଭିକ ହସ୍ତକ୍ଷେପ ଓ ଦିବ୍ୟାଙ୍ଗତା ଜନିତ ଭାର ହ୍ରାସ ଏବଂ ବିକଶିତ ଭାରତ ପାଇଁ ସୁଗମ୍ୟ ଭାରତ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2026 7:53PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବର ୨୦୨୬ ଅପରାହ୍ନ ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ‘ସାମାଜିକ ନ୍ୟାୟ ଓ ସଶକ୍ତିକରଣ’ ବିଷୟ ଉପରେ ଆୟୋଜିତ ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ଅଂଶଗ୍ରହଣ କରିବେ । ଏଥି ସହ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ମଧ୍ୟ ଦେବେ ।

ନଭେମ୍ବର ୧୮-୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ ବିଭାଗୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜନୈତିକ ନେତୃତ୍ୱବୃନ୍ଦ ଏବଂ ଅଧିକାରୀମାନେ ଏକତ୍ରିତ ହେବେ, ଯେଉଁମାନେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ତଥା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସମ୍ମିଳନୀଗୁଡିକ ମଧ୍ୟରୁ ଏହା ହେଉଛି ତୃତୀୟ ସମ୍ମିଳନୀ । ଏହି ସମ୍ମିଳନୀଗୁଡିକର ଉଦ୍ଦେଶ୍ୟ ହେଉଛି ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଜାତୀୟ ପ୍ରାଥମିକତାଗୁଡିକ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଏବଂ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ମାଧ୍ୟମରେ ଫଳାଫଳ ହାସଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।

ଏହି ଶିଖର ସମ୍ମିଳନୀ ଚାରୋଟି ପ୍ରମୁଖ ବିଷୟଗତ କ୍ଷେତ୍ର ଉପରେ ଆଲୋଚନା କରିବ:

୧.         ନଶା ମୁକ୍ତ ଭାରତ ପାଇଁ ନିବାରଣ ଏବଂ ନିଶା ଚାହିଦା ହ୍ରାସ ରଣନୀତିର ପୁନର୍ବିଚାର କରିବା

୨.         ଏକ ରାଷ୍ଟ୍ର ଏକ ଛାତ୍ରବୃତ୍ତି ପୋର୍ଟାଲ – ସୁଲଭ ଛାତ୍ରବୃତ୍ତି, ସଶକ୍ତ ବିଦ୍ୟାର୍ଥୀ ।

୩.         ପ୍ରାରମ୍ଭିକ ହସ୍ତକ୍ଷେପ ଏବଂ ଅକ୍ଷମତା ବୋଝ ହ୍ରାସ

୪.         ବିକଶିତ ଭାରତ ପାଇଁ ସୁଗମ୍ୟ ଭାରତ ।

ଏହି ବିଭାଗୀୟ ସମ୍ମିଳନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅଭିଜ୍ଞତା ଆଦାନପ୍ରଦାନ, ସର୍ବୋତ୍ତମ ଅଭ୍ୟାସ ଶେୟାର କରିବା ଏବଂ ପ୍ରମୁଖ କ୍ଷେତ୍ରୀୟ ପ୍ରାଥମିକତା ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ  କାର୍ଯ୍ୟାନ୍ୱୟନ ଆହ୍ୱାନକୁ ସମାଧାନ କରିବା ଏବଂ ଶାସନ ତଥା ସେବା ପ୍ରଦାନକୁ ଉନ୍ନତ କରିବା ।

 

SR


(ରିଲିଜ ଆଡି: 2338240) ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ : Malayalam , Marathi , Assamese , English , Urdu , हिन्दी , Tamil